Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 10:9 - ପବିତ୍ର ବାଇବଲ

9 ଅମ୍ମୋନୀୟମାନେ ଯିହୁଦା, ବିନ୍ୟାମୀନ, ଇଫ୍ରୟିମ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯର୍ଦ୍ଦନ ପାର ହୋଇ ଗଲେ। ଅମ୍ମୋନୀୟମାନେ ଇସ୍ରାଏଲ ଲୋକମାନଙ୍କ ପାଇଁ ବଡ଼ କଷ୍ଟର କାରଣ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆହୁରି ଅମ୍ମୋନ-ସନ୍ତାନମାନେ ଯିହୁଦା ବିରୁଦ୍ଧରେ, ବିନ୍ୟାମୀନ ବିରୁଦ୍ଧରେ, ଇଫ୍ରୟିମ ବଂଶ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯର୍ଦ୍ଦନ ପାର ହୋଇଗଲେ; ତହିଁରେ ଇସ୍ରାଏଲ ଅତିଶୟ କ୍ଳେଶ ପାଇଲେ।

Gade chapit la Kopi

ଓଡିଆ ବାଇବେଲ

9 ଆହୁରି ଅମ୍ମୋନ-ସନ୍ତାନମାନେ ଯିହୁଦା ବିରୁଦ୍ଧରେ, ବିନ୍ୟାମୀନ୍ ବିରୁଦ୍ଧରେ, ଇଫ୍ରୟିମ ବଂଶ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯର୍ଦ୍ଦନ ପାର ହୋଇଗଲେ; ତହିଁରେ ଇସ୍ରାଏଲ ଅତିଶୟ କ୍ଲେଶ ପାଇଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଆହୁରି ଅମ୍ମୋନ-ସନ୍ତାନମାନେ ଯିହୁଦା ବିରୁଦ୍ଧରେ, ବିନ୍ୟାମୀନ୍ ବିରୁଦ୍ଧରେ, ଇଫ୍ରୟିମ ବଂଶ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଯର୍ଦ୍ଦନ ପାର ହୋଇଗଲେ; ତହିଁରେ ଇସ୍ରାଏଲ ଅତିଶୟ କ୍ଲେଶ ପାଇଲେ।

Gade chapit la Kopi




ବିଚାରକର୍ତ୍ତା 10:9
13 Referans Kwoze  

ସେହି ଦୁର୍ଦ୍ଦଶାର ସମୟରେ କୌଣସି ବ୍ୟକ୍ତି ସୁରକ୍ଷିତ ଭାବରେ ଯାତ୍ରା କରିପାରୁ ନ ଥିଲେ। ସେହି ଦେଶର ସମସ୍ତ ବାସିନ୍ଦା ଅସୁବିଧାରେ ପଡ଼ିଲେ।


ଏହା ପରେ ସେରହ ଆସାଙ୍କ ସୈନ୍ୟଦଳ ବିରୁଦ୍ଧରେ ଆସିଲା। ସେରହ ଇଥିଓପିଆର ମୁଖ୍ୟ ଥିଲା। ସେରହ ସହିତ ଥିବା ସୈନ୍ୟଦଳରେ 1,000,000 ଲୋକ ଓ 300 ରଥ ଥିଲେ। ସେରହର ସୈନ୍ୟଦଳ ମାରେଶା ସହର ପର୍ଯ୍ୟନ୍ତ ମାଡ଼ିଗଲେ।


ଶାମୁୟେଲ ଶାଉଲଙ୍କୁ କହିଲେ, “ମୋତେ କାହିଁକି ତୁମ୍ଭେ ବ୍ୟସ୍ତ କଲ? ମୋତେ କାହିଁକି ତୁମ୍ଭେ ଉଠାଇଲ?” ଶାଉଲ ଉତ୍ତର ଦେଲେ, “ମୁଁ ବିପଦରେ ପଡ଼ିଛି, ପଲେଷ୍ଟୀୟମାନେ ମୋ’ ସହିତ ଯୁଦ୍ଧ କରିବାକୁ ଆସିଛନ୍ତି ଏବଂ ପରମେଶ୍ୱର ମୋତେ ତ୍ୟାଗ କରିଛନ୍ତି। ପରମେଶ୍ୱର ମୋତେ ଆଉ ଉତ୍ତର ଦେଉ ନାହାନ୍ତି। ସେ ମୋତେ ସ୍ୱପ୍ନରେ କିମ୍ବା ଭବିଷ୍ୟ‌ଦ୍‌ବକ୍ତାଙ୍କ ଦ୍ୱାରା ମଧ୍ୟ ମୋତେ ଉତ୍ତର ଦେଉ ନାହାନ୍ତି। ଏଥିପାଇଁ ମୁଁ ତୁମ୍ଭକୁ ଡାକିଲି ଯେ, ମୋତେ କ’ଣ କରିବାକୁ ହେବ କୁହନ୍ତୁ।”


