Biblia Todo Logo
Bib sou entènèt

- Piblisite -




ଯିଶାଇୟ 60:16 - ପବିତ୍ର ବାଇବଲ

16 ତୁମ୍ଭେ ଯାହା ଗ୍ଭହିଁବ, ଅନ୍ୟ ଦେଶ ତୁମ୍ଭକୁ ତାହା ଦେବ। ଏହା ଏକ ଶିଶୁ ପରି ହେବ ଯେ କି ଆପଣା ମା’ର କ୍ଷୀର ପାନ କରୁଛି। ତୁମ୍ଭେ ରାଜାମାନଙ୍କର ଐଶ୍ୱର୍ଯ୍ୟ ପାନ କରିବ। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ତୁମ୍ଭର ମୁକ୍ତିଦାତା ଓ ଯାକୁବର ବଳଦାତା ଅଟୁ ତାହା ତୁମ୍ଭେ ଜାଣିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ତୁମ୍ଭେ ଅନ୍ୟ ଦେଶୀୟମାନଙ୍କର ଦୁଗ୍ଧ ପାନ କରିବ ଓ ରାଜଗଣର ସ୍ତନ ଚୁଷିବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା ଅଟୁ, ଏହା ତୁମ୍ଭେ ଜାଣିବ।

Gade chapit la Kopi

ଓଡିଆ ବାଇବେଲ

16 ତୁମ୍ଭେ ଅନ୍ୟ ଦେଶୀୟମାନଙ୍କର ଦୁଗ୍ଧ ପାନ କରିବ ଓ ରାଜାଗଣର ସ୍ତନ ଚୁଷିବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା ଅଟୁ, ଏହା ତୁମ୍ଭେ ଜାଣିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ତୁମ୍ଭେ ଅନ୍ୟଦେଶୀୟମାନଙ୍କର ଦୁଗ୍ଧ ପାନ କରିବ ଓ ରାଜାଗଣର ସ୍ତନ ଚୁଷିବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା ଅଟୁ, ଏହା ତୁମ୍ଭେ ଜାଣିବ।

Gade chapit la Kopi




ଯିଶାଇୟ 60:16
25 Referans Kwoze  

ପୁଣି ରାଜାମାନେ ତୁମ୍ଭର ପାଳିତ ପିତା ହେବେ ଓ ସେମାନଙ୍କର ରାଣୀମାନେ ତୁମ୍ଭର ପାଳିତା ମାତା ହେବେ, ସେମାନେ ନତମୁଖ ହୋଇ ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭର ପାଦର ଧୂଳି ଗ୍ଭଟିବେ; ତେଣୁ ଆମ୍ଭେ ଯେ ସଦାପ୍ରଭୁ ଓ ଯେ ଆମ୍ଭ ଉପରେ ବିଶ୍ୱାସ ରଖନ୍ତି, ସେ ଲଜ୍ଜିତ ହେବେ ନାହିଁ, ଏହା ତୁମ୍ଭେ ଜାଣିବ।”


ପୁଣି ତୁମ୍ଭେମାନେ ଏହା ଦେଖିବ ଓ ତୁମ୍ଭମାନଙ୍କର ହୃଦୟ ଆନନ୍ଦିତ ହେବ। ଆଉ ତୁମ୍ଭମାନଙ୍କ ଅସ୍ଥି ନୂତନ ତୃଣ ସଦୃଶ ସତେଜ ହେବ। ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଦାସମାନଙ୍କ ଉପରେ ପ୍ରକାଶିତ ହେବ। ଆଉ ମଧ୍ୟ ସେ ନିଜ ଶତ୍ରୁମାନଙ୍କ ଉପରେ କୁପିତ ହେବେ।


ମାତ୍ର ତୁମ୍ଭେମାନେ ‘ସଦାପ୍ରଭୁଙ୍କର ଯାଜକ’ ବୋଲି ଖ୍ୟାତ ହେବ। ଲୋକମାନେ ତୁମ୍ଭମାନଙ୍କୁ ‘ଆମ୍ଭମାନଙ୍କର ପରିଗ୍ଭଳକ’ ବୋଲି ଡାକିବେ। ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ସମ୍ପତ୍ତି ଭୋଗ କରିବ ଓ ସେମାନଙ୍କ ଐଶ୍ୱର୍ଯ୍ୟରେ ତୁମ୍ଭେମାନେ ଗର୍ବିତ ହେବ।


ତାହାହେଲେ ସେମାନେ ହୃ‌ଦ୍‌ବୋଧ କରିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କ ସହିତ ଅଛି। ଏବଂ ଇସ୍ରାଏଲର ଲୋକମାନେ ମୋର ନିଜର ଲୋକ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।


