ଯିଶାଇୟ 8:10 - ପବିତ୍ର ବାଇବଲ10 ତୁମ୍ଭେମାନେ ଯୁଦ୍ଧ ପାଇଁ ଯେତେ ମନ୍ତ୍ରଣା କଲେ ମଧ୍ୟ ତୁମ୍ଭମାନଙ୍କର ମନ୍ତ୍ରଣା ସଫଳ ହେବ ନାହିଁ। ତୁମ୍ଭର ସୈନ୍ୟମାନଙ୍କ ପ୍ରତି ଆଦେଶ ନିଷ୍ଫଳ ହେବ। କାହିଁକି ଏହା ଘଟିବ। କାରଣ ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି। Gade chapit laପବିତ୍ର ବାଇବଲ (Re-edited) - (BSI)10 ଏକତ୍ର ମନ୍ତ୍ରଣା କର, ମଧ୍ୟ ତାହା ନିଷ୍ଫଳ ହେବ; କଥା କୁହ, ମଧ୍ୟ ତାହା ସ୍ଥିର ନୋହିବ; ଯେହେତୁ ପରମେଶ୍ଵର ଆମ୍ଭମାନଙ୍କ ସହିତ ଅଛନ୍ତି। Gade chapit laଓଡିଆ ବାଇବେଲ10 ଏକତ୍ର ମନ୍ତ୍ରଣା କର, ମଧ୍ୟ ତାହା ନିଷ୍ଫଳ ହେବ; କଥା କୁହ, ମଧ୍ୟ ତାହା ସ୍ଥିର ହେବ ନାହିଁ; ଯେହେତୁ ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ଏକତ୍ର ମନ୍ତ୍ରଣା କର, ମଧ୍ୟ ତାହା ନିଷ୍ଫଳ ହେବ; କଥା କୁହ, ମଧ୍ୟ ତାହା ସ୍ଥିର ହେବ ନାହିଁ; ଯେହେତୁ ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି। Gade chapit la |
ପରମେଶ୍ୱର ସ୍ୱୟଂ ଆମ୍ଭମାନଙ୍କ ସହିତ ରହିଛନ୍ତି। ସେ ଆମ୍ଭମାନଙ୍କର ଶାସକ ଅଟନ୍ତି, ଆଉ ତାଙ୍କର ଯାଜକମାନେ ଆମ୍ଭମାନଙ୍କ ସହିତ ଅଛନ୍ତି। ତୁମ୍ଭ ବିରୁଦ୍ଧରେ ଯୁଦ୍ଧର ଆହ୍ୱାନ ରୂପେ ପରମେଶ୍ୱରଙ୍କ ଯାଜକମାନେ ତାଙ୍କର ତୂରୀ ବଜାନ୍ତି। ହେ ଇସ୍ରାଏଲର ଲୋକମାନେ, ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କର ନାହିଁ। ତୁମ୍ଭେମାନେ କେବେ ସଫଳ ହେବ ନାହିଁ।”
“ଯେତେବେଳେ ତୁମ୍ଭେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିବ, ଯଦି ତୁମ୍ଭେମାନେ ତାଙ୍କର ଅନେକ ଅଶ୍ୱାରୋହୀ, ରଥାରୋହୀ ଏବଂ ଯଦି ତାଙ୍କର ଅଧିକ ସଂଖ୍ୟକ ସୈନ୍ୟ ଥା’ନ୍ତି, ତେବେ ତୁମ୍ଭେମାନେ ସେମାନଙ୍କୁ ଭୟ କରିବାର କିଛି ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ସହିତ ସର୍ବଦା ଅଛନ୍ତି। ଏବଂ ସେହି ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶର ମଧ୍ୟରୁ ବାହାରକରି ଆଣିଛନ୍ତି।