Biblia Todo Logo
Bib sou entènèt

- Piblisite -




ଯିଶାଇୟ 66:22 - ପବିତ୍ର ବାଇବଲ

22 “କାରଣ ଆମ୍ଭେ ଯେଉଁ ନୂତନ ସ୍ୱର୍ଗମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେହିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ, ଏହା ସଦାପ୍ରଭୁ କୁହନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 କାରଣ ଆମ୍ଭେ ଯେଉଁ ନୂତନ ଆକାଶମଣ୍ତଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ, ଏହା ସଦାପ୍ରଭୁ କହନ୍ତି।

Gade chapit la Kopi

ଓଡିଆ ବାଇବେଲ

22 “କାରଣ ଆମ୍ଭେ ଯେଉଁ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେହିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ,” ଏହା ସଦାପ୍ରଭୁ କହନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 କାରଣ ଆମ୍ଭେ ଯେଉଁ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେହିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ, ଏହା ସଦାପ୍ରଭୁ କହନ୍ତି।

Gade chapit la Kopi




ଯିଶାଇୟ 66:22
19 Referans Kwoze  

“କାରଣ ଦେଖ, ଆମ୍ଭେ ନୂତନ ସ୍ୱର୍ଗମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁଅଛୁ। ତେଣୁ ପୂର୍ବକାଳର ବିଷୟସବୁ ବିସ୍ମୃତ ହେବ ଓ ସେଗୁଡ଼ିକ ଆଉ ସ୍ମୃତିକୁ ଆସିବ ନାହିଁ।


ଏହା ପରେ ମୁଁ ଗୋଟିଏ ନୂତନ ସ୍ୱର୍ଗ ଓ ନୂତନ ପୃଥିବୀ ଦେଖିଲି। ପ୍ରଥମ ସ୍ୱର୍ଗ ଓ ପ୍ରଥମ ପୃଥିବୀ ଅଦୃଶ୍ୟ ହୋଇଯାଇଥିଲା। ସେଠାରେ ଆଉ ସମୁଦ୍ର ନ ଥିଲା।


କିନ୍ତୁ ପରମେଶ୍ୱର ଆମ୍ଭକୁ ଗୋଟିଏ ପ୍ରତିଶ୍ରୁତି ଦେଇଛନ୍ତି। ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ଜଗତର ଅପେକ୍ଷାରେ ଅଛୁ। ତାହା ଧାର୍ମିକତାର ବାସସ୍ଥଳୀ ହେବ।


ମୁଁ ତୁମ୍ଭମାନଙ୍କୁ ଯାହାସବୁ କହିଛି, ସେ ସବୁ କଥା ପାଳନ କରିବା ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭେମାନେ ଦୃଢ଼ ବିଶ୍ୱାସ ରଖ। ଜଗତର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।”


ପୁଣି ତୁମ୍ଭେ ଯଦି ଆମ୍ଭର ଆଜ୍ଞାକୁ ଅବଧାନ କରିଥା’ନ୍ତ ତେବେ ତୁମ୍ଭର ବଂଶ ବାଲୁକା ତୁଲ୍ୟ ଓ ତୁମ୍ଭର ସନ୍ତାନଗଣ ବାଲୁକା କଣା ତୁଲ୍ୟ ହୋଇଥା’ନ୍ତେ। ତାହାର ନାମ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ କିମ୍ବା ବିନଷ୍ଟ ହୋଇ ନ ଥା’ନ୍ତା।”


“ହେ ମୋର ସେବକ ଇସ୍ରାଏଲ, ଆମ୍ଭେ ତୁମ୍ଭ ମୁଖରେ ଆମ୍ଭର ବାକ୍ୟ ରଖିଅଛୁ ଓ ଆମ୍ଭର ହସ୍ତର ଛାୟାରେ ତୁମ୍ଭକୁ ଆଚ୍ଛାଦନ କରିଅଛୁ। ତୁମ୍ଭେ ସିୟୋନକୁ ଏହା କହିବ ଯେ, ଆମ୍ଭେ ସ୍ୱର୍ଗମଣ୍ଡଳ ରୋପଣ କରିଅଛୁ ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛୁ, ‘ତୁମ୍ଭେମାନେ ମୋର ସନ୍ତାନ।’”


ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହେବ।


ସେମାନଙ୍କୁ ଆମ୍ଭେ ଆମ୍ଭ ମନ୍ଦିର ମଧ୍ୟରେ ଓ ଆମ୍ଭ ପ୍ରାଚୀର ଭିତରେ ପୁତ୍ରକନ୍ୟା ଅପେକ୍ଷା ଉତ୍ତମ ସ୍ମରଣାର୍ଥକ ସ୍ତମ୍ଭ ଓ ନାମ ଦେବା।”


