Biblia Todo Logo
Bib sou entènèt

- Piblisite -




ଯିଶାଇୟ 52:9 - ପବିତ୍ର ବାଇବଲ

9 ହେ ଯିରୁଶାଲମର ଧ୍ୱଂସାବଶେଷ ସ୍ଥାନସକଳ, ଉଚ୍ଚସ୍ୱରରେ ଆନନ୍ଦଧ୍ୱନି କର। ଏକତ୍ର ଗାନ କର, କାରଣ ସଦାପ୍ରଭୁ ନିଜର ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି ଓ ସେ ଯିରୁଶାଲମକୁ ମୁକ୍ତ କରିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ହେ ଯିରୂଶାଲମର ଉତ୍ସନ୍ନ ସ୍ଥାନସକଳ, ଉଚ୍ଚ ଆନନ୍ଦଧ୍ଵନି କର, ଏକତ୍ର ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ଵନା କରିଅଛନ୍ତି, ସେ ଯିରୂଶାଲମକୁ ମୁକ୍ତ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

9 ହେ ଯିରୂଶାଲମର ଉତ୍ସନ୍ନ ସ୍ଥାନସକଳ, ଉଚ୍ଚ ଆନନ୍ଦ ଧ୍ୱନି କର, ଏକତ୍ର ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି, ସେ ଯିରୂଶାଲମକୁ ମୁକ୍ତ କରିଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ହେ ଯିରୂଶାଲମର ଉତ୍ସନ୍ନ ସ୍ଥାନସକଳ, ଉଚ୍ଚ ଆନନ୍ଦଧ୍ୱନି କର, ଏକତ୍ର ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି, ସେ ଯିରୂଶାଲମକୁ ମୁକ୍ତ କରିଅଛନ୍ତି।

Gade chapit la Kopi




ଯିଶାଇୟ 52:9
24 Referans Kwoze  

ସେହିପରି ସଦାପ୍ରଭୁ ସିୟୋନକୁ ଆଶୀର୍ବାଦ କରିବେ; ସେ ତାହାର ଉପଦ୍ରୁତ ସ୍ଥାନଗୁଡ଼ିକ ପାଇଁ ଦୁଃଖିତ ହେବେ। ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ୟ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ୟ କରିବେ। ତାହାର ଲୋକମାନେ ଆନନ୍ଦିତ ଓ ଉଲ୍ଲସିତ ହେବେ ଏବଂ ସଙ୍ଗୀତ ଧ୍ୱନି କରି ଧନ୍ୟବାଦ ଦେବେ।


ହେ ପୃଥିବୀର ପ୍ରତ୍ୟେକ ଲୋକ, ସଦାପ୍ରଭୁଙ୍କର ଜୟଧ୍ୱନି କର। ସ୍ତୁତି ଗାନ ଶୀଘ୍ର ଆରମ୍ଭ କର।


“ସେମାନେ ପୁରାତନ ଧ୍ୱସ୍ତ ବିଧ୍ୱସ୍ତ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ। ପୂର୍ବକାଳର ନଷ୍ଟ ସ୍ଥାନସବୁ ଉଠାଇବେ, ଆଉ ସେମାନେ ବିନଷ୍ଟ ଓ ଅନେକ ପୁରୁଷ ପରମ୍ପରାର ନଷ୍ଟ ନଗର ସବୁକୁ ନୂତନ କରି ଗଢ଼ିବେ।


“ଏଣୁ ତୁମ୍ଭେମାନେ ଆନନ୍ଦର ସହିତ ବାହାରି ଶାନ୍ତିରେ ଆଗେ ଆଗେ ଯିବ। ପର୍ବତ ଓ ଉପପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖରେ ଉଚ୍ଚସ୍ୱରରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ କରତାଳି ଦେବେ।


