Biblia Todo Logo
Bib sou entènèt

- Piblisite -




ଯିଶାଇୟ 55:11 - ପବିତ୍ର ବାଇବଲ

11 ସେହିପରି ଆମ୍ଭ ମୁଖ ନିଃସୃତ ବାକ୍ୟ ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ; ମାତ୍ର ଆମ୍ଭ ଇଚ୍ଛାନୁସାରେ ଆମ୍ଭ ବାକ୍ୟ ସିଦ୍ଧ ହେବ ଏବଂ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରିଅଛୁ, ତାହା ସଫଳ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେପରି ହେବ; ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ, ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ, ତାହା ସିଦ୍ଧ କରିବ ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ, ତହିଁରେ କୃତାର୍ଥ ହେବ।

Gade chapit la Kopi

ଓଡିଆ ବାଇବେଲ

11 ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେହିପରି ହେବ; ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ, ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ, ତାହା ସିଦ୍ଧ କରିବା ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ, ତହିଁରେ କୃତାର୍ଥ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେହିପରି ହେବ; ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ, ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ, ତାହା ସିଦ୍ଧ କରିବା ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ, ତହିଁରେ କୃତାର୍ଥ ହେବ।

Gade chapit la Kopi




ଯିଶାଇୟ 55:11
29 Referans Kwoze  

ପୃଥିବୀ ଓ ଆକାଶ ନଷ୍ଟ ହୋଇଯିବ, କିନ୍ତୁ ମୋର ବାକ୍ୟ କେବେ ଅନ୍ୟଥା ହେବ ନାହିଁ।


“ଶେଷରେ କ’ଣ ଘଟିବ ଆମ୍ଭେ ଆଦ୍ୟରୁ କହିଥାଉ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ୟ ସାଧିତ ହେବ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ।


ସୁସମାଗ୍ଭର ଶୁଣିଲେ ବିଶ୍ୱାସ ହୁଏ ଓ ଜଣେ କିଏ ଖ୍ରୀଷ୍ଟଙ୍କ ବିଷୟରେ କହିଲେ ଲୋକେ ଶୁଣନ୍ତି।


ଶରୀର ମନୁଷ୍ୟକୁ ଜୀବନ ଦାନ କରେ ନାହିଁ। ଆତ୍ମା ଜୀବନ ଦିଏ। ମୁଁ ତୁମ୍ଭକୁ ଯାହା କହିଲି ତାହା ଆତ୍ମା, ତେଣୁ ଏସବୁ ବିଷୟ ଜୀବନ ଦିଏ।


“ଆମ୍ଭେ ଆପଣା ନାମ ଦେଇ ଶପଥ କରିଅଛୁ ଓ ଯେଉଁ ଧର୍ମମୟବାଣୀ ଆମ୍ଭ ମୁଖରୁ ନିର୍ଗତ ହୋଇଛି, ତାହା ଅନ୍ୟଥା ହେବ ନାହିଁ। ଆମ୍ଭ ସମ୍ମୁଖରେ ପ୍ରତ୍ୟେକ ଜାନୁ ନତ ହେବେ ଓ ପ୍ରତ୍ୟେକ ଜିହ୍ୱା ଶପଥ କରିବ।


ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି କ୍ରୁଶର ବାର୍ତ୍ତା ସମ୍ପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭ ପ୍ରତି ଏହା ପରମେଶ୍ୱରଙ୍କ ଶକ୍ତି ସ୍ୱରୂପ।


ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଶୁଣିଥିବା ଶିକ୍ଷାଗୁଡ଼ିକୁ ମଣିଷମାନଙ୍କର ନୁହେଁ ବରଂ ପରମେଶ୍ୱରଙ୍କ ବାକ୍ୟ ବୋଲି ଭାବି ଗ୍ରହଣ କରିଥିବାରୁ, ଆମ୍ଭେ ପରମେଶ୍ୱରଙ୍କୁ ଅନବରତ ଧନ୍ୟବାଦ ଜଣାଉଛୁ। ଏହା ପ୍ରକୃତରେ ପରମେଶ୍ୱରଙ୍କ ଶିକ୍ଷା। ଏହି ଶିକ୍ଷାର ପ୍ରଭାବ, ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଉପରେ ପଡ଼ିଛି।


ତୁମ୍ଭେ ପୁନର୍ଜନ୍ମ ଗ୍ରହଣ କରିଛ। ଏହି ନୂତନ ଜୀବନ ମରଣଶୀଳ ବିଷୟରୁ ଆସି ନାହିଁ କିନ୍ତୁ ଯାହାକିଛି କେବେ ମରେ ନାହିଁ, ସେଠାରୁ ଆସିଛି। ଯାହା ସବୁଦିନ ପାଇଁ ରୁହେ, ପରମେଶ୍ୱରଙ୍କ ସେହି ଜୀବନ୍ତ ସୁସମାଗ୍ଭର ଯୋଗୁଁ ତୁମ୍ଭେ ଆଉ ଥରେ ଜନ୍ମ ଗ୍ରହଣ କରିଛ।


