Biblia Todo Logo
Bib sou entènèt

- Piblisite -




ଯିଶାଇୟ 50:8 - ପବିତ୍ର ବାଇବଲ

8 ଯେ ମୋତେ ଧର୍ମାଗ୍ଭରୀ କରନ୍ତି ସେ ମୋ’ ନିକଟବର୍ତ୍ତୀ। ତେଣୁ ମୋତେ କିଏ ବିରୋଧ କରିବ? ଆସ ଆମ୍ଭେମାନେ ଏକତ୍ର ଛିଡ଼ା ହେବା, କିଏ ମୋର ବିପକ୍ଷରେ ଯିବ ସେ ମୋ’ ନିକଟକୁ ଆସୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଯେ ମୋତେ ଧାର୍ମିକ କରନ୍ତି, ସେ ନିକଟବର୍ତ୍ତୀନ୍ତ କିଏ ମୋʼ ସଙ୍ଗରେ ବିରୋଧ କରିବ? ଆସ, ଆମ୍ଭେମାନେ ଏକତ୍ର ଠିଆ ହେଉ; ମୋହର ବିପକ୍ଷ କିଏ? ସେ ମୋହର ନିକଟକୁ ଆସୁ।

Gade chapit la Kopi

ଓଡିଆ ବାଇବେଲ

8 ଯେ ମୋତେ ଧାର୍ମିକ କରନ୍ତି, ସେ ନିକଟବର୍ତ୍ତୀ; କିଏ ମୋ’ ସଙ୍ଗରେ ବିରୋଧ କରିବ ? ଆସ, ଆମ୍ଭେମାନେ ଏକତ୍ର ଠିଆ ହେଉ; ମୋହର ବିପକ୍ଷ କିଏ ? ସେ ମୋହର ନିକଟକୁ ଆସୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଯେ ମୋତେ ଧାର୍ମିକ କରନ୍ତି, ସେ ନିକଟବର୍ତ୍ତୀ; କିଏ ମୋʼ ସଙ୍ଗରେ ବିରୋଧ କରିବ? ଆସ, ଆମ୍ଭେମାନେ ଏକତ୍ର ଠିଆ ହେଉ; ମୋହର ବିପକ୍ଷ କିଏ? ସେ ମୋହର ନିକଟକୁ ଆସୁ।

Gade chapit la Kopi




ଯିଶାଇୟ 50:8
16 Referans Kwoze  

ତା'ପରେ ମୁଁ ସ୍ୱର୍ଗରେ ଗୋଟିଏ ଉଚ୍ଚ ଧ୍ୱନି ଏହା କହିବାର ଶୁଣିଲି, “ବର୍ତ୍ତମାନ ଆମ୍ଭ ପରମେଶ୍ୱରଙ୍କ ବିଜୟ, କ୍ଷମତା, ଓ ରାଜତ୍ୱର ସମୟ ଉପସ୍ଥିତ। ତାହାଙ୍କର ଖ୍ରୀଷ୍ଟଙ୍କ ଶାସନ କରିବା ଅଧିକାର ସମୟ ମଧ୍ୟ ଉପସ୍ଥିତ ହୋଇଛି। କାରଣ ଆମ୍ଭମାନଙ୍କର ଭାଇମାନଙ୍କ ଅଭିଯୋଗକାରୀକୁ ବାହାରେ ନିକ୍ଷେପ କରାଯାଇଛି। ସେ ଦିନରାତି ଆମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭ ଭାଇମାନଙ୍କ ବିଷୟରେ ଅଭିଯୋଗ କରୁଥିଲା।


ସଦାପ୍ରଭୁ କୁହନ୍ତି, “ହେ ଦ୍ୱୀପ ସମୂହ, ନୀରବ ହୁଅ। ମୋ’ ନିକଟକୁ ଆସ, ଲୋକମାନେ ବଳପ୍ରାପ୍ତ ହୁଅନ୍ତୁ, କଥା କୁହନ୍ତୁ। ଆମ୍ଭେମାନେ ଏକତ୍ରିତ ବିଗ୍ଭର କରୁ।


ମୋ’ ବିରୁଦ୍ଧରେ ତୁମ୍ଭର ମକଦ୍ଦମା କର। ଆସ ଏକାଠି ତୁମ୍ଭକୁ ଯଥାର୍ଥ ପ୍ରଣାମ କରିବା ପାଇଁ ଯାହା ଜାଣ କୁହ।


ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ନିଜ ନିଜ ବିବାଦ ଉପସ୍ଥିତ କର; ଯାକୁବର ରାଜା କୁହନ୍ତି, ତୁମ୍ଭେମାନେ ନିଜର ଦୃଢ଼ ପ୍ରମାଣ ଉପସ୍ଥାପନ କର।


ଏଥିରେ ସନ୍ଦେହ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ୟ ଏହା ଯେ, ଖ୍ରୀଷ୍ଟ ମଣିଷ ଶରୀରରେ ଆମ୍ଭକୁ ଦେଖା ଦେଲେ; ପବିତ୍ରଆତ୍ମା ତାହାଙ୍କୁ ଧାର୍ମିକ ବୋଲି ପ୍ରମାଣିତ କଲେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ସେ ଦେଖାଗଲେ; ତାହାଙ୍କ ବିଷୟରେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପ୍ରଗ୍ଭରିତ ହେଲା; ସଂସାରରେ ଲୋକେ ତାହାଙ୍କୁ ବିଶ୍ୱାସ କଲେ; ସେ ସ୍ୱର୍ଗକୁ ମହିମାମୟ ହୋଇ ନିଆଗଲେ।


