Biblia Todo Logo
Bib sou entènèt

- Piblisite -




ଯିଶାଇୟ 59:21 - ପବିତ୍ର ବାଇବଲ

21 ନିଜ ବିଷୟରେ ସଦାପ୍ରଭୁ କୁହନ୍ତି, “ସେମାନଙ୍କ ସହିତ ଆମ୍ଭର ଚୁକ୍ତି ହେଉଛି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭେ ଯେଉଁ ବାକ୍ୟସବୁ ତୁମ୍ଭ ମୁଖରେ ରଖିଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭର ବଂଶୋଦ୍ଭବ ବଂଶର ମୁଖରୁ ଅଦ୍ୟାବଧି ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ନିଜ ବିଷୟରେ ସଦାପ୍ରଭୁ କହନ୍ତି, ସେମାନଙ୍କ ସହିତ ଆମ୍ଭର ନିୟମ ଏହି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭର ଯେସକଳ ବାକ୍ୟ ଆମ୍ଭେ ତୁମ୍ଭ ମୁଖରେ ରଖିଅଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭ ବଂଶୋତ୍ପନ୍ନ ବଂଶର ମୁଖରୁ ଆଜିଠାରୁ ଅନ; କାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ, ଏହା ସଦାପ୍ରଭୁ କହନ୍ତି।

Gade chapit la Kopi

ଓଡିଆ ବାଇବେଲ

21 ନିଜ ବିଷୟରେ ସଦାପ୍ରଭୁ କହନ୍ତି, “ସେମାନଙ୍କ ସହିତ ଆମ୍ଭର ନିୟମ ଏହି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭର ଯେସକଳ ବାକ୍ୟ ଆମ୍ଭେ ତୁମ୍ଭ ମୁଖରେ ରଖିଅଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭ ବଂଶୋତ୍ପନ୍ନ ବଂଶର ମୁଖରୁ ଆଜିଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ,” ଏହା ସଦାପ୍ରଭୁ କହନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ନିଜ ବିଷୟରେ ସଦାପ୍ରଭୁ କହନ୍ତି, “ସେମାନଙ୍କ ସହିତ ଆମ୍ଭର ନିୟମ ଏହି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭର ଯେସକଳ ବାକ୍ୟ ଆମ୍ଭେ ତୁମ୍ଭ ମୁଖରେ ରଖିଅଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭ ବଂଶୋତ୍ପନ୍ନ ବଂଶର ମୁଖରୁ ଆଜିଠାରୁ ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ,” ଏହା ସଦାପ୍ରଭୁ କହନ୍ତି।

Gade chapit la Kopi




ଯିଶାଇୟ 59:21
36 Referans Kwoze  

“ପ୍ରଭୁ କହିଲେ, ଭବିଷ୍ୟତରେ ମୋ’ ଲୋକମାନଙ୍କ ସହିତ ମୁଁ ଏହି ଚୁକ୍ତି କରିବି। ମୁଁ ମୋ’ ନିୟମଗୁଡ଼ିକୁ ସେମାନଙ୍କ ହୃଦୟରେ ରଖିବି। ମୁଁ ମୋ’ ନିୟମଗୁଡ଼ିକୁ ସେମାନଙ୍କ ମନରେ ଲେଖିବି।”


“ହେ ମୋର ସେବକ ଇସ୍ରାଏଲ, ଆମ୍ଭେ ତୁମ୍ଭ ମୁଖରେ ଆମ୍ଭର ବାକ୍ୟ ରଖିଅଛୁ ଓ ଆମ୍ଭର ହସ୍ତର ଛାୟାରେ ତୁମ୍ଭକୁ ଆଚ୍ଛାଦନ କରିଅଛୁ। ତୁମ୍ଭେ ସିୟୋନକୁ ଏହା କହିବ ଯେ, ଆମ୍ଭେ ସ୍ୱର୍ଗମଣ୍ଡଳ ରୋପଣ କରିଅଛୁ ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛୁ, ‘ତୁମ୍ଭେମାନେ ମୋର ସନ୍ତାନ।’”


“ଆମ୍ଭେ ତୃଷିତ ଭୂମି ଉପରେ ଜଳ ଓ ଶୁଷ୍କ ଭୂମି ଉପରେ ଜଳସ୍ରୋତ ଢାଳିବା। ଆମ୍ଭେ ତୁମ୍ଭ ବଂଶ ଉପରେ ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପରେ ଆପଣା ଆଶୀର୍ବାଦ ବର୍ଷାଇବା।


କିନ୍ତୁ ମୁଁ ଯେଉଁ ଜଳ ପିଇବାକୁ ଦେବି, ତାହା ଯେଉଁ ଲୋକ ପିଇବ ସେ କଦାପି ତୃଷାର୍ତ୍ତ ହେବ ନାହିଁ। ମୁଁ ତାହାଙ୍କୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନ ଜଳର ଝର ସ୍ୱରୁପେ ସର୍ବଦା ପ୍ରବାହିତ ହେବ।”


