Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 1:26 - ପବିତ୍ର ବାଇବଲ

26 ଜଣେ ଲୋକ ଭାବିପାରେ ଯେ, ସେ ନିଜେ ଜଣେ ଧାର୍ମିକ ଲୋକ ଅଟେ। କିନ୍ତୁ ଯେଉଁସବୁ କଥା କହିବା ଉଚିତ୍ ନୁହେଁ, ତାହା କହିବା ଦ୍ୱାରା ସେ ନିଜକୁ ଠକେ। ତେଣୁ ତା'ର “ଧର୍ମ”ର କିଛି ମୂଲ୍ୟ ରହେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ, ଆଉ ଆପଣା ଜିହ୍ଵାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା।

Gade chapit la Kopi

ଓଡିଆ ବାଇବେଲ

26 ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ, ଆଉ ଆପଣା ଜିହ୍ୱାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

26 କେହି କ’ଣ ନିଜକୁ ଧାର୍ମିକ ମନେ କରୁଛି? ସେ ଯଦି ଆପଣା ଜିହ୍ୱାକୁ ସଂଯୁତ ନ କରେର, ତେବେ ତାହାର ଧର୍ମକର୍ମସବୁ ନିରର୍ଥକ ଓ ସେ କେବଳ ନିଜକୁ ପ୍ରତାରଣା କରୁଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ, ଆଉ ଆପଣା ଜିହ୍ୱାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା।

Gade chapit la Kopi




ଯାକୁବଙ୍କ ପତ୍ର 1:26
37 Referans Kwoze  

ଯେତେବେଳେ ତୁମ୍ଭେ କଥାବାର୍ତ୍ତା କର, ସେତେବେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସେମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ସାହାଯ୍ୟ କରି ପାରୁଥିବ। ଏହା ଦ୍ୱାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସେମାନଙ୍କର ମଙ୍ଗଳ ହେବ।


ହେ ସଦାପ୍ରଭୁ, ମୁଖ ଆଗର ପ୍ରହରୀ, ମୋତେ ସାହାଯ୍ୟ କର। କୌଣସି ପାପପୂର୍ଣ୍ଣ କଥା କହିବାଠାରୁ ମୋତେ ରକ୍ଷା କର।


ଶାସ୍ତ୍ର କୁହେ: “ଯେଉଁ ଲୋକ ଜୀବନକୁ ଭଲ ପାଇବାକୁ ଗ୍ଭହେଁ ଓ ଭଲ ଦିନଗୁଡ଼ିକୁ ଉପଭୋଗ କରିବାକୁ ଗ୍ଭହେଁ ସେ ମନ୍ଦକଥା କହିବା ଓ ମିଛ କଥା କହିବା ବନ୍ଦ କରିବା ଉଚିତ୍।


ତୁମ୍ଭ ଭିତରେ କୌଣସି ମନ୍ଦ କଥା, ମୂର୍ଖତାପୂର୍ଣ୍ଣ କଥାବାର୍ତ୍ତା ବା ଅସତ୍ ପରିହାସ ଯେପରି ନ ହୁଏ। ଏଗୁଡ଼ିକ ତୁମ୍ଭ ପାଇଁ ଅନୁଚିତ୍। କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେଉଥିବା ଉଚିତ୍।


ଗରିବ ହେଲେ ମଧ୍ୟ ସେ ସାଧୁତା; ସେ ମୂର୍ଖ, ମିଛୁଆ, ଠକଠାରୁ ନିଶ୍ଚିତ ଭଲ।


ସେହି ବ୍ୟକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର ଓ ସେ ମିଥ୍ୟା କହିବା ଉଚିତ୍ ନୁହେଁ।


ଧାର୍ମିକର ମୁଖ ଜ୍ଞାନ ଜନ୍ମାଏ, ମାତ୍ର କୁଟିଳବାଦୀର ଜିହ୍ୱା ଉଚ୍ଛିନ୍ନ ହେବ।


ବହୁ ବାକ୍ୟରେ ଅଧର୍ମର ଅଭାବ ନ ଥାଏ, ମାତ୍ର ଯେ ଆପଣା ଓଷ୍ଠାଧରକୁ ଦମନ କରେ, ସେ ବୁଦ୍ଧିମାନ୍।


କଥାବାର୍ତ୍ତା କଲାବେଳେ, ସବୁବେଳେ ଦୟାଭାବ ରଖ ଓ ବିବେକୀ ହୁଅ। ତେବେ ତୁମ୍ଭେମାନେ ସମସ୍ତଙ୍କୁ ଉଚିତ୍ ଉତ୍ତର ଦେବାକୁ ସକ୍ଷମ ହେବ।


