Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 2:2 - ପବିତ୍ର ବାଇବଲ

2 ମନେକର, ଜଣେ ଲୋକ ଖୁବ୍ ଦାମିକା ସୁନ୍ଦର ଲୁଗାପଟା ଓ ସୁନା ମୁଦି ପିନ୍ଧି ତୁମ୍ଭର ସଭାକୁ ଆସେ ଓ ଅନ୍ୟ ଗରିବ ଲୋକ ଜଣେ ମଇଳା ପୁରୁଣା ଲୁଗା ପିନ୍ଧି ସେତିକିବେଳେ ଆସେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 କାରଣ ଯଦି ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରି କୌଣସି ଲୋକ ତୁମ୍ଭମାନଙ୍କ ସଭାକୁ ଆସେ, ପୁଣି ଜଣେ ଦରିଦ୍ର ଲୋକ ମଳିନ ବସ୍ତ୍ର ପରିଧାନ କରି ଆସେ,

Gade chapit la Kopi

ଓଡିଆ ବାଇବେଲ

2 କାରଣ ଯଦି ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରି କୌଣସି ଲୋକ ତୁମ୍ଭମାନଙ୍କ ସଭାକୁ ଆସେ, ପୁଣି, ଜଣେ ଦରିଦ୍ର ଲୋକ ମଳିନ ବସ୍ତ୍ର ପରିଧାନ କରି ଆସେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

2 ମନେକର, ତୁମ ସଭାକୁ ଜଣେ ସୁନା ମୁଦି ଓ ମୂଲ୍ୟବାନ ବସ୍ତ୍ର ପିଦ୍ଧି ଆସିଛି। ଅନ୍ୟ ଜଣେ ମଳିନ ଓ ଛିନ୍ନ ବସ୍ତ୍ର ପିଦ୍ଧି ଆସିଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 କାରଣ ଯଦି ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରି କୌଣସି ଲୋକ ତୁମ୍ଭମାନଙ୍କ ସଭାକୁ ଆସେ, ପୁଣି, ଜଣେ ଦରିଦ୍ର ଲୋକ ମଳିନ ବସ୍ତ୍ର ପରିଧାନ କରି ଆସେ,

Gade chapit la Kopi




ଯାକୁବଙ୍କ ପତ୍ର 2:2
9 Referans Kwoze  

“କିନ୍ତୁ ବାପା ତାହାଙ୍କ ଗ୍ଭକରମାନଙ୍କୁ ଡାକି କହିଲେ, “ଶୀଘ୍ର ଯାଅ, ତା’ ପାଇଁ ସବୁଠାରୁ ଭଲ ପୋଷାକ ଆଣ। ତା’ ଆଙ୍ଗୁଠିରେ ମୁଦିଟିଏ ପିନ୍ଧାଇ ଦିଅ। ପାଦରେ ଭଲ ଜୋତା ପିନ୍ଧାଇ ଦିଅ।


ଏଥିରେ ରାଜା ହାମ‌ନ୍‌ଠାରୁ ଯେଉଁ ଅଙ୍ଗୁରୀୟ ନେଇଥିଲା, ତାହା କାଢ଼ି ମର୍ଦ୍ଦଖୟକୁ ଦେଲା ଏବଂ ଏଷ୍ଟର ହାମ‌ନ୍‌ର ଗୃହ ଉପରେ ମର୍ଦ୍ଦଖୟକୁ ନିଯୁକ୍ତ କଲା।


ଏଥିରେ ରାଜା ଆପଣା ହସ୍ତରୁ ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ବୈରି ଅଗାଗୀୟ ହମ୍ମଦାଥାର ପୁତ୍ର ହାମ‌ନ୍‌କୁ ଦେଲା।


ରିବିକା ତାଙ୍କର ବଡ଼ପୁଅର ପୋଷାକ, ଯାହା ଘରେ ତାଙ୍କ ନିକଟରେ ଥିଲା, ନେଇ ଆଣି ତା'ର ସାନ ପୁଅ ଯାକୁବକୁ ସେହି ବସ୍ତ୍ର ପିନ୍ଧାଇ ଦେଲେ।


ଆମ୍ଭେମାନେ ସମସ୍ତେ ପାପରେ ଅପବିତ୍ର ଓ ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ର ସଦୃଶ ଅଟେ। ଆମ୍ଭେମାନେ ଝଡ଼ିଲା ପତ୍ର ସଦୃଶ ଓ ଆମ୍ଭମାନଙ୍କର ପାପଗୁଡ଼ିକ ବାୟୁ ତୁଲ୍ୟ ଆମ୍ଭମାନଙ୍କୁ ଉଡ଼ାଇ ନିଏ।


ତା'ପରେ ହେରୋଦ ଓ ତାହାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପରିହାସ କଲେ। ତାହାଙ୍କୁ ରାଜକୀୟ ପୋଷାକ ପିନ୍ଧାଇ ଦେଇ ସେମାନେ ଉପହାସ କଲେ। ତା'ପରେ ହେରୋଦ ପୀଲାତଙ୍କୁ ପାଖକୁ ଯୀଶୁଙ୍କୁ ପଠାଇଲେ।


ତୁମ୍ଭେ ଦାମିକା ସୁନ୍ଦର ଲୁଗାପଟା ପିନ୍ଧିଥିବା ଲୋକକୁ ଡାକି ବିଶେଷ ଅଭ୍ୟର୍ଥନା ଜଣାଇ କହିଥାଅ: “ଏହି ଭଲ ଆସନରେ ବସନ୍ତୁ।” କିନ୍ତୁ ଗରିବ ଲୋକଟିକୁ କହିଥାଅ: “ତୁମ୍ଭେ ସେଠାରେ ଠିଆ ହୁଅ” ବା “ମୋ’ ଗୋଡ଼ ପାଖର ଭୂଇଁରେ ବସ।”


Swiv nou:

Piblisite


Piblisite