Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 5:19 - ପବିତ୍ର ବାଇବଲ

19 ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭ ଭିତରୁ ଯଦି ଜଣେ ସତ୍ୟରୁ ବିଚଳିତ ହୋଇଯାଏ, ତେବେ ଅନ୍ୟ ଜଣେ ତାହାକୁ ସତ୍ୟକୁ ଫେରାଇ ଆଣିବା ପାଇଁ ସାହାଯ୍ୟ କରୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ହେ ମୋହର ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ଯଦି କେହି ସତ୍ୟ ପଥରୁ ଭ୍ରାନ୍ତ ହୁଏ, ପୁଣି କେହି ତାହାକୁ ଫେରାଇ ଆଣେ,

Gade chapit la Kopi

ଓଡିଆ ବାଇବେଲ

19 ହେ ମୋହର ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ଯଦି କେହି ସତ୍ୟ ପଥରୁ ଭ୍ରାନ୍ତ ହୁଏ, ପୁଣି, କେହି ତାହାକୁ ଫେରାଇ ଆଣେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

19-20 ଭାଇମାନେ ମଧ୍ୟରୁ କେହି ଯଦି ପଥଭ୍ରଷ୍ଟ ହୁଏ ଏବଂ ଅନ୍ୟ ଜଣେ ତାହାକୁ ସତ୍ପଥକୁ ଫେରାଇ ଆଣେ, ତେବେ ମନେରଖ, ଯେ ବିପଥରୁ ପାପୀକୁ ଫେରାଇ ଆମେ, ସେ ସେହି ପାପୀର ଆତ୍ମାକୁ ମୃତ୍ୟୁର ରକ୍ଷା କରିବ ଓ ତା’ ନିଜର ବହୁ ପାପ କ୍ଷମା ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ହେ ମୋହର ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ଯଦି କେହି ସତ୍ୟ ପଥରୁ ଭ୍ରାନ୍ତ ହୁଏ, ପୁଣି, କେହି ତାହାକୁ ଫେରାଇ ଆଣେ,

Gade chapit la Kopi




ଯାକୁବଙ୍କ ପତ୍ର 5:19
21 Referans Kwoze  

ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରିପାରେ। ସେତେବେଳେ ତୁମ୍ଭେମାନେ ଆତ୍ମିକ ଲୋକ ହୋଇଥିବାରୁ, ଭଦ୍ରତା ସହକାରେ ଭୁଲକାର୍ଯ୍ୟ କରୁଥିବା ଲୋକଟିକୁ ସଂଶୋଧନ ହେବା ପାଇଁ ସାହାଯ୍ୟ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭେମାନେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷାରେ ପଡ଼ି ନ ଯାଅ।


“ତୁମ୍ଭର କେହି ଭାଇ ଯଦି ତୁମ୍ଭ ବିରୁଦ୍ଧରେ ଭୁଲ୍ କାମ କରେ, ତେବେ ସେ ଏକାକୀ ଥିବା ବେଳେ ତା’ ନିକଟକୁ ଯାଇ ତା'ର ଭୁଲ୍ ବିଷୟରେ କୁହ। ଯଦି ସେ ତୁମ୍ଭ କଥା ଶୁଣେ, ତେବେ ତୁମ୍ଭେ ତାକୁ ପୁଣି ଥରେ ତୁମ୍ଭର ଭାଇ ହୋଇ ରହିବାକୁ ସାହାଯ୍ୟ କର।


ଏହା ମନେରଖ: ଯେଉଁ ଲୋକ ମନ୍ଦ ମାର୍ଗରୁ ଜଣେ ପାପୀକୁ ଫେରାଇ ଆଣେ, ତେବେ ସେ ମୃତ୍ୟୁରୁ ତାହାର ଆତ୍ମାକୁ ରକ୍ଷା କରେ। ଏହା କରିବା ଦ୍ୱାରା, ସେହି ଲୋକ ଅନେକ ପାପ କ୍ଷମାର କାରଣ ହୋଇପାରିଥାଏ।


