Biblia Todo Logo
Bib sou entènèt

- Piblisite -




ଯିଶାଇୟ 51:20 - ପବିତ୍ର ବାଇବଲ

20 ତୁମ୍ଭର ସନ୍ତାନଗଣ ମୂର୍ଚ୍ଛିତ ହୋଇଅଛନ୍ତି। ସେମାନେ ପ୍ରତ୍ୟେକ ସଡ଼କ ମୁଣ୍ଡରେ ପଡ଼ିଛନ୍ତି ଯେପରି ହରିଣ ଜାଲ ପାଶରେ ଆବଦ୍ଧ ହୁଏ। ସେମାନେ ସଦାପ୍ରଭୁଙ୍କ କୋପରେ ଓ ତୁମ୍ଭ ପରମେଶ୍ୱରଙ୍କ ଧମକରେ ପରିପୂର୍ଣ୍ଣ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଜାଲରେ ବଦ୍ଧ ହରିଣର ପ୍ରାୟ ତୁମ୍ଭର ପୁତ୍ରଗଣ ମୂର୍ଚ୍ଛିତ ହୋଇଅଛନ୍ତି, ସେମାନେ ପ୍ରତ୍ୟେକ ସଡ଼କର ମୁଣ୍ତରେ ପଡ଼ିଛନ୍ତି; ସେମାନେ ସଦାପ୍ରଭୁଙ୍କ କୋପରେ, ତୁମ୍ଭ ପରମେଶ୍ଵରଙ୍କ ଧମକରେ ପରିପୂର୍ଣ୍ଣ।

Gade chapit la Kopi

ଓଡିଆ ବାଇବେଲ

20 ଜାଲରେ ବଦ୍ଧ ହରିଣର ପ୍ରାୟ ତୁମ୍ଭର ପୁତ୍ରଗଣ ମୂର୍ଚ୍ଛିତ ହୋଇଅଛନ୍ତି, ସେମାନେ ପ୍ରତ୍ୟେକ ସଡ଼କର ମୁଣ୍ଡରେ ପଡ଼ିଛନ୍ତି; ସେମାନେ ସଦାପ୍ରଭୁଙ୍କ କୋପରେ, ତୁମ୍ଭ ପରମେଶ୍ୱରଙ୍କ ଧମକରେ ପରିପୂର୍ଣ୍ଣ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଜାଲରେ ବଦ୍ଧ ହରିଣର ପ୍ରାୟ ତୁମ୍ଭର ପୁତ୍ରଗଣ ମୂର୍ଚ୍ଛିତ ହୋଇଅଛନ୍ତି, ସେମାନେ ପ୍ରତ୍ୟେକ ସଡ଼କର ମୁଣ୍ଡରେ ପଡ଼ିଅଛନ୍ତି; ସେମାନେ ସଦାପ୍ରଭୁଙ୍କ କୋପରେ, ତୁମ୍ଭ ପରମେଶ୍ୱରଙ୍କ ଧମକରେ ପରିପୂର୍ଣ୍ଣ।

Gade chapit la Kopi




ଯିଶାଇୟ 51:20
27 Referans Kwoze  

ସେହି ଲୋକ ପରମେଶ୍ୱରଙ୍କ କ୍ରୋଧର ସୁରା ପାନ କରିବ। ଏହି ସୁରା ପରମେଶ୍ୱରଙ୍କ କ୍ରୋଧର ପାତ୍ରରେ ଅମିଶ୍ରିତ ଭାବେ ଢଳା ହୋଇଛି। ସେ ପବିତ୍ର ଦୂତଗଣ ଓ ମେଷଶାବକଙ୍କ ସମ୍ମୁଖରେ ଜ୍ୱଳନ୍ତ ଗନ୍ଧକରେ ଯନ୍ତ୍ରଣା ପାଇବ।


ମୁଁ ତୁମ୍ଭମାନଙ୍କ ପାଇଁ ଯେଉଁ ବଳିର ଆୟୋଜନ କଲି, ତୁମ୍ଭେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ଉତ୍ତମ ମାଂସ ଖାଇବ ଓ ମତ୍ତ ହେବା ପର୍ଯ୍ୟନ୍ତ ରକ୍ତ ପିଇବ।