ହେ ମୋର ସନ୍ତାନଗଣ, ତୁମ୍ଭେମାନେ ବାବିଲରୁ ବାହାରି ଯାଅ, କ‌‌ଲ୍‌‌ଦୀୟମାନଙ୍କ ମଧ୍ୟରୁ ପଳାୟନ କର; ତୁମ୍ଭେମାନେ ଆନନ୍ଦ ଧ୍ୱନି କରି ଜଣାଅ, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ବିଖ୍ୟାତ କର; ତୁମ୍ଭେମାନେ କୁହ, “ସଦାପ୍ରଭୁ ନିଜର ଦାସ ଯାକୁବକୁ ମୁକ୍ତ କରିଅଛନ୍ତି।”


ଆମ୍ଭେ ଆମ୍ଭ ଦାସର ବାକ୍ୟ ଦୃଢ଼ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ୟ ଉତ୍ତମ ବୋଲି ଆମ୍ଭେ ଦେଖାଇ ଦେଉ। ସଦାପ୍ରଭୁ ଯିରୁଶାଲମ ବିଷୟରେ କୁହନ୍ତି, “ତାହା ପୁଣି ବସତି ବିଶିଷ୍ଟ ହେବ ଓ ଯିହୁଦାର ନଗର ବିଷୟରେ ସେ କୁହନ୍ତି, ସେ ସବୁ ପୁନଃନିର୍ମିତ ହେବ। ପୁଣି ଧ୍ୱଂସପ୍ରାପ୍ତ ନଗରଗୁଡ଼ିକ ପୁଣି ଗଢ଼ି ଉଠିବ।”


ହେ ଆକାଶମଣ୍ଡଳ, ଗାନ କର, କାରଣ ସଦାପ୍ରଭୁ ଏହା ସାଧନ କରିଛନ୍ତି। ହେ ପୃଥିବୀର ଭୂତଳସ୍ଥାନ ସକଳ ଆନନ୍ଦଧ୍ୱନି କର। ହେ ପର୍ବତଗଣ, ହେ ଅରଣ୍ୟ ଓ ତନ୍ମଧ୍ୟସ୍ଥ ବୃକ୍ଷ ସମୂହ, ତୁମ୍ଭେମାନେ ସମସ୍ତେ ଉଚ୍ଚ ସ୍ୱରରେ ପ୍ରଭୁଙ୍କର ପ୍ରଶଂସା ଗାନ କର; କାରଣ ସଦାପ୍ରଭୁ ଯାକୁବକୁ ମୁକ୍ତ କରିଛନ୍ତି ଓ ଇସ୍ରାଏଲକୁ ଗୌରବାନ୍ୱିତ କରିବେ।


ମାତ୍ର ବର୍ତ୍ତମାନ ସମଗ୍ର ଦେଶ ବିଶ୍ରାମ ନେବ। ଦେଶରେ ଏପରି ଶାନ୍ତ ଅବସ୍ଥା ଆସିବ, ଯେତେବେଳେ ଲୋକମାନେ ଆନନ୍ଦରେ ଉତ୍ସବ ପାଳନ କରିବେ।


ଶାସ୍ତ୍ର କୁହେ: “ହେ ବନ୍ଧ୍ୟା! ଆନନ୍ଦିତ ହୁଅ, ତୁମ୍ଭେ କାହାରିକୁ ଜନ୍ମ ଦେଇ ନାହଁ; ଖୁବ୍ ଜୋର୍‌‌ରେ ହର୍ଷନାଦ କର, ତୁମ୍ଭେ ପ୍ରସବବେଦନା କେବେ ହେଲେ ଅନୁଭବ କରି ନାହଁ। ଯେଉଁ ସ୍ତ୍ରୀ ପରିତ୍ୟକ୍ତା, ତା'ର ଅଗଣିତ ସନ୍ତାନ ସଧବା (ପତିଥିବା) ସ୍ତ୍ରୀଠାରୁ ବେଶୀ ହେବେ।”


ହେ ସ୍ୱର୍ଗମଣ୍ଡଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ; ହେ ପର୍ବତଗଣ, ଉଚ୍ଚ ସ୍ୱରରେ ଆନନ୍ଦ ଧ୍ୱନି କର; କାରଣ ସଦାପ୍ରଭୁ ନିଜ ଲୋକମାନଙ୍କୁ ସାନ୍ତ୍ୱନା କରିଛନ୍ତି ଓ ନିଜର ପୀଡ଼ିତ ଲୋକମାନଙ୍କୁ କରୁଣା କରିଛନ୍ତି।


