Biblia Todo Logo
Bib sou entènèt

- Piblisite -




ଯିଶାଇୟ 8:21 - ପବିତ୍ର ବାଇବଲ

21 ତୁମ୍ଭେମାନେ ଯଦି ସେହି ଭୁଲ ଆଦେଶ ପାଳନ କରିବ ତେବେ ଦେଶରେ କଷ୍ଟ ଓ ଅନାହାର ଦେଖାଦେବ। ସେତେବେଳେ ସେମାନେ ବିରକ୍ତ ହେବେ ଏବଂ ସେମାନଙ୍କର ଶାସକ ଓ ପରମେଶ୍ୱରଙ୍କ ବିରୁଦ୍ଧରେ କହିବେ। ତା'ପରେ ସେମାନେ ପରମେଶ୍ୱରଙ୍କଠାରୁ ସାହାଯ୍ୟ ପାଇଁ ଊର୍ଦ୍ଧ୍ୱକୁ ଗ୍ଭହିଁବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ପୁଣି, ସେମାନେ ଅତି କ୍ଳିଷ୍ଟ ଓ କ୍ଷୁଧିତ ହୋଇ ଦେଶ ମଧ୍ୟ ଦେଇ ଗମନ କରିବେ, ଆଉ କ୍ଷୁଧିତ ହେଲେ, ସେମାନେ ବିରକ୍ତ ହୋଇ ଆପଣାମାନଙ୍କ ରାଜାଙ୍କ ଦ୍ଵାରା ଓ ଆପଣା-ମାନଙ୍କ ପରମେଶ୍ଵରଙ୍କ ଦ୍ଵାରା ଅଭିଶାପ ଦେଇ ଊର୍ଦ୍ଧ୍ଵ ଆଡ଼କୁ ଆପଣା ଆପଣା ମୁଖ କରିବେ;

Gade chapit la Kopi

ଓଡିଆ ବାଇବେଲ

21 ପୁଣି, ସେମାନେ ଅତି କଠିନ ଓ କ୍ଷୁଧିତ ହୋଇ ଦେଶ ମଧ୍ୟ ଦେଇ ଗମନ କରିବେ, ଆଉ କ୍ଷୁଧିତ ହେଲେ, ସେମାନେ ବିରକ୍ତ ହୋଇ ଆପଣାମାନଙ୍କ ରାଜାଙ୍କ ଦ୍ୱାରା ଓ ଆପଣାମାନଙ୍କ ପରମେଶ୍ୱରଙ୍କ ଦ୍ୱାରା ଅଭିଶାପ ଦେଇ ଉର୍ଦ୍ଧ୍ୱ ଆଡ଼କୁ ଆପଣା ଆପଣା ମୁଖ କରିବେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ପୁଣି, ସେମାନେ ଅତି କଠିନ ଓ କ୍ଷୁଧିତ ହୋଇ ଦେଶ ମଧ୍ୟଦେଇ ଗମନ କରିବେ, ଆଉ କ୍ଷୁଧିତ ହେଲେ, ସେମାନେ ବିରକ୍ତ ହୋଇ ଆପଣାମାନଙ୍କ ରାଜାଙ୍କ ଦ୍ୱାରା ଓ ଆପଣାମାନଙ୍କ ପରମେଶ୍ୱରଙ୍କ ଦ୍ୱାରା ଅଭିଶାପ ଦେଇ ଊର୍ଦ୍ଧ୍ୱ ଆଡ଼କୁ ଆପଣା ଆପଣା ମୁଖ କରିବେ;

Gade chapit la Kopi




ଯିଶାଇୟ 8:21
25 Referans Kwoze  

ଲୋକମାନେ ଦକ୍ଷିଣ ହସ୍ତରେ ଚଞ୍ଚଳ ଚଞ୍ଚଳ ଗିଳି ପକାଇବେ, ମାତ୍ର କ୍ଷୁଧିତ ହେବେ। ବାମ ହସ୍ତରେ ଯାହା ଭୋଜନ କରିବେ ସେଥିରେ ତୃପ୍ତ ହେବେ ନାହିଁ। ତା'ପରେ ସେମାନେ ନିଜ ପିଲାମାନଙ୍କ ମାଂସ ଭକ୍ଷ୍ୟଣ କରିବେ।


