Biblia Todo Logo
Bib sou entènèt

- Piblisite -




ଯିଶାଇୟ 7:20 - ପବିତ୍ର ବାଇବଲ

20 ସଦାପ୍ରଭୁ ଯିହୁଦାକୁ ଦଣ୍ଡ ଦେବାକୁ ଅଶୂରକୁ ବ୍ୟବହାର କରିବେ। ଅଶୂର ଭଡ଼ାଟିଆ ଏବଂ କ୍ଷୁର ସଦୃଶ ବ୍ୟବହୃତ ହେବ। ଯିହୁଦାର ମସ୍ତକ ଓ ପଦକୁ କ୍ଷୌର ସଦାପ୍ରଭୁଙ୍କ ଦ୍ୱାରା ହେବ। ସଦାପ୍ରଭୁ ଯିହୁଦାର ଦାଢ଼ି କ୍ଷୌର କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ସେଦିନ ପ୍ରଭୁ ନଦୀର ସେପାରିସ୍ଥ ଭଡ଼ାଟିଆ କ୍ଷୁର ଦ୍ଵାରା, ଅର୍ଥାତ୍, ଅଶୂରର ରାଜା ଦ୍ଵାରା ମସ୍ତକ ଓ ପଦର ଲୋମ କ୍ଷୌର କରିବେ ଓ ତଦ୍ଦ୍ଵାରା ଦାଢ଼ି ମଧ୍ୟ ନଷ୍ଟ ହେବ।

Gade chapit la Kopi

ଓଡିଆ ବାଇବେଲ

20 ସେହି ଦିନ ପ୍ରଭୁ ନଦୀର ସେପାରିସ୍ଥ ଭଡ଼ାଟିଆ କ୍ଷୁର ଦ୍ୱାରା, ଅର୍ଥାତ୍‍, ଅଶୂରର ରାଜା ଦ୍ୱାରା ମସ୍ତକ, ପଦର ଲୋମ କ୍ଷୌର କରିବେ ଓ ତଦ୍ଦ୍ୱାରା ଦାଢ଼ି ମଧ୍ୟ ନଷ୍ଟ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ସେହି ଦିନ ପ୍ରଭୁ ନଦୀର ସେପାରିସ୍ଥ ଭଡ଼ାଟିଆ କ୍ଷୁର ଦ୍ୱାରା, ଅର୍ଥାତ୍‍, ଅଶୂରର ରାଜା ଦ୍ୱାରା ମସ୍ତକ, ପଦର ଲୋମ କ୍ଷୌର କରିବେ ଓ ତଦ୍ଦ୍ୱାରା ଦାଢ଼ି ମଧ୍ୟ ନଷ୍ଟ ହେବ।

Gade chapit la Kopi




ଯିଶାଇୟ 7:20
17 Referans Kwoze  

ମାତ୍ର ମୁଁ ସଦାପ୍ରଭୁ ଅଶୂର ରାଜା ଓ ତାହାର ସମସ୍ତ ଶକ୍ତିକୁ ତୁମ୍ଭ ବିରୁଦ୍ଧରେ ଆଣିବି। ସେମାନେ ଫରାତ୍ ନଦୀର ଶକ୍ତିଶାଳୀ ବନ୍ୟାର ସ୍ରୋତ ପରି ପ୍ରବଳ ପରାକ୍ରମୀ ହୋଇ ଆସିବେ। ବନ୍ୟାଜଳ କୂଳ ଲଙ୍ଘନ କଲାପରି ସେମାନେ ସମସ୍ତଙ୍କ ଉପରେ ପ୍ରଭାବ ବିସ୍ତାର କରିବେ।


“ହେ ମନୁଷ୍ୟ ପୁତ୍ର, ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଆପଣା ସୈନ୍ୟସାମନ୍ତକୁ ସୋର ବିରୁଦ୍ଧରେ ଅତିଶୟ ପରିଶ୍ରମ କରାଇଅଛି। ପ୍ରତ୍ୟେକ ମସ୍ତକ ଟାଙ୍ଗରା ହେଲା ଓ ପ୍ରତ୍ୟେକ କାନ୍ଧର ଚର୍ମ ଓ ଭାର ବହନ କରି ଛିଡ଼ିଗଲା। ତଥାପି ସେ ସୋର ବିରୁଦ୍ଧରେ ଯେଉଁ ପରିଶ୍ରମ କରିଥିଲା ସେଥିପାଇଁ ତା'ର ସୈନ୍ୟସାମନ୍ତ କିଛି ପାରିଶ୍ରମିକ ପାଇଲେ ନାହିଁ।”


