Biblia Todo Logo
Bib sou entènèt

- Piblisite -




ଯିଶାଇୟ 64:5 - ପବିତ୍ର ବାଇବଲ

5 ଯେଉଁମାନେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସେହିମାନଙ୍କୁ ଆଘାତ କରିଛ। ମାତ୍ର ଅତୀତ କାଳରେ ଆମ୍ଭେ ପାପ କଲୁ ଏବଂ ତୁମ୍ଭେ ରାଗିଲ। ଅତୀତ କାଳରେ ଆମ୍ଭେମାନେ ଦୋଷ କଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଯେଉଁ ଲୋକ ଆନନ୍ଦରେ ଧର୍ମାଚରଣ କରେ, ଯେଉଁମାନେ ତୁମ୍ଭ ପଥରେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସେମାନଙ୍କ ସହିତ ସାକ୍ଷାତ କରିଥାଅ; ଦେଖ, ତୁମ୍ଭେ କ୍ରୁଦ୍ଧ ଥିଲ ଓ ଆମ୍ଭେମାନେ ପାପ କଲୁ; ଆମ୍ଭେମାନେ ଦୀର୍ଘ କାଳ ତହିଁରେ ରହିଅଛୁ, ଆମ୍ଭେମାନେ କି ପରିତ୍ରାଣ ପାଇବା?

Gade chapit la Kopi

ଓଡିଆ ବାଇବେଲ

5 ଯେଉଁ ଲୋକ ଆନନ୍ଦରେ ଧର୍ମାଚରଣ କରେ, ଯେଉଁମାନେ ତୁମ୍ଭ ପଥରେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସେମାନଙ୍କ ସହିତ ସାକ୍ଷାତ କରିଥାଅ; ଦେଖ, ତୁମ୍ଭେ କ୍ରୁଦ୍ଧ ଥିଲ ଓ ଆମ୍ଭେମାନେ ପାପ କଲୁ; ଆମ୍ଭେମାନେ ଦୀର୍ଘ କାଳ ତହିଁରେ ରହିଅଛୁ, ଆମ୍ଭେମାନେ କି ପରିତ୍ରାଣ ପାଇବା ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଯେଉଁ ଲୋକ ଆନନ୍ଦରେ ଧର୍ମାଚରଣ କରେ, ଯେଉଁମାନେ ତୁମ୍ଭ ପଥରେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସେମାନଙ୍କ ସହିତ ସାକ୍ଷାତ କରିଥାଅ; ଦେଖ, ତୁମ୍ଭେ କ୍ରୁଦ୍ଧ ଥିଲ ଓ ଆମ୍ଭେମାନେ ପାପ କଲୁ; ଆମ୍ଭେମାନେ ଦୀର୍ଘ କାଳ ତହିଁରେ ରହିଅଛୁ, ଆମ୍ଭେମାନେ କି ପରିତ୍ରାଣ ପାଇବା?

Gade chapit la Kopi




ଯିଶାଇୟ 64:5
27 Referans Kwoze  

ଆମ୍ଭେମାନେ ଉପଯୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ୱରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାଯାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।


କିନ୍ତୁ ପରମେଶ୍ୱର ତାହାଙ୍କୁ ଉପାସନା କରୁଥିବା ଓ ଉତ୍ତମ କର୍ମ କରୁଥିବା ଲୋକଙ୍କୁ ଗ୍ରହଣ କରନ୍ତି।


“ଆମ୍ଭେ ସଦାପ୍ରଭୁ ଏବଂ ଆମ୍ଭେ ପରିବର୍ତ୍ତନ ହେବା ନାହିଁ। ସେଥିପାଇଁ ତୁମ୍ଭେ ଯାକୁବର ବଂଶଧର ବିନାଶ ହୋଇ ନାହଁ।