ମନୁଷ୍ୟର ଅଜ୍ଞାନତା ନିଜର ଜୀବନକୁ ଧ୍ୱଂସ କରେ। କିନ୍ତୁ ତା'ପରେ ସେ ସଦାପ୍ରଭୁଙ୍କୁ ବଦନାମ କରେ।


ସେହି ବର୍ଷ ଚତୁର୍ଥ ମାସର ନବମ ଦିନରେ ନଗରରେ ମହା ଦୁର୍ଭିକ୍ଷ ଦେଖା ଦେଲା। ତହିଁରେ ଦେଶୀୟ ଲୋକମାନଙ୍କ ପାଇଁ କିଛି ଖାଦ୍ୟ ମିଳିଲା ନାହିଁ।


ଆମ୍ଭେ ଯେବେ ବାହାର ହୋଇ କ୍ଷେତ୍ରକୁ ଯାଉ, ତେବେ ସେଠାରେ ‌‌ଖ‌ଡ଼୍‌ଗାହତ ଲୋକଙ୍କୁ ଦେଖୁ। ପୁଣି ଯେବେ ନଗରରେ ପ୍ରବେଶ କରୁ ତେବେ ସେଠାରେ ଦୁର୍ଭିକ୍ଷ ପୀଡ଼ିତ ଲୋକ ଦେଖୁ। କାରଣ ଭବିଷ୍ୟ‌ଦ୍‌ବକ୍ତା ଓ ଯାଜକ ଉଭୟ ଯଦିଓ ଦେଶରେ ଭ୍ରମଣ କରନ୍ତି, ସେମାନେ କିଛି ଜାଣନ୍ତି ନାହିଁ।’”


ଏହି ସମୟରେ ଆୟୁବର ସ୍ତ୍ରୀ ଆୟୁବ ନିକଟକୁ ଆସି ତା'ର ଦୂରାବସ୍ଥା ଦେଖି କହିଲା, “ଏବେ କି ତୁମ୍ଭେ ପରମେଶ୍ୱରଙ୍କ ବିଶ୍ୱସ୍ତ ବୋଲି ଭାବୁଛ? ତୁମ୍ଭେ କାହିଁକି ପରମେଶ୍ୱରଙ୍କୁ ଅଭିଶାପ ଦେଇ ମୃତ୍ୟୁବରଣ କରୁ ନାହଁ!”


ଯଦି ଆପଣ ତା'ର ଶରୀରକୁ କିଛି କରନ୍ତି, ସେ ନିଶ୍ଚୟ ଆପଣଙ୍କୁ ଆପଣଙ୍କ ସମ୍ମୁଖରେ ଅଭିଶାପ ଦେବ।”


ମୁଁ ପ୍ରତିଜ୍ଞା କରି କହିପାରେ ଆପଣ ତା'ର ସର୍ବସ୍ୱ ନଷ୍ଟ କରି ଦିଅନ୍ତୁ, ଆପଣ ଦେଖିବେ ସେ କିପରି ଆପଣଙ୍କୁ ଆପଣଙ୍କ ସମ୍ମୁଖରେ ଅଭିଶାପ ଦେବ।”


ନଗରରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ଚତୁର୍ଥ ମାସର ନବମ ଦିନରେ ନଗରରେ ମହାଦୁର୍ଭିକ୍ଷ ଭୟଙ୍କର ମାତ୍ରାରେ ବଢ଼ିଗ୍ଭଲିଲା। ତେଣୁ ଦେଶୀୟ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ଦ୍ରବ୍ୟ ମିଳିଲା ନାହିଁ।


“ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ୱରଙ୍କୁ। ଏବଂ ତୁମ୍ଭର କୌଣସି ଅଧ୍ୟକ୍ଷଙ୍କୁ ଶାପ ଦେବ ନାହିଁ।


ଇଲୀଶାୟ ଏହିପରି କଥାବାର୍ତ୍ତା କରୁଥିବା ବେଳେ, ସେ ଦୂତ ତାହା ପାଖକୁ ଆସିଲା, ଆଉ ସେ କହିଲା, “ଏହି ଅସୁବିଧା ସଦାପ୍ରଭୁଙ୍କଠାରୁ, ମୁଁ କାହିଁକି ଆଉ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବି?”


