Biblia Todo Logo
Bib sou entènèt

- Piblisite -




ଯିଶାଇୟ 57:9 - ପବିତ୍ର ବାଇବଲ

9 ତୁମ୍ଭେ ତୈଳ ନେଇ ରାଜା ନିକଟକୁ ଯାଇଅଛ ଓ ନିଜର ସୁଗନ୍ଧି ଦ୍ରବ୍ୟ ବୃଦ୍ଧି କରିଅଛ। ତୁମ୍ଭେ ଦୂର ଦେଶକୁ ନିଜର ଦୂତଗଣଙ୍କୁ ପଠାଇଅଛ ଓ ନିଜକୁ ପାତାଳ ପର୍ଯ୍ୟନ୍ତ ମୃତ୍ୟୁର ସ୍ଥାନ ହତଗର୍ବ କରିଅଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୁଣି, ତୁମ୍ଭେ ତୈଳ ଘେନି ରାଜା ନିକଟକୁ ଯାଇଅଛ ଓ ଆପଣା ସୁଗନ୍ଧି ଦ୍ରବ୍ୟ ବୃଦ୍ଧି କରିଅଛ, ଆଉ ତୁମ୍ଭେ ଦୂର ଦେଶକୁ ଆପଣା ଦୂତଗଣ ପଠାଇଅଛ ଓ ପାତାଳ ପର୍ଯ୍ୟନ୍ତ ଆପଣାକୁ ଅଧମ କରିଅଛ।

Gade chapit la Kopi

ଓଡିଆ ବାଇବେଲ

9 ପୁଣି, ତୁମ୍ଭେ ତୈଳ ଘେନି ମଲେକ୍ ଦେବତା ନିକଟକୁ ଯାଇଅଛ ଓ ଆପଣା ସୁଗନ୍ଧି ଦ୍ରବ୍ୟ ବୃଦ୍ଧି କରିଅଛ, ଆଉ ତୁମ୍ଭେ ଦୂର ଦେଶକୁ ଆପଣା ଦୂତଗଣ ପଠାଇଅଛ ଓ ପାତାଳ ପର୍ଯ୍ୟନ୍ତ ଆପଣାକୁ ଅଧମ କରିଅଛ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୁଣି, ତୁମ୍ଭେ ତୈଳ ଘେନି ମଲେକ୍ ଦେବତା ନିକଟକୁ ଯାଇଅଛ ଓ ଆପଣା ସୁଗନ୍ଧି ଦ୍ରବ୍ୟ ବୃଦ୍ଧି କରିଅଛ, ଆଉ ତୁମ୍ଭେ ଦୂର ଦେଶକୁ ଆପଣା ଦୂତଗଣ ପଠାଇଅଛ ଓ ପାତାଳ ପର୍ଯ୍ୟନ୍ତ ଆପଣାକୁ ଅଧମ କରିଅଛ।

Gade chapit la Kopi




ଯିଶାଇୟ 57:9
12 Referans Kwoze  

ପୁଣି ଅହଲୀବା ସେମାନଙ୍କ ପ୍ରତି ପ୍ରେମରେ ଆସକ୍ତା ହେଲା ଓ କ‌‌ଲ୍‌‌‌‌ଦୀୟ ଦେଶରୁ ସେମାନଙ୍କୁ ଡକାଇଲା।


କେତେକ ଲୋକ, ନିଜକୁ ନମ୍ର ବୋଲି ଦେଖାନ୍ତି ଓ ସ୍ୱର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସେମାନେ ସବୁବେଳେ ଦେଖିଥିବା ଦର୍ଶନ ବିଷୟରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, “ତୁମ୍ଭେମାନେ ଦର୍ଶନ କରୁ ନାହଁ, ସ୍ୱର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍।” ଏହି ଲୋକ ପ୍ରକୃତରେ କେବଳ ମନୁଷ୍ୟମାନଙ୍କ ବିଗ୍ଭରରେ ବୁଡ଼ି ରହିଥିବାରୁ ଓ ପରମେଶ୍ୱରଙ୍କ କଥା ବିଗ୍ଭର ନ କରୁଥିବାରୁ ବୃଥାରେ ଗର୍ବ କରନ୍ତି।


