Biblia Todo Logo
Bib sou entènèt

- Piblisite -




ବିଚାରକର୍ତ୍ତା 1:10 - ପବିତ୍ର ବାଇବଲ

10 ଏହା ପରେ ଯିହୁଦାର ଲୋକମାନେ କିଣାନୀୟମାନଙ୍କ ସହିତ ଯୁଦ୍ଧ କଲେ, ଯେଉଁମାନେ ହିବ୍ରୋଣ ସହରରେ ବାସ କରୁଥିଲେ। ହିବ୍ରୋଣର ପୂରାତନ ନାମ ଥିଲା କିରିୟଥ ଅର୍ବ ଯିହୁଦାର ଲୋକମାନେ ଶେଶୟ, ଅହୀମାନ ଓ ତନ୍ମୟକୁ ପରାସ୍ତ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ପୁଣି ଯିହୁଦା ହିବ୍ରୋଣବାସୀ କିଣାନୀୟମାନଙ୍କ ବିରୁଦ୍ଧରେ ଯାଇ ଶେଶୟକୁ ଓ ଅହୀମାନକୁ ଓ ତଲ୍ମୟକୁ ବଧ କଲା; ପୂର୍ବେ ଏହି ହିବ୍ରୋଣର ନାମ କିରୀୟଥର୍ବ ଥିଲା।

Gade chapit la Kopi

ଓଡିଆ ବାଇବେଲ

10 ପୁଣି ଯିହୁଦା ହିବ୍ରୋଣବାସୀ କିଣାନୀୟମାନଙ୍କ ବିରୁଦ୍ଧରେ ଯାଇ ଶେଶୟକୁ ଓ ଅହୀମାନକୁ ଓ ତଲ୍ମୟକୁ ବଧ କଲା; ପୂର୍ବେ ଏହି ହିବ୍ରୋଣର ନାମ କିରୀୟଥ୍‍-ଅର୍ବ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପୁଣି ଯିହୁଦା ହିବ୍ରୋଣବାସୀ କିଣାନୀୟମାନଙ୍କ ବିରୁଦ୍ଧରେ ଯାଇ ଶେଶୟକୁ ଓ ଅହୀମାନ୍‍କୁ ଓ ତଲ୍ମୟକୁ ବଧ କଲା; ପୂର୍ବେ ଏହି ହିବ୍ରୋଣର ନାମ କିରୀୟଥ୍‍-ଅର୍ବ ଥିଲା।

Gade chapit la Kopi




ବିଚାରକର୍ତ୍ତା 1:10
12 Referans Kwoze  

ଅତୀତରେ ସେ ସହରର ନାମ ଥିଲା କିରିୟଥ-ଅର୍ବ। ଏହି ସହର ଲୋକମାନଙ୍କ ମଧ୍ୟରେ ଜଣେ ଯୋଦ୍ଧା ଥିଲେ, ଯାହାଙ୍କର ନାମ ଥିଲା ଅର୍ବ। ତାଙ୍କର ନାମ ଅନୁସାରେ ଏ ଭୂମିର ନାମକରଣ କରାଯାଇଥିଲା। ଏହା ପରେ ସେ ଭୂମିରେ ଶାନ୍ତି ଫେରି ଆସିଲା।


ଆଉ ସେମାନେ ଦକ୍ଷିଣ ଦିଗ ଦେଇ ହିବ୍ରୋଣରେ ଯାଇ ଉପସ୍ଥିତ ହେଲେ, ସେହି ସ୍ଥାନରେ ଅହୀମାନ୍, ଶେଶୟ, ତଲ୍ମୟ, ଏହିମାନେ ଅନାକର ବଂଶଧର ବାସ କରୁଥିଲେ। ମିଶରସ୍ଥିତ ସୋୟନର ସାତ ବର୍ଷ ପୂର୍ବେ ହିବ୍ରୋଣ ନିର୍ମାଣ ହୋଇଥିଲା।


