Biblia Todo Logo
Bib sou entènèt

- Piblisite -




ଯିଶାଇୟ 58:10 - ପବିତ୍ର ବାଇବଲ

10 ପୁଣି ଯଦି ତୁମ୍ଭେ କ୍ଷୁଧିତକୁ ତୁମ୍ଭର ଖାଦ୍ୟ ଦେଇଥିବ ଓ ଦୁଃଖିତର ପ୍ରାଣକୁ ତୃପ୍ତ କରିଥିବ ତେବେ ତୁମ୍ଭେ ଅନ୍ଧକାରରେ ଦୀପ୍ତିମାନ ହେବ ଏବଂ ତୁମ୍ଭ ଗ୍ଭରିଦିଗରେ ଥିବା ଗାଢ଼ ଅନ୍ଧକାର ଦ୍ୱିପହରର ସୂର୍ଯ୍ୟ ପରି ଦେଖାଯିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ପୁଣି, ଯେବେ କ୍ଷୁଧିତର ପ୍ରତି ତୁମ୍ଭର ପ୍ରାଣ ଆକର୍ଷିତ ହୁଏ ଓ ତୁମ୍ଭେ ଦୁଃଖିତର ପ୍ରାଣକୁ ତୃପ୍ତ କର, ତେବେ ଅନ୍ଧକାରରେ ତୁମ୍ଭର ଦୀପ୍ତି ଉଦିତ ହେବ ଓ ତୁମ୍ଭର ଅନ୍ଧକାର ମଧ୍ୟାହ୍ନର ସମାନ ହେବ;

Gade chapit la Kopi

ଓଡିଆ ବାଇବେଲ

10 ପୁଣି, ଯଦି କ୍ଷୁଧିତର ପ୍ରତି ତୁମ୍ଭର ପ୍ରାଣ ଆକର୍ଷିତ ହୁଏ ଓ ତୁମ୍ଭେ ଦୁଃଖିତର ପ୍ରାଣକୁ ତୃପ୍ତ କର, ତେବେ ଅନ୍ଧକାରରେ ତୁମ୍ଭର ଦୀପ୍ତି ଉଦିତ ହେବ ଓ ତୁମ୍ଭର ଅନ୍ଧକାର ମଧ୍ୟାହ୍ନର ସମାନ ହେବ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପୁଣି, ଯଦି କ୍ଷୁଧିତର ପ୍ରତି ତୁମ୍ଭର ପ୍ରାଣ ଆକର୍ଷିତ ହୁଏ ଓ ତୁମ୍ଭେ ଦୁଃଖିତର ପ୍ରାଣକୁ ତୃପ୍ତ କର, ତେବେ ଅନ୍ଧକାରରେ ତୁମ୍ଭର ଦୀପ୍ତି ଉଦିତ ହେବ ଓ ତୁମ୍ଭର ଅନ୍ଧକାର ମଧ୍ୟାହ୍ନର ସମାନ ହେବ;

Gade chapit la Kopi




ଯିଶାଇୟ 58:10
19 Referans Kwoze  

ତା'ପରେ ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବୁ ଓ ଯେଉଁ ପଥ ସେମାନେ ଜାଣନ୍ତି ନାହିଁ, ସେହି ପଥରେ ସେମାନଙ୍କୁ କଢ଼ାଇ ନେବୁ। ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୋକର ଓ ବକ୍ର ସ୍ଥାନକୁ ସଳଖରେ ପରିଣତ କରିବୁ। ଏହିସବୁ କାର୍ଯ୍ୟ କରି ଆମ୍ଭେ ନିଜ ସନ୍ତାନମାନଙ୍କୁ ପରିତ୍ୟାଗ କରିବୁ ନାହିଁ।


ତୁମ୍ଭର ସାଧୁତା ଓ ନ୍ୟାୟପ୍ରିୟତା ମଧ୍ୟାହ୍ନର ସୂର୍ଯ୍ୟ କିରଣ ଭଳି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁ।


ତା'ପରେ ତୁମ୍ଭର ଜୀବନ ମଧ୍ୟାହ୍ନର ସୂର୍ଯ୍ୟ କିରଣଠାରୁ ଆହୁରି ନିର୍ମଳ ହେବ। ଜୀବନର ଅନ୍ଧକାରମୟ ସମୟଗୁଡ଼ିକ ପ୍ରଭାତର ସୂର୍ଯ୍ୟ ତୁଲ୍ୟ ଚ‌କ୍‌ଚକ୍ ହେବ।