କର୍ଣ୍ଣଡେରି ଶୁଣ ଓ ଆମ୍ଭ ନିକଟକୁ ଆସ। ତହିଁରେ ତୁମ୍ଭମାନଙ୍କର ଆତ୍ମା ବଞ୍ଚିବ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ଏକ ଚିରକାଳ ଚୁକ୍ତି ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା।


କିନ୍ତୁ ତୁମ୍ଭେମାନେ ନିଜର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ନୁହଁ। ଯଦି ପ୍ରକୃତରେ ଖ୍ରୀଷ୍ଟଙ୍କର ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା'ହେଲେ ତୁମ୍ଭେମାନେ ଆତ୍ମା ଦ୍ୱାରା ଶାସିତ ହେଉଛ। କିନ୍ତୁ ଯଦି କୌଣସି ଲୋକ ଭିତରେ ଖ୍ରୀଷ୍ଟଙ୍କର ଆତ୍ମା ନାହିଁ, ତା'ହେଲେ ସେ ଖ୍ରୀଷ୍ଟଙ୍କର ନୁହେଁ।


ପରମେଶ୍ୱର ତାହାଙ୍କୁ ପଠାଇଛନ୍ତି। ପରମେଶ୍ୱର ଯାହା କହିଥା'ନ୍ତି, ସେ ତାହା କହନ୍ତି। ପରମେଶ୍ୱର ସମ୍ପୂର୍ଣ୍ଣଭାବେ ତାହାଙ୍କୁ ପବିତ୍ରଆତ୍ମା ପ୍ରଦାନ କରିଛନ୍ତି।


ଯୀଶୁ ପବିତ୍ରଆତ୍ମାଙ୍କ ବିଷୟରେ କହୁଥିଲେ। ଯୀଶୁ ଏପର୍ଯ୍ୟନ୍ତ ମୃତ୍ୟୁ ଭୋଗ କରି ନ ଥିବାରୁ ଓ ସେ ମହିମାପ୍ରାପ୍ତ ହୋଇ ନ ଥିବାରୁ ଲୋକମାନଙ୍କୁ ଏପର୍ଯ୍ୟନ୍ତ ପବିତ୍ରଆତ୍ମା ଦିଆଯାଇ ନ ଥିଲା। କିନ୍ତୁ ପରେ, ଯେଉଁ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରିବେ, ସେମାନେ ପବିତ୍ରଆତ୍ମା ଲାଭ କରିବେ।


ସଦାପ୍ରଭୁ କୁହନ୍ତି, “ଆମ୍ଭେ ଯେଉଁ ସମୟରେ ଦୟା ଦେଖାଇବା କଥା ସେହି ସମୟରେ ତୁମ୍ଭକୁ ଉତ୍ତର କରିଅଛୁ। ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିଅଛୁ। ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ ଲୋକମାନଙ୍କୁ ସେମାନଙ୍କର ଧ୍ୱଂସିତ ଉତ୍ତରାଧିକାରର ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ଚୁକ୍ତି ସ୍ୱରୂପ ନିଯୁକ୍ତ କରିବା।


ତା'ହେଲେ ଆତ୍ମାଙ୍କର ଜୀବନଦାୟକ ସେବା କେତେ ଅଧିକ ମହିମାଯୁକ୍ତ ନ ହେବ?


ମୋତେ ତୁମ୍ଭେ ଯେଉଁ ଉପଦେଶ ଦେଇଥିଲ, ମୁଁ ସେହି ଉପଦେଶ ଏହି ଲୋକଙ୍କୁ ଦେଇଛି। ସେମାନେ ତାହା ଗ୍ରହଣ କରିଛନ୍ତି। ସେମାନେ ଜାଣି ପାରିଲେ ଯେ, ମୁଁ ପ୍ରକୃତରେ ତୁମ୍ଭଠାରୁ ଆସିଛି ଓ ତୁମ୍ଭେ ମୋତେ ପଠାଇଛ ବୋଲି ସେମାନେ ବିଶ୍ୱାସ କରିଛନ୍ତି।


ମୋତେ ପରମପିତା ଯାହା ଦେଖାଇଛନ୍ତି, ତାହା ମୁଁ ତୁମ୍ଭକୁ କହୁଛି। କିନ୍ତୁ ତୁମ୍ଭେମାନେ ତୁମ୍ଭ ପିତା ଯାହା କହିଛନ୍ତି ତାହା କରୁଛ।”


ଓ ଆମ୍ଭେ ସେହି ଲୋକମାନଙ୍କର ପାପଗୁଡ଼ିକୁ ହରଣ କଲା ପରେ ଏହି ଚୁକ୍ତି କରିବା।”


