Biblia Todo Logo
Bib sou entènèt

- Piblisite -




ଯିଶାଇୟ 66:11 - ପବିତ୍ର ବାଇବଲ

11 ତହିଁରେ ତୁମ୍ଭେମାନେ ତାହାର ଦୟାରୂପ ସ୍ତନ୍ୟପାନ କରି ତୃପ୍ତ ହେବ; ତୁମ୍ଭେମାନେ ତା'ର “ଦୁ‌ଗ୍‌ଧ” ଦୋହନ କରି ତାହାର ଐଶ୍ୱର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତହିଁରେ ତୁମ୍ଭେମାନେ ତାହାର ସାନ୍ତ୍ଵନାରୂପ ସ୍ତନ୍ୟ ପାନ କରି ତୃପ୍ତ ହେବ; ତୁମ୍ଭେମାନେ ଦୁଗ୍ଧ ଦୁହିଁ ତାହାର ଐଶ୍ଚର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ।

Gade chapit la Kopi

ଓଡିଆ ବାଇବେଲ

11 ତହିଁରେ ତୁମ୍ଭେମାନେ ତାହାର ସାନ୍ତ୍ୱନାରୂପ ସ୍ତନ୍ୟ ପାନ କରି ତୃପ୍ତ ହେବ; ତୁମ୍ଭେମାନେ ଦୁଗ୍ଧ ଦୁହିଁ ତାହାର ଐଶ୍ୱର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତହିଁରେ ତୁମ୍ଭେମାନେ ତାହାର ସାନ୍ତ୍ୱନାରୂପ ସ୍ତନ୍ୟପାନ କରି ତୃପ୍ତ ହେବ; ତୁମ୍ଭେମାନେ ଦୁଗ୍ଧ ଦୁହିଁ ତାହାର ଐଶ୍ୱର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ।”

Gade chapit la Kopi




ଯିଶାଇୟ 66:11
9 Referans Kwoze  

ତୁମ୍ଭେ ଯାହା ଗ୍ଭହିଁବ, ଅନ୍ୟ ଦେଶ ତୁମ୍ଭକୁ ତାହା ଦେବ। ଏହା ଏକ ଶିଶୁ ପରି ହେବ ଯେ କି ଆପଣା ମା’ର କ୍ଷୀର ପାନ କରୁଛି। ତୁମ୍ଭେ ରାଜାମାନଙ୍କର ଐଶ୍ୱର୍ଯ୍ୟ ପାନ କରିବ। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ତୁମ୍ଭର ମୁକ୍ତିଦାତା ଓ ଯାକୁବର ବଳଦାତା ଅଟୁ ତାହା ତୁମ୍ଭେ ଜାଣିବ।


“ସେହି ଦିନ ପର୍ବତଗୁଡ଼ିକ ମଧୁର ଦ୍ରାକ୍ଷାରସ କ୍ଷରଣ କରିବେ। ପାହାଡ଼ଗୁଡ଼ିକରୁ ଦୁ‌ଗ୍‌ଧ ପ୍ରବାହିତ ହେବ। ଯିହୁଦାର ସମସ୍ତ ଶୁଷ୍କ ନଦୀଗୁଡ଼ିକ ଜଳପୂର୍ଣ୍ଣ ହେବେ। ସଦାପ୍ରଭୁଙ୍କ ମନ୍ଦିରରୁ ଏକ ଝରଣା ନିର୍ଗତ ହେବ। ତାହା ଶିଟୀମର ଉପତ୍ୟକାକୁ ଜଳମୟ କରିବ।


“ସେତେବେଳେ ତୁମ୍ଭେ ତାହା ଦେଖି ଦୀପ୍ତିମାନ ହେବ ଓ ତୁମ୍ଭର ହୃଦୟ ଉଲ୍ଲସିତ ହେବ। କାରଣ ସମୁଦ୍ରର ସମସ୍ତ ଦ୍ରବ୍ୟ ଓ ଅନ୍ୟ ଦେଶୀୟମାନଙ୍କର ସମ୍ପତ୍ତି ତୁମ୍ଭ ନିକଟକୁ ଆସିବ।


ହେ ସଦାପ୍ରଭୁ, ସେମାନେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀୟାନ ହୁଅନ୍ତି। ତୁମ୍ଭେ ତୁମ୍ଭର ନଦୀରୁ ସେମାନଙ୍କୁ ପାନ କରିବାକୁ ଦିଅ।


ନୂତନ ଜନ୍ମଲାଭ କରିଥିବା ଶିଶୁ ଭଳି ହୁଅ। ତୁମ୍ଭ ଆତ୍ମାକୁ ପରିତୃପ୍ତ କରୁଥିବା ବିଶୁଦ୍ଧ ଦୁ‌ଗ୍‌ଧ ପାନ ପାଇଁ ତୁମ୍ଭେ ଲାଳାୟିତ ହୁଅ। ଏହାକୁ ପାନ କରିବା ଦ୍ୱାରା ତୁମ୍ଭେ ବୃଦ୍ଧି ପାଇବ ଓ ଉଦ୍ଧାର ପାଇବ।


ପୁଣି ରାଜାମାନେ ତୁମ୍ଭର ପାଳିତ ପିତା ହେବେ ଓ ସେମାନଙ୍କର ରାଣୀମାନେ ତୁମ୍ଭର ପାଳିତା ମାତା ହେବେ, ସେମାନେ ନତମୁଖ ହୋଇ ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭର ପାଦର ଧୂଳି ଗ୍ଭଟିବେ; ତେଣୁ ଆମ୍ଭେ ଯେ ସଦାପ୍ରଭୁ ଓ ଯେ ଆମ୍ଭ ଉପରେ ବିଶ୍ୱାସ ରଖନ୍ତି, ସେ ଲଜ୍ଜିତ ହେବେ ନାହିଁ, ଏହା ତୁମ୍ଭେ ଜାଣିବ।”


“ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କ ମହିମା ତୁମ୍ଭ ଉପରେ ପ୍ରତିଭାତ ହୋଇଛି।


କାରଣ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେବ ଓ ଘନ ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ; ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଆଲୋକ ପ୍ରଦାନ କରିବେ ଓ ତାଙ୍କର ମହିମା ତୁମ୍ଭ ଉପରେ ଦେଖାଯିବ।


ସେତେବେଳେ ଅନ୍ୟ ଦେଶୀୟମାନେ ତୁମ୍ଭର ଧର୍ମ ଓ ରାଜାମାନେ ତୁମ୍ଭର ମହିମା ଦେଖିବେ; ଆଉ ତୁମ୍ଭେ ସଦାପ୍ରଭୁଙ୍କ ମୁଖରେ ଏକ ନୂତନ ନାମରେ ଖ୍ୟାତ ହେବ।


Swiv nou:

Piblisite


Piblisite