ଯିଶାଇୟ 9:5 - ପବିତ୍ର ବାଇବଲ5 ଯୁଦ୍ଧରେ ବ୍ୟବହୃତ ସମସ୍ତ ପାଦୁକା ଧ୍ୱଂସ ପାଇବ। ସମସ୍ତ ରକ୍ତ ରଞ୍ଜିତ ପୋଷାକ ମଧ୍ୟ ଧ୍ୱଂସ ପାଇବ। ସେ ସମସ୍ତ ଅଗ୍ନିରେ ନିକ୍ଷେପ କରାଯିବ। Gade chapit laପବିତ୍ର ବାଇବଲ (Re-edited) - (BSI)5 ଏହେତୁ କଳହରେ ସଜ୍ଜିତ ଲୋକର ସମସ୍ତ ଅସ୍ତ୍ରଶସ୍ତ୍ର ଓ ରକ୍ତରେ ଜଡ଼ିତ ବସ୍ତ୍ରସବୁ ଜ୍ଵଳନୀୟ ଦ୍ରବ୍ୟ, ଅଗ୍ନି ପାଇଁ କାଷ୍ଠ ସ୍ଵରୂପ ହେବ। Gade chapit laଓଡିଆ ବାଇବେଲ5 ଏହେତୁ କଳହରେ ସଜ୍ଜିତ ଲୋକର ସମସ୍ତ ଅସ୍ତ୍ରଶସ୍ତ୍ର ଓ ରକ୍ତରେ ଜଡ଼ିତ ବସ୍ତ୍ରସବୁ ଜ୍ୱଳନୀୟ ଦ୍ରବ୍ୟ, ଅଗ୍ନି ପାଇଁ କାଷ୍ଠ ସ୍ୱରୂପ ହେବ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ଏହେତୁ କଳହରେ ସଜ୍ଜିତ ଲୋକର ସମସ୍ତ ଅସ୍ତ୍ରଶସ୍ତ୍ର ଓ ରକ୍ତରେ ଜଡ଼ିତ ବସ୍ତ୍ରସବୁ ଜ୍ୱଳନୀୟ ଦ୍ରବ୍ୟ, ଅଗ୍ନି ପାଇଁ କାଷ୍ଠ ସ୍ୱରୂପ ହେବ। Gade chapit la |
ତା'ପରେ ପରମେଶ୍ୱର ସମଗ୍ର ମାନବ ଗୋଷ୍ଠୀର ବିଗ୍ଭରକ ହେବେ। ଅନେକ ଗୋଷ୍ଠୀ ବିଷୟରେ ପରମେଶ୍ୱର ଶେଷ ନିଷ୍ପତ୍ତି ଦେବେ। ସେହି ଲୋକମାନେ ଯୁଦ୍ଧ ପାଇଁ ସେମାନଙ୍କର ଅସ୍ତ୍ର ବ୍ୟବହାର କରିବେ ନାହିଁ। ସେମାନେ ଖଡ଼୍ଗରେ ଲଙ୍ଗଳର ଲୁହା ତିଆରି କରିବେ, ବର୍ଚ୍ଛାରେ ଦାଆ ତିଆରି କରିବେ। ସେମାନେ ଅନ୍ୟ ବିରୁଦ୍ଧରେ ଆଉ ଯୁଦ୍ଧ କରିବେ ନାହିଁ। ସେମାନେ କେବେ ଆଉ ଯୁଦ୍ଧ ପାଇଁ ତାଲିମ ନେବେ ନାହିଁ।