ପୁଣି ସଦାପ୍ରଭୁ କୁହନ୍ତି, ସିୟୋନକୁ ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ତ୍ରାଣକର୍ତ୍ତା ଆସିବେ।


ନଗରୀର ଆଲୋକରେ ଜାତିସମୂହର ଲୋକମାନେ ଗ୍ଭଲିବେ। ପୃଥିବୀର ରାଜାମାନେ ସେମାନଙ୍କର ଐଶ୍ୱର୍ଯ୍ୟ ଏହି ନଗରୀକୁ ଦେବେ।


ସେହି ନଗରକୁ ଜାତିସମୂହର ଐଶ୍ୱର୍ଯ୍ୟ ଓ ମହିମା ଅଣାଯିବ।


ତୁମ୍ଭେମାନେ ଆମ୍ଭର ଲୋକ ହେବ। ଏବଂ ଆମ୍ଭେ ତୁମ୍ଭର ପରମେଶ୍ୱର ହେବା। ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ। ଏବଂ ତୁମ୍ଭେ ଜାଣିବ ଯେ, ଆମ୍ଭେ ତୁମ୍ଭମାନଙ୍କୁ ମିଶରୀୟମାନଙ୍କ ଦାଉରୁ ରକ୍ଷା କରିବା।


ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲ ବଳଦାତା କୁହନ୍ତି, “ମୁଁ ମୋର ଶତ୍ରୁମାନଙ୍କୁ ଶାସ୍ତି ଦେବି, ତୁମ୍ଭେମାନେ ମୋତେ ଆହୁରି ଯାତନା ଦେବ ନାହିଁ।


ହେ ସିୟୋନ ନିବାସୀଗଣ, ଉଚ୍ଚସ୍ୱରରେ ତାଙ୍କର ପ୍ରଶଂସା କର। ଇସ୍ରାଏଲ ସେହି ପବିତ୍ର ଧର୍ମସ୍ୱରୂପ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ତେଣୁ ଆନନ୍ଦ କର।


ସଦାପ୍ରଭୁ ସର୍ବଶକ୍ତିମୟ ମହାନ ବସ୍ତୁର ସୃଷ୍ଟିକର୍ତ୍ତା ବୋଲି ଏହା ତା'ର ସଙ୍କେତ ହେବ। ଯେକୌଣସି ସମୟରେ ଲୋକମାନେ ସଦାପ୍ରଭୁଙ୍କୁ ସାହାଯ୍ୟ ଭିକ୍ଷା କରିବେ, ସଦାପ୍ରଭୁ ସାହାଯ୍ୟ ପଠାଇବେ। ଲୋକମାନଙ୍କ ପ୍ରତିରକ୍ଷା ପାଇଁ ସଦାପ୍ରଭୁ ଜଣେ ବ୍ୟକ୍ତିକୁ ପ୍ରେରଣ କରିବେ। ସେହି ବ୍ୟକ୍ତିଟି ଦୁଷ୍କର୍ମ କରୁଥିବା ଲୋକମାନଙ୍କଠାରୁ ଅନ୍ୟମାନଙ୍କୁ ରକ୍ଷା କରିବ।


ସେତେବେଳେ ଲୋକେ ଏହି କଥା କହିବେ, “ଏହି ଆମ୍ଭର ପରମେଶ୍ୱର ଯାହାଙ୍କୁ ଆମ୍ଭେମାନେ ବହୁତ ସମୟ ଧରି ଅପେକ୍ଷା କରିଅଛୁ। ସେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ଆସିଛନ୍ତି। ତାହାଙ୍କ ଦୃଢ଼ ପରିତ୍ରାଣରେ ଆମ୍ଭେମାନେ ଆନନ୍ଦ ଉଲ୍ଲାସ କରିବୁ, ଯେତେବେଳେ ସେ ଆମ୍ଭକୁ ରକ୍ଷା କରନ୍ତି।”


ବହୁ ମନ୍ଦ କର୍ମରେ ଳିପ୍ତ ଭ୍ରାନ୍ତମନାମାନେ ବୁଦ୍ଧିପ୍ରାପ୍ତ ହେବେ ଓ ଅଭିଯୋଗକାରୀ ତତ୍ତ୍ୱକଥା ଶିଖିବେ।”


