Biblia Todo Logo
Bib sou entènèt

- Piblisite -




ଯିଶାଇୟ 59:20 - ପବିତ୍ର ବାଇବଲ

20 ପୁଣି ସଦାପ୍ରଭୁ କୁହନ୍ତି, ସିୟୋନକୁ ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ତ୍ରାଣକର୍ତ୍ତା ଆସିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ପୁଣି, ସଦାପ୍ରଭୁ କହନ୍ତି, ସିୟୋନକୁ ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ମୁକ୍ତିଦାତା ଆସିବେ।

Gade chapit la Kopi

ଓଡିଆ ବାଇବେଲ

20 ପୁଣି, ସଦାପ୍ରଭୁ କହନ୍ତି, “ସିୟୋନକୁ ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ମୁକ୍ତିଦାତା ଆସିବେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ପୁଣି, ସଦାପ୍ରଭୁ କହନ୍ତି, “ସିୟୋନକୁ ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ମୁକ୍ତିଦାତା ଆସିବେ।”

Gade chapit la Kopi




ଯିଶାଇୟ 59:20
18 Referans Kwoze  

ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣକର ଜୀବନ ପବିତ୍ର ନୁହେଁ, ତା'ହେଲେ ସେ ପ୍ରଭୁଙ୍କୁ କେବେ ହେଲେ ଦେଖି ପାରିବ ନାହିଁ।


ଏଥିପାଇଁ ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ୱରଙ୍କ ପାଖକୁ ଫେରି ଆସ, ତେବେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରିଦେବେ।


ସେହି ସମୟରେ, ଯେ କେହି ସଦାପ୍ରଭୁଙ୍କ ନାମକୁ ଡାକ ପକାଇବ, ସେ ହିଁ ଉଦ୍ଧାର ପାଇବ। କାରଣ ଶରଣାର୍ଥୀ ଲୋକମାନେ ଯିରୁଶାଲମର ଓ ସିୟୋନ ପର୍ବତ ଉପରେ ରକ୍ଷାପ୍ରାପ୍ତ ଲୋକମାନେ ଏକତ୍ର ହେବେ, ଯାହାକି ସଦାପ୍ରଭୁ କହିଛନ୍ତି ଏବଂ ସେମାନେ ବଞ୍ଚିଥିବା ଲୋକମାନଙ୍କ ସହିତ ଥିବେ, ଯେଉଁମାନଙ୍କୁ ସଦାପ୍ରଭୁ ଆହ୍ୱାନ କରୁଛନ୍ତି।


ମୁଁ ପ୍ରଥମେ ଦମ୍ମେସକ ନଗରରେ, ପରେ ଯିରୁଶାଲମରେ ସମଗ୍ର ଯିହୂଦା ଓ ଅଣଯିହୂଦୀ ଦେଶମାନଙ୍କରେ ମଧ୍ୟ ପ୍ରଗ୍ଭର କଲି। ମୁଁ ସେମାନଙ୍କୁ ଅନୁତାପ କରି ପରମେଶ୍ୱରଙ୍କ ପାଖକୁ ଫେରିବା ପାଇଁ କହିଲି। ସେମାନଙ୍କ ହୃଦୟ ପରିବର୍ତ୍ତନ ପାଇଁ ଉଚିତ୍ କାର୍ଯ୍ୟ କରିବା ପାଇଁ ମଧ୍ୟ କହିଲି।


ପରମେଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରଥମେ ଆପଣାର ବିଶେଷ ସେବକ ଯୀଶୁଙ୍କୁ ପଠାଇଛନ୍ତି। ତୁମ୍ଭେମାନେ ଯେପରି ମନ୍ଦକାର୍ଯ୍ୟରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି।”


