Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 1:2 - ପବିତ୍ର ବାଇବଲ

2 ସଦାପ୍ରଭୁ ଇସ୍ରାଏଲୀୟଙ୍କୁ କହିଲେ, “ସର୍ବପ୍ରଥମେ ଯିହୁଦାର ପରିବାରବର୍ଗ ଯିବେ। ମୁଁ ସେମାନଙ୍କୁ ସେହି ଭୂମି ଦେବାକୁ ଅନୁମତି ଦେବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତହୁଁ ସଦାପ୍ରଭୁ କହିଲେ, ଯିହୁଦା ଯିବ; ଦେଖ, ଆମ୍ଭେ ତାହା ହସ୍ତରେ ସେହି ଦେଶ ସମର୍ପଣ କରିଅଛୁ।

Gade chapit la Kopi

ଓଡିଆ ବାଇବେଲ

2 ତହୁଁ ସଦାପ୍ରଭୁ କହିଲେ, “ଯିହୁଦା ଯିବ; ଦେଖ, ଆମ୍ଭେ ତାହା ହସ୍ତରେ ସେହି ଦେଶ ସମର୍ପଣ କରିଅଛୁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତହୁଁ ସଦାପ୍ରଭୁ କହିଲେ, “ଯିହୁଦା ଯିବ; ଦେଖ, ଆମ୍ଭେ ତାହା ହସ୍ତରେ ସେହି ଦେଶ ସମର୍ପଣ କରିଅଛୁ।”

Gade chapit la Kopi




ବିଚାରକର୍ତ୍ତା 1:2
11 Referans Kwoze  

କିନ୍ତୁ ସେହି ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, “କାନ୍ଦ ନାହିଁ! ଯିହୂଦା ବଂଶଜାତ ସିଂହ (ଖ୍ରୀଷ୍ଟ) ଏହି କାର୍ଯ୍ୟ କରିବାକୁ ବିଜୟୀ ହୋଇଛନ୍ତି। ସେ ଦାଉଦଙ୍କ ବଂଶଧର। ସେ ଏହି ଚର୍ମପତ୍ର ଓ ଏହାର ସାତୋଟି ମୁଦ୍ରା ଫିଟାଇବାକୁ ସକ୍ଷମ ଅଟନ୍ତି।”


କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ଯିହୂଦାଙ୍କ ଗୋଷ୍ଠୀରେ ଜାତ। ମାତ୍ର ସେହି ଗୋଷ୍ଠୀର ଯାଜକମାନଙ୍କ ବିଷୟରେ ମୋଶା କହିନାହାନ୍ତି।


