Biblia Todo Logo
Bib sou entènèt

- Piblisite -




ଯିଶାଇୟ 50:1 - ପବିତ୍ର ବାଇବଲ

1 ସଦାପ୍ରଭୁ ଏହିକଥା କୁହନ୍ତି, “ହେ ଇସ୍ରାଏଲର ପୁତ୍ରଗଣ, ତୁମ୍ଭେମାନେ ଭାବୁଛ ଆମ୍ଭେ ତୁମ୍ଭର ମାତା ଯିରୁଶାଲମକୁ ତ୍ୟାଗ କରିଅଛୁ। ପ୍ରମାଣ ସ୍ୱରୂପ ସେ ଛାଡ଼ପତ୍ର କାହିଁ ଅଥବା ଆମ୍ଭ ମହାଜନମାନଙ୍କ ମଧ୍ୟରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରୟ କରିଅଛୁ? ଏଠାରେ ଦେଖ, ତୁମ୍ଭେମାନେ ନିଜର ଅପରାଧ ପାଇଁ ବିକ୍ରୀ ହୋଇଥିଲ ଏବଂ ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନଙ୍କର ମାତା ତୁମ୍ଭମାନଙ୍କୁ ପରିତ୍ୟକ୍ତା ହୋଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯେଉଁ ପତ୍ର ଦ୍ଵାରା ତୁମ୍ଭମାନଙ୍କ ମାତାକୁ ତ୍ୟାଗ କରିଅଛୁ, ତାହାର ସେହି ଛାଡ଼ପତ୍ର କାହିଁ? ଅଥବା ଆମ୍ଭ ବ୍ୟବସାୟୀମାନଙ୍କ ମଧ୍ୟରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରୟ କରିଅଛୁ? ଦେଖ, ତୁମ୍ଭେମାନେ ନିଜ ଅପରାଧ ସକାଶୁ ବିକ୍ରୀତ ହୋଇଥିଲ ଓ ତୁମ୍ଭମାନଙ୍କ ଅଧର୍ମ ସକାଶୁ ତୁମ୍ଭମାନଙ୍କର ମାତା ତ୍ୟକ୍ତା ହୋଇଥିଲା।

Gade chapit la Kopi

ଓଡିଆ ବାଇବେଲ

1 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଯେଉଁ ପତ୍ର ଦ୍ୱାରା ତୁମ୍ଭମାନଙ୍କ ମାତାକୁ ତ୍ୟାଗ କରିଅଛୁ, ତାହାର ସେହି ଛାଡ଼ପତ୍ର କାହିଁ ? ଅଥବା ଆମ୍ଭ ବ୍ୟବସାୟୀମାନଙ୍କ ମଧ୍ୟରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରୟ କରିଅଛୁ ? ଦେଖ, ତୁମ୍ଭେମାନେ ନିଜ ଅପରାଧ ସକାଶୁ ବିକ୍ରୀତ ହୋଇଥିଲ ଓ ତୁମ୍ଭମାନଙ୍କ ଅଧର୍ମ ସକାଶୁ ତୁମ୍ଭମାନଙ୍କର ମାତା ତ୍ୟକ୍ତା ହୋଇଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଯେଉଁ ପତ୍ର ଦ୍ୱାରା ତୁମ୍ଭମାନଙ୍କ ମାତାକୁ ତ୍ୟାଗ କରିଅଛୁ, ତାହାର ସେହି ଛାଡ଼ପତ୍ର କାହିଁ? ଅଥବା ଆମ୍ଭ ବ୍ୟବସାୟୀମାନଙ୍କ ମଧ୍ୟରୁ କାହା ନିକଟରେ ତୁମ୍ଭମାନଙ୍କୁ ବିକ୍ରୟ କରିଅଛୁ?” “ଦେଖ, ତୁମ୍ଭେମାନେ ନିଜ ଅପରାଧ ସକାଶୁ ବିକ୍ରୀତ ହୋଇଥିଲ ଓ ତୁମ୍ଭମାନଙ୍କ ଅଧର୍ମ ସକାଶୁ ତୁମ୍ଭମାନଙ୍କର ମାତା ତ୍ୟକ୍ତା ହୋଇଥିଲା।

Gade chapit la Kopi




ଯିଶାଇୟ 50:1
27 Referans Kwoze  

ଜଣେ ଲୋକ କ’ଣ ହଜାରେ ଲୋକଙ୍କୁ ଗୋଡ଼ାଇ ପାରିବ? ଦୁଇଜଣ ଲୋକ କ’ଣ ଦଶହଜାର ଲୋକଙ୍କୁ ଘଉଡ଼ାଇ ଦେଇ ପାରିବେ? ତାହା ଘଟିବ କେବଳ ଯଦି ସଦାପ୍ରଭୁ ସେମାନଙ୍କୁ ତାଙ୍କର ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରନ୍ତି।


