Biblia Todo Logo
Bib sou entènèt

- Piblisite -




ଯିଶାଇୟ 65:10 - ପବିତ୍ର ବାଇବଲ

10 ଆଉ ଯେଉଁମାନେ ଆମ୍ଭକୁ ଅନ୍ୱେଷଣ କରନ୍ତି ସେମାନଙ୍କ ପାଇଁ ଶାରୋଣ ଏକ ମେଷମାନଙ୍କର ଗ୍ଭରଣଭୂମି ଓ ଆଖୋର ଉପତ୍ୟକା ଗୋପଲର ଶୟନସ୍ଥଳ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଆଉ, ଆମ୍ଭର ଯେଉଁ ଲୋକମାନେ ଆମ୍ଭର ଅନ୍ଵେଷଣ କରିଅଛନ୍ତି, ସେମାନଙ୍କ ନିମନ୍ତେ ଶାରୋଣ ଏକ ମେଷ ଖୁଆଡ଼ ଓ ଆଖୋର ଉପତ୍ୟକା ଗୋପଲର ଶୟନ ସ୍ଥାନ ହେବ।

Gade chapit la Kopi

ଓଡିଆ ବାଇବେଲ

10 ଆଉ, ଆମ୍ଭର ଯେଉଁ ଲୋକମାନେ ଆମ୍ଭର ଅନ୍ୱେଷଣ କରିଅଛନ୍ତି, ସେମାନଙ୍କ ନିମନ୍ତେ ଶାରୋଣ ଏକ ମେଷ ଖୁଆଡ଼ ଓ ଆଖୋର୍‍ ଉପତ୍ୟକା ଗୋପଲର ଶୟନ ସ୍ଥାନ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଆଉ, ଆମ୍ଭର ଯେଉଁ ଲୋକମାନେ ଆମ୍ଭର ଅନ୍ୱେଷଣ କରିଅଛନ୍ତି, ସେମାନଙ୍କ ନିମନ୍ତେ ଶାରୋଣ ଏକ ମେଷ ଖୁଆଡ଼ ଓ ଆଖୋର୍‍ ଉପତ୍ୟକା ଗୋପଲର ଶୟନ ସ୍ଥାନ ହେବ।

Gade chapit la Kopi




ଯିଶାଇୟ 65:10
13 Referans Kwoze  

ତା'ର ଅପାର ଆନନ୍ଦ ଉଲ୍ଲାସ ନୃତ୍ୟ ଓ ଗାନ ମାଧ୍ୟମରେ ପ୍ରଦର୍ଶନ କରିବ। ଲିବାନୋ‌ନ୍‌ର ପରାକ୍ରମ, କର୍ମିଲ ଓ ଶାରୋଣର ଶୋଭା ସେ ପ୍ରାପ୍ତ ହେବ। ଏସବୁ ଘଟିବ, କାରଣ ସେମାନେ ସଦାପ୍ରଭୁଙ୍କର ମହିମା ଏବଂ ସେମାନେ ପରମେଶ୍ୱରଙ୍କ ଶୋଭା ଦେଖିବେ।


ଦେଶ ଜଟିଳ ସମସ୍ୟା ଏବଂ ଅବସନ୍ନ ରୂପ ପରିଧାନ କରିଛି। ଲିବାନୋନ ଲଜ୍ଜିତ ଓ ଶୁଷ୍କ ଦେଖା ଯାଉଛି, ଶାରୋଣ ଅରଣ୍ୟ ତୁଲ୍ୟ ଦେଖା ଯାଉଛି। ବାଶନ୍ ଓ କର୍ମିଲର ପତ୍ର ଝାଡ଼ି ହୋଇଛି।


ସେଠାରେ ଆମ୍ଭେ ତାକୁ ଦ୍ରାକ୍ଷାକ୍ଷେତ୍ର ଦେବା। ଆମ୍ଭେ ତାକୁ ଆଶାର ଦ୍ୱାର ସ୍ୱରୂପ ଆଖୋର ଉପତ୍ୟକା ଦେବା। ତା'ପରେ ସେ ମିଶର ଦେଶରୁ ଆସିଲା ସମୟ ପରି ଉତ୍ତର କରିବ।”