ମୁଁ ମୋର ଜାଲ ବିଛାଇବି ଓ ତାକୁ ଫାଶରେ ପକାଇ ବାବିଲକୁ ନେଇଯିବି ଏବଂ ମୁଁ ସେଠାରେ ତା'ର ବିଗ୍ଭର କରିବି। କାରଣ ସେ ମୋ’ ପ୍ରତି ଅବିଶ୍ୱସ୍ତ ଥିଲା।


ସେ ଖସିଯିବା ପାଇଁ ଚେଷ୍ଟା କରିବ, କିନ୍ତୁ ଆମ୍ଭେ ତା’ ପାଇଁ ଆମ୍ଭର ଜାଲ ବିଚ୍ଛାଇବା ଓ ସେ ଫାନ୍ଦରେ ପଡ଼ିଯିବ। ଏବଂ ଆମ୍ଭେ ତାକୁ କ‌‌ଲ୍‌‌‌‌ଦୀୟ ଲୋକମାନଙ୍କର ଦେଶ ବାବିଲକୁ ନେଇଯିବା। ଆଉ ସେ ସେହି ସ୍ଥାନରେ ମରିବ କିନ୍ତୁ ସେ ତାହା ଦେଖି ପାରିବ ନାହିଁ।


ଯିହୁଦାର ଯୁବକଗଣ ଚକି ବହନ କଲେ। ଆଉ ପିଲାମାନେ କାଠ ଭାରରେ ଝୁଣ୍ଟି ପଡ଼ିଲେ।


ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ ସିୟୋନର ସନ୍ତାନଗଣ ଥିଲେ। ମାତ୍ର ଶତ୍ରୁମାନେ ସେମାନଙ୍କୁ କୁମ୍ଭକାରର ହସ୍ତକୃତ ମାଟି କଳସ ତୁଲ୍ୟ ଗଣନା କରିଛନ୍ତି।


ମୁଁ ମୋର ପ୍ରେମିକମାନଙ୍କୁ ଡାକିଲି, ମାତ୍ର ସେମାନେ ମୋ’ ପ୍ରତି ପ୍ରବଞ୍ଚନା କଲେ। ମୋର ଯାଜକଗଣ ଓ ପ୍ରାଚୀନବର୍ଗ ନଗର ମଧ୍ୟରେ ପ୍ରାଣତ୍ୟାଗ କଲେ। ସେମାନେ ନିଜେ ନିଜେ ବଞ୍ଚିବା ପାଇଁ ଆହାର ଖୋଜୁଥିବା ବେଳେ ମଲେ।


“ସଦାପ୍ରଭୁ ମଝିରେ ଛିଡ଼ା ହୋଇଥିବା ଯୋଦ୍ଧାମାନଙ୍କୁ ପଠେଇ ଦେଇଛନ୍ତି। ସଦାପ୍ରଭୁ ମୋର ଯୁବକମାନଙ୍କୁ ବଧ କରିବା ପାଇଁ ଦଳେ ଲୋକ ଆଣିଛନ୍ତି। ଦ୍ରାକ୍ଷାକୁଣ୍ଡରେ ଦ୍ରାକ୍ଷା ମର୍ଦ୍ଦନ କଲାପରି ସଦାପ୍ରଭୁ ଯିହୁଦାର କୁମାରୀମାନଙ୍କୁ ପେଷଣ କରିଅଛନ୍ତି।


ଆମ୍ଭେ ଯେବେ ବାହାର ହୋଇ କ୍ଷେତ୍ରକୁ ଯାଉ, ତେବେ ସେଠାରେ ‌‌ଖ‌ଡ଼୍‌ଗାହତ ଲୋକଙ୍କୁ ଦେଖୁ। ପୁଣି ଯେବେ ନଗରରେ ପ୍ରବେଶ କରୁ ତେବେ ସେଠାରେ ଦୁର୍ଭିକ୍ଷ ପୀଡ଼ିତ ଲୋକ ଦେଖୁ। କାରଣ ଭବିଷ୍ୟ‌ଦ୍‌ବକ୍ତା ଓ ଯାଜକ ଉଭୟ ଯଦିଓ ଦେଶରେ ଭ୍ରମଣ କରନ୍ତି, ସେମାନେ କିଛି ଜାଣନ୍ତି ନାହିଁ।’”


