Biblia Todo Logo
Bib sou entènèt

- Piblisite -




ଯିଶାଇୟ 60:19 - ପବିତ୍ର ବାଇବଲ

19 “ଦିବସର ସୂର୍ଯ୍ୟ ତୁମ୍ଭର ଜ୍ୟୋତିଃ ହେବ ନାହିଁ କିମ୍ବା ଆଲୋକ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ୟୋସ୍ନା ପ୍ରଦାନ କରିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭର ଚିରନ୍ତନ ଜ୍ୟୋତିଃ ଓ ତୁମ୍ଭର ପରମେଶ୍ୱର ତୁମ୍ଭର ମହିମାସ୍ୱରୂପ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଦିବସରେ ସୂର୍ଯ୍ୟ ତୁମ୍ଭର ଜ୍ୟୋତିଃ ଆଉ ନୋହିବ, କିଅବା ଆଲୁଅ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ୟୋତ୍ସ୍ନା ଦେବ ନାହିଁ; ମାତ୍ର ସଦାପ୍ରଭୁ ତୁମ୍ଭ ପ୍ରତି ଅନ; କାଳସ୍ଥାୟୀ ଜ୍ୟୋତିଃ ଓ ତୁମ୍ଭର ପରମେଶ୍ଵର ତୁମ୍ଭର ଗୌରବସ୍ଵରୂପ ହେବେ।

Gade chapit la Kopi

ଓଡିଆ ବାଇବେଲ

19 ଦିବସରେ ସୂର୍ଯ୍ୟ ତୁମ୍ଭର ଜ୍ୟୋତିଃ ଆଉ ହେବ ନାହିଁ, କିଅବା ଆଲୁଅ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ୟୋତ୍ସ୍ନା ଦେବ ନାହିଁ; ମାତ୍ର ସଦାପ୍ରଭୁ ତୁମ୍ଭ ପ୍ରତି ଅନନ୍ତ କାଳସ୍ଥାୟୀ ଜ୍ୟୋତିଃ ଓ ତୁମ୍ଭର ପରମେଶ୍ୱର ତୁମ୍ଭର ଗୌରବସ୍ୱରୂପ ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଦିବସରେ ସୂର୍ଯ୍ୟ ତୁମ୍ଭର ଜ୍ୟୋତିଃ ଆଉ ହେବ ନାହିଁ, କିଅବା ଆଲୁଅ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ୟୋତ୍ସ୍ନା ଦେବ ନାହିଁ; ମାତ୍ର ସଦାପ୍ରଭୁ ତୁମ୍ଭ ପ୍ରତି ଅନନ୍ତକାଳସ୍ଥାୟୀ ଜ୍ୟୋତିଃ ଓ ତୁମ୍ଭର ପରମେଶ୍ୱର ତୁମ୍ଭର ଗୌରବ ସ୍ୱରୂପ ହେବେ।

Gade chapit la Kopi




ଯିଶାଇୟ 60:19
21 Referans Kwoze  

ସେହି ନଗରୀକୁ ଆଲୋକ ଦେବା ପାଇଁ ସୂର୍ଯ୍ୟ ବା ଚନ୍ଦ୍ରର ଆବଶ୍ୟକତା ନାହିଁ। ପରମେଶ୍ୱରଙ୍କର ମହିମା ନଗରୀକୁ ଆଲୋକ ଦିଏ। ମେଷଶାବକ ସେହି ନଗରୀର ପ୍ରଦୀପ ସ୍ୱରୂପ।


ସେଠାରେ ଆଉ କେବେ ରାତି ହେବ ନାହିଁ। ଲୋକମାନେ ପ୍ରଦୀପର କିମ୍ବା ସୂର୍ଯ୍ୟର ଆଲୋକ ଆଉ ଆବଶ୍ୟକ କରିବେ ନାହିଁ। ପ୍ରଭୁ ପରମେଶ୍ୱର ସେମାନଙ୍କୁ ଆଲୋକ ଦେବେ। ସେମାନେ ରାଜାଙ୍କ ପରି ସଦାସର୍ବଦା ପାଇଁ ରାଜତ୍ୱ କରିବେ।