ଆଉ ଆମ୍ଭେ ଦେଖିଲୁ ବିପଥଗାମିନୀ ଇସ୍ରାଏଲ ବ୍ୟଭିଗ୍ଭର କରିବା ହେତୁ ଆମ୍ଭେ ତାକୁ ଛାଡ଼ପତ୍ର ଦେଲେ ହେଁ, ତାହା ବିଶ୍ୱାସଘାତିନୀ ଭଉଣୀ ଯିହୁଦା ଭୟ କଲା ନାହିଁ। ସେ ମଧ୍ୟ ଯାଇ ବ୍ୟଭିଗ୍ଭର କଲା।


ରାଜାଙ୍କୁ ଋଣ ପରିଶୋଧ କରିବା ପାଇଁ ଗ୍ଭକର ପାଖରେ କିଛି ହେଲେ ନ ଥିଲା। ରାଜା ଆଦେଶ ଦେଲେ ଯେ, ଗ୍ଭକରର ସବୁ ଜିନିଷ ଏପରିକି ତା'ର ସ୍ତ୍ରୀ ଓ ପିଲାପିଲିଙ୍କୁ ବିକ୍ରି କରିଦେଇ ଋଣ ପରିଶୋଧ କରାଯିବ।


ଧନୀଲୋକମାନଙ୍କୁ ଦେଖ! ଆମ୍ଭେମାନେ ଠିକ୍ ତାଙ୍କରି ପରି ଅଟୁ। ଆମ୍ଭମାନଙ୍କର ପୁତ୍ରମାନେ ଠିକ୍ ତାଙ୍କରି ପୁତ୍ରମାନଙ୍କପରି ଅଟନ୍ତି। କିନ୍ତୁ ଆମ୍ଭେମାନେ ଆପଣା ପୁତ୍ର ଓ କନ୍ୟାଗଣଙ୍କୁ ଦାସ ହେବା ପାଇଁ ବିକ୍ରି କରିବୁ। ଆମ୍ଭମାନଙ୍କ ମଧ୍ୟରୁ ଅନେକ ତାଙ୍କର କନ୍ୟାଗଣଙ୍କୁ ଦାସୀ ଭାବରେ ବିକ୍ରୟ କରି ସାରିଲେଣି। ଏପରି ଆଉ କିଛି ନାହିଁ ଯାହା ଆମ୍ଭେ ନ କରି ପାରିବା। ଆମ୍ଭେମାନେ ଆମ୍ଭ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ହରାଇ ସାରିଲୁଣି, ଯାହାକି ବର୍ତ୍ତମାନ ଅନ୍ୟ ଲୋକମାନଙ୍କ ଅଧିକାରରେ ଅଛି।”


ଭବିଷ୍ୟ‌ଦ୍‌ବକ୍ତାଗଣଙ୍କ ଦଳର ମଧ୍ୟରୁ ଜଣକର ଭାର୍ଯ୍ୟା ଇଲୀଶାୟଙ୍କ ସମ୍ମୁଖରେ ଆସି କ୍ରନ୍ଦନ କରି କହିଲା, “ଆପଣଙ୍କର ଦାସ ଯିଏ ମୋର ସ୍ୱାମୀ ଥିଲେ, ସେ ମରିଅଛନ୍ତି। ଆପଣ ଜାଣନ୍ତି ସେ ସଦାପ୍ରଭୁଙ୍କୁ ଭୟ କରୁଥିଲେ। ମାତ୍ର ସେ ଏକ ମନୁଷ୍ୟଠାରୁ ଟଙ୍କା କରଜ କରିଥିଲେ ଓ ସେହି ମହାଜନ ମୋର ଦୁଇପୁତ୍ରଙ୍କୁ ଦାସ କରିନେବାକୁ ଆସିଅଛି।”


ସଦାପ୍ରଭୁ ଏହି କଥା କୁହନ୍ତି, “ତୁମ୍ଭେମାନେ ବିନା ମୂଲ୍ୟରେ ବିବ୍ରତ ହୋଇଥିଲ, ଆଉ ବିନା ମୂଲ୍ୟରେ ମୁକ୍ତ ହେବ।”