ତୁମ୍ଭେ ହାରୋଣକୁ କହିବ ଏବଂ ତା'ର ମୂଖରେ ବାକ୍ୟ ଦେବ। ମୁଁ ତୁମ୍ଭର ଜିହ୍ୱା ସହିତ ଓ ତା'ର ଜିହ୍ୱା ସହିତ ଥିବି ଏବଂ ମୁଁ ତୁମ୍ଭମାନଙ୍କୁ କହିବି, ଯାହା ତୁମ୍ଭମାନଙ୍କୁ କହିବାକୁ ହେବ।


ଆତ୍ମା ଊର୍ଦ୍ଧ୍ୱରୁ ଆସିବା ପର୍ଯ୍ୟନ୍ତ ଏହିସବୁ ଗ୍ଭଲୁ ରହିବ। ବର୍ତ୍ତମାନ ଏହା ଧାର୍ମିକମାନଙ୍କ ଇଚ୍ଛା ପାଇଁ ମରୁଭୂମି ହୋଇଛି, ତା'ପରେ ମରୁଭୂମି ଠିକ୍ ବିଗ୍ଭରରେ ପାଇବେ ଏବଂ ଫଳ ବଗିଗ୍ଭ ଜଙ୍ଗଲରେ ପରିଣତ ହେବ।


“ତୃଣ ସିନା ଶୁଷ୍କ ହୁଏ ଓ ପୁଷ୍ପ ସିନା ମଳିନ ହୁଏ, ମାତ୍ର ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।”


“ମୋର ଦାସକୁ ଦେଖ। ମୁଁ ତାକୁ ମନୋନୀତ କରିଅଛି। ମୋର ଚିତ୍ତ ତାହାଠାରେ ସନ୍ତୁଷ୍ଟ। ମୁଁ ତାହା ଉପରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ୟଦେଶ ପ୍ରତି ନ୍ୟାୟ ବିଗ୍ଭର କରିବ।


ସଦାପ୍ରଭୁ ଯେ କି ତୁମ୍ଭ ପ୍ରତି କରୁଣା କରିଅଛନ୍ତି କୁହନ୍ତି: “ଯଦିଓ ପର୍ବତଗୁଡ଼ିକ ବିଚଳିତ ହୋଇ ଘୁଞ୍ଚିଯିବେ; ଉପପର୍ବତଗୁଡ଼ିକ ଟଳି ପଡ଼ିବେ, ତଥାପି ଆମ୍ଭର ଦୟା ତୁମ୍ଭଠାରୁ ଦୂରେଇ ଯିବ ନାହିଁ କିମ୍ବା ଆମ୍ଭର ଶାନ୍ତିର ବ୍ୟବସ୍ଥା ଟଳିବ ନାହିଁ।”


ସେହିପରି ଆମ୍ଭ ମୁଖ ନିଃସୃତ ବାକ୍ୟ ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ; ମାତ୍ର ଆମ୍ଭ ଇଚ୍ଛାନୁସାରେ ଆମ୍ଭ ବାକ୍ୟ ସିଦ୍ଧ ହେବ ଏବଂ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରିଅଛୁ, ତାହା ସଫଳ ହେବ।


ଆମ୍ଭେ ଓଷ୍ଠାଧରର ଫଳ ସୃଷ୍ଟି କରୁ। ସଦାପ୍ରଭୁ କୁହନ୍ତି, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ଲୋକ ପ୍ରତି ‘ଶାନ୍ତି’ ହେଉ ଓ ଆମ୍ଭେ ତାହାକୁ ସୁସ୍ଥ କରିବା।”


ମୋତେ ତୁମ୍ଭର ସତ୍ୟ ଶିକ୍ଷା ବିଷୟରେ କହିବାକୁ ଦିଅ। ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ୟରେ ନିର୍ଭର କରେ।


ତାହାକୁ ଅଙ୍ଗୁଳିରେ ବାନ୍ଧି ରଖ, ନିଜ ହୃଦୟରେ ଲେଖି ରଖ।


“କାରଣ ଆମ୍ଭେ ଯେଉଁ ନୂତନ ସ୍ୱର୍ଗମଣ୍ଡଳ ଓ ନୂତନ ପୃଥିବୀ ନିର୍ମାଣ କରିବା, ତାହା ଯେପରି ଆମ୍ଭ ସମ୍ମୁଖରେ ସ୍ଥାୟୀ ହେବ, ସେହିପରି ତୁମ୍ଭମାନଙ୍କର ବଂଶ ଓ ତୁମ୍ଭମାନଙ୍କର ନାମ ସ୍ଥାୟୀ ହେବ, ଏହା ସଦାପ୍ରଭୁ କୁହନ୍ତି।


ସେତେବେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମୋର ପାଟି ସ୍ପର୍ଶ କଲେ ଓ ମୋତେ କହିଲେ, “ହେ ଯିରିମିୟ, ଆମ୍ଭେ ଆପଣା ବାକ୍ୟ ତୁମ୍ଭ ମୁଖରେ ଦେଲୁ।


Swiv nou:

Piblisite


Piblisite