Biblia Todo Logo
Bib sou entènèt

- Piblisite -




ଯିଶାଇୟ 52:12 - ପବିତ୍ର ବାଇବଲ

12 ତୁମ୍ଭେମାନେ ତରତର ହୋଇ ଯାଅ ନାହିଁ କିମ୍ବା ତୁମ୍ଭେମାନେ ପଳାତକପରି ପଳାୟନ କରିବ ନାହିଁ। ସଦାପ୍ରଭୁ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ, ଇସ୍ରାଏଲର ପରମେଶ୍ୱର ତୁମ୍ଭମାନଙ୍କର ଅନୁସରଣ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 କାରଣ ତୁମ୍ଭେମାନେ ତର ତର ହୋଇ ବାହାରି ଯିବ ନାହିଁ, କିଅବା ତୁମ୍ଭେମାନେ ପଳାୟନ କରି ବାହାରି ଯିବ ନାହିଁ କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ ଓ ଇସ୍ରାଏଲର ପରମେଶ୍ଵର ତୁମ୍ଭମାନଙ୍କର ପଶ୍ଚାଦ୍ବର୍ତ୍ତୀ ହେବେ ।

Gade chapit la Kopi

ଓଡିଆ ବାଇବେଲ

12 କାରଣ ତୁମ୍ଭେମାନେ ତର ତର ହୋଇ ବାହାରି ଯିବ ନାହିଁ, କିଅବା ତୁମ୍ଭେମାନେ ପଳାୟନ କରି ବାହାରି ଯିବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ ଓ ଇସ୍ରାଏଲର ପରମେଶ୍ୱର ତୁମ୍ଭମାନଙ୍କର ପଶ୍ଚାଦ୍‍ବର୍ତ୍ତୀ ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 କାରଣ ତୁମ୍ଭେମାନେ ତରତର ହୋଇ ବାହାରି ଯିବ ନାହିଁ, କିଅବା ତୁମ୍ଭେମାନେ ପଳାୟନ କରି ବାହାରି ଯିବ ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଆଗେ ଆଗେ ଗମନ କରିବେ ଓ ଇସ୍ରାଏଲର ପରମେଶ୍ୱର ତୁମ୍ଭମାନଙ୍କର ପଶ୍ଚାଦ୍‍ବର୍ତ୍ତୀ ହେବେ।

Gade chapit la Kopi




ଯିଶାଇୟ 52:12
23 Referans Kwoze  

ଏହାକଲେ ଅରୁଣସଦୃଶ ତୁମ୍ଭର ଦୀପ୍ତି ପ୍ରକାଶ ପାଇବ ଓ ତୁମ୍ଭର ଆରୋଗ୍ୟ ଶୀଘ୍ର ଅଙ୍କୁରିତ ହେବ। ପୁଣି ତୁମ୍ଭର ‘ଧର୍ମ’ ତୁମ୍ଭର ସମ୍ମୁଖବର୍ତ୍ତୀ ହେବ ଓ ସଦାପ୍ରଭୁଙ୍କର ମହିମା ତୁମ୍ଭର ପଶ୍ଚା‌ତ୍‌ବର୍ତ୍ତୀ ହେବ।


କାରଣ, ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ସହିତ ଅଛନ୍ତି। ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧରେ ସାହାଯ୍ୟ କରିବେ ଓ ସେ ତୁମ୍ଭକୁ ଯୁଦ୍ଧରେ ଜୟ ଯୁକ୍ତ କରାଇବେ।’


ହେ କୋରସ୍, ଆମ୍ଭେ ତୁମ୍ଭ ଆଗେ ଆଗେ ଯିବା, ଉଚ୍ଚସ୍ଥାନକୁ ସମାନ କରିବା, ବ୍ରୋଞ୍ଜର କବାଟସବୁ ଭାଙ୍ଗି ପକାଇବା ଲୌହ ଅର୍ଗଳସବୁ କାଟି ପକାଇବା।


ତା'ପରେ “ଭଗ୍ନକାରୀଦଳ “ଲୋକମାନଙ୍କର ନେତୃତ୍ୱ ନେବେ। ସେମାନେ ପ୍ରବେଶ ପଥକୁ ଭାଙ୍ଗି ସେହି ନଗରୀକୁ ପରିତ୍ୟାଗ କରିଛନ୍ତି। ସେମାନଙ୍କର ରାଜା ସେମାନଙ୍କର ଅଗ୍ରଗାମୀ ଓ ତାଙ୍କ ଲୋକମାନଙ୍କର ସମ୍ମୁଖରେ ସଦାପ୍ରଭୁ ମଧ୍ୟ ଥିବେ।


ଜଣେ ଜଗୁଆଳୀକୁ ଗଛ ଉପରେ ଚଢ଼ି ଜଗି ରହିବାକୁ କୁହ। ସେ ଯୁଦ୍ଧ ଯାତ୍ରାର ଶବ୍ଦ ଶୁଣିବା ମାତ୍ରକେ ତୁମ୍ଭେ ପଲେଷ୍ଟୀୟମାନଙ୍କ ଉପରେ ଆକ୍ରମଣ କରିବ। ଆମ୍ଭେ ପରମେଶ୍ୱର, ତୁମ୍ଭ ସମ୍ମୁଖରେ ଯିବା ଓ ପଲେଷ୍ଟୀୟ ସୈନ୍ୟଦଳକୁ ପରାସ୍ତ କରିବା।”


