Biblia Todo Logo
Bib sou entènèt

- Piblisite -




ଯିଶାଇୟ 57:20 - ପବିତ୍ର ବାଇବଲ

20 ମାତ୍ର ଦୁଷ୍ଟମାନେ ତରଙ୍ଗାୟିତ ସମୁଦ୍ର ତୁଲ୍ୟ, କାରଣ ତାହା ସ୍ଥିର ହୋଇପାରେ ନାହିଁ ଓ ତାହାର ଜଳରେ ପଙ୍କ ଓ କାଦୁଅ ଉଠେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ମାତ୍ର ଦୁଷ୍ଟମାନେ ତରଙ୍ଗିତ ସମୁଦ୍ର ତୁଲ୍ୟ, କାରଣ ତାହା ସ୍ଥିର ହୋଇପାରେ ନାହିଁ, ଆଉ ତହିଁର ଜଳରେ ପଙ୍କ ଓ କାଦୁଅ ଉଠେ।

Gade chapit la Kopi

ଓଡିଆ ବାଇବେଲ

20 ମାତ୍ର ଦୁଷ୍ଟମାନେ ତରଙ୍ଗିତ ସମୁଦ୍ର ତୁଲ୍ୟ, କାରଣ ତାହା ସ୍ଥିର ହୋଇପାରେ ନାହିଁ, ଆଉ ତହିଁର ଜଳରେ ପଙ୍କ ଓ କାଦୁଅ ଉଠେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ମାତ୍ର ଦୁଷ୍ଟମାନେ ତରଙ୍ଗିତ ସମୁଦ୍ର ତୁଲ୍ୟ, କାରଣ ତାହା ସ୍ଥିର ହୋଇପାରେ ନାହିଁ, ଆଉ ତହିଁର ଜଳରେ ପଙ୍କ ଓ କାଦୁଅ ଉଠେ।

Gade chapit la Kopi




ଯିଶାଇୟ 57:20
13 Referans Kwoze  

ମାତ୍ର ଦୁରାଗ୍ଭରୀମାନଙ୍କ ପାଇଁ ଏହା ଅତି ମନ୍ଦଫଳ ହେବ। ସେମାନଙ୍କୁ ବହୁକଷ୍ଟ ଆସିବ। ସେମାନେ ସେମାନଙ୍କର କୁକର୍ମ ଯୋଗୁଁ ଦଣ୍ଡିତ ହେବେ।


ଏମାନେ ତୁମ୍ଭମାନଙ୍କର ପ୍ରେମଭୋଜିର କଳଙ୍କ ପରି। ସେମାନେ ନିର୍ଭୟରେ ତୁମ୍ଭ ସହିତ ଭୋଜନ କରନ୍ତି। ସେମାନେ କେବଳ ନିଜର ଯତ୍ନ ନିଅନ୍ତି। ସେମାନେ ବର୍ଷା ବିହୀନ ମେଘ ଖଣ୍ଡମାନ। ପବନ ଦ୍ୱାରା ସେମାନେ ଗ୍ଭରିଆଡ଼େ ଉଡ଼ନ୍ତି। ସେମାନେ ହେମନ୍ତ କାଳରେ ଫଳ ନ ଥିବା ଗଛ ପରି ଓ ଭୂମିରୁ ହଠାତ୍ ଉପୁଡ଼ି ଯାଆନ୍ତି। ସେମାନଙ୍କର ଦୁଇ ଥର ମୃତ୍ୟୁ ହୁଏ।


ସେମାନେ ସମୁଦ୍ରର ପ୍ରଚଣ୍ଡ ତରଙ୍ଗ ସଦୃଶ। ଏହି ତରଙ୍ଗ ଫେଣ ସୃଷ୍ଟି କରେ। ତରଙ୍ଗ ଫେଣ ସୃଷ୍ଟି କଲା ଭଳି ଏହି ଲୋକମାନେ ଲଜ୍ଜାଜନକ କାର୍ଯ୍ୟ କରନ୍ତି। ଏହି ଲୋକମାନେ ଆକାଶରେ ଏଣେତେଣେ ଘୁରି ବୁଲୁଥିବା ନକ୍ଷତ୍ର ତୁଲ୍ୟ। ଏହି ଲୋକମାନଙ୍କ ନିମନ୍ତେ ଚିରକାଳ ପାଇଁ ଘୋର ଅନ୍ଧକାରମୟ ସ୍ଥାନ ରଖାଯାଇଅଛି।


ସେମାନଙ୍କର ମୁଖମଣ୍ଡଳରୁ କୁକର୍ମ କରି ଦୋଷୀ ହେବାର ପରିଚୟ ମିଳେ। ଆଉମଧ୍ୟ ସେମାନେ ସେମାନଙ୍କର ପାପ ଲାଗି ଗର୍ବିତ। ସଦୋମର ଲୋକମାନଙ୍କ ପରି ସେମାନେ ସେମାନଙ୍କର ପାପକୁ ଗୋପନ ରଖନ୍ତି। ଏହା ସେମାନଙ୍କ ପାଇଁ କୁଫଳ ହେବ କାରଣ ସେମାନେ ନିଜେ ନିଜର ଅନିଷ୍ଟ କରିବାକୁ ଯାଆନ୍ତି।


ସେମାନେ ଶାନ୍ତିର ପଥ ଜାଣନ୍ତି ନାହିଁ ଓ ସେମାନଙ୍କର ମାର୍ଗରେ ନ୍ୟାୟ ବିଗ୍ଭର ନ ଥାଏ। ସେମାନେ ନିଜ ପାଇଁ କୁଟିଳ ପଥ ସୃଷ୍ଟି କରିଛନ୍ତି, ଯେକେହି ସେହି ପଥରେ ଗମନ କରେ, ସେ ଶାନ୍ତି ପାଏ ନାହିଁ।


ଦମ୍ମେଶକ ପାଇଁ ଏହି ବାର୍ତ୍ତା, “ହମାତ୍ ଓ ଅର୍ପଦ ଲଜ୍ଜିତ ହେଉଅଛନ୍ତି, କାରଣ ସେମାନେ ଅମଙ୍ଗଳର ବାର୍ତ୍ତା ଶୁଣିଅଛନ୍ତି। ସେମାନେ ନିରୁତ୍ସାହିତ ହୋଇଅଛନ୍ତି, ସେମାନେ ସମୁଦ୍ରପରି ଅସ୍ଥିର, ସେମାନେ ନୀରବ ରହି ପାରିବେ ନାହିଁ।


ଏଥିରେ ଅରାମର ରାଜା ଅତ୍ୟନ୍ତ ବ୍ୟସ୍ତ ହୋଇ ପଡ଼ିଲେ। ସେ ତାଙ୍କର ଉଚ୍ଚ କର୍ମଗ୍ଭରୀଙ୍କୁ ଡାକି କହିଲେ, “ତୁମ୍ଭେ ମୋତେ କୁହ ଆମ୍ଭମାନଙ୍କ ମଧ୍ୟରୁ କିଏ ଇସ୍ରାଏଲ ପାଇଁ ଗୋପନରେ ସନ୍ଧାନ କରୁଛି।”


ମାତ୍ର ସଦାପ୍ରଭୁ କୁହନ୍ତି, “ଦୁଷ୍ଟ ଲୋକମାନଙ୍କର ଶାନ୍ତି ନାହିଁ।”


Swiv nou:

Piblisite


Piblisite