Biblia Todo Logo
Bib sou entènèt

- Piblisite -




ଯିଶାଇୟ 6:12 - ପବିତ୍ର ବାଇବଲ

12 ସଦାପ୍ରଭୁ ସବୁଲୋକଙ୍କୁ ଦୂରକୁ ତଡ଼ି ଦେବେ। ଦେଶରେ ବିସ୍ତୃତ ଅଞ୍ଚଳ ଜନଶୂନ୍ୟ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ପୁଣି ସଦାପ୍ରଭୁ ଲୋକମାନଙ୍କୁ ଅତି ଦୂର କରି ନ ଦିଅନ୍ତି ଓ ଦେଶ ମଧ୍ୟରେ ପରିତ୍ୟକ୍ତ ସ୍ଥାନ ଅନେକ ନ ହୁଏ, ସେଯାଏ।

Gade chapit la Kopi

ଓଡିଆ ବାଇବେଲ

12 ପୁଣି, ସଦାପ୍ରଭୁ ଲୋକମାନଙ୍କୁ ଅତି ଦୂର କରି ନ ଦିଅନ୍ତି ଓ ଦେଶ ମଧ୍ୟରେ ପରିତ୍ୟକ୍ତ ସ୍ଥାନ ଅନେକ ନ ହୁଏ, ସେପର୍ଯ୍ୟନ୍ତ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ପୁଣି, ସଦାପ୍ରଭୁ ଲୋକମାନଙ୍କୁ ଅତି ଦୂର କରି ନ ଦିଅନ୍ତି ଓ ଦେଶ ମଧ୍ୟରେ ପରିତ୍ୟକ୍ତ ସ୍ଥାନ ଅନେକ ନ ହୁଏ, ସେପର୍ଯ୍ୟନ୍ତ।

Gade chapit la Kopi




ଯିଶାଇୟ 6:12
15 Referans Kwoze  

ଅଶ୍ୱାରୋହୀ ଓ ଧନୁର୍ଦ୍ଧାରୀଙ୍କ ଶବ୍ଦରେ ସମଗ୍ର ନଗରବାସୀ ଭୟରେ ପଳାୟନ କରିବେ। କେତେକ ଗୁମ୍ଫା ମଧ୍ୟରେ ଲୁଚିବେ, କେତେକ ନିବିଡ଼ ଅରଣ୍ୟର ବୁଦା ମଧ୍ୟରେ ଲୁଚିବେ ଓ ଅନ୍ୟ କେତେକ ଶୈଳ ଉପରେ ଚଢ଼ିବେ। ଯିହୁଦାର ସମସ୍ତ ନଗର ପରିତ୍ୟକ୍ତ ହୋଇ ଜନଶୂନ୍ୟ ହେବ।


ସଦାପ୍ରଭୁ ପୃଥିବୀର ଏକ ସୀମାରୁ ଅନ୍ୟସୀମା ପର୍ଯ୍ୟନ୍ତ ସମସ୍ତ ଗୋଷ୍ଠୀ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବେ। ଆଉ ସେଠାରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବପୁରୁଷଗଣର ଅଜ୍ଞାତ କାଷ୍ଠ, ପାଷାଣର ମୂର୍ତ୍ତି ପୂଜା କରିବ।


ହେ ସଦାପ୍ରଭୁ, ତୁମ୍ଭେ କାହିଁକି ଚିରକାଳ ଆମ୍ଭମାନଙ୍କୁ ପାସୋରୁ ଅଛ? ଆଉ ଏତେ ଦୀର୍ଘକାଳ ଆମ୍ଭମାନଙ୍କୁ କାହିଁକି ପରିତ୍ୟାଗ କରିଅଛ?


