Biblia Todo Logo
Bib sou entènèt

- Piblisite -




ଯିଶାଇୟ 9:11 - ପବିତ୍ର ବାଇବଲ

11 ତେଣୁ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ଲଢ଼ିବାକୁ ଏକ ଗୋଷ୍ଠୀ ପ୍ରସ୍ତୁତ କରିବେ। ସଦାପ୍ରଭୁ ରତ୍ସୀନର ବିପକ୍ଷଗଣଙ୍କୁ ତାଙ୍କ ବିରୁଦ୍ଧରେ ପଠାଇବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଏହେତୁ ସଦାପ୍ରଭୁ ତାହାର ପ୍ରତିକୂଳରେ ରତ୍ସୀନର ବିପକ୍ଷଗଣକୁ ଉନ୍ନତ କରିବେ ଓ ତାହାର ଶତ୍ରୁଗଣକୁ ଉତ୍ତେଜିତ କରିବେ;

Gade chapit la Kopi

ଓଡିଆ ବାଇବେଲ

11 ଏହେତୁ ସଦାପ୍ରଭୁ ତାହାର ପ୍ରତିକୂଳରେ ରତ୍‍ସୀନର ବିପକ୍ଷଗଣକୁ ଉନ୍ନତ କରିବେ ଓ ତାହାର ଶତ୍ରୁଗଣକୁ ଉତ୍ତେଜିତ କରିବେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏହେତୁ ସଦାପ୍ରଭୁ ତାହାର ପ୍ରତିକୂଳରେ ରତ୍ସୀନର ବିପକ୍ଷଗଣକୁ ଉନ୍ନତ କରିବେ ଓ ତାହାର ଶତ୍ରୁଗଣକୁ ଉତ୍ତେଜିତ କରିବେ;

Gade chapit la Kopi




ଯିଶାଇୟ 9:11
10 Referans Kwoze  

ଯେତେବେଳେ ରତ୍ସୀନ ଦମ୍ମେଶକର ରାଜା ହେବେ ଏହା ଘଟିବ ନାହିଁ। କାରଣ ପଞ୍ଚଷଠି ବର୍ଷ ମଧ୍ୟରେ ଇଫ୍ରୟିମ ଇସ୍ରାଏଲ ଏପରି ଖଣ୍ଡ ବିଖଣ୍ଡିତ ହେବ ଯେ ତାହା ଏକ ଗୋଷ୍ଠୀ ହୋଇ ରହିବ ନାହିଁ।


ଏଥିରେ ଅଶୂରର ରାଜା ଆହାସଙ୍କୁ ସାହାଯ୍ୟ କରିବାକୁ ରାଜି ହେଲେ ଓ ସେ ଆକ୍ରମଣ କଲେ। ଦମ୍ମେଶକ ଅଧିକାର କଲେ ଓ ସେଠିକାର ଲୋକମାନଙ୍କୁ ବନ୍ଦୀ କରି କୀର ନଗରକୁ ନେଇଗଲେ। ଆଉ ସେ ର‌ତ୍‌ସୀ‌ନଙ୍କୁ ବଧ କଲେ।


ଇସ୍ରାଏଲର ରାଜା ପେକହଙ୍କର ସମୟରେ ଅଶୂରର ରାଜା ତିଗ୍ଲତ-ପିଲେଷର ଆସି ଇୟୋନ, ଆବେଲ୍-ବୈ‌‌‌ଥ୍‌‌‌ମାଖା, ଯାନହୋକେଦେଶ, ହା‌ତ୍‌ସୋର, ଗିଲିୟଦ, ଗାଲିଲୀ ଓ ସମୁଦାୟ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା।


ଯୋଥମଙ୍କ ପୁତ୍ର ଆହସ, ଉଷିୟଙ୍କ ପୁତ୍ର ଯୋଥମ୍, ଅରାମର ରାଜା ରତ୍ସୀନ ଓ ପେକହ ଇସ୍ରାଏଲର ରାଜା ରମଲିୟଙ୍କର ପୁତ୍ର ଥିଲେ। ଯିହୁଦାରେ ଆହସ ରାଜତ୍ୱ କରୁଥିବା ସମୟରେ ରତ୍ସୀନ ଓ ପେକହ ତାଙ୍କ ସହିତ ସଂଗ୍ରାମ କରିବାକୁ ଯିରୁଶାଲମକୁ ଯାଇଥିଲେ। ମାତ୍ର ସେମାନେ ସେହି ନଗରୀକୁ ପରାସ୍ତ କରି ପାରିଲେ ନାହିଁ।


ତେଣୁ ସଦାପ୍ରଭୁ ସେମାନଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଛନ୍ତି। ସେ ତାଙ୍କର ହସ୍ତ ଉତ୍ତୋଳନ କରି ସେମାନଙ୍କୁ ଦଣ୍ଡ ଦେବେ। ଏପରିକି ପର୍ବତଗଣ ଭୟଭୀତ ହେବେ ଓ ମୃତଶରୀର ଗୁଡ଼ିକ ଅଳିଆ ପରି ରାସ୍ତାକଡ଼ରେ ପଡ଼ିରହିବ। ଏପରିକି ପରମେଶ୍ୱରଙ୍କ କ୍ରୋଧ ହ୍ରାସ ପାଇବ ନାହିଁ ଓ ତାଙ୍କ ହସ୍ତ ସେମାନଙ୍କୁ ଦଣ୍ଡ ଦେବେ।


ତୁମ୍ଭେ ଜଣେ ବନ୍ଦୀଲୋକ ପରି ମୁଣ୍ଡ ନୁଆଁଇବ। ଜଣେ ମୃତଲୋକ ପରି ପଡ଼ିରହିବ। ମାତ୍ର ତାହା ତୁମ୍ଭକୁ ସାହାଯ୍ୟ କରିବ ନାହିଁ। ପରମେଶ୍ୱର ତଥାପି କ୍ରୋଧାନ୍ୱିତ ରହିବେ। ସେ ତଥାପି ତୁମ୍ଭକୁ ଦଣ୍ଡ ଦେବାକୁ ପ୍ରସ୍ତୁତ ରହିବେ।


ଶମରିୟାକୁ ଗ୍ଭହଁ! ଇଫ୍ରୟିମର ମତ୍ତ ଲୋକମାନେ ନିଜ ନଗରୀ ପାଇଁ ଗର୍ବିତ। କାରଣ ପର୍ବତ ଉପରେ ଅବସ୍ଥିତ ଓ ଫଳଶାଳୀ ଉପତ୍ୟକା ବେଷ୍ଟିତ ସେହି ନଗରୀକୁ ଶମରିୟାମାନେ “ରମଣୀୟ ପୁଷ୍କର ମୁକୁଟ” ସଦୃଶ, ମାତ୍ର ସେହି ଭୂଷଣ ସ୍ୱରୂପ ସୁନ୍ଦର ପୁଷ୍ପ ମ୍ଳାନ ହେବ।


Swiv nou:

Piblisite


Piblisite