Biblia Todo Logo
Bib sou entènèt

- Piblisite -




ଯିଶାଇୟ 50:7 - ପବିତ୍ର ବାଇବଲ

7 ମୋର ପ୍ରଭୁ ସଦାପ୍ରଭୁ ମୋତେ ସାହାଯ୍ୟ କରିବେ; ତେଣୁ ସେମାନଙ୍କର ଅପମାନ ମୋତେ ବାଧିବ ନାହିଁ। ଏଥିପାଇଁ ମୁଁ ଚକମକି ପଥର ପରି ମୋର ମୁଖକୁ ରଖିଅଛି। ମୁଁ ଜାଣେ ମୁଁ ଲଜ୍ଜିତ ହେବି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 କାରଣ ପ୍ରଭୁ, ସଦାପ୍ରଭୁ ମୋହର ସାହାଯ୍ୟ କରିବେ; ଏଥିପାଇଁ ମୁଁ ଘାବରା ହୋଇ ନାହିଁ; ଏଥିପାଇଁ ମୁଁ ଚକ୍ମକି ପଥର ପରି ଆପଣା ମୁଖ ରଖିଅଛି, ଆଉ ମୁଁ ଯେ ଲଜ୍ଜିତ ନୋହିବି, ଏହା ଜାଣେ।

Gade chapit la Kopi

ଓଡିଆ ବାଇବେଲ

7 କାରଣ ପ୍ରଭୁ, ସଦାପ୍ରଭୁ ମୋହର ସାହାଯ୍ୟ କରିବେ; ଏଥିପାଇଁ ମୁଁ ବିବ୍ରତ ହୋଇ ନାହିଁ; ଏଥିପାଇଁ ମୁଁ ଚକ୍‍ମକି ପଥର ପରି ଆପଣା ମୁଖ ରଖିଅଛି, ଆଉ ମୁଁ ଯେ ଲଜ୍ଜିତ ନୋହିବି, ଏହା ଜାଣେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 କାରଣ ପ୍ରଭୁ, ସଦାପ୍ରଭୁ ମୋହର ସାହାଯ୍ୟ କରିବେ; ଏଥିପାଇଁ ମୁଁ ବିବ୍ରତ ହୋଇ ନାହିଁ; ଏଥିପାଇଁ ମୁଁ ଚକ୍‍ମକି ପଥର ପରି ଆପଣା ମୁଖ ରଖିଅଛି, ଆଉ ମୁଁ ଯେ ଲଜ୍ଜିତ ନୋହିବି, ଏହା ଜାଣେ।

Gade chapit la Kopi




ଯିଶାଇୟ 50:7
21 Referans Kwoze  

ଅତଏବ ଆମ୍ଭେ ନିସନ୍ଦେହ ଭାବରେ କହିପାରିବା: “ପ୍ରଭୁ ହେଉଛନ୍ତି ମୋର ସାହାଯ୍ୟକାରୀ, ମୁଁ ଭୟ କରିବି ନାହିଁ, ମନୁଷ୍ୟ ମୋର କିଛି କରି ପାରିବ ନାହିଁ।”


“ମୋର ଦାସକୁ ଦେଖ। ମୁଁ ତାକୁ ମନୋନୀତ କରିଅଛି। ମୋର ଚିତ୍ତ ତାହାଠାରେ ସନ୍ତୁଷ୍ଟ। ମୁଁ ତାହା ଉପରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ୟଦେଶ ପ୍ରତି ନ୍ୟାୟ ବିଗ୍ଭର କରିବ।


“ମୋ'ଠାରେ ତୁମ୍ଭେମାନେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲି। ଏହି ଜଗତରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହସୀ ହୁଅ ମୁଁ ଜଗତକୁ ଜୟ କରିଛି।”


ମୁଁ ଏହି ସୁସମାଗ୍ଭର ପାଇଁ ଗର୍ବ ଅନୁଭବ କରୁଛି। ଏହି ସୁସମାଗ୍ଭର ହେଉଛି ଶକ୍ତି, ଯାହାଦ୍ୱାରା ପରମେଶ୍ୱର ତାହାଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକଙ୍କୁ ଉଦ୍ଧାର କରନ୍ତି। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ୟ।


ତୁମ୍ଭେ ସେହି ଖ୍ରୀଷ୍ଟିୟାନ ନାମଟି ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ।


ଯୀଶୁ ଜଗତ ଛାଡ଼ି ସ୍ୱର୍ଗକୁ ଫେରିଯିବାର ସମୟ ପାଖେଇ ଆସୁଥିଲା। ଯୀଶୁ ଯିରୁଶାଲମ ଯିବାକୁ ସ୍ଥିର କଲେ।


ଖ୍ରୀଷ୍ଟ ନିଜ ଶରୀରରେ ଥିଲାବେଳେ ଯାତନା ପାଇଲେ। ଅତଏବ ତାହାଙ୍କର ଯେଭଳି ଚିନ୍ତାଧାରା ଥିଲା, ତାହା ଦ୍ୱାରା ତୁମ୍ଭେ ଆପଣାକୁ ଶକ୍ତିଯୁକ୍ତ କର। ଯେଉଁ ଲୋକ ନିଜ ଶରୀରରେ ଯାତନ ଭୋଗ କଲା; ସେ ପାପରୁ ନିବୃତ୍ତ ହୋଇଛି।