“ଇଫ୍ରୟିମ, ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବାକୁ ଗ୍ଭହୁଁ ନାହୁଁ। ଇସ୍ରାଏଲ, ଆମ୍ଭେ ତୁମ୍ଭର ସୁରକ୍ଷା ଗ୍ଭହୁଁ। ଅଦ୍ମାର ଓ ସବୋୟିମ୍ ପରି ତୁମ୍ଭକୁ ହେବାକୁ ଆମ୍ଭେ ଗ୍ଭହୁଁ ନାହୁଁ। ଆମ୍ଭର ମନକୁ ପରିବର୍ତ୍ତନ କରିଛୁ। ଆମ୍ଭର ପ୍ରେମ ତୁମ୍ଭ ପାଇଁ ଅତି ଶକ୍ତିଶାଳୀ ଅଟେ।


ମାତ୍ର ସେମାନେ ସଦାପ୍ରଭୁଙ୍କ ବିପକ୍ଷରେ ବିଦ୍ରୋହ କଲେ ଓ ତାଙ୍କର ପବିତ୍ରଆତ୍ମାକୁ ଦୁଃଖିତ କଲେ। ତେଣୁ ସେ ସେମାନଙ୍କର ଶତ୍ରୁ ହୋଇଗଲେ ଓ ସେମାନଙ୍କର ବିପକ୍ଷରେ ଯୁଦ୍ଧ କଲେ।


ସଦାପ୍ରଭୁଙ୍କର ପ୍ରଶଂସା କର। ଯେଉଁ ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ସେମାନେ ସମ୍ମାନରେ ଭାଗ୍ୟବାନ୍ ହୁଅନ୍ତି, ଯିଏକି ତାଙ୍କର ଆଦେଶ ପାଳନ କରିବାରେ ବହୁତ ବିଶ୍ୱସ୍ତ ହୋଇଥାଏ,


କିନ୍ତୁ ସଦାପ୍ରଭୁ ସର୍ବଦା ତାଙ୍କର ସମ୍ମାନକାରୀମାନଙ୍କୁ ପ୍ରେମ କରନ୍ତି, ତାଙ୍କର ସେହି ସ୍ନେହ ଅନାଦିକାଳରୁ ଅନନ୍ତକାଳ ଲାଗି ରହିଥାଏ। ପରମେଶ୍ୱର ସେମାନଙ୍କୁ ଓ ସେମାନଙ୍କର ସନ୍ତାନ ସନ୍ତତି ପ୍ରତି ମଙ୍ଗଳ କରନ୍ତି।


ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।


ସଦାପ୍ରଭୁ ସେହିମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି, ଯେଉଁମାନେ ତାଙ୍କର ନିୟମ ଓ ପ୍ରତିଜ୍ଞା ମାନି ଚଳନ୍ତି।


ମୁଁ ତୁମ୍ଭକୁ ଯେଉଁ ସ୍ଥାନରେ ସାକ୍ଷାତ କରିବି ତାହା ନିୟମ-ସିନ୍ଦୁକର ସମ୍ମୁଖରେ ଅଛି। ଯେଉଁଟାକି ପରଦା ପାର୍ଶ୍ୱରେ ନିୟମ-ସିନ୍ଦୁକ ଆଚ୍ଛାଦକର ଆଗରେ ଅଛି।


ଆଉ ଆମ୍ଭେ ଯେତେବେଳେ ତୁମ୍ଭକୁ ସାକ୍ଷାତ କରିବା ଓ ପାପାଚ୍ଛାଦନର ଉପରି ଭାଗରୁ ଅର୍ଥାତ୍ ଚୁକ୍ତି ସିନ୍ଦୁକର ଉପରିସ୍ଥ କିରୂବଦୂତଗଣ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ ସନ୍ତାନଗଣ ବିଷୟକ ଆମ୍ଭେ ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା।


“ତୁମ୍ଭେମାନେ ମାଟିରେ ଏକ ସ୍ୱତନ୍ତ୍ର ଯଜ୍ଞବେଦି ମୋ’ ପାଇଁ ନିର୍ମାଣ କରିବ ଏବଂ ତୁମ୍ଭମାନଙ୍କ ମେଷ ଓ ଗୋରୁଗାଈରୁ ସେଠାରେ ହୋମବଳି, ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବ। ମୁଁ ତୁମ୍ଭମାନଙ୍କୁ ସବୁଠାରେ ଆଶୀର୍ବାଦ କରିବା ପାଇଁ ଆସିବି ଯେଉଁଠାରେ ତୁମ୍ଭେମାନେ ମୋତେ ସ୍ମରଣ କରିବ।