“ତୁମ୍ଭର ଆଚରଣ ଓ ତୁମ୍ଭର କ୍ରିୟାସବୁ ତୁମ୍ଭ ପ୍ରତି ଦୁଃଖ ଘଟାଇଅଛି। ସେହି ମନ୍ଦ କ୍ରିୟା ତୁମ୍ଭର ଜୀବନକୁ ଦୁଃସହ କରିଛି। ଏହା ଅତ୍ୟନ୍ତ ତିକ୍ତ ଓ ମର୍ମଭେଦକ।”


“ଯଦି କୌଣସି ପୁରୁଷ ତା'ର ସ୍ତ୍ରୀକୁ ପରିତ୍ୟାଗ କରେ ଓ ସେ ସ୍ତ୍ରୀ ତାକୁ ତ୍ୟାଗ କରି ଅନ୍ୟ ପୁରୁଷକୁ ବିବାହ କରେ ତେବେ ତା'ର ସ୍ୱାମୀ କ’ଣ ପୁନର୍ବାର ତାହା ନିକଟକୁ ଆସିବ? ଯଦି ସେ ଲୋକ ପୁନର୍ବାର ତାହା ନିକଟକୁ ଆସିବ ତେବେ ସେହି ଦେଶ ଅତ୍ୟନ୍ତ ‘ଅଶୁଚି’ ହେବ। ହେ ଯିହୁଦା, ତୁମ୍ଭେ ଅନେକ ଉପପତି ସଙ୍ଗେ ବ୍ୟଭିଗ୍ଭର କରିଅଛ। ଆଉ ପୁନର୍ବାର ଆମ୍ଭ ନିକଟକୁ ଫେରି ଆସିବାକୁ ଗ୍ଭହୁଁଅଛ।” ଏହା ସଦାପ୍ରଭୁ କହନ୍ତି।


ହେ ପରମେଶ୍ୱର, ତୁମ୍ଭେ ଆପଣା ଲୋକଙ୍କୁ ବିନା ମୂଲ୍ୟରେ ବିକ୍ରୀ କରି ଦେଉଛ ଓ ସେମାନଙ୍କର ଉଚିତ୍ ଦାମ୍ ପାଇଁ ମଧ୍ୟ ଆଲୋଚନା କରି ନାହଁ।


ଆଉ ସେମାନେ ନିଜର ପୁତ୍ରକନ୍ୟାମାନଙ୍କୁ ଅଗ୍ନିରେ ବଳିଦାନ କଲେ। ସେମାନେ ଭବିଷ୍ୟ‌ଦ୍‌ବାଣୀ କରିବା ପାଇଁ ଯାଦୁବିଦ୍ୟା, ଡାହାଣି ବିଦ୍ୟା ଓ ଜ୍ୟୋତିଷବିଦ୍ୟାଗୁଡ଼ିକ ବ୍ୟବହାର କଲେ। ସଦାପ୍ରଭୁଙ୍କୁ କ୍ରୋଧାନ୍ୱିତ କରିବା ପାଇଁ ତାଙ୍କ ଦୃଷ୍ଟିରେ କୁକର୍ମ କରିବାକୁ ସେମାନେ ନିଜକୁ ବିକ୍ରୟ କଲେ।


କାରଣ ମୁଁ ଓ ମୋହର ଲୋକମାନେ ସଂହାରିତ, ହତ ଓ ବିନଷ୍ଟ ହେବା ନିମନ୍ତେ ବୀକ୍ରି ହୋଇଅଛୁ। ଯଦି ଆମ୍ଭେ ମାତ୍ର କ୍ରୀତଦାସ ରୂପେ ବିକ୍ରୀ ହୋଇଥାଆନ୍ତୁ ମୁଁ ନୀରବ ହୋଇ ରହିଥା’ନ୍ତି। ଯଦି ଏହା ରାଜାଙ୍କୁ ବିବ୍ରତ କଲାପରି ଆମ୍ଭର ଅସୁବିଧା ହୋଇ ନ ଥା’ନ୍ତା।”


ଆହାବ ନିଜର ପତ୍ନୀ ଈଷେବଲ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ଯେତେ ମନ୍ଦକର୍ମ କଲେ, ସେପରି ଆଉ କେହି କରି ନ ଥିଲେ।


“ଜଣେ ଲୋକ ତା'ର କନ୍ୟାକୁ ଦାସୀଭାବେ ବିକ୍ରୟ କରି ପାରିବ, ଯଦି ଏପରି ହୁଏ, ଅନ୍ୟ ଦାସମାନେ ମୁକ୍ତ ହେଲା ପରି ସେ ମୁକ୍ତ ହୋଇ ପାରିବ ନାହିଁ।