“ଯଦି ତୁମ୍ଭର ଶତ୍ରୁ ତୁମ୍ଭକୁ ବିଗ୍ଭରାଳୟକୁ ନେଇ ଯାଉଅଛି, ତେବେ ବିଗ୍ଭରାଳୟ ଯିବା ପୂର୍ବରୁ ତା’ ସହିତ ଶୀଘ୍ର ବନ୍ଧୁତା ସ୍ଥାପନ କର। ନଚେତ ତୁମ୍ଭର ଶତ୍ରୁ ବିଗ୍ଭରପତିଙ୍କ ହାତରେ ଦେଇଦେବ ଓ ଶେଷରେ ବିଗ୍ଭରପତି ତୁମ୍ଭକୁ ସିପାହୀ ହାତରେ ଦେବେ, ତା'ପରେ ତୁମ୍ଭେ କାରାଗାରରେ ବନ୍ଦୀ ହୋଇ ଯିବ।


ଯେଉଁ ଦୁଇ ବ୍ୟକ୍ତି ମଧ୍ୟରେ ବିରୋଧ ଥାଏ, ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ସେ ସମୟରେ ଯାଜକ ଓ ବିଗ୍ଭରକର୍ତ୍ତାଙ୍କ ଆଗରେ ଛିଡ଼ା ହେବେ।


“ପୁଣି ସର୍ବପ୍ରକାର ଅଧର୍ମ ବିଷୟରେ, ଅର୍ଥାତ୍ ଗୋରୁ କି ଗଧ, ମେଷ କିଅବା ବସ୍ତ୍ର ଯେକୌଣସି ହଜିଲା ଦ୍ରବ୍ୟ ବିଷୟରେ ଯେବେ କେହି କହେ, ‘ଏହା ସେହି ଦ୍ରବ୍ୟ’ ଏବଂ ଅନ୍ୟ ଜଣେ କହିବ, ‘ନା ଏହା ତାହା ନୁହେଁ’ ତେବେ ଉଭୟ ପକ୍ଷଙ୍କ କଥା ପରମେଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ହେବ, ତହିଁରେ ପରମେଶ୍ୱର ଯାହାକୁ ଦୋଷୀ ବିଗ୍ଭର କରିବେ ସେ ଆପଣା ପଡ଼ୋଶୀକୁ ଦୁଇଗୁଣ ଦେବ।


ଯଦି କୌଣସି ବ୍ୟକ୍ତି ପ୍ରମାଣ କରିପାରେ ଯେ ମୁଁ ଭୁଲ୍ ତା'ହେଲେ ମୁଁ ସାଙ୍ଗେ ସାଙ୍ଗେ ଚୁପ୍ ହୋଇଯିବି।


ହେ ସଦାପ୍ରଭୁ, ତୁମ୍ଭେ ମୋର ନିକଟବର୍ତ୍ତୀ। ତୁମ୍ଭର ଆଦେଶ ସକଳ ଭରସା ଯୋଗ୍ୟ।


ସଦାପ୍ରଭୁ ପୁଣି କୁହନ୍ତି, “ଆସ, ମୋ’ ସହିତ ଆଳାପ କର। ତୁମ୍ଭମାନଙ୍କର ପାପ ସିନ୍ଦୁରବର୍ଣ୍ଣ ପରି ଲାଲ ହେଲେ ହେଁ ବରଫ ସଦୃଶ ଶୁଭ୍ର ହେବ। ଆଉ ତୁମ୍ଭମାନଙ୍କର ପାପ ଉଜ୍ଜ୍ୱଳ ଲୋହିତ ବର୍ଣ୍ଣ ପରି ହେଲେ ହେଁ ମେଷଲୋମ ସଦୃଶ ଶୁଭ୍ର ହେବ।


ଇସ୍ରାଏଲର ସମୁଦାୟ ବଂଶ ସଦାପ୍ରଭୁଙ୍କଠାରେ ଧର୍ମପ୍ରାପ୍ତ ହେବେ ଓ ଦର୍ପ କରିବେ।


“ତୁମ୍ଭ ବିପକ୍ଷରେ ନିର୍ମିତ କୌଣସି ଅସ୍ତ୍ର ସାର୍ଥକ ହେବ ନାହିଁ। ତୁମ୍ଭ ପ୍ରତିକୂଳରେ କହୁଥିବା ବ୍ୟକ୍ତି ଦୋଷୀ ବୋଲି ବିଗ୍ଭରିତ ହେବ।” ସଦାପ୍ରଭୁ କୁହନ୍ତି, “ଆମ୍ଭର ଦାସମାନଙ୍କର ଅଧିକାର ଓ ଆମ୍ଭ ଦତ୍ତ ଧାର୍ମିକତା ଏହା ଅଟେ।”


Swiv nou:

Piblisite


Piblisite