ପୁଣି ଯେଉଁ ଲୋକମାନଙ୍କ ନିକଟରେ ସେମାନେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି। ସେମାନେ ଦୁର୍ଭିକ୍ଷ ଓ ‌‌ଖ‌ଡ଼୍‌ଗ ହେତୁରୁ ଯିରୁଶାଲମର ସଡ଼କରେ ପକାଯିବେ। ଆଉ ସେମାନଙ୍କୁ ସେମାନଙ୍କର ସ୍ତ୍ରୀ ଏବଂ ସେମାନଙ୍କର ପୁତ୍ରକନ୍ୟାମାନଙ୍କୁ କବର ଦେବାକୁ କେହି ନ ଥିବେ। କାରଣ ଆମ୍ଭେ ସେମାନଙ୍କର ଦୁଷ୍ଟତା ସେମାନଙ୍କର ଉପରେ ଢାଳିଦେବା।’


ଏଣୁ ଦୟାକରି ଏହା ଶୁଣ, ହେ ଯିରୁଶାଲମ, ତୁମ୍ଭେ ଦ୍ରାକ୍ଷାରସର କୁହୁକରେ ମତ୍ତ ନୁହଁ, କିନ୍ତୁ ତୁମ୍ଭେ ମତ୍ତୁଆଲା ଅଟ।


ହେ ଯିରୁଶାଲମ, ଉଠ, ଜାଗ, ଛିଡ଼ାହୁଅ! କାରଣ ସଦାପ୍ରଭୁ ତୁମ୍ଭ ଉପରେ କୋପ କରିଛନ୍ତି। ତେଣୁ ସେ ତୁମ୍ଭକୁ ଦଣ୍ଡ ଦେଇଛନ୍ତି। ସେ ଦଣ୍ଡ ଏକ ମଦପାତ୍ର ସଦୃଶ ଓ ତୁମ୍ଭେ ତାହା ପାନ କରିଛ। ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରୁ କୋପରୂପ ପାନପାତ୍ର ନେଇ ତାହାକୁ ଶେଷ କରିଅଛ।


“ପୁଣି ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସେମାନଙ୍କର ନିଜ ମାଂସ ଭୋଜନ କରାଇବା; ସୁମିଷ୍ଟ ଦ୍ରାକ୍ଷାରସରେ ସେମାନେ ମତ୍ତ ହେଲାପରି ସେମାନେ ନିଜ ରକ୍ତରେ ମତ୍ତ ହେବେ, ତାହାହେଲେ ଆମ୍ଭେ ଯେ ତୁମ୍ଭର ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସମସ୍ତ ପ୍ରାଣୀ ଜାଣିବେ।”


ତୁମ୍ଭେମାନେ ଅଜ୍ଞାତ ଓ ଚମତ୍କୃତ ହୁଅ। ତୁମ୍ଭକୁ ଦୃଷ୍ଟିହୀନ କର ଏବଂ ଅନ୍ଧ ହୁଅ। ଟଳଟଳ ହୁଅ, କିନ୍ତୁ ସୁରାପାନରେ ନୁହେଁ।


ତୁମ୍ଭେମାନେ ଯଦି ସେହି ଭୁଲ ଆଦେଶ ପାଳନ କରିବ ତେବେ ଦେଶରେ କଷ୍ଟ ଓ ଅନାହାର ଦେଖାଦେବ। ସେତେବେଳେ ସେମାନେ ବିରକ୍ତ ହେବେ ଏବଂ ସେମାନଙ୍କର ଶାସକ ଓ ପରମେଶ୍ୱରଙ୍କ ବିରୁଦ୍ଧରେ କହିବେ। ତା'ପରେ ସେମାନେ ପରମେଶ୍ୱରଙ୍କଠାରୁ ସାହାଯ୍ୟ ପାଇଁ ଊର୍ଦ୍ଧ୍ୱକୁ ଗ୍ଭହିଁବେ।