ମୋଶାଙ୍କ ଲିଖିତ ବ୍ୟବସ୍ଥାନୁସାରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି। ତଥାପି ଆମ୍ଭେମାନେ ସଦାପ୍ରଭୁଙ୍କର ଅନୁଗ୍ରହ ଭିକ୍ଷା କରି ନାହୁଁ କି ପାପରୁ ବିରତ ହୋଇ ନାହୁଁ ଓ ତାଙ୍କର ସତ୍ୟତା ପ୍ରତି ଧ୍ୟାନ ଦେଇ ନାହୁଁ।


ହେ ଲୋକମାନେ, ସିୟୋନରେ ସୁସମାଗ୍ଭର ପ୍ରଗ୍ଭର କର, ଉଚ୍ଚ ପର୍ବତକୁ ଯାଅ। ଉଚ୍ଚ ସ୍ୱରରେ କୁହ, ହେ ଲୋକମାନେ ଯିରୁଶାଲମ ନିକଟରେ ସୁସମାଗ୍ଭର ପ୍ରଗ୍ଭର କର। ଜୋ‌ର୍‌ରେ କୁହ, ଭୟ କର ନାହିଁ। ଯିହୁଦା ନଗରୀକୁ କୁହ, “ଦେଖ, ଏହିଠାରେ ତୁମ୍ଭର ପରମେଶ୍ୱର।”


ତୁମ୍ଭେ ଯାହା ଗ୍ଭହିଁବ, ଅନ୍ୟ ଦେଶ ତୁମ୍ଭକୁ ତାହା ଦେବ। ଏହା ଏକ ଶିଶୁ ପରି ହେବ ଯେ କି ଆପଣା ମା’ର କ୍ଷୀର ପାନ କରୁଛି। ତୁମ୍ଭେ ରାଜାମାନଙ୍କର ଐଶ୍ୱର୍ଯ୍ୟ ପାନ କରିବ। ତାହାହେଲେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ତୁମ୍ଭର ମୁକ୍ତିଦାତା ଓ ଯାକୁବର ବଳଦାତା ଅଟୁ ତାହା ତୁମ୍ଭେ ଜାଣିବ।


ମୁଁ ଜାଣେ ମୋର ରକ୍ଷାକର୍ତ୍ତା ଜୀବିତ ଏବଂ ଶେଷରେ ସେ ମୋତେ ରକ୍ଷା କରିବା ପାଇଁ ପୃଥିବୀରେ ଠିଆ ହେବେ।


ଯାକୁବ ପରିବାର ଅବଶିଷ୍ଟାଂଶ ଲୋକ ମଧ୍ୟ ପୁଣି ପରାକ୍ରାନ୍ତ ପରମେଶ୍ୱରଙ୍କୁ ଅନୁସରଣ କରିବେ।


ଯଦିଓ ଇସ୍ରାଏଲର ଅବଶିଷ୍ଟାଂଶ ସମୁଦ୍ରର ବାଲୁକା ସଦୃଶ ସେମାନେ ସଦାପ୍ରଭୁଙ୍କ ପାଖକୁ ଫେରି ଆସିବେ। ମାତ୍ର ସର୍ବପ୍ରଥମେ ତୁମ୍ଭର ଦେଶ ଧ୍ୱଂସ ପାଇବ। ପରମେଶ୍ୱର ତୁମ୍ଭର ଦେଶ ଧ୍ୱଂସ ହେବ ବୋଲି ଘୋଷଣା କରିଛନ୍ତି। ତା'ପରେ ଧାର୍ମିକତା ନଦୀର ବନ୍ୟାଜଳ ସଦୃଶ ଦେଶମଧ୍ୟକୁ ବହି ଆସିବ।


ଦେଖ, ସଦାପ୍ରଭୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ଘୋଷଣା କରିଅଛନ୍ତି, “ତୁମ୍ଭେମାନେ ସିୟୋନର କନ୍ୟାକୁ କୁହ, ‘ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି; ଆଉ ଦେଖ, ତାଙ୍କ ପୁରସ୍କାର ତାହାଙ୍କ ସଙ୍ଗରେ ଅଛି ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖରେ ଅଛି।’”


Swiv nou:

Piblisite


Piblisite