ସେହି ଇସ୍ରାଏଲୀୟ ସ୍ତ୍ରୀର ସନ୍ତାନ ସଦାପ୍ରଭୁଙ୍କ ନାମକୁ ନିନ୍ଦା କରି ଅଭିଶାପ ଦେଲା। ତେଣୁ ଲୋକମାନେ ତାହାକୁ ମୋଶାଙ୍କ ନିକଟକୁ ଆଣିଲେ। ସେହି ଇସ୍ରାଏଲୀୟ ସ୍ତ୍ରୀର ନାମ ଶଲେମୀତ୍ ଓ ସେ ଦାନ୍ ବଂଶୀୟ ଦିବ୍ରିର କନ୍ୟା ଥିଲା।


ଦିନ ଆସିବ ଯେତେବେଳେ ତୁମ୍ଭେ ବାଛିଥିବା ରାଜାଙ୍କୁ ଶାସନ ପାଇଁ ଚିତ୍କାର କରିବ। କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କୁ କିଛି ଉତ୍ତର ଦେବେ ନାହିଁ।”


ଖରାପ ବିଷୟ ତା’ ପାଇଁ ଭୋକିଲା ଅଛି। ଧ୍ୱଂସ ବିଧ୍ୱସ୍ତ ତା’ ପାଇଁ ପ୍ରସ୍ତୁତ ଅଛନ୍ତି, ସେ ଯେତେବେଳେ ପଡ଼ିବ।


ଏହାର ଅର୍ଥ ହେଉଛି ମନଃଶି ଇଫ୍ରୟିମ ବିରୁଦ୍ଧରେ ଓ ଇଫ୍ରୟିମ ମନଃଶି ବିରୁଦ୍ଧରେ ଏବଂ ସେମାନେ ଉଭୟ ଯିହୁଦା ବିରୁଦ୍ଧରେ ଲଢ଼ିବେ। ତଥାପି ସଦାପ୍ରଭୁ ଇସ୍ରାଏଲର ଲୋକମାନଙ୍କ ଉପରେ କ୍ରୋଧିତ ଓ ସେମାନଙ୍କୁ ଦଣ୍ଡ ଦେବାରୁ ନିବୃତ୍ତ ହେବେ ନାହିଁ।


ମାତ୍ର ମୋର ଦରିଦ୍ର ଲୋକମାନେ ଶାନ୍ତିରେ ଭୋଜନ କରିବେ। ସେମାନଙ୍କର ପିଲାମାନେ ମଧ୍ୟ ନିରାପଦରେ ରହିବେ। ମାତ୍ର ମୁଁ ତୁମ୍ଭର ପରିବାରକୁ ଭୋକରେ ଛଟପଟ କରାଇ ମାରିବି ଏବଂ ଅବଶିଷ୍ଟାଂଶକୁ ମଧ୍ୟ ସଂହାର କରିବି।


ଦୁଇଟି ବିଷୟ ତୁମ୍ଭ ପ୍ରତି ଘଟିଅଛି, ଶୂନ୍ୟତା ଓ ବିନାଶ ଏବଂ ଦୁର୍ଭିକ୍ଷ ଓ ‌‌ଖ‌ଡ଼୍‌ଗ। ତେଣୁ କିଏ ତୁମ୍ଭ ପାଇଁ ବିଳାପ କରିବ? କିଏ ତୁମ୍ଭକୁ ସାନ୍ତ୍ୱନା ଦେବ?


ଏଥି ସକାଶେ ନ୍ୟାୟ ବିଗ୍ଭର ଆମ୍ଭଠାରୁ ଦୂରରେ ଥାଏ ଓ ଧାର୍ମିକତା ଆମ୍ଭମାନଙ୍କ ପାଖ ମାଡ଼େ ନାହିଁ। ଆମ୍ଭେମାନେ ଦୀପ୍ତି ପାଇଁ ଅପେକ୍ଷା କରୁ, ମାତ୍ର କେବଳ ଅନ୍ଧକାର ଦେଖୁ। ଆଲୋକକୁ ଅପେକ୍ଷା କରୁ, ମାତ୍ର ଅନ୍ଧକାରରେ ଭ୍ରମଣ କରୁ।


ସେହି ସକାଶେ ମୋର ପ୍ରଭୁ ସଦାପ୍ରଭୁ ଏହିକଥା କରନ୍ତି, “ଆମ୍ଭର ଦାସମାନେ ଭୋଜନ କରିବେ, ମାତ୍ର ତୁମ୍ଭେ ମନ୍ଦାଗ୍ଭରୀମାନେ କ୍ଷୁଧାର୍ତ୍ତ ରହିବ। ଆମ୍ଭର ଦାସମାନେ ପାନ କରିବେ, ମାତ୍ର ତୁମ୍ଭେମାନେ ତୃଷାର୍ତ୍ତ ରହିବ। ଆମ୍ଭର ଦାସମାନେ ଆନନ୍ଦ କଲାବେଳେ ତୁମ୍ଭେମାନେ ଲଜ୍ଜିତ ହେବ।


Swiv nou:

Piblisite


Piblisite