ମୁଁ ପ୍ରାର୍ଥନା କରିଛି ଯେ ତୁମ୍ଭର ବିଶ୍ୱାସ ଲୋପ ନ ହେଉ। ତୁମ୍ଭେମାନେ ମୋ’ ପାଖକୁ ଫେରି ଆସିବା ସମୟରେ ନିଜ ଭାଇମାନଙ୍କୁ ବିଶ୍ୱାସରେ ଦୃଢ଼ ହେବା ପାଇଁ ସାହାଯ୍ୟ କର।”


“ହଜି ଯାଇଥିବା ମେଷମାନଙ୍କୁ ମୁଁ ଅନ୍ୱେଷଣ କରିବି ଆଉ ଛିନ୍ନଭିନ୍ନ ହୋଇଥିବା ମେଷମାନଙ୍କୁ ଫେରାଇ ଆଣିବି। ଏବଂ ଆହତ ମେଷର କ୍ଷତରେ ପଟି ବାନ୍ଧିବି ଓ ଦୁର୍ବଳକୁ ସବଳ କରିବି। କିନ୍ତୁ ମୁଁ ସେହି ହୃଷ୍ଟପୁଷ୍ଟ ଓ ବଳବାନକୁ ସଂହାର କରିବି ଓ ଯଥାର୍ଥ ଭାବେ ସେମାନଙ୍କୁ ମଣିବି।”


ପ୍ରିୟ ମିତ୍ରଗଣ, ତୁମ୍ଭେ ଏହି ବିଷୟରେ ଆଗରୁ ଜାଣ। ଅତଏବ ସାବଧାନ ରୁହ। ସେହି ମନ୍ଦ ଲୋକମାନେ କରୁଥିବା ମନ୍ଦକାର୍ଯ୍ୟ ଦ୍ୱାରା ତୁମ୍ଭେ ନିଜକୁ ପ୍ରଭାବିତ ହେବାକୁ ଦିଅ ନାହିଁ। ନିଜ ଦୃଢ଼ ବିଶ୍ୱାସରୁ ବିଚଳିତ ନ ହେବା ପାଇଁ ସାବଧାନ ରୁହ।


ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭରେ କେତେ ଲୋକ ସତ୍ୟ ବିଶ୍ୱାସକୁ ଛାଡ଼ି ଦେଇଛନ୍ତି। କିନ୍ତୁ ସେହିପରି କରିବା ଦ୍ୱାରା ସେମାନେ ନିଜ ଉପରକୁ ଅନେକ ଦୁଃଖ ଟାଣି ଆଣିଛନ୍ତି।


ଏବଂ ତୁମ୍ଭେମାନେ ଦୁର୍ବଳମାନଙ୍କୁ ସବଳ କରି ନାହଁ ଓ ପୀଡ଼ିତମାନଙ୍କର ଚିକିତ୍ସା କରି ନାହିଁ, ଆହତ ମେଷମାନଙ୍କର କ୍ଷତସ୍ଥାନରେ ପଟି ବାନ୍ଧି ନାହଁ। ବିତାଡ଼ିତ ମେଷମାନଙ୍କୁ ଫେରାଇ ଆଣି ନାହଁ କିମ୍ବା ଯେ ହଜିଗଲା ତାକୁ ଖୋଜିଲ ନାହିଁ। କିନ୍ତୁ ତୁମ୍ଭେମାନେ ବଳରେ ଓ ନିଷ୍ଠୁର ଭାବରେ ସେମାନଙ୍କୁ ଶାସନ କରିଅଛ।


ବାଳକମାନେ ମୋର ଲୋକମାନଙ୍କୁ ପରାଜିତ କରିବେ ଓ ସ୍ତ୍ରୀମାନେ ମୋର ଲୋକମାନଙ୍କୁ ଶାସନ କରିବେ। ହେ ମୋର ଲୋକମାନେ, ତୁମ୍ଭମାନଙ୍କର ପଥପ୍ରଦର୍ଶକ ତୁମ୍ଭମାନଙ୍କୁ ବିପଥଗାମୀ କରୁଛନ୍ତି। ସେମାନେ ତୁମ୍ଭମାନଙ୍କୁ ନ୍ୟାୟପଥରୁ ଦୂରେଇ ନିଅନ୍ତି।