ଆମ୍ଭେ ହିଁ ସଦାପ୍ରଭୁ ଓ ଆମ୍ଭ ବ୍ୟତୀତ ତ୍ରାଣକର୍ତ୍ତା କେହି ନାହାନ୍ତି।


ହେ ତ୍ରାଣକର୍ତ୍ତା, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ନିଶ୍ଚୟ ଆତ୍ମା ଗୋପନକାରୀ ପରମେଶ୍ୱର ଅଟ।,


ତୁମ୍ଭେମାନେ ଆସ ଓ ତାହା ଉପସ୍ଥିତ କର; ସେମାନେ ପରସ୍ପର ମନ୍ତ୍ରଣା କରନ୍ତୁ। ବହୁକାଳରୁ “କିଏ ଏହା ଜଣାଇ ଅଛି? ପୁରାତନ କାଳରୁ କିଏ ଏହା ପ୍ରକାଶ କରିଅଛି? ଆମ୍ଭେ ସଦାପ୍ରଭୁ କ’ଣ ଏହା କରି ନାହୁଁ? ଆମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ନାହାନ୍ତି। ଆମ୍ଭେ ଧର୍ମଗୀତ ପରମେଶ୍ୱର ଓ ତ୍ରାଣକର୍ତ୍ତା, ଆମ୍ଭ ଛଡ଼ା ଆଉ କେହି ନାହିଁ।


“ଆମ୍ଭେ ପିତ୍ତଳ ପରିବର୍ତ୍ତେ ସୁବର୍ଣ୍ଣ, ଲୁହା ପରିବର୍ତ୍ତେ ରୌପ୍ୟ, କାଠ ପରିବର୍ତ୍ତେ ପିତ୍ତଳ ଓ ପ୍ରସ୍ତର ପରିବର୍ତ୍ତେ ଲୌହ ଆଣିବା। ମୁଁ ଶାସ୍ତି ବଦଳରେ ଶାନ୍ତି ଆଣିବି। ଲୋକମାନେ ତୁମ୍ଭମାନଙ୍କୁ କ୍ଷତି କରିବେ କିଛି ଲୋକେ ତୁମ୍ଭ ପାଇଁ ଉତ୍ତମ କାମ କରିବେ।


ସଦାପ୍ରଭୁ କହିଲେ, “ନିଶ୍ଚୟ ସେମାନେ ଆମ୍ଭର ଲୋକ, ଯେଉଁମାନେ ଅସତ୍ୟ ବ୍ୟବହାର କରିବେ ନାହିଁ, ସେମାନେ ଆମ୍ଭର ସନ୍ତାନ।” ଏଣୁ ସେ ସେମାନଙ୍କର ତ୍ରାଣକର୍ତ୍ତା ହେଲେ।


ଯଦିଓ ଅବ୍ରହାମ ଆମ୍ଭକୁ ଜାଣନ୍ତି ନାହିଁ, ଓ ଇସ୍ରାଏଲର ଯାଜକ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ, ସଦାପ୍ରଭୁ ତୁମ୍ଭେ ଆମ୍ଭମାନଙ୍କର ପିତା ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ଯେ, ଆମ୍ଭକୁ ରକ୍ଷା କରିଛ।


ପୁଣି ଆମ୍ଭେ ତୁମ୍ଭକୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରିବା ଓ ଆମ୍ଭେ ତୁମ୍ଭକୁ ଭୟଙ୍କର ଲୋକମାନଙ୍କ ହସ୍ତରୁ ମୁକ୍ତ କରିବା।”


“ପୁଣି ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସେମାନଙ୍କର ନିଜ ମାଂସ ଭୋଜନ କରାଇବା; ସୁମିଷ୍ଟ ଦ୍ରାକ୍ଷାରସରେ ସେମାନେ ମତ୍ତ ହେଲାପରି ସେମାନେ ନିଜ ରକ୍ତରେ ମତ୍ତ ହେବେ, ତାହାହେଲେ ଆମ୍ଭେ ଯେ ତୁମ୍ଭର ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସମସ୍ତ ପ୍ରାଣୀ ଜାଣିବେ।”


ତେଣୁ ସଦାପ୍ରଭୁ କୁହନ୍ତି, “ଏହି କାରଣରୁ ଆମ୍ଭର ଲୋକମାନେ ଆମ୍ଭର ନାମ ଜାଣିବେ। ଏଥିପାଇଁ ଯେ କଥା କୁହନ୍ତି, ସେହି ଯେ ଆମ୍ଭେ ଅଟୁ, ଏହା ସେମାନେ ସେହି ଦିନ ଜାଣିବେ। ହଁ ଦେଖ, ଆମ୍ଭେ ସେହି।”


Swiv nou:

Piblisite


Piblisite