“ଆଉ ଯଦି ତୁମ୍ଭର ଭାଇ ଦରିଦ୍ର ହୋଇଥାଏ ଓ ତୁମ୍ଭ ନିକଟରେ ନିଜକୁ ବିକ୍ରୟ କରେ, ତେବେ ତୁମ୍ଭେ ତାହାକୁ ବନ୍ଧା-ଦାସ ପରି ପରିଶ୍ରମ କରାଇବ ନାହିଁ।


ମାତ୍ର ସମସ୍ତ ଅଧର୍ମାଗ୍ଭରୀ ଓ ପାପୀଗଣ ବିନଷ୍ଟ ହେବେ। ଯେଉଁମାନେ ସଦାପ୍ରଭୁଙ୍କୁ ଅବଜ୍ଞା କରନ୍ତି ସେମାନେ ସଂହାରିତ ହେବେ।


ସଦାପ୍ରଭୁ ଇସ୍ରାଏଲର ପରିତ୍ରାଣ ପାଇଁ ତାକୁ ଦୂରକୁ ପଠାଇ ତାହା ସହିତ ବିବାଦ କରିବେ। ସେ ପୂର୍ବୀୟ ବାୟୁ ଦିନରେ ନିଜର ପ୍ରବଳ ବାୟୁଦ୍ୱାରା ସ୍ଥାନାନ୍ତରିତ କରିବେ।


ତୁମ୍ଭର ଆଦି ପିତା ପାପ କଲେ ଓ ତୁମ୍ଭର ଅନୁବାଦକ ଆମ୍ଭର ପ୍ରତିକୂଳରେ ଗଲେ।


“ତୁମ୍ଭେମାନେ ଏହା ସ୍ମରଣ କର ଓ ଶକ୍ତିଶାଳୀ ହୁଅ। ହେ ତୁମ୍ଭେମାନେ ଯେଉଁମାନେ ଅପରାଧ କର, ଏବିଷୟରେ ଚିନ୍ତା କର।


“କାରଣ ତୁମ୍ଭ ପରମେଶ୍ୱର କୁହନ୍ତି, ତ୍ୟକ୍ତା ଓ ମନୋଦୁଃଖିନୀ ଭାର୍ଯ୍ୟା କିମ୍ବା ଯୌବନକାଳୀନ ପରିତ୍ୟକ୍ତା ଭାର୍ଯ୍ୟାପରି ସଦାପ୍ରଭୁ ତୁମ୍ଭକୁ ଆହ୍ୱାନ କରିଅଛନ୍ତି।”


“ଆମ୍ଭେ ଅଳ୍ପକ୍ଷଣ ପାଇଁ ତୁମ୍ଭକୁ ପରିତ୍ୟାଗ କରିଅଛୁ, ମାତ୍ର ମହାକରୁଣାରେ ତୁମ୍ଭକୁ ପୁନର୍ବାର ସଂଗ୍ରହ କରିବା।


ଉଚ୍ଚସ୍ୱରରେ ଘୋଷଣା କର, ସ୍ୱର କ୍ଷୀଣ କର ନାହିଁ। ତୂରୀପରି ଚିତ୍କାର କର। ଆମ୍ଭ ଲୋକମାନଙ୍କୁ ସେମାନଙ୍କର ଅଧର୍ମ ବିଷୟରେ ଓ ଯାକୁବ ବଂଶକୁ ସେମାନଙ୍କ ପାପ ସମ୍ବନ୍ଧରେ ଜଣାଅ।


ଆମ୍ଭେମାନେ ସମସ୍ତେ ପାପରେ ଅପବିତ୍ର ଓ ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ର ସଦୃଶ ଅଟେ। ଆମ୍ଭେମାନେ ଝଡ଼ିଲା ପତ୍ର ସଦୃଶ ଓ ଆମ୍ଭମାନଙ୍କର ପାପଗୁଡ଼ିକ ବାୟୁ ତୁଲ୍ୟ ଆମ୍ଭମାନଙ୍କୁ ଉଡ଼ାଇ ନିଏ।


ତୁମ୍ଭ ଯାଜକମାନଙ୍କର ଦିନରେ ସ୍ଖଳନ ଘଟିବ ଓ ରାତ୍ରିରେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ମଧ୍ୟ ତୁମ୍ଭ ସହିତ ସ୍ଖଳନ ଘଟିବ ଏବଂ ଆମ୍ଭେ ତୁମ୍ଭମାନଙ୍କର ମାଙ୍କୁ ବିନାଶ କରିବା।


Swiv nou:

Piblisite


Piblisite