Biblia Todo Logo
Bib sou entènèt

- Piblisite -




ଯିଶାଇୟ 51:2 - ପବିତ୍ର ବାଇବଲ

2 ତୁମ୍ଭମାନଙ୍କ ପିତା ଅବ୍ରହାମ ଓ ଜନ୍ମଦାତ୍ରୀ ସାରା ପ୍ରତି ଦୃଷ୍ଟି ଦିଅ। ସେ ଯେତେବେଳେ ଏକାକୀ ଥିଲା ଆମ୍ଭେ ତାହାକୁ ଆହ୍ୱାନ କଲୁ। ଆମ୍ଭେ ଆଶୀର୍ବାଦ କରି ତାକୁ ବହୁ ବଂଶ କଲୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତୁମ୍ଭମାନଙ୍କ ପିତା ଅବ୍ରହାମ ପ୍ରତି ଓ ତୁମ୍ଭମାନଙ୍କ ପ୍ରସବକାରିଣୀ ସାରା ପ୍ରତି ଦୃଷ୍ଟି କରନ୍ତ କାରଣ ସେ ଏକାକୀ ଥିବା ବେଳେ ଆମ୍ଭେ ତାହାକୁ ଆହ୍ଵାନ କଲୁ ଓ ଆମ୍ଭେ ଆଶୀର୍ବାଦ କରି ତାହାକୁ ବହୁବଂଶ କଲୁ।

Gade chapit la Kopi

ଓଡିଆ ବାଇବେଲ

2 ତୁମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମ ପ୍ରତି ଓ ତୁମ୍ଭମାନଙ୍କ ପ୍ରସବକାରିଣୀ ସାରା ପ୍ରତି ଦୃଷ୍ଟି କର; କାରଣ ସେ ଏକାକୀ ଥିବା ବେଳେ ଆମ୍ଭେ ତାହାକୁ ଆହ୍ୱାନ କଲୁ ଓ ଆମ୍ଭେ ଆଶୀର୍ବାଦ କରି ତାହାକୁ ବହୁବଂଶ କଲୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତୁମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମ ପ୍ରତି ଓ ତୁମ୍ଭମାନଙ୍କ ପ୍ରସବକାରିଣୀ ସାରା ପ୍ରତି ଦୃଷ୍ଟି କର; କାରଣ ସେ ଏକାକୀ ଥିବା ବେଳେ ଆମ୍ଭେ ତାହାକୁ ଆହ୍ୱାନ କଲୁ ଓ ଆମ୍ଭେ ଆଶୀର୍ବାଦ କରି ତାହାକୁ ବହୁବଂଶ କଲୁ।

Gade chapit la Kopi




ଯିଶାଇୟ 51:2
23 Referans Kwoze  

“ହେ ମନୁଷ୍ୟ ପୁତ୍ର, ଯେଉଁମାନେ ଇସ୍ରାଏଲ ଦେଶର ସେହି ଧ୍ୱଂସପ୍ରାପ୍ତ ସ୍ଥାନରେ ବାସ କରନ୍ତି, ସେମାନେ କହୁଅଛନ୍ତି, ‘ଅବ୍ରହାମ ଏକମାତ୍ର ଜଣେ ବ୍ୟକ୍ତି ଥିଲେ, ତଥାପି ସେ ଦେଶ ଅଧିକାର କରିବା ପାଇଁ ଆସିଲେ। କିନ୍ତୁ ଆମ୍ଭେମାନେ ଅନେକ ଲୋକ, ତେଣୁ ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦିଆଗଲା।’


ତେଣୁ ଅବ୍ରହାମଙ୍କର ମୁକ୍ତିକର୍ତ୍ତା ସଦାପ୍ରଭୁ ଯାକୁବ ବଂଶ ବିଷୟରେ ଏହିପରି କୁହନ୍ତି, “ହେ ଯାକୁବ, ତୁମ୍ଭେ ଏବେ ଲଜ୍ଜିତ ହେବ ନାହିଁ କିମ୍ବା ତୁମ୍ଭର ମୁଖ ମଳିନ କରିବ ନାହିଁ।


ସଦାପ୍ରଭୁ ମୋର ପ୍ରଭୁଙ୍କୁ ସବୁ କ୍ଷେତ୍ରରେ ଅତିଶୟ ଆଶୀର୍ବାଦ କରିଛନ୍ତି। ତେଣୁ ସେ ବଡ଼ ଲୋକ ହୋଇଛନ୍ତି। ଆଉ ସଦାପ୍ରଭୁ ତାହାଙ୍କୁ ପଲ ପଲ ଗୋରୁ, ମେଷ, ସୁନା, ରୂପା, ଦାସଦାସୀ, ଓଟ ଓ ଗଧ ଦେଇଛନ୍ତି।