ଗୋଟିଏ କୁହ୍ରାଡ଼ି କ’ଣ ତା'ର ଛେଦନକର୍ତ୍ତାଠାରୁ ଅଧିକ ଶକ୍ତିଶାଳୀ ହୋଇ ପାରିବ କି? କରତ କ’ଣ କରତିୟର ବିରୁଦ୍ଧରେ କିଛି କରି ପାରିବ ନାହିଁ। ମାତ୍ର ଅଶୂର ପରମେଶ୍ୱରଙ୍କଠାରୁ ଅଧିକ ଶକ୍ତିଶାଳୀ ବୋଲି ଭାବୁଛି। ଏହା ଯେପରି ଗୋଟିଏ ଯଷ୍ଟି ନିଜକୁ ଯଷ୍ଟିଧାରୀଠାରୁ ଅଧିକ ବଡ଼ ବୋଲି ମନେ କରେ।


ଆମ୍ଭେ ତାହାର ପରିଶ୍ରମ ସକାଶେ ପୁରସ୍କାର ସ୍ୱରୂପ ତାକୁ ମିଶର ଦେଶ ଦେଇଅଛୁ। କାରଣ ସେମାନେ ଆମ୍ଭ ପାଇଁ କାମ କଲେ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।


ସଦାପ୍ରଭୁ କ୍ରୋଧିତ ହୋଇ ମିଶରୀୟ ସମୁଦ୍ରକୁ ଭାଗ ଭାଗ କରିବେ। ସେହିପରି ଭାବରେ ତାଙ୍କର ପ୍ରବଳ ବାୟୁ ଦ୍ୱାରା ଇଉଫ୍ରେଟିସ୍ ନଦୀ ଉପରେ ନିଜର ହସ୍ତ ହଲାଇବେ। ତାଙ୍କର ପ୍ରହାର ଦ୍ୱାରା ସେହି ନଦୀ ସାତୋଟି କ୍ଷୁଦ୍ର ନଦୀରେ ବିଭକ୍ତ ହେବ। ସେଗୁଡ଼ିକର ଗଭୀରତା ହ୍ରାସ ହେବ ଓ ଶୁଷ୍କ ପାଲଟିବ। ତେଣୁ ଲୋକମାନେ ପାଦରେ ଗ୍ଭଲି ତାକୁ ଅତିକ୍ରମ କରିବେ।


ପରମେଶ୍ୱର କୁହନ୍ତି, “ଆମ୍ଭେ କାହିଁକି ତୁମ୍ଭମାନଙ୍କ ପ୍ରତି ଶାସ୍ତି ବିଧାନ କରି ଗ୍ଭଲିବୁ। ତୁମ୍ଭମାନଙ୍କୁ ଦଣ୍ଡ ଦେଲୁ। ମାତ୍ର ତୁମ୍ଭମାନଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ତୁମ୍ଭେମାନେ ମୋ’ ବିରୁଦ୍ଧରେ ବିଦ୍ରୋହ କରି ଗ୍ଭଲିଛ। ବର୍ତ୍ତମାନ ସମସ୍ତ ମସ୍ତକ ଓ ସମସ୍ତ ହୃଦୟ ପୀଡ଼ିତ।


ଆଉ ଏବେ ଶୀହୋରର ଜଳପାନ କରିବାକୁ ତୁମ୍ଭେ ମିଶରର ପଥରେ କାହିଁକି ଯାଉଅଛ? ଅଥବା ଫରାତ୍ ନଦୀର ଜଳପାନ ନିମନ୍ତେ ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ?


ପରମେଶ୍ୱର ଦଣ୍ଡ ଦେଲେ ମଧ୍ୟ ସେମାନେ ପାପ କରିବାରୁ ନିବୃତ୍ତ ହେବେ ନାହିଁ। ସେମାନେ ତାଙ୍କ ନିକଟକୁ ଫେରିବେ ନାହିଁ କିଅବା ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଅନୁସରଣ କରିବେ ନାହିଁ।


ରାଜା ହିଜକିୟଙ୍କ ଚତୁର୍ଦ୍ଦଶ ବର୍ଷ ରାଜତ୍ୱ କାଳରେ ଅଶୂରର ରାଜା ସ‌‌‌ନ୍‌‌‌ହେରୀବ ସୁଦୃଢ଼ ପ୍ରାଚୀର ବେଷ୍ଟିତ ଯିହୁଦାର ନଗର ସବୁକୁ ଆକ୍ରମଣ କରି ତାକୁ ଅଧିକାର କଲେ।


Swiv nou:

Piblisite


Piblisite