Biblia Todo Logo
Bib sou entènèt

- Piblisite -




ଯିଶାଇୟ 65:12 - ପବିତ୍ର ବାଇବଲ

12 ତୁମ୍ଭମାନଙ୍କୁ ଆମ୍ଭେ ‌‌ଖ‌ଡ଼୍‌ଗରେ ଚ୍ଛେଦନ କରିବା ଓ ତୁମ୍ଭେ ସମସ୍ତେ ବଧ୍ୟସ୍ଥାନରେ ନଇଁ ପଡ଼ିବ। କାରଣ ଆମ୍ଭେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର କଲ ନାହିଁ, ଆମ୍ଭେ କଥା କହିଲା ବେଳେ ତୁମ୍ଭେମାନେ ଶୁଣିଲ ନାହିଁ। କିନ୍ତୁ ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ ସେହି କାର୍ଯ୍ୟ କଲ ଓ ଯାହା ଆମ୍ଭକୁ ଅସନ୍ତୁଷ୍ଟ କରିବ ସେହି କାର୍ଯ୍ୟକୁ ମନୋନୀତ କଲ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ତୁମ୍ଭମାନଙ୍କୁ ଆମ୍ଭେ ଖଡ଼୍‍ଗ ନିମନ୍ତେ ନିରୂପଣ କରିବା ଓ ତୁମ୍ଭେ ସମସ୍ତେ ବଧ୍ୟ ସ୍ଥାନରେ ନଇଁ ପଡ଼ିବ; କାରଣ ଆମ୍ଭେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର ଦେଲ ନାହିଁ ଆମ୍ଭେ କଥା କହିଲା ବେଳେ ତୁମ୍ଭେମାନେ ଶୁଣିଲ ନାହିଁ; ମାତ୍ର ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ ତୁମ୍ଭେମାନେ କଲ ଓ ଯହିଁରେ ଆମ୍ଭେ ସନ୍ତୁଷ୍ଟ ନୋହୁଁ, ତାହା ହିଁ ମନୋନୀତ କଲ।

Gade chapit la Kopi

ଓଡିଆ ବାଇବେଲ

12 ତୁମ୍ଭମାନଙ୍କୁ ଆମ୍ଭେ ଖଡ୍ଗ ନିମନ୍ତେ ନିରୂପଣ କରିବା ଓ ତୁମ୍ଭେ ସମସ୍ତେ ବଧ ସ୍ଥାନରେ ନଇଁ ପଡ଼ିବ; କାରଣ ଆମ୍ଭେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର ଦେଲ ନାହିଁ; ଆମ୍ଭେ କଥା କହିଲା ବେଳେ ତୁମ୍ଭେମାନେ ଶୁଣିଲ ନାହିଁ; ମାତ୍ର ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ ତୁମ୍ଭେମାନେ କଲ ଓ ଯହିଁରେ ଆମ୍ଭେ ସନ୍ତୁଷ୍ଟ ନୋହୁଁ, ତାହା ହିଁ ମନୋନୀତ କଲ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତୁମ୍ଭମାନଙ୍କୁ ଆମ୍ଭେ ଖଡ୍ଗ ନିମନ୍ତେ ନିରୂପଣ କରିବା ଓ ତୁମ୍ଭେ ସମସ୍ତେ ବଧ ସ୍ଥାନରେ ନଇଁ ପଡ଼ିବ; କାରଣ ଆମ୍ଭେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର ଦେଲ ନାହିଁ; ଆମ୍ଭେ କଥା କହିଲା ବେଳେ ତୁମ୍ଭେମାନେ ଶୁଣିଲ ନାହିଁ; ମାତ୍ର ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ ତୁମ୍ଭେମାନେ କଲ ଓ ଯହିଁରେ ଆମ୍ଭେ ସନ୍ତୁଷ୍ଟ ନୋହୁଁ, ତାହା ହିଁ ମନୋନୀତ କଲ।”