ସଦାପ୍ରଭୁ କୁହନ୍ତି, ‘ଆମ୍ଭେ ତା'ର ଚତୁର୍ଦ୍ଦିଗରେ ତା'ର ସୁରକ୍ଷା ପାଇଁ ଅଗ୍ନିର ପ୍ରାଚୀର ତୁଲ୍ୟ ହେବା। ଆମ୍ଭେ ତାକୁ ଆମ୍ଭର ମହିମାରେ ପୂର୍ଣ୍ଣ କରିବା।’” ସଦାପ୍ରଭୁ କୁହନ୍ତି,


ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହୀତ ହୁଏ ଓ ତୁମ୍ଭର ଆଲୋକ ଆମ୍ଭକୁ ଆଲୋକ ଦେଖାଏ।


ସେ ଅଣଯିହୂଦୀମାନଙ୍କୁ ତୁମ୍ଭରି ପଥ ଦେଖାଇବା ପାଇଁ ଆଲୋକ ଅଟନ୍ତି ଓ ସେ ତୁମ୍ଭର ଲୋକମାନଙ୍କ ପାଇଁ ଗୌରବ ଆଣିବେ।”


ମୋର ଗୌରବ ଓ ବିଜୟ ପରମେଶ୍ୱରଙ୍କଠାରୁ ଆସେ। ପରମେଶ୍ୱର ହିଁ ମୋର ନିରାପଦ ସ୍ଥାନ, ସେ ମୋର ଦୃଢ଼ ଦୁର୍ଗ।


କିନ୍ତୁ ହେ ସଦାପ୍ରଭୁ, ଏହା କେବଳ ତୁମ୍ଭେ ଯିଏକି ମୋର ଢାଲ ସ୍ୱରୂପ। ତୁମ୍ଭେ ମୋର ମହିମା। ତୁମ୍ଭେ ହିଁ ମୋତେ ପ୍ରାଧାନ୍ୟ ଦେଇଛ।


ହେ ଲୋକମାନେ, ଆଉ କେତେ ଦିନ ଏପରି ଖରାପ କଥା ମୋ’ ବିରୁଦ୍ଧରେ ପ୍ରଗ୍ଭର କରିବ? ତୁମ୍ଭେମାନେ କେତେଦିନ ନାନା ପ୍ରକାର ନୂଆ ନୂଆ ମିଥ୍ୟା କଥା ମୋ’ ବିଷୟରେ କହିବ? କାହିଁକି ତୁମ୍ଭେମାନେ ସେହି ମନ୍ଦ କଥା କହିବାକୁ ଭଲ ପାଉଛ? ସେଲା


ସୂର୍ଯ୍ୟ ଯେପରି ତା'ର ଆଲୋକର କିରଣ ତଳକୁ ପଠାଇବା ପରି ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି। ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।


ହେ ଯାକୁବ ବଂଶ, ଆସ, ସଦାପ୍ରଭୁଙ୍କର ଆଜ୍ଞା ପାଳନ କର।


ସେହି ଲୋକମାନେ ଅନ୍ଧକାରରେ ଚଲାବୁଲା କରୁଥିଲେ, ମାତ୍ର ସେମାନେ ଏକ ମହାନ ଆଲୋକ ଦେଖିଛନ୍ତି। ସେମାନେ ମୃତ୍ୟୁରୂପକ ଅନ୍ଧକାର ମଧ୍ୟରେ ବାସ କରୁଥିଲେ, ମାତ୍ର ସେହି “ଉଜ୍ଜ୍ୱଳ ଆଲୋକ’ ସେମାନଙ୍କୁ ଦୀପ୍ତିମୟ କରିଛି।


ସେତେବେଳେ ସଦାପ୍ରଭୁ ସିୟୋନ ପର୍ବତ ଉପରେ ଯିରୁଶାଲମରେ ପ୍ରାଚୀନବର୍ଗ ସମ୍ମୁଖରେ ରାଜତ୍ୱ କଲାପରି ଶାସନ କରିବେ। ତାଙ୍କର ଗୌରବ ଏପରି ମହିମାନ୍ୱିତ ହେବ ଯେ ଚନ୍ଦ୍ର ତାର ନିକଟରେ ଅପ୍ରସ୍ତୁତ ହେବେ ଓ ସୂର୍ଯ୍ୟ ଲଜ୍ଜିତ ହେବେ।


