Biblia Todo Logo
Bib sou entènèt

- Piblisite -




ଯିଶାଇୟ 5:8 - ପବିତ୍ର ବାଇବଲ

8 ତୁମ୍ଭେ ସବୁ ଅତି ନିକଟତର ହୋଇ ବାସ କରିବ। ତୁମ୍ଭେମାନେ ଏପରି ଲଗାଲଗି ଘର କରିବ ଯେ, କୌଣସି ଟିକିଏ ହେଲେ ସ୍ଥାନ ଘର ଘର ମଧ୍ୟରେ ରହିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ଡ ଦେବେ ଯେପରିକି ତୁମ୍ଭେମାନେ ଏକାକୀ ବାସ କରିବ। ସମଗ୍ର ଦେଶରେ ତୁମେମାନେ କେବଳ ଏକମାତ୍ର ଗୋଷ୍ଠୀ ରହିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଦେଶରେ ଯେପରି ଆଉ ସ୍ଥାନ ନ ଥିବ ଓ ତୁମ୍ଭେମାନେ ଯେପରି ତହିଁ ମଧ୍ୟରେ ଏକାକୀ ବାସ କରିବ, ଏଥିପାଇଁ ଗୃହକୁ ଗୃହ, କ୍ଷେତ୍ରକୁ କ୍ଷେତ୍ର ଲଗାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ସନ୍ତାପର ପାତ୍ର!

Gade chapit la Kopi

ଓଡିଆ ବାଇବେଲ

8 ଦେଶରେ ଯେପରି ଆଉ ସ୍ଥାନ ନ ଥିବ ଓ ତୁମ୍ଭେମାନେ ଯେପରି ତହିଁ ମଧ୍ୟରେ ଏକାକୀ ବାସ କରିବ, ଏଥିପାଇଁ ଗୃହକୁ ଗୃହ, କ୍ଷେତ୍ରକୁ କ୍ଷେତ୍ର ଲଗାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ସନ୍ତାପର ପାତ୍ର !

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଦେଶରେ ଯେପରି ଆଉ ସ୍ଥାନ ନ ଥିବ ଓ ତୁମ୍ଭେମାନେ ଯେପରି ତହିଁ ମଧ୍ୟରେ ଏକାକୀ ବାସ କରିବ, ଏଥିପାଇଁ ଗୃହକୁ ଗୃହ, କ୍ଷେତ୍ରକୁ କ୍ଷେତ୍ର ଲଗାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ସନ୍ତାପର ପାତ୍ର!

Gade chapit la Kopi




ଯିଶାଇୟ 5:8
14 Referans Kwoze  

ସେମାନେ କ୍ଷେତ ଗ୍ଭହାନ୍ତି, ତାହା ଅନ୍ୟମାନଙ୍କଠାରୁ ହରଣ କରନ୍ତି। ସେମାନେ ଗୃହ ଗ୍ଭହାନ୍ତି, ଅନ୍ୟଠାରୁ ଛଡ଼ାଇ ନିଅନ୍ତି। ସେମାନେ ମଧ୍ୟ ଅନ୍ୟର ଗୃହ ଅପହରଣ କରିବାକୁ ଲୋକମାନଙ୍କୁ ଠକନ୍ତି। ଆଉ ମଧ୍ୟ ସେମାନେ ଲୋକମାନଙ୍କୁ ପ୍ରତାରଣା କରି ସେମାନଙ୍କର ଭୂମି ଅପହରଣ କରନ୍ତି।


“ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭେମାନେ ଲୋକମାନଙ୍କ ପାଇଁ ସ୍ୱର୍ଗରାଜ୍ୟର ଦ୍ୱାର ବନ୍ଦ କରି ଦେଉଛ। ତୁମ୍ଭେମାନେ ନିଜେ ତ ପ୍ରବେଶ କରି ପାରୁ ନାହଁ, ତା’ ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ମଧ୍ୟ ତୁମ୍ଭେମାନେ ଅଟକେଇ ଦେଉଛ।


“ହେ ମନୁଷ୍ୟ ପୁତ୍ର, ଯେଉଁମାନେ ଇସ୍ରାଏଲ ଦେଶର ସେହି ଧ୍ୱଂସପ୍ରାପ୍ତ ସ୍ଥାନରେ ବାସ କରନ୍ତି, ସେମାନେ କହୁଅଛନ୍ତି, ‘ଅବ୍ରହାମ ଏକମାତ୍ର ଜଣେ ବ୍ୟକ୍ତି ଥିଲେ, ତଥାପି ସେ ଦେଶ ଅଧିକାର କରିବା ପାଇଁ ଆସିଲେ। କିନ୍ତୁ ଆମ୍ଭେମାନେ ଅନେକ ଲୋକ, ତେଣୁ ଆମ୍ଭମାନଙ୍କୁ ଏହି ଦେଶ ଅଧିକାରାର୍ଥେ ଦିଆଗଲା।’