ସତ୍ୟ ବାକ୍ୟ ଦ୍ୱାରା ସେ ଆମ୍ଭକୁ ଜୀବନ ଦାନ ଦେବା ନିମନ୍ତେ ସ୍ଥିର କଲେ। ତାହାଙ୍କ ସୃଷ୍ଟ ସମସ୍ତ ବସ୍ତୁ ମଧ୍ୟରୁ ଆମ୍ଭମାନଙ୍କୁ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ କରିବା ତାହାଙ୍କର ଇଚ୍ଛା ଥିଲା।


ସେ ଲୋକମାନେ ହେଉଛନ୍ତି ପ୍ରଚୁର ବୃଷ୍ଟି ହେଉଥିବା କ୍ଷେତ୍ର ସଦୃଶ। କୃଷକ ଲୋକମାନଙ୍କ ପାଇଁ ଶସ୍ୟ ଉତ୍ପନ୍ନ କରିବା ନିମନ୍ତେ ସେହି କ୍ଷେତ୍ରର ରକ୍ଷଣ ବେକ୍ଷଣ କରେ। ଯଦି ସେହି କ୍ଷେତ୍ର ଲୋକମାନଙ୍କ ପାଇଁ ଉପଯୋଗୀ ଫସଲ ଉତ୍ପନ୍ନ କରେ, ତାହା, ପରମେଶ୍ୱରଙ୍କର ଆଶୀର୍ବାଦ ପାଏ।


“କାରଣ ଏହା ଆମ୍ଭ ପ୍ରତି ନୋହଙ୍କ ସମୟର ଜଳ ସଦୃଶ ଅଟେ; ନୋହଙ୍କ ସମୟର ଜଳ ଆଉ ଯେପରି ପୃଥିବୀକୁ ପ୍ଳାବିତ କରିବ ନାହିଁ ବୋଲି ଆମ୍ଭେ ଶପଥ କରିଅଛୁ, ସେହିପରି ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ କିମ୍ବା ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।


ମୋର ଉପଦେଶ ବର୍ଷା ପରି ବର୍ଷିବ। ମୋର ବାଣୀ ଶିଶିର ପରି କ୍ଷରିବ। ତାହା କୋମଳ ତୃଣ ଉପରେ ମନ୍ଦ ବୃଷ୍ଟି ତୁଲ୍ୟ ଓ ଶାକ ଉପରେ ଅସରା ବୃଷ୍ଟି ତୁଲ୍ୟ ହେବ।


ପରମେଶ୍ୱର ମନୁଷ୍ୟ ନୁହନ୍ତି, ସେ ମିଥ୍ୟା କହିବେ ନାହିଁ। ସେ ମଧ୍ୟ ମନୁଷ୍ୟ ନୁହନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହେବ ନାହିଁ? ନା!


“ତୃଣ ସିନା ଶୁଷ୍କ ହୁଏ ଓ ପୁଷ୍ପ ସିନା ମଳିନ ହୁଏ, ମାତ୍ର ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ।”


ତଥାପି ତାକୁ ଚୂର୍ଣ୍ଣ କରିବାକୁ ସଦାପ୍ରଭୁ ସ୍ଥିର କଲେ। ସେ ତାହାକୁ ଦୁଃଖଗ୍ରସ୍ତ କଲେ। ତେଣୁ ତୁମ୍ଭେ ତାଙ୍କ ପ୍ରାଣକୁ ପାପାର୍ଥକ ବଳି କଲେ ସେ ଆପଣା ବଂଶ ଦେଖିବେ, ସେ ଦୀର୍ଘାୟୁ ହେବେ ଓ ତାହାଙ୍କ ହସ୍ତରେ ସଦାପ୍ରଭୁଙ୍କ ଇଷ୍ଟ ସିଦ୍ଧ ହେବ।


ନିଜ ବିଷୟରେ ସଦାପ୍ରଭୁ କୁହନ୍ତି, “ସେମାନଙ୍କ ସହିତ ଆମ୍ଭର ଚୁକ୍ତି ହେଉଛି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭେ ଯେଉଁ ବାକ୍ୟସବୁ ତୁମ୍ଭ ମୁଖରେ ରଖିଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭର ବଂଶୋଦ୍ଭବ ବଂଶର ମୁଖରୁ ଅଦ୍ୟାବଧି ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ।”


ଯେପର୍ଯ୍ୟନ୍ତ ସଦାପ୍ରଭୁ ଆପଣା ମନର ଅଭିପ୍ରାୟ ସଫଳ ଓ ସିଦ୍ଧ ନ କରିଛନ୍ତି, ସେ ପର୍ଯ୍ୟନ୍ତ ତାଙ୍କର କ୍ରୋଧ ଫେରିବ ନାହିଁ। ତୁମ୍ଭେମାନେ ଶେଷକାଳରେ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିବ।