“ତୁମ୍ଭେମାନେ ସେହି ଗୋଷ୍ଠୀୟମାନଙ୍କ ମଧ୍ୟରେ କିଛି ଶାନ୍ତି ପାଇବ ନାହିଁ ଓ ସେଠାରେ ତୁମ୍ଭ ପାଦର କିଛି ବିଶ୍ରାମ ହେବ ନାହିଁ। ସଦାପ୍ରଭୁ ତୁମ୍ଭର ମନକୁ ପୂର୍ଣ୍ଣ କରିବେ। ସେ ତୁମ୍ଭର ଆଖିଗୁଡ଼ିକ ଆଙ୍କାକ୍ଷାରେ ଅବସନ୍ନ କରି ଦେବେ ଏବଂ ସେ ତୁମ୍ଭକୁ ଦୁଃଖ ପୂର୍ଣ୍ଣ କରିବେ।


ସେହିବର୍ଷ ସେମାନେ ଇସ୍ରାଏଲୀୟଙ୍କୁ ବିନାଶ ଓ ଅତ୍ୟାଗ୍ଭର କଲେ। ଅଠର ବର୍ଷ ପର୍ଯ୍ୟନ୍ତ, ଇସ୍ରାଏଲୀୟମାନେ ଯେଉଁମାନେ କି ଯର୍ଦ୍ଦନ ନଦୀର ଅନ୍ୟ ପାର୍ଶ୍ୱରେ ଗିଲିୟଦର ଅଞ୍ଚଳରେ ବାସ କଲେ ଏବଂ ସେମାନଙ୍କ ସକାଶେ କଷ୍ଟ ଭୋଗ କଲେ। ସେହି ଦେଶ ଯେଉଁଠାରେ ଅମୋରୀତ୍ ବାସ କରୁଥିଲେ।


ତେଣୁ ଇସ୍ରାଏଲର ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସେମାନେ କହିଲେ, “ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ, କାରଣ ଆମ୍ଭେମାନେ ଆପଣମାନଙ୍କର ପରମେଶ୍ୱରଙ୍କୁ ପରିତ୍ୟାଗ କରିଅଛୁ ଓ ‌ବା‌ଲ୍‌ଦେବତାଗଣଙ୍କର ପୂଜା କରିଅଛୁ।”


କିଛି ଦିନପରେ ଅମ୍ମୋନ ସନ୍ତାନଗଣ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଲାଗିଲେ।


ଯେତେବେଳେ ଇସ୍ରାଏଲବାସୀମାନେ ଯୁଦ୍ଧକୁ ବାହାରିଲେ, ସେତେବେଳେ ସେମାନେ ପରାସ୍ତ ହେଲେ। ଯେପରି ସଦାପ୍ରଭୁ ସେମାନଙ୍କ ପାର୍ଶ୍ୱରେ ନ ଥିଲେ। ସେମାନଙ୍କୁ ସଦାପ୍ରଭୁ ସତର୍କ କରାଇ ଦେଲେ ଯଦି ସେମାନେ ତାଙ୍କ ଚତୁର୍ପାର୍ଶ୍ୱରେ ଥିବା ଦେବତାମାନଙ୍କୁ ପୂଜା କରନ୍ତି, ତେବେ ସେମାନେ ଯୁଦ୍ଧରେ ହାରିବେ। ଅତଏବ, ଲୋକମାନେ ଅତିଶୟ ଅସୁବିଧା ଭୋଗ କଲେ।


ମିଦିୟନୀୟମାନେ ବହୁ ପରାକ୍ରମଶାଳୀ ହେଲେ ଏବଂ ସେମାନେ ଇସ୍ରାଏଲର ଲୋକମାନଙ୍କର ବିରୋଧୀ ହୋଇଗଲେ। ଯେଉଁଥିପାଇଁ ଇସ୍ରାଏଲ ସନ୍ତାନଗଣ ପର୍ବତ ଫାଟକରେ, ଗୁମ୍ଫାରେ ଓ ନିରାପଦ ସ୍ଥାନମାନଙ୍କରେ ଲୁଚି ରହିଲେ।


ଇସ୍ରାଏଲୀୟମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ। ଏଣୁ ଏମାନେ ଗୁମ୍ଫା, ପଥରଖୋଲ, ଶୈଳ, କୂପ ଓ ଅନ୍ୟାନ୍ୟ ଗାତ୍ରରେ ଆତ୍ମଗୋପନ କଲେ।


Swiv nou:

Piblisite


Piblisite