ସେଦିନ ସର୍ବଶକ୍ତିମାନ ସଦାପ୍ରଭୁ ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ “ବହୁତ ସୁନ୍ଦର ମୁକୁଟ” ସଦୃଶ ହେବେ।


ଯେଉଁ ଦିନ ସଦାପ୍ରଭୁ ଆପଣା ଲୋକମାନଙ୍କର କ୍ଷତ ସ୍ଥାନରେ ପଟି ବାନ୍ଧିବେ ଓ ପ୍ରହାର ଜନିତ ଆଘାତରୁ ସୁସ୍ଥ କରିବେ। ସେହି ଦିନ ଚନ୍ଦ୍ରର ଦୀପ୍ତି ସୂର୍ଯ୍ୟର ଦୀପ୍ତିପରି ଉଜ୍ଜ୍ୱଳ ହେବ। ପୁଣି ସୂର୍ଯ୍ୟର ଦୀପ୍ତି ସାତ ଦିନର ଦୀପ୍ତିତୁଲ୍ୟ ସାତଗୁଣ ଉଜ୍ଜ୍ୱଳ ଦେଖାଯିବ।


ତୁମ୍ଭେ ସେମାନଙ୍କୁ କୁଲାରେ ଉଡ଼ାଇଲେ ବାୟୁ ସେମାନଙ୍କୁ ଉଡ଼ାଇ ଦେବ ଓ ଘୂର୍ଣ୍ଣିବାୟୁ ସେମାନଙ୍କୁ ଛିନ୍ନଭିନ୍ନ କରି ପକାଇବ। ପୁଣି ତୁମ୍ଭେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କରିବ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଗର୍ବ କରିବ।’


ଇସ୍ରାଏଲର ସମୁଦାୟ ବଂଶ ସଦାପ୍ରଭୁଙ୍କଠାରେ ଧର୍ମପ୍ରାପ୍ତ ହେବେ ଓ ଦର୍ପ କରିବେ।


ସଦାପ୍ରଭୁଙ୍କ ନିସ୍ତାରିତ ଲୋକମାନେ ଫେରି ଆସିବେ, ଆନନ୍ଦ ଗାନ କରି ସିୟୋନରେ ଉପସ୍ଥିତ ହେବେ। ଚିର ଆନନ୍ଦ ସେମାନଙ୍କର ମସ୍ତକର ଭୂଷଣ ହେବ। ସେମାନେ ଆନନ୍ଦ ଓ ଉଲ୍ଲାସ ପ୍ରାପ୍ତ ହେବେ ଏବଂ ଦୁଃଖ ଶୋକ ସୁଦୂରଗାମୀ ହେବ।


“ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କ ମହିମା ତୁମ୍ଭ ଉପରେ ପ୍ରତିଭାତ ହୋଇଛି।


ତୁମ୍ଭର ପ୍ରଶଂସା ସଦାପ୍ରଭୁ ଅଟନ୍ତି, ସେ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭେ ଯାହା ଯାହା ଦେଖୁଛ ସେହିସବୁ ମହତ୍ ଓ ଭୟଙ୍କର କର୍ମ ସେ ତୁମ୍ଭ ପାଇଁ କରିଛନ୍ତି।


ହେ ସର୍ବଶକ୍ତିମାନ ସଦାପ୍ରଭୁ, ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ୱାସ କରନ୍ତି ସେମାନେ କେତେ ଭାଗ୍ୟବାନ୍।


ବାବିଲର ଲୋକମାନେ ଆମ୍ଭ ଲୋକମାନଙ୍କୁ କ୍ରୀତଦାସ କଲେ। କିନ୍ତୁ ଆମ୍ଭେ ଆମ୍ଭର ହସ୍ତ ସେମାନଙ୍କ ବିରୁଦ୍ଧରେ ଉଠାଇବା ଏବଂ ସେହି ଲୋକମାନେ ଆମ୍ଭ ଲୋକମାନଙ୍କ ଦ୍ୱାରା ଲୁଟିତ ହେବେ।” ତା'ପରେ ତୁମ୍ଭେ ଜାଣିବ ସଦାପ୍ରଭୁ ସର୍ବଶକ୍ତିମାନ ମୋତେ ପଠାଇଥିଲେ।


Swiv nou:

Piblisite


Piblisite