ଆଉ ସଦାପ୍ରଭୁ କହନ୍ତି, “ଜ୍ଞାନବାନ୍ ଆପଣା ଜ୍ଞାନରେ ଦର୍ପ ନ କରୁ, ବଳବାନ୍ ଆପଣା ବଳରେ ଦର୍ପ ନ କରୁ ଓ ଧନବାନ୍ ଆପଣା ଧନରେ ଗର୍ବ ନ କରୁ।


ମୁଁ ଫେରି ସୂର୍ଯ୍ୟ ତଳେ କିଛି ଥିବାର ଦେଖିଲି, ଏହି ବାଜି କ୍ଷିପ୍ରଧାବକମାନଙ୍କ ପାଇଁ ନୁହେଁ, ବଳଶାଳୀମାନଙ୍କ ପାଇଁ ଯୁଦ୍ଧର ବିଜୟ କିଅବା ଜ୍ଞାନୀମାନଙ୍କ ପାଇଁ ଖାଦ୍ୟ ଅଥବା ଧନ ବୁଦ୍ଧିମାନ ପାଇଁ। ଶିକ୍ଷିତମାନଙ୍କ ପାଇଁ ଅନୁକମ୍ପା ନାହିଁ। କିନ୍ତୁ ଏଇସବୁ ପରିସ୍ଥିତି ସମୟ ଓ ସୁଯୋଗ ଦ୍ୱାରା ପ୍ରଭାବିତ ହୁଏ।


କାଲେ‌ବ୍‌କୁ ହିବ୍ରୋଣକୁ ନେବା ପାଇଁ ମୋଶା ପ୍ରତିଜ୍ଞା କରିଥିଲେ, ତେଣୁ ସେହି ଭୂମି କାଲେ‌ବ୍‌କୁ ଦିଆଗଲା। କାଲେ‌ବ୍‌ର ଲୋକମାନେ ବଳାତ୍କାର କରି ଅନାକର ତିନି ପୁତ୍ରକୁ ସେଠାରୁ ତଡ଼ି ଦେଲେ।


ସେଠାରେ ଆମ୍ଭେମାନେ ଅନାକର ନେଫଲିମ୍ ସନ୍ତାନ ମହାବୀରଗଣଙ୍କୁ ଦେଖିଲୁ, ଆଉ ସେମାନଙ୍କ ଦୃଷ୍ଟିରେ ଆମ୍ଭେମାନେ ଝିଣ୍ଟିକା ପରି ହେଲୁ।”


ସାରା କିଣାନ ଦେଶସ୍ଥ କିରିୟଥ-ଅର୍ବର ହିବ୍ରୋଣରେ ମଲେ। ଅବ୍ରହାମ ଏଥିପାଇଁ ମନ ଦୁଃଖ କଲେ ଓ କ୍ରନ୍ଦନ କଲେ।


ଯୋଷେଫଙ୍କର ପିତା କହିଲେ, “ଯାଇ ଦେଖ ତୁମ୍ଭର ଭାଇମାନେ ଏବଂ ପଲ ସବୁ କିପରି ଅଛନ୍ତି।” ତା'ପରେ ଫେରି ଆସ ଏବଂ ମୋତେ କୁହ। ତେଣୁ ଯୋଷେଫଙ୍କର ପିତା ତାଙ୍କୁ ହିବ୍ରୋଣର ଶିଖିମ ଉପତ୍ୟକାକୁ ପଠାଇଲେ।


ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲର ସମସ୍ତ ଲୋକମାନେ ଇଗ୍ଲୋ‌ନ୍‌ରୁ ହିବ୍ରୋଣକୁ ଗଲେ। ତା'ପରେ ସେମାନେ ହିବ୍ରୋଣକୁ ଆକ୍ରମଣ କଲେ।


ଏହା ପରେ ଯିହୁଦାର ଲୋକମାନେ କିଣାନୀୟ ବିରୁଦ୍ଧରେ ଯୁଦ୍ଧ କଲେ, ଯେଉଁମାନେ ପର୍ବତମୟ ଦେଶରେ ନେଗେଭରେ ଏବଂ ପାଶ୍ଚାତ୍ ମାଳଭୂମିରେ ବସବାସ କରୁଥିଲେ।


Swiv nou:

Piblisite


Piblisite