Biblia Todo Logo
Bib sou entènèt

- Piblisite -




ଯିଶାଇୟ 66:13 - ପବିତ୍ର ବାଇବଲ

13 ମା’ ଯେପରି ତା'ର ସନ୍ତାନକୁ ସାନ୍ତ୍ୱନା ଦିଏ, ଆମ୍ଭେ ସେହିପରି ତୁମ୍ଭମାନଙ୍କୁ ସାନ୍ତ୍ୱନା ଦେବା ଓ ତୁମ୍ଭେମାନେ ଯିରୁଶାଲମରେ ସାନ୍ତ୍ୱନା ଲାଭ କରିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଯେପରି ଜଣକୁ ତାହାର ମାତା ସାନ୍ତ୍ଵନା କରେ, ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ସାନ୍ତ୍ଵନା କରିବା ଓ ତୁମ୍ଭେମାନେ ଯିରୂଶାଲମରେ ସାନ୍ତ୍ଵନା ପାଇବ।

Gade chapit la Kopi

ଓଡିଆ ବାଇବେଲ

13 ଯେପରି ଜଣକୁ ତାହାର ମାତା ସାନ୍ତ୍ୱନା କରେ, ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ସାନ୍ତ୍ୱନା କରିବା ଓ ତୁମ୍ଭେମାନେ ଯିରୂଶାଲମରେ ସାନ୍ତ୍ୱନା ପାଇବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଯେପରି ଜଣକୁ ତାହାର ମାତା ସାନ୍ତ୍ୱନା କରେ, ସେହିପରି ଆମ୍ଭେ ତୁମ୍ଭମାନଙ୍କୁ ସାନ୍ତ୍ୱନା କରିବା ଓ ତୁମ୍ଭେମାନେ ଯିରୂଶାଲମରେ ସାନ୍ତ୍ୱନା ପାଇବ।

Gade chapit la Kopi




ଯିଶାଇୟ 66:13
13 Referans Kwoze  

ଆମ୍ଭ ଅସୁବିଧା ସମୟରେ ସେ ଆମ୍ଭକୁ ସର୍ବଦା ସାନ୍ତ୍ୱନା ପ୍ରଦାନ କରନ୍ତି, ଏବଂ ଆମ୍ଭେ ମଧ୍ୟ ଅନ୍ୟ ଲୋକମାନଙ୍କର ଅସୁବିଧା ସମୟରେ ସାନ୍ତ୍ୱନା ପ୍ରଦାନ କରି ପାରିବା। ଆମ୍ଭକୁ ପରମେଶ୍ୱର ଯେଉଁ ପ୍ରକାର ସାନ୍ତ୍ୱନା ଦିଅନ୍ତି, ଆମ୍ଭେ ସେହିମାନଙ୍କୁ ସେହି ପ୍ରକାର ସାନ୍ତ୍ୱନା ପ୍ରଦାନ କରି ପାରିବା।


ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତ। ଅତଏବ ତୁମ୍ଭମାନଙ୍କ ମଧ୍ୟରେ ଥିଲାବେଳେ ଆମ୍ଭେମାନେ ତୁମ୍ଭମାନଙ୍କ ଦ୍ୱାରା କାମ କରାଇବା ପାଇଁ ଆମ୍ଭ ଅଧିକାର ପ୍ରୟୋଗ କରି ପାରିଥାଆନ୍ତୁ। କିନ୍ତୁ ଆମ୍ଭେ ତୁମ୍ଭମାନଙ୍କ ସହିତ ଭଦ୍ର ବ୍ୟବହାର କଲୁ। ଜଣେ ମା ନିଜ ଶିଶୁମାନଙ୍କର ଯେପରି ଯତ୍ନ ନିଏ, ଆମ୍ଭେ ଠିକ୍ ସେହିପରି କଲୁ।


ସେହିପରି ସଦାପ୍ରଭୁ ସିୟୋନକୁ ଆଶୀର୍ବାଦ କରିବେ; ସେ ତାହାର ଉପଦ୍ରୁତ ସ୍ଥାନଗୁଡ଼ିକ ପାଇଁ ଦୁଃଖିତ ହେବେ। ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ୟ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ୟ କରିବେ। ତାହାର ଲୋକମାନେ ଆନନ୍ଦିତ ଓ ଉଲ୍ଲସିତ ହେବେ ଏବଂ ସଙ୍ଗୀତ ଧ୍ୱନି କରି ଧନ୍ୟବାଦ ଦେବେ।


