ଯିଶାଇୟ 9:12 - ପବିତ୍ର ବାଇବଲ12 ତା'ପରେ ସଦାପ୍ରଭୁ ଅରାମୀୟମାନଙ୍କୁ ପୂର୍ବଦିଗରୁ ଓ ପଲେଷ୍ଟୀୟମାନଙ୍କୁ ପଶ୍ଚିମଦିଗରୁ ଅଣାଇବେ। ସେହି ଶତ୍ରୁଗଣ ଏକତ୍ରିତ ଇସ୍ରାଏଲ ବାହିନୀକୁ ପରାଜିତ କରିବେ। ତଥାପି ସଦାପ୍ରଭୁ ଇସ୍ରାଏଲ ଉପରେ କ୍ରୋଧିତ ହେବେ ଓ ତା'ର ଲୋକମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ରହିବେ। Gade chapit laପବିତ୍ର ବାଇବଲ (Re-edited) - (BSI)12 ସମ୍ମୁଖରେ ଅରାମୀୟମାନେ ଓ ପଶ୍ଚାତରେ ପଲେଷ୍ଟୀୟମାନେ ହେବେ; ଆଉ, ସେମାନେ ପ୍ରସାରିତ ମୁଖରେ ଇସ୍ରାଏଲକୁ ଗ୍ରାସ କରିବେ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି। Gade chapit laଓଡିଆ ବାଇବେଲ12 ସମ୍ମୁଖରେ ଅରାମୀୟମାନେ ଓ ପଶ୍ଚାତରେ ପଲେଷ୍ଟୀୟମାନେ ହେବେ; ଆଉ, ସେମାନେ ପ୍ରସାରିତ ମୁଖରେ ଇସ୍ରାଏଲକୁ ଗ୍ରାସ କରିବେ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ସମ୍ମୁଖରେ ଅରାମୀୟମାନେ ଓ ପଶ୍ଚାତରେ ପଲେଷ୍ଟୀୟମାନେ ହେବେ; ଆଉ, ସେମାନେ ପ୍ରସାରିତ ମୁଖରେ ଇସ୍ରାଏଲକୁ ଗ୍ରାସ କରିବେ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି। Gade chapit la |
ପଲେଷ୍ଟୀୟ ଲୋକମାନେ ଯିହୁଦାର ମାଳଭୂମିରେ ଓ ଦକ୍ଷିଣରେ ଥିବା ସହରଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କଲେ। ପଲେଷ୍ଟୀୟ ଲୋକମାନେ ବୈଥ୍-ଶେମଶ୍, ଅୟାଲୋନ୍, ଗଦେରୋତ୍, ସୋଖୋ, ତିମ୍ନା ଓ ଗିମ୍ସୋ ସହରଗୁଡ଼ିକୁ ଅଧିକାର କରି ନେଲେ। ସେମାନେ ସୋସ, ତିମ୍ନା ଓ ଗିମତ ଚତୁର୍ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକୁ ମଧ୍ୟ ଅଧିକାର କଲେ। ଏହା ପରେ ପଲେଷ୍ଟୀୟମାନେ ସେହି ସହରଗୁଡ଼ିକରେ ବାସ କରିବାକୁ ଲାଗିଲେ।
ସମସ୍ତ ଲୋକ ଅଧର୍ମୀ। ତେଣୁ ସଦାପ୍ରଭୁଙ୍କ ପାଖରେ ଯୁବକମାନଙ୍କ ପାଇଁ ଅନୁକମ୍ପା ନାହିଁ। ସଦାପ୍ରଭୁ ଯୁବକମାନଙ୍କ ଉପରେ ସୁଖୀ ନୁହନ୍ତି। ଆଉମଧ୍ୟ ସଦାପ୍ରଭୁ ବିଧବା ଓ ଅନାଥମାନଙ୍କୁ ଦୟା କରିବେ ନାହିଁ। କାରଣ, ସମସ୍ତେ ଅଧର୍ମୀ ଓ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରନ୍ତି। ପୁଣି ସେମାନେ ମିଥ୍ୟା କୁହନ୍ତି। ତେଣୁ ସଦାପ୍ରଭୁ ସେମାନଙ୍କ ଉପରେ ସର୍ବଦା କ୍ରୋଧିତ ହୁଅନ୍ତି ଓ ସର୍ବଦା ଦଣ୍ଡ ଦିଅନ୍ତି।
ସେହି ସମୟରେ, ସେମାନଙ୍କ ଉପରେ ଆମ୍ଭର କ୍ରୋଧ ହେବ। ତେଣୁ ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା ଓ ଆମ୍ଭେ ସେମାନଙ୍କଠାରୁ ଆପଣା ମୁହଁ ବନ୍ଦ କରିବା। ତହିଁରେ ସେମାନଙ୍କ ପାଇଁ ଭୟଙ୍କର ଅବସ୍ଥାମାନ ହେବ, ଏବଂ ସେମାନେ ବହୁ ସମସ୍ୟାରେ ପଡ଼ିବେ। ତା'ପରେ ସେମାନେ କହିବେ, ‘ଏହିସବୁ ଅମଙ୍ଗଳ ଆମ୍ଭ ଉପରେ ଘଟିଛି କାରଣ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କ ନିକଟରେ ନାହାନ୍ତି।’
ମିଶରକୁ ସାହାଯ୍ୟ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖ। ସେମାନେ ଅଶ୍ୱମାନଙ୍କ ଉପରେ ନିର୍ଭର କରନ୍ତି। ସେମାନେ ଆଶା କରନ୍ତି ଅଶ୍ୱଗଣ ସେମାନଙ୍କୁ ରକ୍ଷା କରିବେ। ଆଉ ମଧ୍ୟ ସେମାନେ ଭାବନ୍ତି ଅତ୍ୟଧିକ ରଥ ଓ ବହୁ ବଳବାନ ଅଶ୍ୱାରୋହୀ ସୈନ୍ୟ ଥିବାରୁ ସେମାନେ ସୁରକ୍ଷିତ। ସେମାନେ ଇସ୍ରାଏଲର ପବିତ୍ରତା ପ୍ରତି ବିଶ୍ୱାସ ରଖନ୍ତି ନାହିଁ କିମ୍ବା ସଦାପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି ନାହିଁ। ତେଣୁ ସେମାନେ ସନ୍ତାପର ପାତ୍ର।