Biblia Todo Logo
Bib sou entènèt

- Piblisite -




ଯିଶାଇୟ 7:23 - ପବିତ୍ର ବାଇବଲ

23 ସେହି ଭୂମିରେ କ୍ଷେତମାନଙ୍କରେ ଏକ ହଜାର ଦ୍ରାକ୍ଷାଲତା ହେବ। ପ୍ରତ୍ୟେକ ଦ୍ରାକ୍ଷାଲତାର ମୂଲ୍ୟ 1,000 ରୌପ୍ୟ ମୁଦ୍ରା ହେବ। ମାତ୍ର ସେହି କ୍ଷେତ ଅନାବନା ଘାସ ଓ କଣ୍ଟକ ପୂର୍ଣ୍ଣ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଆହୁରି, ଯେ ଯେ ସ୍ଥାନରେ ସହସ୍ର ରୌପ୍ୟ ମୁଦ୍ରା ମୂଲ୍ୟର ଦ୍ରାକ୍ଷାଲତା ଥିଲା, ସେଦିନ ସେ ପ୍ରତ୍ୟେକ ସ୍ଥାନ କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ।

Gade chapit la Kopi

ଓଡିଆ ବାଇବେଲ

23 ଆହୁରି, ଯେଉଁ ଯେଉଁ ସ୍ଥାନରେ ସହସ୍ର ରୌପ୍ୟ ମୁଦ୍ରା ମୂଲ୍ୟର ଦ୍ରାକ୍ଷାଲତା ଥିଲା, ସେହି ଦିନ ସେ ପ୍ରତ୍ୟେକ ସ୍ଥାନ କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଆହୁରି, ଯେଉଁ ଯେଉଁ ସ୍ଥାନରେ ସହସ୍ର ରୌପ୍ୟ ମୁଦ୍ରା ମୂଲ୍ୟର ଦ୍ରାକ୍ଷାଲତା ଥିଲା, ସେହି ଦିନ ସେ ପ୍ରତ୍ୟେକ ସ୍ଥାନ କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ।

Gade chapit la Kopi




ଯିଶାଇୟ 7:23
13 Referans Kwoze  

ମୋର ସେହି ଦ୍ରାକ୍ଷାକ୍ଷେତକୁ ଉଜାଡ଼ି ନେବି। କୌଣସି ବ୍ୟକ୍ତି ସେ ଗଛ ଗୁଡ଼ିକର ଯତ୍ନ ନେବ ନାହିଁ କିମ୍ବା ସେହି କ୍ଷେତରେ କେହି କୋଡ଼ାକୋଡ଼ି କରିବେ ନାହିଁ। ସେଠାରେ କଣ୍ଟା ଓ ଅନାବନା ଘାସ ଜନ୍ମିବ। ସେହି କ୍ଷେତରେ ବର୍ଷାଜଳ ନ ପଡ଼ିବା ପାଇଁ ମୁଁ ମେଘକୁ ଆଦେଶ ଦେବି।”


“ଆଉ ଗୋଟିଏ କାହାଣୀ ଶୁଣ। ଜଣେ ଜମି ମାଲିକ ଥିଲେ। ତାହାଙ୍କ ଜମିରେ ସେ ଦ୍ରାକ୍ଷା ଲଗାଇଲେ। ସେ ତା’ ଗ୍ଭରିପଟେ ବାଡ଼ ଲଗାଇଲେ। ସେ ଦ୍ରାକ୍ଷାରସ ବାହାର କରିବା ପାଇଁ ସେଥିରେ ଦ୍ରାକ୍ଷାକୁଣ୍ଡଟିଏ ଖୋଲିଲେ। ସେ ସେଠାରେ ପ୍ରହରୀଗୃହଟିଏ ନିର୍ମାଣ କଲେ ଓ କେତେକ କୃଷକଙ୍କୁ ଜମିଟି ଭାଗ ଦେଇଦେଲେ। ତା'ପରେ ସେ ବିଦେଶ ଯାତ୍ରାରେ ବାହାରି ଗଲେ।