Gade chapit la Kopi




ଯିଶାଇୟ 65:12
34 Referans Kwoze  

ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଏହିସବୁ ଦୁଷ୍କର୍ମ କରିଅଛ। ମୁଁ ତୁମ୍ଭମାନଙ୍କୁ ବାରମ୍ବାର କହିଲି, କିନ୍ତୁ ତୁମ୍ଭେମାନେ ମୋ’ କଥା ଶୁଣିଲ ନାହିଁ। ମୁଁ ତୁମ୍ଭମାନଙ୍କୁ ଡାକିଲି, କିନ୍ତୁ ତୁମ୍ଭେମାନେ ଉତ୍ତର ଦେଲ ନାହିଁ।


ଆମ୍ଭେ ଆସିଲା ବେଳେ କାହିଁକି କେହି ଉପସ୍ଥିତ ନ ଥିଲ? ଆମ୍ଭେ ଡାକିଲା ବେଳେ କେହି ଉତ୍ତର ଦେବାକୁ କାହିଁକି ନ ଥିଲ? ଆମ୍ଭର ହସ୍ତ କ’ଣ ଛୋଟ ଯେ ତାହା ମୁକ୍ତ କରି ପାରିବ ନାହିଁ? କିମ୍ବା ଉଦ୍ଧାର କରିବା ପାଇଁ ଆମ୍ଭର କ’ଣ ପରାକ୍ରମ ନାହିଁ? ଦେଖ, ଆମ୍ଭର ଆଦେଶରେ ସମୁଦ୍ର ଶୁଖିଯାଇପାରେ ଓ ନଦନଦୀକୁ ପ୍ରାନ୍ତର କରିଦେଇ ପାରୁ। ସେଥିରେ ଥିବା ମତ୍ସ୍ୟ ଜଳ ଅଭାବରୁ ତୃଷାର୍ତ୍ତ ହୋଇ ମରିଯିବେ ଓ ଦୁର୍ଗନ୍ଧ ହେବ।


ସେ ତାହାଙ୍କ ନିଜ ଜଗତକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ,


ରାଜା ଖୁବ୍ ରାଗିଗଲେ। ତାହାଙ୍କ ଗ୍ଭକରମାନଙ୍କୁ ଯେଉଁମାନେ ମାରିଦେଲେ, ସେମାନଙ୍କୁ ମାରିଦେବା ପାଇଁ ରାଜା ସୈନ୍ୟ ପଠାଇଲେ। ସୈନ୍ୟମାନେ ସେହି ହତ୍ୟାକାରୀମାନଙ୍କୁ ମାରିଦେଲେ ଓ ତାହାଙ୍କ ନଗରକୁ ପୋଡ଼ିଦେଲେ।


ରାଜା କେତେକ ଲୋକଙ୍କୁ ବିବାହ ଭୋଜିକୁ ନିମନ୍ତ୍ରଣ କଲେ। ସବୁ ପ୍ରସ୍ତୁତ ହୋଇ ସାରିବା ପରେ ରାଜା ସେହି ଅତିଥିମାନଙ୍କୁ ଡାକିବାକୁ ଗ୍ଭକରମାନଙ୍କୁ ପଠାଇଲେ। କିନ୍ତୁ ସେମାନେ ରାଜାଙ୍କ ଭୋଜିକୁ ଆସିବାକୁ ମନା କରିଦେଲେ।


ଏହିଗୁଡ଼ିକ କ’ଣ ସେହି ବାକ୍ୟଗୁଡ଼ିକ ନୁହେଁ? ଯାହା ସଦାପ୍ରଭୁ ପୂର୍ବ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମାଧ୍ୟମରେ କହିଥିଲେ? ସେ ଏ କଥା କହିଥିଲେ ଯେତେବେଳେ ଯିରୁଶାଲମ ବସତି ବହୁଳ ଓ ସମୃଦ୍ଧିଶାଳୀ ଥିଲା। ଏବଂ ତା'ର ଚତୁର୍ଦ୍ଦିଗର ନଗରଗୁଡ଼ିକ ନେଗେଭ ଏବଂ ସିଫେଲା ବସତି ବହୁଳ ଥିଲା।’”