ତୁମ୍ଭର ପରମେଶ୍ୱର ଏହା କୁହନ୍ତି, “ମୋ’ ଲୋକମାନଙ୍କୁ ସାନ୍ତ୍ୱନା ଦିଅ, ସାନ୍ତ୍ୱନା ଦିଅ।


ଯିରୁଶାଲମକୁ ପ୍ରେମ କରୁଥିବା ତୁମ୍ଭେମାନେ ସମସ୍ତେ ତା’ ସହିତ ଆନନ୍ଦ କର ଓ ତା’ ପାଇଁ ଉଲ୍ଲସିତ ହୁଅ। ପୁଣି ତା’ ପାଇଁ ଶୋକ କରୁଥିବା ତୁମ୍ଭେମାନେ ସମସ୍ତେ ତା'ର ଆନନ୍ଦ ପାଇଁ ଉଲ୍ଲାସ କର।


ହେ ଯିରୁଶାଲମ, ଯଦି ମୁଁ ତୁମ୍ଭକୁ କେବେ ଭୁଲେ, ତେବେ ମୋର କାମନା କି ମୁଁ ଆଉ କୌଣସି ଗୀତ ଗାଇ ପାରିବି ନାହିଁ। ମୁଁ ପ୍ରତିଜ୍ଞା କରୁଅଛି ଯେ, ଯିରୁଶାଲମ ସର୍ବଦା ମୋର ଆନନ୍ଦ ଧାମ ହୋଇ ରହିବ।


ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱରଙ୍କ ପ୍ରଶଂସା ହେଉ। ସେ ପିତା ଅଟନ୍ତି, ସେ କରୁଣାରେ ପରିପୂର୍ଣ୍ଣ ଓ ସମସ୍ତ ବିଷୟରେ ସାନ୍ତ୍ୱନାଦାତା ପରମେଶ୍ୱର।


ମୁଁ ଅତି ବ୍ୟସ୍ତ ଓ ଚିନ୍ତିତ ଥିଲା ବେଳେ, ସଦାପ୍ରଭୁ ମୋତେ ଆନନ୍ଦ ଓ ଖୁସୀ ଦେଲେ।


ସେହି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, “ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପରେ କ୍ରୋଧାନ୍ୱିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କ୍ରୋଧ ନିବୃତ୍ତ ହୋଇଅଛି, ତୁମ୍ଭେ ତୁମ୍ଭର ପ୍ରେମ ଆମ୍ଭକୁ ଦେଖାଇଅଛ।


ତୁମ୍ଭେମାନେ ଯିରୁଶାଲମକୁ ଦୟାପୂର୍ଣ୍ଣ ମଧୁର ବାକ୍ୟ କୁହ। ‘ତାହାର ସଂଗ୍ରାମ ଶେଷ ହୋଇଛି ଓ ତାହାର ପାପକୁ କ୍ଷମା କରାଯାଇଛି।’ ସେ ନିଜର ପାପପାଇଁ ସଦାପ୍ରଭୁଙ୍କଠାରୁ ଦୁଇଗୁଣ ଦଣ୍ଡ ପାଇଅଛି ବୋଲି ପ୍ରଗ୍ଭର କର।”


ହେ ସ୍ୱର୍ଗମଣ୍ଡଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ; ହେ ପର୍ବତଗଣ, ଉଚ୍ଚ ସ୍ୱରରେ ଆନନ୍ଦ ଧ୍ୱନି କର; କାରଣ ସଦାପ୍ରଭୁ ନିଜ ଲୋକମାନଙ୍କୁ ସାନ୍ତ୍ୱନା କରିଛନ୍ତି ଓ ନିଜର ପୀଡ଼ିତ ଲୋକମାନଙ୍କୁ କରୁଣା କରିଛନ୍ତି।


ସଦାପ୍ରଭୁ କୁହନ୍ତି, “ଆମ୍ଭେ ହେଉଛୁ ସେହି ଯେ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦିଅନ୍ତି, ତେବେ ତୁମ୍ଭେ କାହିଁକି ମରଣଶୀଳ ମାନବ ଯେ କି ତୃଣତୁଲ୍ୟ ଏପରି ମାନବର ସନ୍ତାନକୁ ଭୟ କରୁଅଛ?”


Swiv nou:

Piblisite


Piblisite