ଆସ, ସଦାପ୍ରଭୁଙ୍କ ସମ୍ବନ୍ଧରେ ଅଧ୍ୟୟନ କରିବା। ତାଙ୍କ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ କଠୋର ଅଧ୍ୟବସାୟ କରିବା। ପ୍ରଭାତ ଆସିଲା ପରି ସଦାପ୍ରଭୁ ଆସୁଛନ୍ତି ବୋଲି ଆମ୍ଭେ ଜାଣୁଛୁ। ବର୍ଷା ଓ ବସନ୍ତବର୍ଷା ଭୂମିକୁ ଜଳମୟ କଲା ପରି ପରମେଶ୍ୱର ଆମ୍ଭମାନଙ୍କ ନିକଟକୁ ଆସିବେ।”


ସେହି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, “ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପରେ କ୍ରୋଧାନ୍ୱିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କ୍ରୋଧ ନିବୃତ୍ତ ହୋଇଅଛି, ତୁମ୍ଭେ ତୁମ୍ଭର ପ୍ରେମ ଆମ୍ଭକୁ ଦେଖାଇଅଛ।


ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭକୁ ଛାଡ଼ି ଆମ୍ଭେ ଅନ୍ୟ ପ୍ରଭୁଙ୍କୁ ଅନୁସରଣ କରୁଥିଲୁ ଓ ଅନ୍ୟ ପ୍ରଭୁ ଆମ୍ଭମାନଙ୍କ ଉପରେ ରାଜତ୍ୱ କରୁଥିଲେ। ମାତ୍ର ଆମ୍ଭେମାନେ ତୁମ୍ଭର ନାମକୁ କେବଳ ସ୍ମରଣ କରିବୁ ଓ କୀର୍ତ୍ତନ କରିବୁ।


ଆମ୍ଭେ ସଦାପ୍ରଭୁଙ୍କର ସ୍ନେହପୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେ ସବୁ ଉପକାର କରିଅଛନ୍ତି, ପୁଣି ନିଜର ନାନାବିଧ ଦୟା ଓ ଅପାର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ଇସ୍ରାଏଲ ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି, ତଦନୁସାରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବା।


“ମାତ୍ର, ହେ ସଦାପ୍ରଭୁ, ଆମ୍ଭେମାନେ ପାପ ଓ କୁଟିଳାଚରଣ କରିଅଛୁ। ଆଉ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ। ଆଉ ତୁମ୍ଭର ବିଧି ଓ ଶାସନ ପଥ ତ୍ୟାଗ କରିଅଛୁ।


ଏହା ଘଟିବ କାରଣ ତୁମ୍ଭେମାନେ ଶୁଷ୍କ ପତ୍ର ବିଶିଷ୍ଟ ଅଲୋନଗଛ ଓ ନିର୍ଜନ ଉଦ୍ୟାନ ସଦୃଶ ହେବ।


ସଦାପ୍ରଭୁ ଇସ୍ରାଏଲର ପରିତ୍ରାଣ ପାଇଁ ତାକୁ ଦୂରକୁ ପଠାଇ ତାହା ସହିତ ବିବାଦ କରିବେ। ସେ ପୂର୍ବୀୟ ବାୟୁ ଦିନରେ ନିଜର ପ୍ରବଳ ବାୟୁଦ୍ୱାରା ସ୍ଥାନାନ୍ତରିତ କରିବେ।


ଯିହୋଶୂୟ ସ୍ୱର୍ଗଦୂତଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ ଏବଂ ସେ ଏକ ମଇଳା ବସ୍ତ୍ର ପରିଧାନ କରିଥିଲେ।


Swiv nou:

Piblisite


Piblisite