“ଏଣୁ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଆପଣା ପ୍ରତିବାସୀଙ୍କୁ “ମୁକ୍ତ ଦେବା ପାଇଁ “‘ଆମ୍ଭ ନିୟମର ପାଳନ କରି ନାହଁ। ଏଣୁ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇ ବିନାଶ କରିବା ଓ ପୃଥିବୀର ସମସ୍ତ ରାଜ୍ୟ ଆତଙ୍କିତ ହେବ, ଯାହା ଆମ୍ଭେ ତୁମ୍ଭମାନଙ୍କ ପାଇଁ କରିବା।


ତେଣୁ ସେମାନଙ୍କର ସନ୍ତାନଗଣ ଦୁର୍ଭିକ୍ଷରେ କବଳିତ ହୁଅନ୍ତୁ। ସେମାନଙ୍କର ଶତ୍ରୁ ସେମାନଙ୍କୁ ‌‌ଖ‌ଡ଼୍‌ଗରେ ପରାସ୍ତ କରନ୍ତୁ। ସେମାନଙ୍କର ସ୍ତ୍ରୀମାନେ ସନ୍ତାନହୀନା ଓ ବିଧବା ହୁଅନ୍ତୁ। ସେମାନଙ୍କର ପୁରୁଷଗଣ ମୃତ୍ୟୁବରଣ କରନ୍ତୁ ଓ ସେମାନଙ୍କର ଯୁବାଗଣ ଯୁଦ୍ଧରେ ନିହତ ହୁଅନ୍ତୁ।


କାରଣ ସେମାନଙ୍କର ସମସ୍ତ କାର୍ଯ୍ୟରେ ଆମ୍ଭର ଦୃଷ୍ଟି ଅଛି। ସେମାନଙ୍କର କୌଣସି ଜିନିଷ ଆମ୍ଭ ସାକ୍ଷାତରୁ ଗୁପ୍ତ ରହି ନାହିଁ। କିଅବା ସେମାନଙ୍କର କୌଣସି ଅଧର୍ମ ଆମ୍ଭର ଅଗୋଚର ନୁହେଁ।


ସେହି ଲୋକମାନେ ଉଦ୍ୟାନରେ ବଳିଦାନ କରି ଓ ଆମ୍ଭ ସମ୍ମୁଖରେ ଗୁଡ଼ିଏ ଇଟା ଉପରେ ଧୂପ ଜଳାଇ କ୍ରମାଗତ ଭାବରେ ଆମ୍ଭକୁ ବିରକ୍ତ କରାନ୍ତି।


ଆମ୍ଭେ ଅନାଇଲା ବେଳେ କେହି ନାହିଁ। ପୁଣି ପ୍ରଶ୍ନ କଲାବେଳେ ସେମାନଙ୍କ ମଧ୍ୟରେ କେହି ଜଣେ ମନ୍ତ୍ରଣା ଦାତା ସୁଦ୍ଧା ଉତ୍ତର ଦେବାକୁ ନାହିଁ।


ସେଦିନ ସଦାପ୍ରଭୁ ଆପଣାର ଦାରୁଣ, ବୃହତ୍ ଓ ଦୃଢ଼ ‌‌ଖ‌ଡ଼୍‌ଗ ଦ୍ୱାରା ଦ୍ରୁତଗାମୀ ସର୍ପ ଲିବିୟାଥନକୁ ଓ ବକ୍ରଗାମୀ ସର୍ପ ଲିବିୟାଥନକୁ ଶାସ୍ତି ଦେବେ ଓ ସମୁଦ୍ରସ୍ଥ ଦୀର୍ଘକାୟ ଜନ୍ତୁକୁ ସଂହାର କରିବେ।