ଇଫ୍ରୟିମ ପବନ ଏକତ୍ର କରୁଛନ୍ତି। ଇସ୍ରାଏଲ ଦିନସାରା “ପବନକୁ ଅନୁସରଣ” କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ୟା କୁହନ୍ତି। ଅଧିକ ଗ୍ଭେରି କରନ୍ତି। ସେମାନେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସେମାନେ ମିଶରକୁ ଅଲିଭ ତେଲ ଆଣୁଛନ୍ତି।


ତେଣୁ ଇଫ୍ରୟିମ ବିଗ୍ଭର ଶକ୍ତିହୀନ ନିର୍ବୋଧ କପୋତ ପାଲଟି ଯାଇଛି। ତା'ର ଲୋକମାନେ ମିଶରକୁ ସାହାଯ୍ୟ ଭିକ୍ଷା କଲେ ଓ ଅଶୂରକୁ ସାହାଯ୍ୟ ପାଇଁ ଗଲେ।


“ଦୂରରୁ ପୁରୁଷମାନେ ଆସିବା ପାଇଁ ତୁମ୍ଭେମାନେ ଦୂତ ପଠାଇଲ। ସେମାନେ ପ୍ରେରିତ ଦୂତମାନଙ୍କ ଦ୍ୱାରା ଆସିଲେ। ସେମାନଙ୍କ ପାଇଁ ତୁମ୍ଭେ ସ୍ନାନ କଲ, ଆଖିରେ ଅଞ୍ଜନ ଦେଲ ଓ ଅଳଙ୍କାର ବିଭୂଷିତା ହେଲେ।


ଲୋକେ ବେଶ୍ୟାମାନଙ୍କୁ ଭଡ଼ା ଦିଅନ୍ତି। ମାତ୍ର ତୁମ୍ଭେ ନିଜର ପ୍ରେମିକମାନଙ୍କୁ ଭଡ଼ା ଦେଇ ବ୍ୟଭିଗ୍ଭର କରୁଅଛ। ଆଉ ତୁମ୍ଭର ବେଶ୍ୟାବୃତ୍ତି କ୍ରମେ ସେମାନେ ଯେପରି ଚତୁର୍ଦ୍ଦିଗରୁ ତୁମ୍ଭ ନିକଟକୁ ଆସନ୍ତି, ସେଥିପାଇଁ ସେମାନଙ୍କୁ ଲାଞ୍ଚ ଦେଇଅଛ।


ଲୋକମାନେ ମନ୍ଦରୁ ମନ୍ଦତର ହେଉଛନ୍ତି। ସେମାନେ ଅଧୋଗାମୀ ହୋଇଛନ୍ତି। ତେଣୁ ଏହା ନିଶ୍ଚିତ ଯେ, ପରମେଶ୍ୱର କେବେ ସେମାନଙ୍କୁ କ୍ଷମା କରିବେ ନାହିଁ।


ଗନ୍ଧରସ ଓ ଅଗୁରୁ ଚିନିରେ, ମୋହର ଶଯ୍ୟା ସୁବାସିତ କରିଅଛି।


“ଉତ୍ତରର ରାଜା ନିଜ ଇଚ୍ଛା ଅନୁସାରେ କର୍ମ କରିବ। ସମସ୍ତ ଦେବତାଠାରୁ ନିଜକୁ ବଡ଼ ବୋଲି ସେ ଗର୍ବ କରିବ। ପୁଣି ସେ ଈଶ୍ୱରଗଣଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ ଶକ୍ତିଶାଳୀ କଥା କହିବ। ତା'ର କ୍ରୋଧ ଫଳବତୀ ନ ହେବା ପର୍ଯ୍ୟନ୍ତ ସେ ସଫଳ ହେବେ। କାରଣ ଯାହା ପରମେଶ୍ୱରଙ୍କ ଯୋଜନା କରିଛନ୍ତି ତାହା ହେବ।


Swiv nou:

Piblisite


Piblisite