Biblia Todo Logo
Bib sou entènèt

- Piblisite -




ଯିଶାଇୟ 7:21 - ପବିତ୍ର ବାଇବଲ

21 “ସେହି ସମୟରେ କେହି ଜଣେ ବ୍ୟକ୍ତି ଗୋଟିଏ ଗାଈ ଓ ଦୁଇ ଗୋଟି ମେଷ ପାଳିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ସେହିଦିନ କେହି ଗୋଟିଏ ଯୁବତୀ ଗାଭୀ ଓ ଦୁଇ ଗୋଟି ମେଷ ପୋଷିଲେ,

Gade chapit la Kopi

ଓଡିଆ ବାଇବେଲ

21 ସେହି ଦିନ କେହି ଗୋଟିଏ ଯୁବତୀ ଗାଭୀ ଓ ଦୁଇ ଗୋଟି ମେଷ ପୋଷିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ସେହି ଦିନ କେହି ଗୋଟିଏ ଯୁବତୀ ଗାଭୀ ଓ ଦୁଇଗୋଟି ମେଷ ପୋଷିଲେ,

Gade chapit la Kopi




ଯିଶାଇୟ 7:21
8 Referans Kwoze  

କିନ୍ତୁ ସେହି ପ୍ରହରୀବର୍ଗରେ ସେନାପତି ନବୂଷରଦନ୍ କେତେକ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶରେ ଛାଡ଼ିଗଲା, ଆଉ ସେମାନଙ୍କୁ ସେହି ଦିନ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦେଲା।


ପରମେଶ୍ୱର ଇସ୍ରାଏଲର ଲୋକମାନଙ୍କୁ ତାଙ୍କ ଦେଶରୁ ବିତାଡ଼ିତ କରିବେ ଓ ଦେଶ ଜନଶୂନ୍ୟ ହେବ। ମେଷମାନେ ଇଚ୍ଛାନୁସାରେ ବିଚରଣ କରିବେ। ମେଷଶାବକମାନେ ଧନୀଲୋକଙ୍କର ଜମିରେ ବିଚରଣ କରିବେ।


ତା'ପରେ ସଦାପ୍ରଭୁ ହିଜକିୟଙ୍କୁ କହିଲେ, “ଏହା ତୁମ୍ଭ ପାଇଁ ଏକ ଚିହ୍ନ ହେବ। ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟରୁ ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟରୁ ଭୋଜନ କରିବ। ପୁଣି ତୃତୀୟ ବର୍ଷ ବୀଜ ବୁଣି ପ୍ରଚୁର ଶସ୍ୟଅମଳ କରିବ ଓ ଦ୍ରାକ୍ଷାକ୍ଷେତ୍ର କରି ତାହାର ଫଳ ଭୋଗ କରିବ।


ଅରୋୟର ନଗରକୁ ଲୋକମାନେ ପରିତ୍ୟାଗ କରିବେ। ସେହି ଶୂନ୍ୟ ସହରର ମେଷପଲ ସ୍ୱାଧୀନ ଭାବରେ ବିଚରଣ କରିବେ। ଭୟ ଦେଖାଇବାକୁ ସେଠାରେ କେହି ନ ଥିବେ।


ଦିନ ଥିଲା ଲୋକମାନେ ସେଠାରେ କାର୍ଯ୍ୟରତ ରହୁଥିଲେ ଓ ପାହାଡ଼ ଉପରେ ଖାଦ୍ୟ ଉତ୍ପାଦନ କରୁଥିଲେ। ମାତ୍ର ସେଦିନ ଲୋକମାନେ ଆଉ ସେଠାକୁ ଯିବେ ନାହିଁ। ସେହି ସ୍ଥାନ ଅନାବନା ଘାସ ଓ କଣ୍ଟକରେ ପୂର୍ଣ୍ଣ ହେବ। କେବଳ ମେଣ୍ଢା ଓ ଗୋରୁପଲମାନଙ୍କର ସେ ଚରାଭୂଇଁ ହେବ।”


ମାତ୍ର ମୋର ଦରିଦ୍ର ଲୋକମାନେ ଶାନ୍ତିରେ ଭୋଜନ କରିବେ। ସେମାନଙ୍କର ପିଲାମାନେ ମଧ୍ୟ ନିରାପଦରେ ରହିବେ। ମାତ୍ର ମୁଁ ତୁମ୍ଭର ପରିବାରକୁ ଭୋକରେ ଛଟପଟ କରାଇ ମାରିବି ଏବଂ ଅବଶିଷ୍ଟାଂଶକୁ ମଧ୍ୟ ସଂହାର କରିବି।


ସେଦିନ ସେହି ସୁଦୃଢ଼ ପ୍ରାନ୍ତର ତୁଲ୍ୟ ଜନଶୂନ୍ୟ ହେବ। ଏହା ଏକ ମରୁଭୂମିରେ ପରିଣତ ହେବ। ନିର୍ଜନ ଓ ପରିତ୍ୟକ୍ତ ବସତି ସ୍ଥାନ ହେବ। ସେ ସ୍ଥାନରେ ଗୋରୁପଲ ଚରିବେ ଓ ଶୟନ କରିବେ ଏବଂ ଦ୍ରାକ୍ଷାର ଶାଖା ଭାଙ୍ଗି ଖାଇବେ।


ଶୁଷ୍କ ମରୁଭୂମି ଆନନ୍ଦିତ ହେବ। ପୁଣି ମରୁଭୂମି ଉଲ୍ଲାସିତ ହୋଇ ପୁଷ୍ପତୁଲ୍ୟ ପ୍ରଫୁଲିତ ହେବ।


Swiv nou:

Piblisite


Piblisite