ତୁମ୍ଭେ ଜଣେ ବନ୍ଦୀଲୋକ ପରି ମୁଣ୍ଡ ନୁଆଁଇବ। ଜଣେ ମୃତଲୋକ ପରି ପଡ଼ିରହିବ। ମାତ୍ର ତାହା ତୁମ୍ଭକୁ ସାହାଯ୍ୟ କରିବ ନାହିଁ। ପରମେଶ୍ୱର ତଥାପି କ୍ରୋଧାନ୍ୱିତ ରହିବେ। ସେ ତଥାପି ତୁମ୍ଭକୁ ଦଣ୍ଡ ଦେବାକୁ ପ୍ରସ୍ତୁତ ରହିବେ।


ସେହି ସମୟରେ ତୁମ୍ଭର ପୁରୁଷଗଣ ‌‌ଖ‌ଡ଼୍‌ଗ ଘାତରେ ଓ ଯୋଦ୍ଧାଗଣ ଯୁଦ୍ଧରେ ନିହତ ହେବେ।


“ତୁମ୍ଭେମାନେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦକାର୍ଯ୍ୟରୁ ନିବୃତ୍ତ ହୁଅ। ମୁଁ ତୁମ୍ଭମାନଙ୍କର ସେହି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ।


ରାସ୍ତାରେ ସୈନ୍ୟମାନେ ସେମାନଙ୍କୁ ହତ୍ୟା କରିବେ। ସେମାନଙ୍କ ଗୃହରେ ଭୟଙ୍କର କାର୍ଯ୍ୟମାନ ହେବ। ସୈନ୍ୟମାନେ ଯୁବକ ଓ ଯୁବତୀମାନଙ୍କୁ ହତ୍ୟା କରିବେ। ସେମାନେ ବୁଢ଼ା ଓ ପିଲାମାନଙ୍କୁ ହତ୍ୟା କରିବେ।


ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ‌‌ଖ‌ଡ଼୍‌ଗ ଆଣିବା, ତାହା ନିୟମ ଲଙ୍ଘନର ପ୍ରତିଫଳ ହେବ। ତୁମ୍ଭେମାନେ ନଗର ମଧ୍ୟରେ ଏକତ୍ର ହେଲେ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ମହାମାରୀ ପଠାଇବା, ତହିଁରେ ତୁମ୍ଭେମାନେ ଶତ୍ରୁ ହସ୍ତରେ ସମର୍ପିତ ହେବ।


ଯଦି ତୁମ୍ଭେମାନେ ମୋର ବାକ୍ୟ ପ୍ରତି ଧ୍ୟାନ ନ ଦିଅ ଏବଂ ମୋର ବିରୁଦ୍ଧାଚରଣ କର, ତେବେ ତୁମ୍ଭର ଶତ୍ରୁ ତୁମ୍ଭକୁ ଧ୍ୱଂସ କରିବେ।” ସଦାପ୍ରଭୁ ନିଜେ ଏହିସବୁ କହିଛନ୍ତି।


କାରଣ ସଦାପ୍ରଭୁ ଦେଶୀୟ ସମସ୍ତଙ୍କ ବିପକ୍ଷରେ ଓ ସମସ୍ତ ସୈନ୍ୟସାମନ୍ତଙ୍କ ପ୍ରତିକୂଳରେ ତାଙ୍କର ପ୍ରଚଣ୍ଡ କ୍ରୋଧ ପ୍ରକାଶ କରିଛନ୍ତି। ସଦାପ୍ରଭୁ ସେମାନଙ୍କୁ ବିନାଶ କରିବେ ଓ ସେ ମଧ୍ୟ ସେ ସମସ୍ତଙ୍କର ବିନାଶର କାରଣ ହେବେ।


ସଦାପ୍ରଭୁ କୁହନ୍ତି, “ଏହା ଘଟିବ ଯେତେବେଳେ ଆମ୍ଭର ‌‌ଖ‌ଡ଼୍‌ଗ ପରିତୃପ୍ତ ରୂପେ ପାନ କରିଛି।” ଦେଖ, ବିଗ୍ଭର ସାଧନ ନିମନ୍ତେ ତାହା ଇଦୋମର ଓ ଆମ୍ଭର ଅଭିଶପ୍ତ ଲୋକମାନଙ୍କ ଉପରେ ପଡ଼ିବ।