କାରଣ ଯିହୁଦାର ରାଜା ହିଜକିୟଙ୍କର ପୁତ୍ର ମନଃଶି ଯିରୁଶାଲମରେ ଦୁଷ୍କର୍ମ କଲା, ଆମ୍ଭେ ସେମାନଙ୍କୁ ଯାହା କରିବା ସମଗ୍ର ପୃଥିବୀର ଲୋକେ ଭୟଭୀତ ହୋଇଯିବେ।’


“ଆମ୍ଭେ ସଦାପ୍ରଭୁ, ଆପଣା ଗୃହ ପରିତ୍ୟାଗ କରିଅଛୁ। ଆମ୍ଭେ ନିଜର ଅଧିକାର ଛାଡ଼ି ଦେଇଅଛୁ। ଆମ୍ଭେ ଆପଣା ପ୍ରାଣର ପ୍ରିୟତମା ଯିହୁଦାକୁ ଶତ୍ରୁମାନଙ୍କ ହସ୍ତରେ ସମର୍ପି ଦେଇଅଛୁ।


ତୁମ୍ଭେ ଏ ଦେଶୀୟ ଲୋକଙ୍କୁ ବୃଦ୍ଧି କରିଅଛ। ହେ ସଦାପ୍ରଭୁ, ତୁମ୍ଭେ ଏ ଦେଶୀୟ ଲୋକଙ୍କୁ ବୃଦ୍ଧି କରିଅଛ। ତୁମ୍ଭେ ଗୌରବାନ୍ୱିତ ହୋଇଅଛ। ତୁମ୍ଭେ ଯେପରି ସୀମା ସକଳ ବିସ୍ତାର କରିଅଛ।


ତା'ପରେ ନବୂସ‌ର୍‌ଦ‌‌ନ୍‌ ଅବଶିଷ୍ଟ ଲୋକମାନଙ୍କୁ ଓ ଆତ୍ମସମର୍ପଣ କରିବାକୁ ଆସିଥିବା ଲୋକମାନଙ୍କୁ ବନ୍ଦୀ କରି ନେଇ ଗଲେ।


ଯିହୂଦୀମାନଙ୍କୁ ପରମେଶ୍ୱର ଅସ୍ୱୀକାର କରି ଦେଲାପରେ, ସେ ଜଗତର ଅନ୍ୟଲୋକ ମାନଙ୍କ ସହିତ ମୈତ୍ରୀ କଲେ। ଅତଏବ, ଯିହୂଦାମାନଙ୍କୁ ପୁନଃ ଗ୍ରହଣ କରିବା ଅର୍ଥ ଜଗତର ଅନ୍ୟ ଲୋକମାନଙ୍କ ପାଇଁ ମୃତ୍ୟୁରୁ ପୁନର୍ଜୀବନ ଆଣିବା।


ସର୍ବଶକ୍ତିମାନ ସଦାପ୍ରଭୁ ଏହା ମୋତେ କହିଲେ ଏବଂ ମୁଁ ଏହା ତାଙ୍କଠାରୁ ଶୁଣିଥିଲି, “ବର୍ତ୍ତମାନ ବହୁତ ଘର ଅଛି ମାତ୍ର ମୁଁ ପ୍ରତିଜ୍ଞା କରିଛି ସେ ସମସ୍ତ ଧ୍ୱଂସ ହେବ। ଯେଉଁ ସୁନ୍ଦର ଓ ବୃହତ୍ ଗୃହମାନ ଅଛି ସେ ସବୁ ନିବାସଶୂନ୍ୟ ହେବ।


ଦୁର୍ଲୋଭ ସୁବର୍ଣ୍ଣ ପରି ଅଳ୍ପ, କେତେକ ଉତ୍ତମ ଲୋକ ରହିବେ ଓ ସେମାନେ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉଜ୍ଜ୍ୱଳ ଭାବରେ ଦୀପ୍ତି ବିକାଶ କରିବେ।


ଆମ୍ଭେ ସମସ୍ତ ପ୍ରାଣୀ ଓ ସମସ୍ତ ମାନବମାନଙ୍କୁ ବିନଷ୍ଟ କରିବା। ଆକାଶର ପକ୍ଷୀ ଓ ସମୁଦ୍ରର ମାଛଗୁଡ଼ିକୁ ବିନାଶ କରିବା। ସମସ୍ତ ମନ୍ଦ ଲୋକ ଓ ସମସ୍ତ ଜିନିଷ ଯେଉଁଗୁଡ଼ିକ ସେମାନଙ୍କୁ ପାପ କରାଉଛି ସେହିସବୁକୁ ଧ୍ୱଂସ କରିବା। ସବୁ ଲୋକଙ୍କୁ ପୃଥିବୀରୁ ବିତାଡ଼ିତ କରିବା।” ଏହିସବୁ କଥା ସଦାପ୍ରଭୁ କହିଲେ।


Swiv nou:

Piblisite


Piblisite