କେତେ ଲୋକ କୁହନ୍ତି ଯେ ସେମାନଙ୍କର ସେହି “ଜ୍ଞାନ” ଅଛି। ସେମାନେ ସତ୍ୟ ବିଶ୍ୱାସକୁ ତ୍ୟାଗ କରି ସାରିଛନ୍ତି। ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହୁ।


ହେ ଆମ୍ଭର ପୁତ୍ର, ଯେଉଁ ଉପଦେଶ ଜ୍ଞାନର କଥାରୁ ତୁମ୍ଭକୁ ବିଚ୍ୟୁତ କରେ, ତାହା ଶୁଣିବାରୁ ନିବୃତ୍ତ ହୁଅ।


ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରେଇ ଯାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ। କାରଣ ସେମାନେ ମିଥ୍ୟାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।


ସଦାପ୍ରଭୁ ତୁମ୍ଭେ ଗର୍ବୀ ଲୋକମାନଙ୍କୁ ଉପହାସ କର। ଯେଉଁମାନେ ତୁମ୍ଭର ଆଜ୍ଞାଗୁଡ଼ିକୁ ଅନୁସରଣ କରିବାକୁ ବନ୍ଦ କରନ୍ତି ସେମାନେ ଅଭିଶପ୍ତ ହୁଅନ୍ତି।


ଏହା ସେମାନଙ୍କ ପାଇଁ ଖରାପ ଅଟେ। ଏହି ଲୋକମାନେ କୟିନର ପଥ ଅନୁସରଣ କରିଛନ୍ତି। ସେମାନେ ଅର୍ଥ ଲୋଭ ସକାଶେ ବିଲିୟାମ ପରି ଅନ୍ୟାୟ ପଥ ଅନୁସରଣ କରିଛନ୍ତି। ଏହି ଲୋକମାନେ କୋରହ ପରି ପରମେଶ୍ୱରଙ୍କ ବିରୁଦ୍ଧରେ ଆଚରଣ କରିଛନ୍ତି। କୋରହ ପରି ସେମାନେ ମଧ୍ୟ ଧ୍ୱଂସ ହେବେ।


ଯଦି ତୁମ୍ଭେ ନିହାତି ସ୍ୱାର୍ଥପର ଓ ତୁମ୍ଭ ହୃଦୟରେ ଈର୍ଷାଭାବ ଅଛି, ତା'ହେଲେ ତୁମ୍ଭର ଗର୍ବ କରିବା ପାଇଁ କିଛି କାରଣ ନାହିଁ। ତୁମ୍ଭର ଅହଂକାର କେବଳ ମିଛ, ଏବଂ ତାହା ସତ୍ୟକୁ ଘୋଡ଼ାଇ ଦିଏ।


ସେମାନେ ସ‌ତ୍‌‌ଶିକ୍ଷା ତ୍ୟାଗ କରିଛନ୍ତି। ସେମାନେ କୁହନ୍ତି ଯେ ମୃତ୍ୟୁରୁ ସମସ୍ତଙ୍କ ଉଠି ଆସିବା ଘଟଣା ଘଟିସାରିଛି। ସେହି ଦୁଇଜଣ ଲୋକ କିଛି ଲୋକଙ୍କର ବିଶ୍ୱାସ ନଷ୍ଟ କରୁଛନ୍ତି। କିନ୍ତୁ ପରମେଶ୍ୱରଙ୍କ ଦୃଢ଼ ମୂଳଦୁଆ ସେହିଭଳି ରହିଛି।


ଅନ୍ୟ ଲୋକମାନଙ୍କ ଭଳି ମହାଯାଜକର ମଧ୍ୟ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ।


ମୋ’ ଭାଇ ଓ ଭଉଣୀମାନେ! ଏହି ବିଷୟରେ କୌଣସି ପ୍ରକାର ମୂର୍ଖାମୀରେ ପଡ଼ ନାହିଁ।


ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବାରେ ବେଶି ଇଚ୍ଛୁକ ହୁଅ। ସହଜରେ ରାଗି ଯାଅ ନାହିଁ।


Swiv nou:

Piblisite


Piblisite