Biblia Todo Logo
Bib sou entènèt

- Piblisite -




ଯିଶାଇୟ 58:6 - ପବିତ୍ର ବାଇବଲ

6 “ଦୁଷ୍ଟତାରୂପ ବନ୍ଧନ ଫିଟାଇଲେ, ଯୁଆଳିର ବନ୍ଧନ ମୁକ୍ତ କରିବାର ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତିକରି ଛାଡ଼ି ଦେବାର ଓ ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର, ଏହି ପ୍ରକାର ଉପବାସ ଆମ୍ଭେ କ’ଣ ମନୋନୀତ କରି ନାହୁଁ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଦୁଷ୍ଟତାରୂପ ବନ୍ଧନ ଫିଟାଇ ଦେବାର, ଯୁଆଳିର ବନ୍ଧନ ମୁକ୍ତ କରିବାର ଓ ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତ କରି ଛାଡ଼ି ଦେବାର, ପୁଣି ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର,

Gade chapit la Kopi

ଓଡିଆ ବାଇବେଲ

6 ଦୁଷ୍ଟତାରୂପ ବନ୍ଧନ ଫିଟାଇ ଦେବାର, ଯୁଆଳିର ବନ୍ଧନ ମୁକ୍ତ କରିବାର ଓ ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତ କରି ଛାଡ଼ି ଦେବାର, ପୁଣି ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଦୁଷ୍ଟତାରୂପ ବନ୍ଧନ ଫିଟାଇ ଦେବାର, ଯୁଆଳିର ବନ୍ଧନ ମୁକ୍ତ କରିବାର ଓ ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତ କରି ଛାଡ଼ିଦେବାର, ପୁଣି ପ୍ରତ୍ୟେକ ଯୁଆଳି ଭଗ୍ନ କରିବାର,

Gade chapit la Kopi




ଯିଶାଇୟ 58:6
18 Referans Kwoze  

ସେତେବେଳେ ତୁମ୍ଭେ ସଦାପ୍ରଭୁଙ୍କୁ ଡାକିବ ଓ ସେ ଉତ୍ତର ଦେବେ। ତୁମ୍ଭେ ଆର୍ତ୍ତସ୍ୱରରେ କହିବ, ଆଉ ସେ ଉତ୍ତର ଦେବେ, “ଆମ୍ଭେ ଏଠାରେ ଉପସ୍ଥିତ ଅଛୁ।” ଯଦି ତୁମ୍ଭେ ଆପଣା ମଧ୍ୟରୁ ଯୁଆଳି, ଅଙ୍ଗୁଳି ତର୍ଜନ ଓ ଅଧର୍ମ ବାକ୍ୟ ଦୂର କର


କ୍ରୀତଦାସମାନେ ନିଜ ମାଲିକକୁ ପୂର୍ଣ୍ଣ ସମ୍ମାନ ଦେବା ଉଚିତ୍। ସେମାନେ ସେହିପରି କଲେ ପରମେଶ୍ୱରଙ୍କ ନାମ ଏବଂ ଖ୍ରୀଷ୍ଟିୟାନ ଉପଦେଶଗୁଡ଼ିକ ସମାଲୋଚିତ ହେବ ନାହିଁ।


ମୁଁ ଦେଖୁଛି, ତୁମ୍ଭ ମନରେ ତିକ୍ତତା ପୁରି ରହିଛି ଓ ପାପ ତୁମ୍ଭ ଉପରେ କର୍ତ୍ତୃତ୍ୱ କରୁଛି।”


ଯଦି ଲୋକମାନେ ଯୋଜନା କରନ୍ତି ଏକ ଲୋକକୁ ହତ୍ୟା କରିବାକୁ, ତେବେ ତୁମ୍ଭେ ତାଙ୍କୁ ରକ୍ଷା କର।


ସୁକର୍ମ କରିବାକୁ ଶିକ୍ଷା କର। ଅନ୍ୟମାନଙ୍କ ପ୍ରତି ନ୍ୟାୟ ଆଚରଣ କର। ଅନ୍ୟକୁ ଆଘାତ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଅ। ପିତୃମାତୃହୀନ ସନ୍ତାନମାନଙ୍କୁ ସାହାଯ୍ୟ କର। ବିଧବାମାନଙ୍କୁ ସାହାଯ୍ୟ କର।”


ଯେଉଁ ଲୋକମାନେ ଧର୍ମ ପଥରେ ଗ୍ଭଲନ୍ତି ଓ ସରଳ କଥା କୁହନ୍ତି, ସେମାନେ ଉପଦ୍ରବକାଳ ଲାଭ ତୁଚ୍ଛ କରନ୍ତି। ଲାଞ୍ଚ ଧରିବା ବିଷୟରୁ ଆପଣା ହାତ ଝାଡ଼ି ଦିଅନ୍ତି। ରକ୍ତପାତ କଥା ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରନ୍ତି ଓ ଦୁଷ୍କର୍ମ ଦର୍ଶନରୁ ଚକ୍ଷୁ ମୁଦ୍ରିତ କରନ୍ତି।