“ହେ ଧର୍ମାଗ୍ଭରୀଗଣ, ହେ ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ। ତୁମ୍ଭେମାନେ ଆମ୍ଭର କଥା ଶୁଣ; ତୁମ୍ଭେମାନେ ଯେଉଁ ଶୈଳରୁ କଟା ହୋଇଥିଲ ଓ ଯେଉଁ ଗର୍ତ୍ତର ଚ୍ଛେଦରୁ ଖୋଳା ହୋଇଥିଲ, ତାହା ପ୍ରତି ଦୃଷ୍ଟିପାତ କର।


ଏହା ଦେଖି ଲୂଦ ଓ ଶାରୋଣର ସମସ୍ତ ବାସିନ୍ଦାମାନେ ମନ ଫେରଣ କରି ପ୍ରଭୁଙ୍କଠାରେ ବିଶ୍ୱାସ କଲେ।


ଗା‌ଦ୍‌ର ଗୋଷ୍ଠୀର ଲୋକମାନେ ଗିଲିୟଦ ଦେଶରେ ବାସ କରୁଥିଲେ। ସେମାନେ ବାଶନରେ, ବାଶନ୍ ଚତୁର୍ଦ୍ଦିଗସ୍ଥ ଛୋଟ ସହର ଗୁଡ଼ିକରେ ଓ ଶାରୋଣରେ ଥିବା ସବୁ ଗ୍ଭରଣଭୂମି ଓ ସୀମା ପର୍ଯ୍ୟନ୍ତ ସ୍ଥାନମାନଙ୍କରେ ବାସ କରୁଥିଲେ।


ତେଣୁ ତୁମ୍ଭେମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କର, ଯେହେତୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳିଅଛି। ଯେପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି, ସେ ପର୍ଯ୍ୟନ୍ତ ତାଙ୍କୁ ପ୍ରାର୍ଥନା କର।


ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଏହି ଜନଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସ ସ୍ଥାନରେ ଓ ତହିଁର ସକଳ ନଗରରେ ପୁନର୍ବାର ପଶୁପାଳକମାନଙ୍କର ବସତି ସ୍ଥାନ ହେବ। ସେମାନେ ସେ ସ୍ଥାନରେ ଆପଣା ଆପଣା ମେଷପଲକୁ ବିଶ୍ରାମ କରାଇବେ।


“‘ଆମ୍ଭେ ଇସ୍ରାଏଲକୁ ପୁନର୍ବାର ତା'ର ଚରାସ୍ଥାନକୁ ଆଣିବା, ସେ କର୍ମିଲ ଓ ବାଶନ ଉପରେ ଚରିବ। ଆଉ ସେ ଇଫ୍ରୟିମର ଓ ଗିଲିୟଦର ପର୍ବତମାନଙ୍କ ଉପରେ ଭୋଜନ କରି ପରିତୃପ୍ତ ହେବ।’”


ଶାରୋଣୀୟ ସିଟ୍ରୟ ଶାରୋଣର ଚତୁର୍ଦ୍ଦିଗସ୍ଥ ପଶୁପଲର ଦାୟିତ୍ୱରେ ଥିଲେ। ଅଦଲୟଙ୍କ ପୁତ୍ର ଶାଫଟ୍ ଉପତ୍ୟକାସ୍ଥ ପଶୁପଲର ଦାୟିତ୍ୱରେ ଥିଲେ।


ପୁଣି ତୁମ୍ଭେମାନେ ଆମ୍ଭକୁ ଅନ୍ୱେଷଣ କରିବ। ଆଉ ସର୍ବାନ୍ତଃକରଣରେ ଯେତେବେଳେ ତୁମ୍ଭେମାନେ ଆମ୍ଭକୁ ଖୋଜିବ ସେତେବେଳେ ଆମ୍ଭକୁ ପାଇବ।”


Swiv nou:

Piblisite


Piblisite