Biblia Todo Logo
Bib sou entènèt

- Piblisite -




ଯିଶାଇୟ 6:4 - ପବିତ୍ର ବାଇବଲ

4 ସେତେବେଳେ ଘୋଷଣାକାରୀଙ୍କ ଉଚ୍ଚରବରେ ଦ୍ୱାରବନ୍ଧ କମ୍ପିତ ହେଲା ଓ ପ୍ରଭୁଙ୍କ ମନ୍ଦିର ଧୂମରେ ପରିପୂର୍ଣ୍ଣ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସେତେବେଳେ ଘୋଷଣାକାରୀର ରବରେ ଦ୍ଵାର ସମ୍ମୁଖ ସ୍ଥାନର ମୂଳଦୁଆ କମ୍ପିତ ହେଲା ଓ ଗୃହ ଧୂମରେ ପରିପୂର୍ଣ୍ଣ ହେଲା।

Gade chapit la Kopi

ଓଡିଆ ବାଇବେଲ

4 ସେତେବେଳେ ଘୋଷଣାକାରୀର ରବରେ ଦ୍ୱାର ସମ୍ମୁଖ ସ୍ଥାନର ମୂଳଦୁଆ କମ୍ପିତ ହେଲା ଓ ମନ୍ଦିର ଧୂମରେ ପରିପୂର୍ଣ୍ଣ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସେତେବେଳେ ଘୋଷଣାକାରୀର ରବରେ ଦ୍ୱାର ସମ୍ମୁଖ ସ୍ଥାନର ମୂଳଦୁଆ କମ୍ପିତ ହେଲା ଓ ମନ୍ଦିର ଧୂମରେ ପରିପୂର୍ଣ୍ଣ ହେଲା।

Gade chapit la Kopi




ଯିଶାଇୟ 6:4
12 Referans Kwoze  

ସେହି ମନ୍ଦିର ପରମେଶ୍ୱରଙ୍କ ଗୌରବ ଓ କ୍ଷମତାର ଧୂଆଁରେ ଭର୍ତ୍ତି ହୋଇଗଲା। ସାତ ଜଣ ଦୂତଙ୍କର ସାତୋଟି ମହାମାରୀ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଲୋକ ମନ୍ଦିରରେ ପ୍ରବେଶ କରି ପାରିଲେ ନାହିଁ।


ତା'ପରେ ସ୍ୱର୍ଗରେ ପରମେଶ୍ୱରଙ୍କ ମନ୍ଦିର ଖୋଲିଗଲା ଓ ସେହି ମନ୍ଦିରର ପବିତ୍ର ନିୟମସିନ୍ଦୁକ ଦେଖାଗଲା। ଏହି ପବିତ୍ର ସିନ୍ଦୁକରେ ସେହି ଚୁକ୍ତି ଥିଲା, ଯାହାକୁ ପରମେଶ୍ୱର ଲୋକମାନଙ୍କୁ ଦେଇଥିଲେ। ତା'ପରେ ସେଠାରେ ବିଜୁଳିର ଆଲୋକ ଝଲସି ଉଠିଲା, ତଥା ମହା କୋଳାହଳ, ବଜ୍ର ନାଦ, ଭୂମିକମ୍ପ ଓ ପ୍ରବଳ କୁଆପଥର ବୃଷ୍ଟି ହେଲା।


ଆଉ ସର୍ବଶକ୍ତିମାନ ପରମେଶ୍ୱରଙ୍କର କଥା କହିବାର ସମୟରେ ସ୍ୱର ବଜ୍ରରବ ତୁଲ୍ୟ, କିରୂବଦୂତମାନଙ୍କର ପକ୍ଷର ଶବ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା।


ତୂରୀ ବାଦକ ଓ ଗାୟକ ଲୋକମାନେ ଜଣେ ବ୍ୟକ୍ତି ତୁଲ୍ୟ ଥିଲେ। ଯେତେବେଳେ ସଦାପ୍ରଭୁଙ୍କର ପ୍ରଶଂସା ଓ ଧନ୍ୟବାଦ ଗାନ କରାଗଲା ସେମାନେ ଏକ ଶବ୍ଦ କଲେ। ସେମାନେ ତୂରୀ, ଗିନି ଓ ବାଦ୍ୟଯନ୍ତ୍ର ସହିତ ଉଚ୍ଚସ୍ୱର କଲେ। ସେମାନେ ଏହି ଗୀତ ଗାଇ ସଦାପ୍ରଭୁଙ୍କର ପ୍ରଶଂସା କଲେ, “କାରଣ ସେ ମଙ୍ଗଳମୟ। ତାଙ୍କର ସତ୍ୟ ପ୍ରେମ ଅନନ୍ତକାଳସ୍ଥାୟୀ ଅଟେ।” ଏହା ପରେ, ସଦାପ୍ରଭୁଙ୍କ ମନ୍ଦିର ମେଘ ଦ୍ୱାରା ପୂର୍ଣ୍ଣ ହେଲା।


