ଯିଶାଇୟ 55:7 - ପବିତ୍ର ବାଇବଲ7 ଦୁଷ୍ଟାଗ୍ଭରୀ ତା'ର ମନ୍ଦକାର୍ଯ୍ୟ ଓ ଅଧାର୍ମିକ ତା'ର ମନ୍ଦ ଚିନ୍ତା ପରିତ୍ୟାଗ କରୁ। ସେ ସଦାପ୍ରଭୁଙ୍କ ନିକଟକୁ ଫେରି ଆସୁ ଏବଂ ସେ ତାକୁ ଦୟା କରିବେ। ସେ ତାକୁ କ୍ଷମା କରି ଦେବେ। ତାକୁ ପରମେଶ୍ୱରଙ୍କ ପାଖକୁ ଫେରିବାକୁ ଛାଡ଼ିଦିଅ। ସେ ତାକୁ ବହୁଳ ଭାବରେ କ୍ଷମା କରିବେ। Gade chapit laପବିତ୍ର ବାଇବଲ (Re-edited) - (BSI)7 ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ; ପୁଣି, ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ; ଆଉ, ସେ ଆମ୍ଭମାନଙ୍କର ପରମେଶ୍ଵରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ। Gade chapit laଓଡିଆ ବାଇବେଲ7 ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ; ପୁଣି, ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ; ଆଉ, ସେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ; ପୁଣି, ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ; ଆଉ, ସେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ। Gade chapit la |
ଅସରିୟ ଆସାଙ୍କୁ ସାକ୍ଷାତ କରିବାକୁ ଗଲେ। ଅସରିୟ କହିଲେ, “ଆସା ଓ ଯିହୁଦା ଏବଂ ବିନ୍ୟାମୀନର ଲୋକ ସମସ୍ତେ, ତୁମ୍ଭେମାନେ ମୋ’ କଥା ଶୁଣ। ତୁମ୍ଭେମାନେ ଯେତେବେଳେ ପରମେଶ୍ୱରଙ୍କ ସହିତ ଥିଲ, ସେ ତୁମ୍ଭମାନଙ୍କ ସହିତରେ ଥିଲେ। ତୁମ୍ଭେମାନେ ଯଦି ସଦାପ୍ରଭୁଙ୍କୁ ଖୋଜିବ, ତେବେ ତୁମ୍ଭେମାନେ ତାହାଙ୍କୁ ପାଇବ। କିନ୍ତୁ ଯଦି ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିବ, ସେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବେ।
ତେଣୁ ବାର୍ତ୍ତାବାହକମାନେ ରାଜାଙ୍କର ପତ୍ର ନେଇ ଇସ୍ରାଏଲ ଓ ଯିହୁଦାର ସମସ୍ତ ଅଞ୍ଚଳକୁ ଗଲେ। ସେହି ପତ୍ରରେ ଏହିପରି ଲେଖାଥିଲା। “ଇସ୍ରାଏଲ ସନ୍ତାନଗଣ, ଅବ୍ରହାମ, ଇସ୍ହାକ ଓ ଇସ୍ରାଏଲ ଯେଉଁ ସଦାପ୍ରଭୁ ପରମେଶ୍ୱରଙ୍କୁ ମାନିଥିଲେ, ତାଙ୍କ ନିକଟକୁ ଫେରି ଆସ। ଯେଉଁ ଲୋକମାନେ ବର୍ତ୍ତମାନ ସୁଦ୍ଧା ଜୀବିତ ଅଛ ଓ ଅଶୂର ରାଜାର କବଳରୁ ଖସି ଆସିଛ, ପରମେଶ୍ୱରଙ୍କ ନିକଟକୁ ତୁମ୍ଭେମାନେ ଫେରି ଆସିବ।