ବାର ଅଧିପତିମାନଙ୍କ ମଧ୍ୟରୁ ପ୍ରତ୍ୟେକ ଅଧିପତି ନିଜ ନିଜ ଉପହାର ଦେଲେ। ଏହି ଉପହାର ଗୁଡ଼ିକ ହେଲା: ପ୍ରତି ଅଧିପତି 130 ଶେକଲ ଓଜନ ବିଶିଷ୍ଟ ରୌପ୍ୟ ଏବଂ ସତୁରି ଶେକଲ ଓଜନ ବିଶିଷ୍ଟ ଗିନା ଅଧିକାରୀମାନଙ୍କର ମାପ ଅନୁସାରେ ଦେଲେ। ପ୍ରତ୍ୟେକ ପାତ୍ର ଏବଂ ପ୍ରତ୍ୟେକ ଗିନା ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଥିଲା। ଏଗୁଡ଼ିକ ଭକ୍ଷ୍ୟ ନୈବେଦ୍ୟ ଥିଲା। ପ୍ରତ୍ୟେକ ଅଧିପତି ଦଶ ଶେକଲ ଓଜନର ସୁନା ଗ୍ଭମଚ ଅଗରୁ ପୂର୍ଣ୍ଣ କରି ଆଣିଲେ। ପ୍ରତ୍ୟେକ ଅଧିପତି ପାପ ପାଇଁ ଗୋଟିଏ ଛାଗ ଉତ୍ସର୍ଗ କଲେ, ପ୍ରତ୍ୟେକ ଅଧିପତି ଶାନ୍ତି ବଳରୂପେ ଦୁଇଟି ଗୋରୁ, ପାଞ୍ଚ ମେଷ, ପାଞ୍ଚ ଛାଗ ଓ ଏକବର୍ଷୀୟ ପାଞ୍ଚ ମେଷବତ୍ସ ଉତ୍ସର୍ଗ କଲେ। ପ୍ରଥମ ଦିନରେ ଯିହୁଦା ପରିବାରବର୍ଗର ଅଧିପତି ଅମ୍ମୀନାଦବର ପୁତ୍ର ନହଶୋନ ତାଙ୍କର ଉପହାର ଉତ୍ସର୍ଗ କଲା। ଦ୍ୱିତୀୟ ଦିନ ଇଷାଖରର ଅଧିପତି ସୂୟାରର ପୁତ୍ର ନଥନେଲ ଆପଣା ଉପହାର ଉତ୍ସର୍ଗ କଲା। ତୃତୀୟ ଦିନ ସବୂଲୂନ ସନ୍ତାନଗଣର ଅଧିପତି ହେଲୋନର ପୁତ୍ର ଇଲୀୟାବ ଆପଣା ଉପହାର ଆଣିଲା। ଚତୁର୍ଥ ଦିନ ରୁବେନ୍ ସନ୍ତାନଗଣର ଅଧିପତି ଶଦେୟରର ପୁତ୍ର ଇଲୀଷୂର ଆପଣା ଉପହାର ଉତ୍ସର୍ଗ କଲା। ପଞ୍ଚମ ଦିନ ଶିମିୟୋନ ସନ୍ତାନଗଣର ଅଧିପତି ସୂରୀଶଦ୍ଦୟର ପୁତ୍ର ସଲୁମୀୟେଲ ତାହାର ଉପହାର ଦେଲେ। ଷଷ୍ଠ ଦିନ ଗାଦ୍ ସନ୍ତାନଗଣର ଅଧିପତି ଦ୍ୟୂୟେଲର ପୁତ୍ର ଇଲୀୟାସଫ ନିଜ ଉପହାର ଉତ୍ସର୍ଗ କଲା। ସପ୍ତମ ଦିନ ଇଫ୍ରୟିମ ଲୋକଗଣର ଅଧିପତି ଅମ୍ମୀହୁଦର ପୁତ୍ର ଇଲୀଶାମା ଆପଣା ଉପହାର ଆଣିଲା। ଅଷ୍ଠମ ଦିନରେ ଗମଲିୟେଲ ପଦାହସୂରର ପୁତ୍ର, ତାହାର ଉପହାର ଆଣିଲା। ନବମ ଦିନ ବିନ୍ୟାମୀନ ସନ୍ତାନଗଣର ଅଧିପତି ଗିଦିୟୋନର ପୁତ୍ର ଅବୀଦାନ ଉପହାର ଆଣିଲା। ଦଶମ ଦିନ ଦାନ ସନ୍ତାନଗଣର ଅଧିପତି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଆପଣା ଉପହାର ଆଣିଲା। ଏକାଦଶ ଦିନ ଆଶେର ସନ୍ତାନଗଣର ଅଧିପତି ଅକ୍ରଣର ପୁତ୍ର ପଗୀୟେଲ ନିଜ ଉପହାର ଉତ୍ସର୍ଗ କଲା। ଦ୍ୱାଦଶ ଦିନ ନପ୍ତାଲି ସନ୍ତାନଗଣର ଅଧିପତି ଐନନର ପୁତ୍ର ଅହୀର ନିଜ ଉପହାର ଆଣିଲା।