ପରମେଶ୍ୱରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କେବଳ ଯେ ଶୁଣିବ ତାହା ନୁହେଁ, କିନ୍ତୁ କାର୍ଯ୍ୟରେ ଦେଖାଇବା ଦରକାର। କେବଳ ବସି ରହି ଶୁଣିବା ଦ୍ୱାରା ତୁମ୍ଭେ ପ୍ରକୃତରେ ନିଜକୁ ଠକୁଛ।


ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବାରେ ବେଶି ଇଚ୍ଛୁକ ହୁଅ। ସହଜରେ ରାଗି ଯାଅ ନାହିଁ।


ମନୁଷ୍ୟର ଦୃଷ୍ଟିରେ ଯେଉଁ ପଥ ସରଳ ଦିଶେ କିନ୍ତୁ ତାହା ମୃତ୍ୟୁରେ ହିଁ ଶେଷ ହୁଏ।


ତୁମ୍ଭେମାନେ କିପରି ଶୁଣୁଛ, ସେଥିପାଇଁ ସାବଧାନ ରୁହ। ଯାହାର କିଛି ବୁଝିବା ଶକ୍ତି ଥିବ, ସେ ଅଧିକ ଗ୍ରହଣ କରିବ ଏବଂ ଯାହାର ବୁଝିବା ଶକ୍ତି ନ ଥିବ, ତାହାର ଯେତିକି ବା ବୁଝିବା ଶକ୍ତି ଅଛି ବୋଲି ସେ ଭାବୁଥିବ, ସେତକ ମଧ୍ୟ ତା'ଠାରୁ ଛଡ଼ାଇ ନିଆଯିବ।”


ଯଦି ଜଣେ ଅତି ନଗନ୍ୟ ହୋଇଥିଲେ ହେଁ ନିଜକୁ ମହାନ୍ ବୋଲି ଭାବେ, ତେବେ ସେ ନିଜକୁ ପ୍ରତାରଣା କରେ।


ମନୁଷ୍ୟର ଦୃଷ୍ଟିରେ ଯେକୌଣସି ପଥ ସରଳ ଦେଖାଯାଏ ତାହା ଶେଷରେ ମୃତ୍ୟୁର ପଥ ହୋଇଥାଏ।


“ନିଜ ନିଜ ବିଷୟରେ ସାବଧାନ ହୁଅ। ତୁମ୍ଭମାନଙ୍କର ହୃଦୟକୁ ପ୍ରଲୋଭିତ କର ନାହିଁ ଏବଂ ବିପଥରେ ଯିବାକୁ ଏବଂ ଅନ୍ୟ ଦେବତାଗଣର ସେବା କରିବାକୁ ଓ ଉପାସନା କରିବାକୁ ଦିଅ ନାହିଁ।


କିନ୍ତୁ ସେହି “ପ୍ରତିଷ୍ଠିତ” ଲୋକମାନେ ମୁଁ କହିଥିବା ସୁସମାଗ୍ଭରର ପରିବର୍ତ୍ତନ କଲେ ନାହିଁ। ମୋ’ ପାଇଁ କିଏ ପ୍ରତିଷ୍ଠିତ ବା ନୁହେଁ, ତାହାର କିଛି ଅର୍ଥ ନାହିଁ। ପରମେଶ୍ୱରଙ୍କ ନିକଟରେ ସମସ୍ତେ ସମାନ।


ସେମାନଙ୍କର ମୋ’ ପାଇଁ ଉପାସନା ନିରର୍ଥକ, କାରଣ ସେମାନେ ଲୋକଙ୍କୁ ତାହାଙ୍କ ସିଦ୍ଧାନ୍ତ ଭାବରେ ମନୁଷ୍ୟକୃତ ନିୟମ ମାନିବାକୁ ଉପଦେଶ ଦିଅନ୍ତି।’