ସଦାପ୍ରଭୁ କୁହନ୍ତି, “ଆମ୍ଭେ ଯେଉଁ ସମୟରେ ଦୟା ଦେଖାଇବା କଥା ସେହି ସମୟରେ ତୁମ୍ଭକୁ ଉତ୍ତର କରିଅଛୁ। ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିଅଛୁ। ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ ଲୋକମାନଙ୍କୁ ସେମାନଙ୍କର ଧ୍ୱଂସିତ ଉତ୍ତରାଧିକାରର ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ଚୁକ୍ତି ସ୍ୱରୂପ ନିଯୁକ୍ତ କରିବା।


ଦେଖ, ସଦାପ୍ରଭୁ, ମୋର ପ୍ରଭୁ ମୋତେ ସାହାଯ୍ୟ କରିବେ। ତେଣୁ କିଏ ମୋତେ ଦୋଷୀ କରିବ? ସେମାନେ ସମସ୍ତେ ଜୀର୍ଣ୍ଣ ବସ୍ତ୍ର ସଦୃଶ ହେବେ ଓ କୀଟ ସେଗୁଡ଼ିକୁ ଗ୍ରାସ କରିବ।


କାରଣ ଦେଖ, ଆଜି ତୁମ୍ଭକୁ ଆମ୍ଭେ ସମଗ୍ର ଦେଶ, ଯିହୁଦାର ରାଜଗଣ, ତହିଁର ଅଧିପତିଗଣ, ତହିଁର ଯାଜକଗଣ ଓ ଦେଶସ୍ଥ ଲୋକମାନଙ୍କ ବିରୁଦ୍ଧରେ ଏକ ଦୃଢ଼ ନଗର, ଲୌହସ୍ତମ୍ଭ ଓ ପିତ୍ତଳର ପ୍ରାଚୀର ସ୍ୱରୂପ କଲୁ।


ସଦାପ୍ରଭୁ ମୋର ପ୍ରଭୁଙ୍କୁ କହିଲେ, “ମୋ’ ସହିତ ମୋର ଦକ୍ଷିଣ ପାଖରେ ବସ। ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ଯ୍ୟନ୍ତ।”


ତେଣୁ ଅବ୍ରହାମଙ୍କର ମୁକ୍ତିକର୍ତ୍ତା ସଦାପ୍ରଭୁ ଯାକୁବ ବଂଶ ବିଷୟରେ ଏହିପରି କୁହନ୍ତି, “ହେ ଯାକୁବ, ତୁମ୍ଭେ ଏବେ ଲଜ୍ଜିତ ହେବ ନାହିଁ କିମ୍ବା ତୁମ୍ଭର ମୁଖ ମଳିନ କରିବ ନାହିଁ।


ମାତ୍ର ଇସ୍ରାଏଲ ସଦାପ୍ରଭୁଙ୍କ ଦ୍ୱାରା ଅନନ୍ତକାଳସ୍ଥାୟୀ ପରିତ୍ରାଣ ପାଇବ; ତୁମ୍ଭେମାନେ ଯୁଗ ଯୁଗାନ୍ତ ଯାଏ ଲଜ୍ଜିତ କିମ୍ବା ବିବ୍ରତ ହେବ ନାହିଁ।


ଭୟ କର ନାହିଁ, କାରଣ ତୁମ୍ଭେ ଲଜ୍ଜିତ ହେବ ନାହିଁ; କିମ୍ବା ବିଷଣ୍ଣମନା ହୁଅ ନାହିଁ; କାରଣ ତୁମ୍ଭକୁ ଲଜ୍ଜିତ କରାଯିବ ନାହିଁ। ତୁମ୍ଭେ ଯୌବନକାଳର ଲଜ୍ଜା ଭୁଲିଯିବ ଓ ବିଧବାବସ୍ଥାର ଦୁର୍ନାମ ଆଉ ମନେ କରିବ ନାହିଁ।


ହେ ସମସ୍ତ ଲୋକେ, ଶୁଣ! ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ ଶୁଣ। ମୋର ପ୍ରଭୁ ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରୁ ଆସିବେ। ତୁମ୍ଭମାନଙ୍କ ବିରୁଦ୍ଧରେ ସେ ସାକ୍ଷ୍ୟ ସ୍ୱରୂପ ଆସିବେ।


ମୁଁ ସ୍ୱଇଚ୍ଛାରେ ନୈବେଦ୍ୟ ନେଇ ତୁମ୍ଭ ଉଦ୍ଦେଶ୍ୟରେ ଦେବି। ସଦାପ୍ରଭୁ, ମୁଁ ତୁମ୍ଭର ନାମର ଗୁଣଗାନ କରିବି, କାରଣ ତୁମ୍ଭେ ଉତ୍ତମ ଅଟ।


ପୁଣି ରାଜାମାନେ ତୁମ୍ଭର ପାଳିତ ପିତା ହେବେ ଓ ସେମାନଙ୍କର ରାଣୀମାନେ ତୁମ୍ଭର ପାଳିତା ମାତା ହେବେ, ସେମାନେ ନତମୁଖ ହୋଇ ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭର ପାଦର ଧୂଳି ଗ୍ଭଟିବେ; ତେଣୁ ଆମ୍ଭେ ଯେ ସଦାପ୍ରଭୁ ଓ ଯେ ଆମ୍ଭ ଉପରେ ବିଶ୍ୱାସ ରଖନ୍ତି, ସେ ଲଜ୍ଜିତ ହେବେ ନାହିଁ, ଏହା ତୁମ୍ଭେ ଜାଣିବ।”


Swiv nou:

Piblisite


Piblisite