ଦାନ ଗୋଷ୍ଠୀର ବିଭାଗର ଧ୍ୱଜା ପରେ ଗ୍ଭଳିତ ହେଲା। ସେମାନେ ପଶ୍ଚା‌‌ତ୍‌‌ଭାଗର ପ୍ରହରୀ ଥିଲେ। ଆଉ ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷ ସେମାନଙ୍କର ଅଧିନାୟକ ଥିଲେ।


“ତୁମ୍ଭେମାନେ ଯେତେବେଳେ ଏହି ମାଂସ ଭୋଜନ କରିବ, ସେତେବେଳେ ତୁମ୍ଭେମାନେ ଉତ୍ତମ ପୋଷାକମାନ ପରିଧାନ କରିବ, ତୁମ୍ଭେମାନେ ଭ୍ରମଣ ପାଇଁ ଯିବା ବେଳେ ଯେଉଁପରି ଭାବରେ ପୋଷାକ ପରିଧାନ କର। ତୁମ୍ଭେ ଜୋତା ପିନ୍ଧିବା ଉଚିତ୍ ଓ ତୁମ୍ଭ ହସ୍ତରେ ତୁମ୍ଭର ଆଶାବାଡ଼ି ରହିବା ଉଚିତ୍। ତୁମ୍ଭେ ଏହାକୁ ଶୀଘ୍ର ଭୋଜନ କରିବ। କାରଣ ଏହା ହେଉଛି ସଦାପ୍ରଭୁଙ୍କର ନିସ୍ତାରପର୍ବ।


ଏହା ପରେ ଦବୋରା ବାରକକୁ କହିଲେ, “ଆଜି ସଦାପ୍ରଭୁ ତୁମ୍ଭକୁ ସହାୟ ହେବେ ସୀଷରାକୁ ପରାସ୍ତ କରିବା ପାଇଁ, ତୁମ୍ଭେ ନିଶ୍ଚିତ ଭାବରେ ଜାଣ ଯେ ସଦାପ୍ରଭୁ ତୁମ୍ଭ ଆଗେ ଆଗେ ଗଲେ।” ତେଣୁ ବାରକ୍ ତାଙ୍କର 10,000 ଲୋକଙ୍କୁ ତାବୋର ପର୍ବତର ପ୍ରଦେଶକୁ ଆଣିଲେ।


ଲୋକମାନେ ସେମାନଙ୍କର ଚକଟା ମଇଦାରେ ତାଡ଼ି ମିଶାଇ ପାରି ନ ଥିଲେ। ଏବଂ ସେମାନଙ୍କର ଯାତ୍ରା ପାଇଁ ମଧ୍ୟ ସ୍ୱତନ୍ତ୍ର ରୂପେ ଖାଦ୍ୟ ପ୍ରସ୍ତୁତ କରିବାକୁ ସମୟ ପାଇ ନ ଥିଲେ। ତେଣୁ ସେମାନେ ତାଡ଼ିଶୂନ୍ୟ ରୋଟୀମାନ ପ୍ରସ୍ତୁତ କଲେ।


ମିଶରର ଲୋକମାନେ ସେମାନଙ୍କୁ ଶୀଘ୍ର ଶୀଘ୍ର ବିଦାୟ କଲେ। କାରଣ, ସେମାନେ କହିଲେ, “ଯଦି ତୁମ୍ଭେମାନେ ନ ଯାଅ, ଆମ୍ଭେ ସମସ୍ତେ ମରିଯିବୁ।”


ନିର୍ବାସିତ ବନ୍ଦୀ ଶୀଘ୍ର ମୁକ୍ତ ହେବ। ପୁଣି ସେ ମରି ଗର୍ତ୍ତକୁ ଯିବ ନାହିଁ। କିମ୍ବା ତାହାର ଖାଦ୍ୟର ଅଭାବ ହେବ ନାହିଁ।


ଇସ୍ରାଏଲୀୟ ଲୋକମାନେ ବିଜୟୀ ଭାବରେ ବାସ କରୁଥିଲେ। କିନ୍ତୁ ସଦାପ୍ରଭୁ ଫାରୋଙ୍କୁ କଠୋର କଲେ, ସେ ଇସ୍ରାଏଲୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ।