ଏ କଥା ଶୁଣି ଯୀଶୁ ସେହି ନେତାଙ୍କୁ କହିଲେ, “ତଥାପି ଏ ପର୍ଯ୍ୟନ୍ତ ଆଉ ଗୋଟିଏ କଥା ତୁମ୍ଭର କରିବାକୁ ବାକିଅଛି। ତୁମ୍ଭର ଯାହା ଅଛି ସବୁ ବିକି ଦେଇ ଗରିବଙ୍କୁ ବାଣ୍ଟିଦିଅ। ତୁମ୍ଭକୁ ସ୍ୱର୍ଗରେ ପୁରସ୍କାର ମିଳିବ। ତା'ପରେ ତୁମ୍ଭେ ଆସ ଓ ମୋର ଅନୁସରଣ କର।”


ଯେଉଁ ଲୋକ ଦୀନହୀନ ପ୍ରତି ଉପଦ୍ରବ କରେ, ସେ ତା'ର ସୃଷ୍ଟିକର୍ତ୍ତାଙ୍କୁ ଅପମାନିତ କରେ। କିନ୍ତୁ ଯିଏ ଦରିଦ୍ରକୁ ଦୟାକରେ, ସେ ତା'ର ନିର୍ମାଣ କର୍ତ୍ତା ସମ୍ମାନ ବ୍ୟକ୍ତି ହୁଏ।


ପୁଣି ସେହି ଦିନରେ ବଧିର ପୁସ୍ତକର ବାକ୍ୟ ଶୁଣିବ ଓ ଅନ୍ଧକାର ଏବଂ କୁହୁଡ଼ି ମଧ୍ୟରେ ଅନ୍ଧ ଦେଖିବ।


ଯେ ଦରିଦ୍ରକୁ ଦାନ କରେ, ତାର ଅଭାବ ହେବ ନାହିଁ। ମାତ୍ର ଯେ ଆପଣା ଆଖି ବନ୍ଦ କରେ, ସେ ଅନେକ ଅଭିଶାପ ପାଇବ।


ଯେଉଁ ବ୍ୟକ୍ତି ଗରିବ ଲୋକମାନଙ୍କୁ ସାହାଯ୍ୟ କରେ, ସେ ଅନେକ ଆଶୀର୍ବାଦ ପାଇବାକୁ ସକ୍ଷମ ହୁଏ। ଯେତେବେଳେ ବିପଦ ଆସେ ସଦାପ୍ରଭୁ ସେହି ଲୋକକୁ ରକ୍ଷା କରନ୍ତି।


କାରଣ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେବ ଓ ଘନ ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ; ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଆଲୋକ ପ୍ରଦାନ କରିବେ ଓ ତାଙ୍କର ମହିମା ତୁମ୍ଭ ଉପରେ ଦେଖାଯିବ।


ସେ ଲୋକଙ୍କ ପ୍ରତି ଅନ୍ୟାୟ ଆଚରଣ କରେ ନାହିଁ, କୌଣସି ବନ୍ଧକ ଦ୍ରବ୍ୟ ଗ୍ରହଣ କରେ ନାହିଁ, ଗ୍ଭେରି କରେ ନାହିଁ କିନ୍ତୁ କ୍ଷୁଧାର୍ତ୍ତକୁ ନିଜର ଖାଦ୍ୟ ପ୍ରଦାନ କରେ ଓ ଉଲଗ୍ନକୁ ବସ୍ତ୍ର ଦିଏ।


ଯେଉଁମାନେ ଦୂରରେ ଅଛନ୍ତି ଆସିବେ ଏବଂ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ। ତା'ପରେ ତୁମ୍ଭେମାନେ ଜାଣିବ ଯେ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଛନ୍ତି। ଏହିସବୁ ଘଟିବ, ଯଦି ତୁମ୍ଭେ ମନୋଯୋଗ ସହକାରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଆଜ୍ଞା ପାଳନ କରିବ।


ତଥାପି ତୁମ୍ଭ ଦେଶରେ କେହି ଗରିବ ହେବେ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେଇଛନ୍ତି। ଏବଂ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନ୍ତରଭରା ଆଶୀର୍ବାଦ କରିଛନ୍ତି।


ଅଚିହ୍ନା ଲୋକଙ୍କୁ ମୁଁ ଯେ ସବୁବେଳେ ଆହାର ଦେଇ ଆସିଛି ତାହା ମୋ’ ଗୃହର ସମସ୍ତ ଲୋକ ଜାଣନ୍ତି।


ଧାର୍ମିକ ଲୋକଙ୍କ ପ୍ରତି ପରମେଶ୍ୱର ଅନ୍ଧକାରରେ ଆଲୋକ ସଦୃଶ୍ୟ। ସେ କୃପାମୟ, ସ୍ନେହଶୀଳ ଓ ଧାର୍ମିକ।


Swiv nou:

Piblisite


Piblisite