ଯେ ଭସ୍ମ ଭୋଜନ କରେ, ସେ ନିଜର ଜୀବନକୁ ରକ୍ଷା କରିପାରେ ନାହିଁ। ମୋ’ ଦକ୍ଷିଣ ହସ୍ତରେ ଏହି ସମସ୍ତ ବିଷୟରେ କ’ଣ କୌଣସି ମିଥ୍ୟା ନାହିଁ? କହିପାରେ ନାହିଁ। “ଏଣୁ ତା'ର ଭ୍ରାନ୍ତଚିତ୍ତ ତାକୁ ବିପଥଗାମୀ କରିଛି।”


କିଛି ଲୋଭୀ ଲୋକ ଦିନଯାକ କାଟନ୍ତି ବହୁ ଜିନିଷ ଗୁଡ଼ିକ ପାଇଁ ବାସନା କରି, ମାତ୍ର ଧାର୍ମିକ ଲୋକ ଉଦାର ସହିତ ଦିଅନ୍ତି।


ତୁମ୍ଭେମାନେ ଏହି ସୁସମାଗ୍ଭର ଦ୍ୱାରା ପରିତ୍ରାଣ ପାଇଛ। କିନ୍ତୁ ମୋ’ କହିଥିବା କଥାଗୁଡ଼ିକୁ ତୁମ୍ଭେମାନେ ବିଶ୍ୱାସ କରି ଗ୍ଭଲିବା ଉଚିତ୍। ନଚେତ୍ ତୁମ୍ଭେ ବ୍ୟର୍ଥରେ ବିଶ୍ୱାସୀ ହୋଇଥିଲ।


ସେମାନେ ମୋତେ ଯେଉଁ ଉପାସନା କରନ୍ତି, ତାହା ମୂଲ୍ୟହୀନ। ସେମାନେ ଯେଉଁସବୁ ବିଷୟ ଶିକ୍ଷା ଦିଅନ୍ତି ତାହା କେବଳ ମଣିଷ ତିଆରି ବିଧିବିଧାନ।’”


ତୁମ୍ଭେମାନେ କହିଲ, “ପରମେଶ୍ୱରଙ୍କୁ ଉପାସନା କରିବା ନିରର୍ଥକ। ଆମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ପାଳନ କରିଥିଲୁ ମାତ୍ର ଆମ୍ଭେମାନେ କିଛି ଉପକୃତ ହେଲୁ ନାହିଁ। ଆମ୍ଭେମାନେ ଆମ୍ଭମାନଙ୍କର ପାପ ପାଇଁ ଡାକିଲୁ, ମାତ୍ର ତା'ର ଫଳ କିଛି ହେଲା ନାହିଁ।


“ତୁମ୍ଭେମାନେ ମୋତେ ଆଉ ଏହି ଅର୍ଥହୀନ ବଳିଦାନ ଉତ୍ସର୍ଗ ଆଣ ନାହିଁ। ତୁମ୍ଭର ଧୂପକୁ ମୁଁ ଘୃଣା କରେ। ତୁମ୍ଭର ଅମାବାସ୍ୟା, ସ୍ୱତନ୍ତ୍ର ପର୍ବ ଓ ବିଶ୍ରାମ ଦିନ ଉତ୍ସବକୁ ମୁଁ ସହି ପାରୁ ନାହିଁ। ତୁମ୍ଭେମାନେ ପବିତ୍ର ମହାସଭାରେ ଯେଉଁ ଅଧର୍ମ କରିଛ ମୁଁ ତାହା ସହିପାରୁ ନାହିଁ।


ଆମ୍ଭେ ମଧ୍ୟ ପରମେଶ୍ୱରଙ୍କ ବିଷୟରେ ମିଛ କହିଥିବା ଅପରାଧରେ ଅପରାଧୀ। କାରଣ ଆମ୍ଭେ ପରମେଶ୍ୱରଙ୍କ ବିଷୟରେ ପ୍ରଗ୍ଭର କରିଛୁ ଯେ, ସେ ଯୀଶୁଙ୍କୁ ମୃତ୍ୟୁରୁ ଉଠାଇଛନ୍ତି। ଯଦି ମୃତମାନେ ଉ‌ତ୍‌‌ଥିତ ନ ହୁଅନ୍ତି, ତା'ହେଲେ ପରମେଶ୍ୱର ମଧ୍ୟ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉଠାଇ ନାହାନ୍ତି।