କାରଣ ଆମ୍ଭେ ସଦାପ୍ରଭୁ ନ୍ୟାୟ ବିଗ୍ଭରକୁ ଭଲ ପାଉ। ଆମ୍ଭେ ଅଧର୍ମ ଓ ଅପହରଣକୁ ଘୃଣା କରୁ। ଆଉ ଆମ୍ଭେ ସତ୍ୟରେ ସେମାନଙ୍କୁ ପ୍ରତିଫଳ ଦେବା ଓ ସେମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଏକ ଚୁକ୍ତି କରିବା।


ପୁଣି ସେମାନଙ୍କ ବଂଶ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଓ ସେମାନଙ୍କ ସନ୍ତାନଗଣ ଗୋଷ୍ଠୀମାନଙ୍କ ମଧ୍ୟରେ ବିଖ୍ୟାତ ହେବେ। ସେମାନେ ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ ବଂଶ ବୋଲି ସେମାନଙ୍କୁ ଦେଖିବା ଲୋକ ସମସ୍ତେ ସ୍ୱୀକାର କରିବେ।”


ସେମାନେ ନିର୍ମାଣ କରିଥିବା ଗୃହରେ ଅନ୍ୟ ଲୋକ ବାସ କରି ପାରିବେ ନାହିଁ ଓ ସେମାନଙ୍କରୋପିତ ବୃକ୍ଷର ଫଳ ଅନ୍ୟ ଲୋକ ଭୋଗ କରିବ ନାହିଁ। କାରଣ ଆମ୍ଭ ଲୋକମାନଙ୍କର ଆୟୁ ବୃକ୍ଷର ଆୟୁତୁଲ୍ୟ ହେବ ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘକାଳ ପର୍ଯ୍ୟନ୍ତ ନିଜ ହସ୍ତକୃତ କର୍ମଫଳ ଭୋଗ କରିବେ।


ସେମାନେ ଅନିୟମିତ ପରିଶ୍ରମ କରିବେ ନାହିଁ। ସେମାନେ ବିନାଶ ପାଇଁ ଦୈବ ନିଯୁକ୍ତ ସନ୍ତାନ ପ୍ରସବ କରିବେ ନାହିଁ। ସେମାନେ ଓ ସେମାନଙ୍କର ସନ୍ତାନଗଣ ଆଶୀର୍ବାଦ ପାତ୍ରର ପରିବାରରୁ ହେବେ।


ସେତେବେଳେ ଆମ୍ଭେ ତୁମ୍ଭ ସମସ୍ତଙ୍କୁ ଏକତ୍ର ଫେରାଇ ଆଣିବା। ଆମ୍ଭେ ତୁମ୍ଭମାନଙ୍କୁ ଏପରି ସୁନାମଶାଳୀ କରାଇବା ଯାହା ଫଳରେ ସବୁଲୋକ ତୁମ୍ଭମାନଙ୍କର ପ୍ରଶଂସା କରିବେ। ତାହା ଘଟିବ ଯେତେବେଳେ ଆମ୍ଭେ ସମସ୍ତ ବନ୍ଦୀମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣି ମୁକ୍ତ କରିବା,” ସଦାପ୍ରଭୁ ଏହି ସମସ୍ତ କହିଥିଲେ।


ନିଜ ବିଷୟରେ ସଦାପ୍ରଭୁ କୁହନ୍ତି, “ସେମାନଙ୍କ ସହିତ ଆମ୍ଭର ଚୁକ୍ତି ହେଉଛି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭେ ଯେଉଁ ବାକ୍ୟସବୁ ତୁମ୍ଭ ମୁଖରେ ରଖିଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭର ବଂଶୋଦ୍ଭବ ବଂଶର ମୁଖରୁ ଅଦ୍ୟାବଧି ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ।”


ସଦାପ୍ରଭୁ କହନ୍ତି, “ଯଦି କେହି ଦିନରାତି ସହିତ ନିୟମ ଭଙ୍ଗ କରେ, ସେ ନିୟମିତ ଭାବରେ ଦେଖା ଦିଏ ନାହିଁ। ମାତ୍ର ଯଥା ସମୟରେ ଦିବାରାତ୍ରି ହୁଏ।


ମାତ୍ର ସେତେବେଳେ ଆମ୍ଭର ସେବକ ଦାଉଦ ସହିତ ନିୟମ ଭଙ୍ଗ କରାଯିବ। ତା'ର ବଂଶଧର ମଧ୍ୟରୁ ଜଣେ ସର୍ବଦା ଯିରୁଶାଲମରେ ଶାସନ କରିବ ଏବଂ ଏହି ଲେବୀୟ ଚିରଦିନ ମୋର ଯାଜକ ରୂପେ ସେବା କରିବ।


Swiv nou:

Piblisite


Piblisite