ଦୁଷ୍ଟାଗ୍ଭରୀ ତା'ର ମନ୍ଦକାର୍ଯ୍ୟ ଓ ଅଧାର୍ମିକ ତା'ର ମନ୍ଦ ଚିନ୍ତା ପରିତ୍ୟାଗ କରୁ। ସେ ସଦାପ୍ରଭୁଙ୍କ ନିକଟକୁ ଫେରି ଆସୁ ଏବଂ ସେ ତାକୁ ଦୟା କରିବେ। ସେ ତାକୁ କ୍ଷମା କରି ଦେବେ। ତାକୁ ପରମେଶ୍ୱରଙ୍କ ପାଖକୁ ଫେରିବାକୁ ଛାଡ଼ିଦିଅ। ସେ ତାକୁ ବହୁଳ ଭାବରେ କ୍ଷମା କରିବେ।


ସଦାପ୍ରଭୁ କହନ୍ତି, ନ୍ୟାୟ ବିବେଚନା କର ଏବଂ ଯାହା ଠିକ୍ ତାହା କର। ଲୁଣ୍ଠିତ ଲୋକକୁ ଉପଦ୍ରବକାରୀଠାରୁ ଉଦ୍ଧାର କର। ପୁଣି ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ୟାୟ ବା ଉପଦ୍ରବ କର ନାହିଁ କି ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ କର ନାହିଁ।


ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଉଭୟ ଇସ୍ରାଏଲ ଓ ଯିହୁଦାର ପୁତ୍ରଗଣ ଅତ୍ୟାଗ୍ଭରିତ ହୋଇଛନ୍ତି। ଯେଉଁ ଶତ୍ରୁଗଣ ସେମାନଙ୍କୁ ବନ୍ଦୀ କରି ନେଲେ ସେମାନେ ସେମାନଙ୍କୁ ଦୃଢ଼ ହସ୍ତରେ ଧରି ରଖିଲେ, ଛାଡ଼ିଲେ ନାହିଁ।


ତେଣୁ ହେ ମହାରାଜ, ଆପଣ ମୋର ଉପଦେଶ ଗ୍ରହଣ କରନ୍ତୁ। ଆପଣ ଧାର୍ମିକତା ବଳରେ ପାପରାଶି ଦୂର କରନ୍ତୁ ଓ ଦରିଦ୍ରମାନଙ୍କୁ ଦୟା ଦେଖାଇ ଆପଣା ଅଧର୍ମ ସକଳ ଦୂର କରନ୍ତୁ। ତାହାହେଲେ ଆପଣଙ୍କର ସଫଳତା ଓ ଶାନ୍ତିର କାଳ ବୃଦ୍ଧି ପାଇବ।”


ସେ ଯେଉଁଥିପାଇଁ ଗୋଟିଏ ମିଥ୍ୟା ଶପଥ କରିଥିଲା, ତାହାର ଏକ ପଞ୍ଚମାଂଶ ଅର୍ଥଦଣ୍ଡ ସହିତ ସମ୍ପୂର୍ଣ୍ଣ ଫେରାଇ ଦେବା ଉଚିତ୍। ଏସବୁ ସେ କରିବ ଯେଉଁ ଦିନ ସେ ଦୋଷୀ ବୋଲି ସାବ୍ୟସ୍ତ ହେବ ଓ ସେହି ଦିନ ସେ ଗ୍ରହିତାକୁ ଦ୍ରବ୍ୟ ଦେବ।


ମୋର ପିତା ତୁମ୍ଭମାନଙ୍କ ଉପରେ ଏକ ଭାରୀ ବୋଝ ଲଦି ଦେଇଛନ୍ତି, ମୁଁ ସେହି ବୋଝକୁ ଆହୁରି ଭାରୀ କରିବି। ମୋର ପିତା ତୁମ୍ଭକୁ ଗ୍ଭବୁକ ଦ୍ୱାରା ଦଣ୍ଡ ଦେଉଥିଲେ। ମୁଁ ତୁମ୍ଭମାନଙ୍କୁ ଏ ପ୍ରକାର ଗ୍ଭବୁକ ଦ୍ୱାରା ଶାସନ କରିବି, ଯେଉଁଥିରେ ମୁନିଆ କଣ୍ଟାମାନ ବାହାରିଥିବ।’”


ବର୍ତ୍ତମାନ ମୋର କଥା ଶୁଣ, ତୁମ୍ଭେମାନେ ତୁମ୍ଭମାନଙ୍କର ଯେଉଁ ଭ୍ରାତା ଓ ଭଗ୍ନୀମାନଙ୍କୁ ବନ୍ଦୀ କରି ଆଣିଅଛ, ସେମାନଙ୍କୁ ପଠାଇ ଦିଅ। ଏହିପରି କର, କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ବିରୁଦ୍ଧରେ ଭୟଙ୍କର କ୍ରୋଧ କରିଛନ୍ତି।”


କିନ୍ତୁ ସମସ୍ତ ମନୁଷ୍ୟ ଓ ପ୍ରାଣୀ ମୋଟା ବସ୍ତ୍ର ପରିଧାନ କରିବେ ଏବଂ ସେମାନେ ଦୁଃଖ ପ୍ରକାଶ କରିବେ। ସେମାନେ ଉଚ୍ଚ ସ୍ୱରରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବେ। ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଜୀବନଧାରା ବଦଳାଇବେ ଓ ମନ୍ଦକାର୍ଯ୍ୟ କରିବା ବନ୍ଦ କରିବେ।


“ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ, ‘ଯଥାର୍ଥ ନ୍ୟାୟ ଆଚରଣ କର, ନିଜ ନିଜ ଭ୍ରାତୃଗଣଙ୍କ ପ୍ରତି ଦୟା ଓ କରୁଣା ପ୍ରକାଶ କର।


Swiv nou:

Piblisite


Piblisite