“‘ମୁଁ ସଦାପ୍ରଭୁ ଏହା କହିଅଛି, ଏହା ସିଦ୍ଧ ହେବ ଓ ମୁଁ ଏହା ସାଧନ କରିବି। ମୁଁ ପଛକୁ ଫେରିବି ନାହିଁ କିମ୍ବା ମୁଁ ଦୁଃଖ ପ୍ରକାଶ କରିବି ନାହିଁ। ଆଉ ମୁଁ ଦୟା ମଧ୍ୟ କରିବି ନାହିଁ। ମୁଁ ତୁମ୍ଭର ବିଗ୍ଭର ଓ ଦଣ୍ଡ ତୁମ୍ଭର ଆଚରଣ ଏବଂ କୁକର୍ମ ଅନୁସାରେ କରିବି। ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।’”


ସଦାପ୍ରଭୁ ପରମେଶ୍ୱର ଆଦେଶ ଦେବେ, ଦେଖ ବଡ଼ ଗୃହଗୁଡ଼ିକ ଖଣ୍ତ ବିଖଣ୍ତିତ ହେବ ଏବଂ କ୍ଷୁଦ୍ର ଗୃହଗୁଡ଼ିକ ଛୋଟ ଛୋଟ ଖଣ୍ଡରେ ପରିଣତ ହେବ।


ତା'ପରେ ଶାମୁୟେଲ ବଡ଼ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ରହିଲେ। ସଦାପ୍ରଭୁ ତାଙ୍କର କୌଣସି ବାକ୍ୟ ମିଛ ହେବାକୁ ଦେଲେ ନାହିଁ।


ଏହା ପରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ଯଥା, “ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ?” ମୁଁ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲି, “ମୁଁ ବାଦାମ ବୃକ୍ଷର ଏକ ଦଣ୍ଡ ଦେଖୁଅଛି।”


ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଠିକ୍ ଦେଖୁଅଛ କାରଣ ଆମ୍ଭେ ଦେଖୁଅଛୁ ଯେ, ଆମ୍ଭର ବାକ୍ୟ ସଫଳ କରାଯାଇଛି।”


ପୁଣି ଦ୍ୱିତୀୟ ଥର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ତାହା ହେଲା, “ହେ ଯିରିମିୟ, ତୁମ୍ଭେ କଅଣ ଦେଖୁଅଛ?” ମୁଁ ସଦାପ୍ରଭୁଙ୍କୁ ଉତ୍ତର ଦେଲି, “ମୁଁ ଫୁଟନ୍ତା ପାଣି ପୂର୍ଣ୍ଣ ଏକ ରନ୍ଧା ହଣ୍ଡା ଦେଖୁଅଛି ଓ ତାହାର ମୁହଁ ଉତ୍ତର ଦିଗରୁ ଢଳିଅଛି।”


ଆଉ ଆମ୍ଭେ ସେହି ଦେଶ ବିରୁଦ୍ଧରେ ଯାହା ଯାହା କହିଅଛୁ, ଆଉ ସକଳ ଗୋଷ୍ଠୀ ବିରୁଦ୍ଧରେ ଯିରିମିୟଙ୍କ ଦ୍ୱାରା ପ୍ରଗ୍ଭରିତ ଯେଉଁ ଭବିଷ୍ୟ‌ଦ୍‌ବାକ୍ୟ ଏହି ପୁସ୍ତକରେ ଲିଖିତ ଅଛି, ଆମ୍ଭର ସେହି ସମସ୍ତ ବାକ୍ୟ ସେହି ଦେଶପ୍ରତି ସଫଳ ହେବ।


ଆମ୍ଭେ ଆପଣା ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ, ଆମ୍ଭର ଆଜ୍ଞା ଓ ଶିକ୍ଷା ସମୂହ ବିଷୟରେ ପ୍ରଗ୍ଭର କରିବାକୁ ଆଦେଶ ଦେଇଥିଲୁ। ଏବଂ ତୁମ୍ଭର ପୂର୍ବପୁରୁଷଗଣ ଏହି ଆଦେଶ ଭାଙ୍ଗିବାରୁ ଶେଷରେ ଦଣ୍ତ ଦିଆଯାଇଥିଲା, କ’ଣ ସେମାନଙ୍କୁ ଦିଆଯାଇ ନ ଥିଲା? ତେଣୁ ତୁମ୍ଭର ପୂର୍ବପୁରୁଷଗଣ କହିଲେ, ‘ସର୍ବଶକ୍ତିମାନ୍ ସଦାପ୍ରଭୁ ଆମ୍ଭଙ୍କୁ ଆମ୍ଭର କୁପଥ ଏବଂ କୁକର୍ମ ପାଇଁ ଦଣ୍ତ ଦେଇଥିଲେ।’ ତେଣୁ ସେମାନେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ।”


Swiv nou:

Piblisite


Piblisite