ସଦାପ୍ରଭୁଙ୍କ ‌‌ଖ‌ଡ଼୍‌ଗ ରକ୍ତରେ ପରିତୃପ୍ତ ଓ ମେଦରେ ଓ ଛାଗଗଣର ଗୁରୁଦାର ମେଦରେ ପୁଷ୍ଟ। କାରଣ ବସ୍ତ୍ରରେ ସଦାପ୍ରଭୁଙ୍କର ଏକ ଯଜ୍ଞ ଓ ଇଦୋମ ଦେଶରେ ଏକ ମହା ହତ୍ୟାକାଣ୍ଡ ହେବ।


ପୁଣି ଆମ୍ଭେ ନିଜର କ୍ରୋଧରେ ଲୋକମାନଙ୍କୁ ଦଳି ପକାଇଲୁ ଓ ଆମ୍ଭ କୋପରେ ସେମାନଙ୍କୁ ମତ୍ତ କରାଇଲୁ; ପୁଣି ଭୂମିରେ ସେମାନଙ୍କର ପ୍ରାଣର ରକ୍ତ ଢାଳି ଦେଲୁ।”


କାରଣ ସଦାପ୍ରଭୁ ଅଗ୍ନି ଓ ‌‌ଖ‌ଡ଼୍‌ଗ ଦ୍ୱାରା ମର୍ତ୍ତ୍ୟର ସମସ୍ତ ବିବାଦ ନିଷ୍ପନ୍ନ କରିବେ। ସେତେବେଳେ ସଦାପ୍ରଭୁଙ୍କ ଦ୍ୱାରା ନିହତ ଲୋକ ଅନେକ ହେବେ।


“ହେ ଯିରିମିୟ, ତୁମ୍ଭେ ଏହିକଥା ସେମାନଙ୍କୁ କହିବ। ମାତ୍ର ସେମାନେ ତୁମ୍ଭ କଥା ଶୁଣିବେ ନାହିଁ। ତୁମ୍ଭେ ସେମାନଙ୍କୁ ଆହ୍ୱାନ କରିବ, ମାତ୍ର ସେମାନେ ତୁମ୍ଭକୁ ଉତ୍ତର କରିବେ ନାହିଁ।


ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, “ଆମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଅଛୁ, ତାହା ସେମାନଙ୍କ ପ୍ରତି ଘଟାଇବା। କାରଣ ଆମ୍ଭେ ସେମାନଙ୍କୁ ଯେଉଁ କଥା କହିଅଛୁ, ସେମାନେ ଶୁଣୁ ନାହାନ୍ତି। ଆଉ ଆମ୍ଭେ ସେମାନଙ୍କୁ ଡାକିଅଛୁ, ମାତ୍ର ସେମାନେ ଉତ୍ତର ଦେଇ ନାହାନ୍ତି।”


କେତେକ ଲୋକ ଆମ୍ଭ କଥା ଶୁଣିବେ ନାହିଁ। କିନ୍ତୁ ଆମ୍ଭେ ଆପଣା କ୍ରୋଧ ପ୍ରକାଶ କରିବା ଏବଂ ସେହି ଲୋକମାନଙ୍କ ଉପରେ ପ୍ରତିଶୋଧ ନେବା।”


ତେଣୁ ସତ୍ୟତାର ଅଭାବ ହୋଇଅଛି ଓ ଯେ ଦୁଷ୍କର୍ମ ତ୍ୟାଗ କରେ ସେ ଲୁଣ୍ଠିତ ହୁଏ। ପୁଣି ସଦାପ୍ରଭୁ ଏହା ଦେଖିଲେ ଓ ନ୍ୟାୟବିଗ୍ଭର ନ ଥିବାରୁ ଅସନ୍ତୁଷ୍ଟ ହେଲେ।


Swiv nou:

Piblisite


Piblisite