ଅବ୍ରହାମ ବାର୍ଦ୍ଧକ୍ୟ ଅବସ୍ଥାରେ ବଞ୍ଚିଥିଲେ। ସଦାପ୍ରଭୁ ଅବ୍ରହାମଙ୍କୁ ସମସ୍ତ ଗତିରେ ଆଶାର୍ବାଦ କରିଥିଲେ।


ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ୟ ଓ ସମୁଦ୍ର କୂଳର ଅସଂଖ୍ୟ ବାଲି ତୁଲ୍ୟ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସେହି ସହରରେ ବାସ କରିବ।


କିନ୍ତୁ ମୁଁ ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷ ଅବ୍ରହାମଙ୍କୁ ସେ ଭୂମିରୁ ଆଣି ନଦୀ ଏପାରିରେ ରଖିଲି। ମୁଁ ତାଙ୍କୁ କିଣାନ ଦେଶର ସବୁଆଡ଼େ ଆଗେଇ ନେଲି, ଏବଂ ତା'ର ବଂଶକୁ ବହୁ ସନ୍ତାନ ଦେଲି। ଏବଂ ତାକୁ ମଧ୍ୟ ଏକ ପୁତ୍ର ଦେଲି ଯାହାର ନାମ ଇ‌‌ସ୍‌‌ହାକ।


ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ୟା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ସଂଖ୍ୟା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭେମାନେ ଆକାଶର ତାରାମାନଙ୍କ ତୁଲ୍ୟ ବହୁତ।


“ହେ ମୋର ଦାସ ଇସ୍ରାଏଲ, ମୋର ମନୋନୀତ ଯାକୁବ ଓ ମୋର ବନ୍ଧୁ ଅବ୍ରହାମଙ୍କର ପରିବାରବର୍ଗ।


ତୁମ୍ଭର ଆଦି ପିତା ପାପ କଲେ ଓ ତୁମ୍ଭର ଅନୁବାଦକ ଆମ୍ଭର ପ୍ରତିକୂଳରେ ଗଲେ।


କ୍ଷୁଦ୍ରତମ ପରିବାର ସହସ୍ର ବିଶିଷ୍ଟ ବୃହତ୍ତମ ପରିବାରରେ ପରିଣତ ହେବ ଓ କ୍ଷୁଦ୍ରତମ ଦୁର୍ବଳ ବ୍ୟକ୍ତି ବଳବାନ୍ ଗୋଷ୍ଠୀରେ ପରିଣତ ହେବ। ଆମ୍ଭେ ସଦାପ୍ରଭୁ ଯଥା କାଳରେ ଏହା ଶୀଘ୍ର ଘଟାଇବା।”


ଯଦିଓ ଅବ୍ରହାମ ଆମ୍ଭକୁ ଜାଣନ୍ତି ନାହିଁ, ଓ ଇସ୍ରାଏଲର ଯାଜକ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ, ସଦାପ୍ରଭୁ ତୁମ୍ଭେ ଆମ୍ଭମାନଙ୍କର ପିତା ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ଯେ, ଆମ୍ଭକୁ ରକ୍ଷା କରିଛ।


ତା'ପରେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ତର ଦେଇ କହିବ,’ ଜଣେ ବୁଲୁଥିବା, ଅରାମୀୟ ଲୋକ ମୋର ପିତା ଥିଲେ ଓ ସେ ମିଶରକୁ ଗଲେ ଏବଂ ସେଠାରେ ଅଳ୍ପ କେତେକ ଲୋକ ସହିତ ବାସ କଲେ। ସେଠାରେ ସେ ଜାତୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଶକ୍ତିଶାଳୀ ହେଲେ।


ସଦାପ୍ରଭୁ କୁହନ୍ତି, “ହେ ଯାକୁବର ପରିବାର, ଯିହୁଦାର କଟିରୁ ଜନ୍ମ, ଇସ୍ରାଏଲ ପରି ଖ୍ୟାତ, ଦୟାକରି ମୋ’ କଥା ଶୁଣ। ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛ ଓ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା ଗାନ କରୁଅଛ। କିନ୍ତୁ ତୁମ୍ଭେମାନେ ଏହି କାର୍ଯ୍ୟ ସତ୍ୟ ଓ ଧାର୍ମିକତାରେ କରୁ ନାହିଁ।


Swiv nou:

Piblisite


Piblisite