“ଯିହୁଦାର ବିଭାଗ ଛାଉଣି ସ୍ଥାପନ କରିବେ ତାଙ୍କ ଧ୍ୱଜା ସହିତ ପୂର୍ବଦିଗର ସୂର୍ଯ୍ୟଦୋୟ ଆଡ଼େ, ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦାର ଲୋକମାନଙ୍କର ନେତା ହେବ।


ଯିହୁଦାର ପରିବାରବର୍ଗ ସେମାନଙ୍କର ଭାଇମାନେ ଶିମିୟୋନର ପରିବାରବର୍ଗକୁ ସାହାଯ୍ୟ ମାଗିଲେ। ଯିହୁଦା ଲୋକମାନେ କହିଲେ, “ଭାଇମାନେ, ସଦାପ୍ରଭୁ ଆମ୍ଭକୁ କିଛି ଭୂମି ଦେବାକୁ ପ୍ରତିଜ୍ଞା କରିଅଛନ୍ତି। ଯଦି ତୁମ୍ଭେ ଆମ୍ଭର ଭୂମି ପାଇଁ ଆମ୍ଭର ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ଆଗେଇ ଆସିବ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ତୁମ୍ଭକୁ ସାହାଯ୍ୟ କରିବୁ।” ଶିମିୟୋନର ଲୋକମାନେ ସେମାନଙ୍କର ଭୂମି ପାଇଁ ସେମାନଙ୍କୁ ଯୁଦ୍ଧରେ ସାହାଯ୍ୟ କରିବାକୁ ରାଜି ହେଲେ।


ସେମାନେ ଯିହୋଶୂୟଙ୍କୁ କହିଲେ, “ସଦାପ୍ରଭୁ ବାସ୍ତବରେ ଆମ୍ଭକୁ ସମସ୍ତ ଦେଶ ଦାନ କରିଛନ୍ତି। ସେହି ଦେଶରେ ସମସ୍ତ ଲୋକ ଆମ୍ଭକୁ ଭୟ କରୁଛନ୍ତି।”


ଏହା ପରେ ଇସ୍ରାଏଲ ଲୋକମାନେ ବୈଥେଲହମକୁ ଗଲେ ଓ ସଦାପ୍ରଭୁଙ୍କୁ ପଗ୍ଭରିଲେ, “ବିନ୍ୟାମୀନ ପରିବାରବର୍ଗ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ମଧ୍ୟରୁ ପ୍ରଥମେ କିଏ ଯିବ।” ସଦାପ୍ରଭୁ କହିଲେ, “ଯିହୁଦା ବଂଶର ଦଳ ପ୍ରଥମେ ଯିବ।”


ସେଠାରେ ଜଣେ ଯାଜକ ଥିଲେ ତାଙ୍କର ନାମ ଥିଲା ପୀନହସ୍। ସେ ଇଲିୟାସରର ବଂଶଧର ଥିଲେ। ଇଲିୟାସର ଥିଲା ହାରୋଣଙ୍କର ପୁତ୍ର। ଇସ୍ରାଏଲର ଲୋକମାନେ ପଗ୍ଭରିଲେ, “ବିନ୍ୟାମୀନର ଲୋକମାନେ ଆମ୍ଭର ସମ୍ପର୍କୀୟ। ଆମ୍ଭର ତାଙ୍କ ସହିତ ଯୁଦ୍ଧ କରିବା ଉଚିତ୍ ନା ଯୁଦ୍ଧ ବନ୍ଦ କରିବା ଉଚିତ୍?” ସଦାପ୍ରଭୁ କହିଲେ, “ଆସନ୍ତା କାଲି ଯାଅ ଓ ସେମାନଙ୍କୁ ପରାସ୍ତ କର। ସେମାନଙ୍କୁ ପରାସ୍ତ କରିବା ପାଇଁ ମୁଁ ତୁମ୍ଭମାନଙ୍କୁ ସହାୟ ହେବି।”


Swiv nou:

Piblisite


Piblisite