ସେଥିପାଇଁ ମୋର ପ୍ରଭୁ ସଦାପ୍ରଭୁ କୁହନ୍ତି, “ଦେଖ, ମୁଁ ସିୟୋନରେ ଏକ ଭିତ୍ତିମୂଳ ପ୍ରସ୍ତର ସ୍ଥାପନ କରୁଛି, ଏହା ଏକ ପରୀକ୍ଷାସିଦ୍ଧ ପ୍ରସ୍ତର ଓ ବହୁମୂଲ୍ୟବାନ କୋଣ ପ୍ରସ୍ତର। ଏହା ଉପରେ ସବୁକିଛି ଏହି ଗୁରୁତ୍ୱପୂର୍ଣ୍ଣ ପର୍ବତ ଉପରେ ନିର୍ମିତ ହେବ। ଯେକେହି ଏହି ପ୍ରସ୍ତର ଉପରେ ବିଶ୍ୱାସ ରଖେ ସେ ହତାଶ ହେବ ନାହିଁ।


ତୁମ୍ଭେମାନେ ଏହି ପର୍ବରେ ଖମୀର ଭୋଜନ କରିବା ଉଚିତ୍ ନୁହଁ। ସାତ ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ‘ତାଡ଼ି ଶୂନ୍ୟ ରୋଟୀ’ ଭୋଜନ କରିବା ଉଚିତ୍, ଗରିବର ରୋଟୀ। କାରଣ ତରବର ହୋଇ ତୁମ୍ଭେମାନେ ମିଶର ଦେଶ ପରିତ୍ୟାଗ କଲ। ଏହିପରି ଭାବରେ ତୁମ୍ଭ ଜୀବନ ସାରା ମିଶର ଦେଶରୁ ଆସିଥିବା କଥା ମନେ ରଖିବ।


ସୈନ୍ୟମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ସହ ଯେଉଁ ଯାଜକମାନେ ମେଷ ତୂରୀ ବଜାଉଥିଲେ ସେମାନଙ୍କର ସମ୍ମୁଖରେ ଗ୍ଭଲିଲେ। ପ୍ରହରୀଗଣ ପବିତ୍ର ନିୟମ-ସିନ୍ଦୁକ ପଛେ ପଛେ ଗ୍ଭଲିଲେ। ସେମାନେ ଏହିପରି ଭାବରେ ଅବିରତ ମେଷ ତୂରୀ ବଜାଇ ସହର ପରିକ୍ରମଣ କଲେ।


ସାଧୁତା ଧାର୍ମିକମାନଙ୍କର ଜୀବନ ଧାରଣର ମାର୍ଗ। ସେମାନେ ସରଳ ଓ ସତ୍ୟପଥ ଅନୁସରଣ କରନ୍ତି। ପୁଣି ହେ ପରମେଶ୍ୱର, ତୁମ୍ଭେ ସେହି ପଥକୁ ଅନୁସରଣ ପାଇଁ ଅଧିକ ସୁଗମ ଓ ସରଳ କର।


ତା'ପରେ ଆମ୍ଭେ ଅନ୍ଧମାନଙ୍କୁ ସେମାନଙ୍କର ଅଜ୍ଞାତ ପଥ ଦେଇ ଆଣିବୁ ଓ ଯେଉଁ ପଥ ସେମାନେ ଜାଣନ୍ତି ନାହିଁ, ସେହି ପଥରେ ସେମାନଙ୍କୁ କଢ଼ାଇ ନେବୁ। ଆମ୍ଭେ ସେମାନଙ୍କ ସମ୍ମୁଖରେ ଅନ୍ଧକାରକୁ ଆଲୋକର ଓ ବକ୍ର ସ୍ଥାନକୁ ସଳଖରେ ପରିଣତ କରିବୁ। ଏହିସବୁ କାର୍ଯ୍ୟ କରି ଆମ୍ଭେ ନିଜ ସନ୍ତାନମାନଙ୍କୁ ପରିତ୍ୟାଗ କରିବୁ ନାହିଁ।


ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହେବେ ନାହିଁ। ଗ୍ରୀଷ୍ମ କିମ୍ବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ। କାରଣ ଯେଉଁ ପରମେଶ୍ୱର ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଲାଇବେ; ଜଳ ନିର୍ଝର ଦେଇ ସେ ସେମାନଙ୍କୁ କଢ଼ାଇ ଦେବେ।


“ପୁଣି ଆମ୍ଭେ ଆମ୍ଭର ପର୍ବତଗୁଡ଼ିକୁ ଏକ ପଥ କରିବା ଓ ଆମ୍ଭର ରାଜପଥଗୁଡ଼ିକ ଉଚ୍ଚ କରାଯିବ।


ଆମ୍ଭେ ତାହାର ଗତି ଦେଖିଅଛୁ ଓ ଆମ୍ଭେ ତାକୁ ସଠିକ୍ ରୂପେ ଗଢ଼ିବା, ମୁଁ ତାକୁ ସତ୍ୟର ପଥ ଦେଖାଇବି ଏବଂ ତାହାର ଶୋକାକୁଳ ଲୋକମାନଙ୍କୁ ପୁନର୍ବାର ସାନ୍ତ୍ୱନା ଦେବି।


ଯେତେବେଳେ ସମସ୍ତ ଲୋକମାନେ ନଦୀ ପାର ହୋଇଗଲେ, ଏହା ପରେ ଯାଜକଗଣ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଯର୍ଦ୍ଦନ ନଦୀ ପାର ହୋଇଗଲେ।


Swiv nou:

Piblisite


Piblisite