“ହେ ମନୁଷ୍ୟ ପୁତ୍ର, ଯିରୁଶାଲମ ନିବାସୀମାନେ ତୁମ୍ଭର ଭ୍ରାତୃଗଣ, ତୁମ୍ଭର କୁଟୁମ୍ବଗଣ ପ୍ରକୃତରେ ସମଗ୍ର ଇସ୍ରାଏଲୀୟମାନଙ୍କୁ ଯିରୁଶାଲମର ଅଧିବାସୀମାନେ କହିଲେ, ‘ସଦାପ୍ରଭୁଙ୍କଠାରୁ ଦୂରେଇ ରୁହ, ଏହି ଦେଶ ଉତ୍ତରାଧିକାରୀ ସୂତ୍ରରେ ଆମ୍ଭଙ୍କୁ ଦିଆଯାଇଛି।’


କିନ୍ତୁ ତା'ର ସହର ଧ୍ୱଂସ ପାଇବ। ତା'ର ଗୃହ ଧ୍ୱଂସ ହେବ। ତା'ର ଘର ଶୂନ୍ୟ ହେବ।


ସଦାପ୍ରଭୁ ଏହିକଥା କୁହନ୍ତି: “ଆମ୍ଭେ ଅମ୍ମୋନର ଲୋକମାନଙ୍କୁ ଦଣ୍ତ ଦେବା, ଯେଉଁମାନେ ଅନେକ ଅପରାଧ କରିଛନ୍ତି, କାରଣ ସେମାନେ ଗିଲିୟଦରେ ଗର୍ଭବତୀ ନାରୀମାନଙ୍କୁ ହତ୍ୟା କରିଅଛନ୍ତି। ଅମ୍ମୋନର ଲୋକମାନେ ଏହିପରି କାର୍ଯ୍ୟ କଲେ, ଯେଟରୁ ସେମାନଙ୍କର ସୀମା ଅଧିକ ଜାଗା ବଢ଼ାଇବାକୁ।


ସେ ଖାଇବା ପରେ ବଳକା ରହେ ନାହିଁ। ସେଥିପାଇଁ ତା'ର ଉତ୍ତମ ଦ୍ରବ୍ୟସବୁ ସ୍ଥାୟୀ ହୁଏ ନାହିଁ।


ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ। ମାତ୍ର ଯେଉଁ ଲୋକ ଲାଞ୍ଚକୁ ଘୃଣା କରେ, ସେ ବଞ୍ଚିବ।


ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସେମାନଙ୍କ ନିକଟକୁ ଆସେ। ସେହି ଲୋକମାନେ ନିଜ ନିଜ ଶଯ୍ୟା ଉପରେ ପଡ଼ିରହି ମନ୍ଦ କଥା ଚିନ୍ତା କରନ୍ତି। ଯେତେବେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ଯ୍ୟକାରୀ କରନ୍ତି। କାରଣ ସହଜରେ ସେ କାର୍ଯ୍ୟ କରିବାକୁ ତାଙ୍କର ସେ ଶକ୍ତି ଥାଏ।


କିନ୍ତୁ ଖୁବ୍ ଶୀଘ୍ର ସେହି ଲୋକମାନେ ତାକୁ ଉପହାସ କରିବେ। ସେମାନେ ତା'ର ପରାଜୟ ବିଷୟରେ ଗପ କରିବେ। ସେମାନେ ତାକୁ ପରିହାସ କରି କହିବେ, ‘ତାକୁ ଧିକ୍, ଯିଏ ଅନ୍ୟ ଲୋକମାନଙ୍କର ଧନସମ୍ପତ୍ତିକୁ ନେଇଯାଏ। ଆଉ କେତେଦିନ ପର୍ଯ୍ୟନ୍ତ ସେ ଋଣ ସଂଗ୍ରହ ଦ୍ୱାରା ଧନୀ ହେବ? ସର୍ବଶେଷରେ ତା'ର ସମ୍ପଦସବୁ ତା’ ଉପରେ ବୋଝ ହେବ।’


Swiv nou:

Piblisite


Piblisite