କିନ୍ତୁ ଯଦି ସେହି କ୍ଷେତ୍ର କଣ୍ଟା ଓ ଅନାବନା ଘାସ ଉତ୍ପନ୍ନ କରେ, ତା'ହେଲେ ତାହା ଅକାମୀ ଅଟେ। ସେହି ଭୂମି ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ଅଭିଶପ୍ତ ହୁଏ, ଓ ଶେଷରେ ତାହା ଅଗ୍ନି ଦ୍ୱାରା ବିନଷ୍ଟ ହେବ।


ମୁଁ ଦେଖିଲି ଉର୍ବର କ୍ଷେତ୍ରସବୁ ମରୁଭୂମିରେ ପରିଣତ ହେଲା ଓ ସମସ୍ତ ନଗର ଧ୍ୱଂସ ପାଇଲା। ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ଏହି ସମସ୍ତ ଧ୍ୱଂସର କାରଣ ଥିଲା।


ଦଶ ଏକର ପରିମିତ ଦ୍ରାକ୍ଷାକ୍ଷେତରୁ ମାତ୍ର ଏକ ମହଣ ଦ୍ରାକ୍ଷାରସ ଉତ୍ପନ୍ନ ହେବ ଏବଂ ଦଶ ମହଣ ବୀଜରୁ ମାତ୍ର ଏକ ମହଣ ଶସ୍ୟ ଉତ୍ପନ୍ନ ହେବ।”


ସେହି ଭୂମି ବଣ ହୋଇଯିବ ଏବଂ ତାହା କେବଳ ଶିକାର ଯୋଗ୍ୟ ହେବ।


ହେ ନିଶ୍ଚିତା ନାରୀଗଣ, ତୁମ୍ଭେମାନେ ବର୍ଷକ ପରେ ଉ‌‌ଦ୍‌‌ବିଗ୍ନା ହେବ। କାରଣ ଦ୍ରାକ୍ଷାଫଳର ଅଭାବ ହେବ, ଫଳ ଅମଳର ସମୟ ଆସିବ ନାହିଁ।


ଆଉ ଜନବସତି ନଗରସବୁ ଉଚ୍ଛିନ୍ନ ଓ ଦେଶ ଧ୍ୱଂସ ସ୍ଥାନ ହେବ। ତାହା କଲେ, ତାହା ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।’”


ଆମ୍ଭେ ତା'ର ଦ୍ରାକ୍ଷାଲତାଗୁଡ଼ିକୁ ଓ ଡିମ୍ବିରି ଗଛଗୁଡ଼ିକୁ ନଷ୍ଟ କରିଦେବା। ସେ କହିଲା, ‘ମୋର ପ୍ରେମିକମାନେ ମୋତେ ଏସବୁ ଜିନିଷ ଦେଇଥିଲେ।’ କିନ୍ତୁ ଆମ୍ଭେ ତା'ର ବଗିଗ୍ଭକୁ ବଦଳାଇ ଅନାବନା ଗଛରେ ଜଙ୍ଗଲ କରିଦେବା। ବନ୍ୟପଶୁମାନେ ଆସି ସେହି ଗଛରୁ ଖାଇବେ।


ଇସ୍ରାଏଲର ଲୋକମାନେ ଛାଡ଼ି ଗ୍ଭଲିଗଲେ କାରଣ ଶତ୍ରୁ ସେମାନଙ୍କଠାରୁ ସବୁକିଛି ନେଇଗଲା। ମେମ୍ପିସ ସେମାନଙ୍କୁ ସମାଧି ଦେବ। ସେମାନଙ୍କର ରୌପ୍ୟ ଭଣ୍ତାରରେ ଅନାବନା ଘାସ ବଢ଼ିବ। ଇସ୍ରାଏଲୀୟର ବାସସ୍ଥଳରେ କଣ୍ଟା ଉତ୍ପନ୍ନ ହେବ।


ଭୂମିରେ କଣ୍ଟା ବୁଦା ଜନ୍ମିବ। ତୁମ୍ଭେ କ୍ଷେତ୍ରର ଉତ୍ପାଦନ ଭୋଜନ କରିବ।


Swiv nou:

Piblisite


Piblisite