ଏହା ପରେ ସେହି ମେଘ ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା।


ସେ କହିଲେ, ମୁଁ ମୋର ପ୍ରଭୁଙ୍କୁ ଯଜ୍ଞବେଦି ଉପରେ ଦଣ୍ଡାୟମାନ ହେବାର ଦେଖିଲି। ସେ କହିଲେ, “ସ୍ତମ୍ଭର ଅଗ୍ରଭାଗକୁ ଆଘାତ କର ଯେପରିକି ଅଟ୍ଟାଳିକାର ଦ୍ୱାର ଦେଶ ଥରି ଉଠିବ। ସ୍ତମ୍ଭଟିକୁ ଲୋକମାନଙ୍କ ମୁଣ୍ତ ଉପରେ ପକାଅ। ଯଦି ଏଥିରୁ କେହି ବଞ୍ଚିବ ଆମ୍ଭେ ତାକୁ ‌‌ଖ‌ଡ଼୍‌ଗରେ ଚ୍ଛେଦନ କରିବା। ଦୌଡ଼ି ଯାଇଥିବା ଲୋକ ମଧ୍ୟ ରକ୍ଷା ପାଇବ ନାହିଁ। ଜଣେ ହେଲେ ବଞ୍ଚିବେ ନାହିଁ।


ତାଙ୍କ ନାକରୁ ଧୂଆଁ ନିର୍ଗତ ହେଲା। ଜ୍ୱଳନ୍ତ ଅଗ୍ନିଶିଖା ତାଙ୍କ ମୁଖରୁ ବାହାରିଲା। ଜ୍ୱଳନ୍ତା ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହେବାକୁ ଲାଗିଲା।


ଏବଂ ସେମାନେ ଗମନ କଲା ସମୟରେ ମୁଁ ସେମାନଙ୍କର ପକ୍ଷର ଶବ୍ଦ ଶୁଣିଲି, ତାହା ମହାଜଳ ରାଶିର କଲ୍ଲୋଳ ତୁଲ୍ୟ, ସର୍ବଶକ୍ତିମାନ ପରମେଶ୍ୱରଙ୍କର ସ୍ୱର ତୁଲ୍ୟ ଓ ସୈନ୍ୟଦଳର କୋଳାହଳ ଶବ୍ଦ ତୁଲ୍ୟ ଥିଲା। ସେମାନେ ଅଟକିଲା ବେଳେ ନିଜ ନିଜ ପକ୍ଷ ସଙ୍କୋଚନ କଲେ।


କାଷ୍ଠ ଆଚ୍ଛାଦିତ ଦ୍ୱାରର ସମ୍ମୁଖ ସ୍ଥାନ, ବନ୍ଦ ଜଳାକବାଟି ସବୁ, ଦ୍ୱାର ସମ୍ମୁଖ ସ୍ଥାନର ନିକଟସ୍ଥ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବାରଣ୍ଡାସବୁ ଓ ଭୂମିଠାରୁ ଜଳାକବାଟି ପର୍ଯ୍ୟନ୍ତ ସବୁଗୁଡ଼ିକୁ ମାପିଲେ।


ତା'ପରେ ସେ ମୋତେ ଉତ୍ତର ଦ୍ୱାର ଦେଇ ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖକୁ ଆଣିଲେ। ତା'ପରେ ମୁଁ ଦୃଷ୍ଟିପାତ କରି ଦେଖିଲି ସଦାପ୍ରଭୁଙ୍କ ମନ୍ଦିର ସଦାପ୍ରଭୁଙ୍କ ମହିମାରେ ପରିପୂର୍ଣ୍ଣ ଥିଲା। ତେଣୁ ମୁଁ ଭୂମିକୁ ଛୁଇଁ ପ୍ରଣାମ କଲି।


Swiv nou:

Piblisite


Piblisite