Biblia Todo Logo
Bib sou entènèt

- Piblisite -




ଯିଶାଇୟ 58:4 - ପବିତ୍ର ବାଇବଲ

4 ଦେଖ, ତୁମ୍ଭେମାନେ ବିବାଦ ଓ କଳହ ନିମନ୍ତେ ଏବଂ ଦୁଷ୍ଟତାରୂପକ ସୃଷ୍ଟି ଦ୍ୱାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ। ଆମ୍ଭର ପ୍ରଶଂସା ଗାନ ଯେପରି ଊର୍ଦ୍ଧ୍ୱରେ ଶୁଣାଯିବ, ସେଥିପାଇଁ ତୁମ୍ଭେମାନେ ଉପବାସ କରୁ ନାହଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଦେଖ, ତୁମ୍ଭେମାନେ ବିବାଦ ଓ କଳହ ନିମନ୍ତେ, ଆଉ ଦୁଷ୍ଟତାରୂପ ମୁଷ୍ଟି ଦ୍ଵାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ; ତୁମ୍ଭମାନଙ୍କର ରବ ଊର୍ଦ୍ଧ୍ଵରେ ଯେପରି ଶୁଣାଯିବ, ଏପରି ଉପବାସ ଆଜି ତୁମ୍ଭେମାନେ କରୁ ନାହଁ।

Gade chapit la Kopi

ଓଡିଆ ବାଇବେଲ

4 ଦେଖ, ତୁମ୍ଭେମାନେ ବିବାଦ ଓ କଳହ ନିମନ୍ତେ, ଆଉ ଦୁଷ୍ଟତାରୂପ ମୁଷ୍ଟି ଦ୍ୱାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ; ତୁମ୍ଭମାନଙ୍କର ରବ ଉର୍ଦ୍ଧ୍ୱରେ ଯେପରି ଶୁଣାଯିବ, ଏପରି ଉପବାସ ଆଜି ତୁମ୍ଭେମାନେ କରୁ ନାହଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଦେଖ, ତୁମ୍ଭେମାନେ ବିବାଦ ଓ କଳହ ନିମନ୍ତେ, ଆଉ ଦୁଷ୍ଟତାରୂପ ମୁଷ୍ଟି ଦ୍ୱାରା ଆଘାତ କରିବା ନିମନ୍ତେ ଉପବାସ କରୁଅଛ; ତୁମ୍ଭମାନଙ୍କର ରବ ଊର୍ଦ୍ଧ୍ୱରେ ଯେପରି ଶୁଣାଯିବ, ଏପରି ଉପବାସ ଆଜି ତୁମ୍ଭେମାନେ କରୁ ନାହଁ।

Gade chapit la Kopi




ଯିଶାଇୟ 58:4
16 Referans Kwoze  

ଦୁଷ୍ଟମାନଙ୍କର ବଳିଦାନ ଘୃଣାର ବିଷୟ, ମାତ୍ର ସେ କୁଅଭିପ୍ରାୟରେ ତାହା କଲେ ବହୁତ ଘୃଣିତ ହୁଏ।


ତା'ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ଘରୁ ରୋମୀୟ ରାଜ୍ୟପାଳଙ୍କ ପ୍ରାସାଦକୁ ନେଇଗଲେ। ସେତେବେଳେ ପାହାନ୍ତିଆ ସମୟ। ଯିହୂଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସେମାନେ ନିଜକୁ ଅପବିତ୍ର କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ସେମାନେ ନିସ୍ତାରପର୍ବର ଭୋଜନ ଖାଇବା ପାଇଁ ଗ୍ଭହୁଁଥିଲେ।


କିନ୍ତୁ ସେମାନେ ବିଧବାମାନଙ୍କ ପ୍ରତି ଅତ୍ୟନ୍ତ ନୀଚ୍ଚ ମନୋଭାବ ଦେଖାନ୍ତି। ସେମାନେ ବିଧବାମାନଙ୍କର ଘରଦ୍ୱାର ଠକି କରି ନେଇ ଥା’ନ୍ତି। ସେମାନେ ଲମ୍ବାଲମ୍ବା ପ୍ରାର୍ଥନା କରି ନିଜକୁ ଭଲ ବୋଲି ଦେଖେଇ ହେବାକୁ ଚେଷ୍ଟା କରନ୍ତି। ପରମେଶ୍ୱର ଏହି ଲୋକମାନଙ୍କୁ କଠିନ ଦଣ୍ଡ ଦେବେ।”


“ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭେମାନେ ଲୋକମାନଙ୍କ ପାଇଁ ସ୍ୱର୍ଗରାଜ୍ୟର ଦ୍ୱାର ବନ୍ଦ କରି ଦେଉଛ। ତୁମ୍ଭେମାନେ ନିଜେ ତ ପ୍ରବେଶ କରି ପାରୁ ନାହଁ, ତା’ ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ମଧ୍ୟ ତୁମ୍ଭେମାନେ ଅଟକେଇ ଦେଉଛ।


ରାଜା ଏକ ସ୍ୱତନ୍ତ୍ର ବାର୍ତ୍ତା ଲେଖି ନଗରକୁ ପଠାଇଲେ। ଏହି ବାର୍ତ୍ତା ରାଜା ଓ ତାଙ୍କର ମୁଖ୍ୟ ଶାସକମାନଙ୍କର ଥିଲା। ସେହି ବାର୍ତ୍ତାରେ ଥିଲା କୌଣସି ମନୁଷ୍ୟ ବା ପ୍ରାଣୀ କିଛି ସମୟ ପାଇଁ କିଛି ଖାଇବେ ନାହିଁ। କୌଣସି ଗୋରୁପଲ କି ମେଷପଲ ପଡ଼ିଆରେ ଚରିବେ ନାହିଁ। ନୀନିବୀର କୌଣସି ଜୀବନ୍ତ ପ୍ରାଣୀ କିଛି ଖାଇବେ ନାହିଁ କି ପିଇବେ ନାହିଁ।


ସେହି ଜାଲ ବସ୍ତ୍ରରୂପେ ବ୍ୟବହୃତ ହେବ ନାହିଁ କିମ୍ବା ସେମାନେ ନିଜ କର୍ମରେ ନିଜକୁ ଆବୃତ୍ତ କରି ପାରିବେ ନାହିଁ। ସେମାନଙ୍କର କର୍ମ ଅଧର୍ମର କର୍ମ ଓ ସେମାନଙ୍କ ହସ୍ତରେ ହିଂସାତ୍ମକ କାର୍ଯ୍ୟ ଥାଏ।


ମାତ୍ର ତୁମ୍ଭମାନଙ୍କର ପାପଗୁଡ଼ିକ ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଗ୍ଭଇଅଛି, ଏଣୁ ସେ ଶୁଣିବେ ନାହିଁ।


“ତୁମ୍ଭେମାନେ ସବୁ ହସ୍ତ ପ୍ରସାରଣ କରି ମୋତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହୋଇ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭେମାନେ ସବୁ ଅନେକ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତରେ ପରିପୂର୍ଣ୍ଣ।


ସଦାପ୍ରଭୁ ପ୍ରାଚୀନ ଓ ଅଧିପତିମାନେ କରିଥିବା କର୍ମ ପାଇଁ ସେମାନଙ୍କ ବିରୁଦ୍ଧରେ ବିଗ୍ଭର ଦେବେ। ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଯିହୁଦାର ଦ୍ରାକ୍ଷାକ୍ଷେତ୍ରକୁ ଭସ୍ମ କରି ଦେଇଛ। ଦରିଦ୍ରମାନଙ୍କର ଧନକୁ ଲୁଣ୍ଠନ କରିଛ ଏବଂ ସେହି ଧନ ଏବେ ମଧ୍ୟ ତୁମ୍ଭମାନଙ୍କ ଗୃହରେ ଅଛି।


ତୁମ୍ଭେମାନେ କେଉଁ ଅଧିକାରରେ ମୋର ଲୋକମାନଙ୍କୁ ଅତ୍ୟାଗ୍ଭର କଲ? କେଉଁ ଅଧିକାରରେ ଦରିଦ୍ରମାନଙ୍କର ମୁଖକୁ ଘଷି ମଳିନ କଲ?” ମୋର ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।


ଏହା ସଦାପ୍ରଭୁଙ୍କର ବାର୍ତ୍ତା: “ବର୍ତ୍ତମାନ ତୁମ୍ଭେମାନେ ସର୍ବାନ୍ତକରଣରେ ଆମ୍ଭ ନିକଟକୁ ଫେରି ଆସ। ମନ୍ଦ କର୍ମ କରିଥିଲ ବୋଲି ବିଳାପ କର। ସେଥିପାଇଁ ଉପବାସ କରି ପ୍ରାର୍ଥନା କର।


Swiv nou:

Piblisite


Piblisite