ହେ ସିୟୋନ ନିବାସୀଗଣ, ଉଚ୍ଚସ୍ୱରରେ ତାଙ୍କର ପ୍ରଶଂସା କର। ଇସ୍ରାଏଲ ସେହି ପବିତ୍ର ଧର୍ମସ୍ୱରୂପ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ତେଣୁ ଆନନ୍ଦ କର।


ତୁମ୍ଭର ପରମେଶ୍ୱର ଏହା କୁହନ୍ତି, “ମୋ’ ଲୋକମାନଙ୍କୁ ସାନ୍ତ୍ୱନା ଦିଅ, ସାନ୍ତ୍ୱନା ଦିଅ।


ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏହି କଥା କୁହନ୍ତି, “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ୱାନ କରୁଅଛୁ, ତୁମ୍ଭେ ଆମ୍ଭର।


ସେ ସେମାନଙ୍କର ସବୁ ଦୁଃଖରେ ଦୁଃଖିତ ହେଲେ। ତାହାଙ୍କର ଉପସ୍ଥିତି ସ୍ୱରୂପ ଦୂତ ସେମାନଙ୍କୁ ପରିତ୍ରାଣ କଲେ। ସେ ସେମାନଙ୍କୁ ନିଜ ପ୍ରେମ ଓ ଦୟାରୁ ମୁକ୍ତ କଲେ ଏବଂ ସେମାନେ ଅତି ପୁରୁଣା ସମୟ ଦେଇ ବହନ କଲେ।


ହେ ସିୟୋନର କନ୍ୟା, ତୁମ୍ଭେ ପ୍ରସବ ବେଦନା ଅନୁଭବ କରି ସନ୍ତାନ ଜନ୍ମ ଦିଅ। ତୁମ୍ଭେ ନଗରର ବାହାରକୁ ଯାଅ ଏବଂ କ୍ଷେତ୍ରରେ ବାସ କର। ତୁମ୍ଭେ ବାବିଲୋନ ଯିବ। କିନ୍ତୁ ସେ ସ୍ଥାନରେ ତୁମ୍ଭେ ସୁରକ୍ଷିତ ହେବ। ଆଉ ମଧ୍ୟ ସଦାପ୍ରଭୁ ସେଠାକୁ ଯିବେ ଓ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭମାନଙ୍କୁ ଶତ୍ରୁମାନଙ୍କଠାରୁ ଦୂରେଇ ନେବେ।


ସମସ୍ତ ଜାତି ଏକତ୍ରିତ ହେବେ ଓ ସକଳ ରାଜ୍ୟ ସଦାପ୍ରଭୁଙ୍କର ସେବା ପାଇଁ ଆସିବେ।


ମେଘ ସଦୃଶ ତୁମ୍ଭର ପାପକୁ ଓ କୁହୁଡ଼ି ସଦୃଶ ତୁମ୍ଭର ପାପକୁ ଆମ୍ଭେ ମାର୍ଜନା କରିଅଛୁ। ପବନରେ ମେଘ ଗ୍ଭଲିଗଲା ପରି ତୁମ୍ଭର ପାପସବୁ ଦୂରୀଭୂତ ହୋଇଅଛି। ତେଣୁ ତୁମ୍ଭେ ଆମ୍ଭ ନିକଟକୁ ଫେରି ଆସ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ।”


ସଦାପ୍ରଭୁ କୁହନ୍ତି, “ଆମ୍ଭେ ହେଉଛୁ ସେହି ଯେ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦିଅନ୍ତି, ତେବେ ତୁମ୍ଭେ କାହିଁକି ମରଣଶୀଳ ମାନବ ଯେ କି ତୃଣତୁଲ୍ୟ ଏପରି ମାନବର ସନ୍ତାନକୁ ଭୟ କରୁଅଛ?”


Swiv nou:

Piblisite


Piblisite