ଯିଶାଇୟ 59:19 - ପବିତ୍ର ବାଇବଲ19 ତେଣୁ ପଶ୍ଚିମ ଦିଗର ଲୋକମାନେ ସଦାପ୍ରଭୁଙ୍କ ନାମକୁ ଓ ପୂର୍ବଦିଗର ଲୋକମାନେ ସଦାପ୍ରଭୁଙ୍କର ମହିମାକୁ ଭୟ କରିବେ। କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଗ୍ଭଳିତ ପ୍ରବଳ ସ୍ରୋତପରି ସେ ମାଡ଼ି ଆସିବେ। Gade chapit laପବିତ୍ର ବାଇବଲ (Re-edited) - (BSI)19 ତହିଁରେ ଲୋକମାନେ ପଶ୍ଚିମ ଦିଗରୁ ସଦାପ୍ରଭୁଙ୍କ ନାମକୁ ଓ ସୂର୍ଯ୍ୟୋଦୟ ସ୍ଥାନରୁ ଲୋକମାନେ ତାହାଙ୍କର ପ୍ରତାପକୁ ଭୟ କରିବେ; କାରଣ ସଦାପ୍ରଭୁଙ୍କ ନିଃଶ୍ଵାସରେ ଚାଳିତ ପ୍ରବଳ ସ୍ରୋତପରି ସେ ମାଡ଼ି ଆସିବେ। Gade chapit laଓଡିଆ ବାଇବେଲ19 ତହିଁରେ ଲୋକମାନେ ପଶ୍ଚିମ ଦିଗରୁ ସଦାପ୍ରଭୁଙ୍କ ନାମକୁ ଓ ସୂର୍ଯ୍ୟୋଦୟ ସ୍ଥାନରୁ ଲୋକମାନେ ତାହାଙ୍କର ପ୍ରତାପକୁ ଭୟ କରିବେ; କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଚାଳିତ ପ୍ରବଳ ସ୍ରୋତପରି ଶତ୍ରୁ ମାଡ଼ି ଆସିବ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ତହିଁରେ ଲୋକମାନେ ପଶ୍ଚିମ ଦିଗରୁ ସଦାପ୍ରଭୁଙ୍କ ନାମକୁ ଓ ସୂର୍ଯ୍ୟୋଦୟ ସ୍ଥାନରୁ ଲୋକମାନେ ତାହାଙ୍କର ପ୍ରତାପକୁ ଭୟ କରିବେ; କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଚାଳିତ ପ୍ରବଳ ସ୍ରୋତ ପରି ଶତ୍ରୁ ମାଡ଼ି ଆସିବ। Gade chapit la |
ତା'ପରେ ମୁଁ ସ୍ୱର୍ଗରେ ଗୋଟିଏ ଉଚ୍ଚ ଧ୍ୱନି ଏହା କହିବାର ଶୁଣିଲି, “ବର୍ତ୍ତମାନ ଆମ୍ଭ ପରମେଶ୍ୱରଙ୍କ ବିଜୟ, କ୍ଷମତା, ଓ ରାଜତ୍ୱର ସମୟ ଉପସ୍ଥିତ। ତାହାଙ୍କର ଖ୍ରୀଷ୍ଟଙ୍କ ଶାସନ କରିବା ଅଧିକାର ସମୟ ମଧ୍ୟ ଉପସ୍ଥିତ ହୋଇଛି। କାରଣ ଆମ୍ଭମାନଙ୍କର ଭାଇମାନଙ୍କ ଅଭିଯୋଗକାରୀକୁ ବାହାରେ ନିକ୍ଷେପ କରାଯାଇଛି। ସେ ଦିନରାତି ଆମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭ ଭାଇମାନଙ୍କ ବିଷୟରେ ଅଭିଯୋଗ କରୁଥିଲା।