ତେଣୁ ସଦାପ୍ରଭୁ ସେମାନଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଛନ୍ତି। ସେ ତାଙ୍କର ହସ୍ତ ଉତ୍ତୋଳନ କରି ସେମାନଙ୍କୁ ଦଣ୍ଡ ଦେବେ। ଏପରିକି ପର୍ବତଗଣ ଭୟଭୀତ ହେବେ ଓ ମୃତଶରୀର ଗୁଡ଼ିକ ଅଳିଆ ପରି ରାସ୍ତାକଡ଼ରେ ପଡ଼ିରହିବ। ଏପରିକି ପରମେଶ୍ୱରଙ୍କ କ୍ରୋଧ ହ୍ରାସ ପାଇବ ନାହିଁ ଓ ତାଙ୍କ ହସ୍ତ ସେମାନଙ୍କୁ ଦଣ୍ଡ ଦେବେ।


ହରିଣ, କୃଷ୍ଣସାର, ମୃଗ, ବନଗୋରୁ, ବନଛାଗ, ଗବୟ, ବାହୁଟିଆ ହରିଣ ଓ ଚମରିଗାଈ।


ତରୁଣମାନେ କ୍ଳାନ୍ତ ଓ ଶ୍ରାନ୍ତ ହେବେ ଓ ଯୁବକମାନେ ଟଳି ପଡ଼ିବେ।


“ତୁମ୍ଭେ ଯଦି କୁକର୍ମ କର ଏବଂ ସଦାପ୍ରଭୁଙ୍କ ପ୍ରତି ବିମୁଖ ହୁଅ, ତେବେ ସର୍ବଦା ସେ ତୁମ୍ଭର ଅମଙ୍ଗଳ କରିବେ। ତୁମ୍ଭର ସବୁ କାର୍ଯ୍ୟରେ ହତୋତ୍ସାହ ଓ ଅସୁବିଧା ଜନ୍ମିବ। ତୁମ୍ଭେ ସମ୍ପୂର୍ଣ୍ଣ ଭାବରେ ବିନାଶ ହେବା ପର୍ଯ୍ୟନ୍ତ ସେ ତୁମ୍ଭର ଏହିପରି କରିବେ। ସେ ତୁମ୍ଭ ପ୍ରତି ଏପରି କରିବେ କାରଣ ତୁମ୍ଭେ ତାଙ୍କଠାରୁ ବିମୁଖ ହୋଇଛ ଓ ତାଙ୍କଠାରୁ ଦୂରେଇ ରହିଛ।


ଦେଖ, ସଦାପ୍ରଭୁ ଅତ୍ୟନ୍ତ କ୍ରୋଧରେ ପ୍ରଜ୍ୱଳିତ ଅଗ୍ନିଧରି ସେମାନଙ୍କୁ ଭର୍ତ୍ସନା କରିବାକୁ ଆଗମନ କରିବେ। ସେ ଅଗ୍ନି ସଦୃଶ ଓ ତାଙ୍କର ରଥସବୁ ଘୂର୍ଣ୍ଣିବାୟୁ ତୁଲ୍ୟ ହେବ।


ଉଠ, ରାତ୍ରିର ପ୍ରତ୍ୟେକ ପ୍ରହରର ଆରମ୍ଭରେ ଆର୍ତ୍ତସ୍ୱର କର; ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭର ହୃଦୟ ଜଳପରି ଢାଳି ଦିଅ; ତୁମ୍ଭର ସନ୍ତାନସନ୍ତତିଙ୍କ ପ୍ରାଣରକ୍ଷା ପାଇଁ ତାଙ୍କ ସମ୍ମୁଖରେ ହାତଯୋଡ଼ି ପ୍ରାର୍ଥନା କର। କାରଣ ସେମାନେ ପ୍ରତ୍ୟେକ ସଡ଼କ ମୁଣ୍ଡରେ କ୍ଷୁଧାରେ ଛଟପଟ ହେଉଛନ୍ତି।


ସଦାପ୍ରଭୁ ତାଙ୍କର ପ୍ରଚଣ୍ଡ କ୍ରୋଧ ସିୟୋନ ଉପରେ ଢାଳି ଦେଲେ। ପୁଣି ସେ ସିୟୋନରେ ଯେଉଁ ଅଗ୍ନି ଲଗାଇଲେ, ତାହା ତାହାର ଭିତ୍ତିମୂଳକୁ ଗ୍ରାସ କଲା।


Swiv nou:

Piblisite


Piblisite