ଯେତେବେଳେ ରାଜା ଯାହା କହନ୍ତି ତାହା ନିୟମ ହୋଇଯାଏ। ତେଣୁ ତା'ର ବିଗ୍ଭର ସ୍ୱଚ୍ଛ ହେବା ଉଚିତ୍।


ଜଣେ ଜ୍ଞାନୀ ଲୋକ ତା'ର ଚିନ୍ତାଧାରା ଭଲ ଭାବରେ କହିପାରେ, କିନ୍ତୁ ନିର୍ବୋଧ ନିର୍ବୋଧତାକୁ ବଖାଣେ।


ତୁମ୍ଭେମାନେ ନିଶ୍ଚିତ ଗଧମାନଙ୍କୁ ଦଉଡ଼ି ଏବଂ ଅଶ୍ୱମାନଙ୍କୁ ଲଗାମର ବ୍ୟବହାର କର। କାରଣ ସେମାନଙ୍କୁ ତୁମ୍ଭ ପାଖକୁ ଆଣିବା ପାଇଁ, କିନ୍ତୁ ପରମେଶ୍ୱରଙ୍କ ସହିତ ସେପରି ହୁଅ ନାହିଁ।”


ହେ ମୂର୍ଖ ଲୋକ! କର୍ମଗୁଡ଼ିକ ବିନା ବିଶ୍ୱାସ ଯେ ମୂଲ୍ୟହୀନ ଅଟେ, ଏହାର ପ୍ରମାଣ କ’ଣ ତୁମ୍ଭେ ଦେଖିବାକୁ ଗ୍ଭହୁଁଛ?


ତୁମ୍ଭେମାନେ ଅନେକ କଥା ଅନୁଭବ କରିଛ। କ’ଣ ସେ ସବୁ ବିଫଳ ହୋଇଗଲା? ନା!


ଯାକୁବ, ପିତର ଓ ଯୋହନ ନେତା ରୂପେ ପରିଗଣିତ ହେଉଥିଲେ। ସେମାନେ ଦେଖିଲେ ଯେ, ପରମେଶ୍ୱର ମୋତେ ଏହି ବିଶେଷ ଅନୁଗ୍ରହ ପ୍ରଦାନ କରିଛନ୍ତି। ସେଥିପାଇଁ ସେମାନେ ବର୍ଣ୍ଣ‌ବ୍‌‌‌‌ବା ଓ ମୋତେ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲେ। ଯାକୁବ, ପିତର ଓ ଯୋହନ କହିଲେ, “ପାଉଲ ଓ ବର୍ଣ୍ଣ‌ବ୍‌‌‌‌ବା, ତୁମ୍ଭେମାନେ ଅଣଯିହୂଦୀମାନଙ୍କ ପାଖକୁ ଯିବା କଥାରେ ଆମ୍ଭେମାନେ ରାଜି ଅଛୁ। ମାତ୍ର ଆମ୍ଭେମାନେ ଯିହୂଦୀମାନଙ୍କ ପାଖକୁ ଯିବୁ।”


ନିଜକୁ ଠକ ନାହିଁ, ଯଦି କୌଣସି ଲୋକ ଭାବେ ଯେ, ସେ ଏହି ଯୁଗ ଅନୁସାରେ ଜ୍ଞାନୀ ଅଟେ, ତା'ହେଲେ ତାକୁ ମୂର୍ଖ ହେବାକୁ ପଡ଼ିବ, ତହିଁରେ ସେ ପ୍ରକୃତ ଜ୍ଞାନୀ ହୋଇପାରିବା


ତୁମ୍ଭେ ଏହି ଦ୍ୱେଷପୂର୍ଣ୍ଣ କଥାଗୁଡ଼ାକ କହି ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରୁଛ।


ପରମେଶ୍ୱର ମୋ’ ଧନୁରୁ ବାଣ କାଢ଼ି ନେଇଛନ୍ତି ଏବଂ ମୋତେ ଦୁର୍ବଳ କରି ଦେଇଛନ୍ତି। ସେହି ଯୁବକମାନେ ସମସ୍ତ ପ୍ରକାର ଆକ୍ଷେପ କରନ୍ତି, ଯେତେବେଳେ ମୋତେ ଦେଖନ୍ତି।


Swiv nou:

Piblisite


Piblisite