Biblia Todo Logo
Bib sou entènèt

- Piblisite -




ଯିଶାଇୟ 5:22 - ପବିତ୍ର ବାଇବଲ

22 ସେମାନେ ଦ୍ରାକ୍ଷାରସ ପାନ କରିବାରେ ପ୍ରସିଦ୍ଧ ଓ ମଦ୍ୟ ମିଶ୍ରିତ କରିବାରେ ଦକ୍ଷ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ଯେଉଁମାନେ ଦ୍ରାକ୍ଷାରସ ପାନ କରିବାକୁ ପରାକ୍ରମୀ ଓ ମଦ୍ୟ ମିଶ୍ରିତ କରିବାକୁ ବଳବାନ;

Gade chapit la Kopi

ଓଡିଆ ବାଇବେଲ

22 ଯେଉଁମାନେ ଦ୍ରାକ୍ଷାରସ ପାନ କରିବାକୁ ପରାକ୍ରମୀ ଓ ମଦ୍ୟ ମିଶ୍ରିତ କରିବାକୁ ବଳବାନ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ଯେଉଁମାନେ ଦ୍ରାକ୍ଷାରସ ପାନ କରିବାକୁ ପରାକ୍ରମୀ ଓ ମଦ୍ୟ ମିଶ୍ରିତ କରିବାକୁ ବଳବାନ;

Gade chapit la Kopi




ଯିଶାଇୟ 5:22
14 Referans Kwoze  

ତୁମ୍ଭେମାନେ ସୁରାପାନ କରିବାକୁ ଅତି ପ୍ରଭାତରେ ଉଠ, ବିଳମ୍ବ ରାତ୍ରି ପର୍ଯ୍ୟନ୍ତ ଉଜାଗର ରହି ସୁରାରେ ଉନ୍ମତ୍ତ ହୁଅ।


ତୁମ୍ଭକୁ ଧିକ୍, ଯେଉଁମାନେ ପୋଡ଼ୋଶୀମାନଙ୍କୁ ଦ୍ରାକ୍ଷାରସ ପିଆଉଛ, ତାଙ୍କୁ ମାତାଲ କରିବା ପାଇଁ ସେହି ଦ୍ରାକ୍ଷାରସରେ କିଛି ବିଷାକ୍ତ ଉପାଦନ ମିଶାଉଛ, ଯାହା ପାଇଁ ତୁମ୍ଭେ ତାଙ୍କର ଉଲଗ୍ନତା ଦେଖି ପାରିବ।


ମାତ୍ର ବର୍ତ୍ତମାନ ସେହି ପ୍ରାଚୀନ ବ୍ୟକ୍ତିଗଣ ଦ୍ରାକ୍ଷାରସରେ ଭ୍ରାନ୍ତ ହୋଇଛନ୍ତି ଓ ସୁରାପାନରେ ବିପଥଗାମୀ ହୋଇଛନ୍ତି। ଯାଜକ ଓ ଭବିଷ୍ୟ‌ଦ୍‌ବକ୍ତା ସୁରାପାନ ଦ୍ୱାରା ବିଭ୍ରାନ୍ତ ହୋଇଛନ୍ତି। ଦ୍ରାକ୍ଷାରସ ସେମାନଙ୍କୁ ଗ୍ରାସ କରିଅଛି ଓ ସେମାନେ ସୁରାପାନ ଦ୍ୱାରା ବିପଥରେ ଯାଇଛନ୍ତି। ସେମାନେ ଦର୍ଶନରେ ଭ୍ରାନ୍ତ ହୁଅନ୍ତି ଓ ବିଗ୍ଭରରେ ଝୁଣ୍ଟି ପଡ଼ନ୍ତି।


ପ୍ରତ୍ୟେକ କୁହନ୍ତି, “ଆସ, ଆମ୍ଭେ ଦ୍ରାକ୍ଷାରସ ଆଣିବା ଓ ସୁରାପାନରେ ମତ୍ତ ହେବା; ପୁନଶ୍ଚ ଆଜି ଯେପରି ହେବ କାଲି ମଧ୍ୟ ସେହିପରି ହେବ ଏବଂ ତାହା ଅପରିମିତ ମହାଦିନ ହେବ।”


“ଯଦି କୌଣସି ଲୋକ ତା'ର ଭୁଲ୍ ପାଇଁ, ତାହା ସହ ଏକମତ ହେବା ପାଇଁ ତୁମ୍ଭକୁ ଲାଞ୍ଚ ଦିଏ ତେବେ ତୁମ୍ଭେ ତାହା ଗ୍ରହଣ କର ନାହିଁ। କାରଣ ଲାଞ୍ଚ ଲୋକମାନଙ୍କୁ ଅନ୍ଧ କରିଥାଏ। ବିଗ୍ଭରକ ସତ୍ୟତା ଦେଖି ପାରେ ନାହିଁ। ଏବଂ ଲାଞ୍ଚ ମଧ୍ୟ ଏକ ଉତ୍ତମ ଲୋକର ବ୍ୟବହାର ବଦଳାଇ ଦେଇ ପାରିବ।


ଦ୍ରାକ୍ଷାରସ ଓ ମଦ୍ୟ, ଲୋକମାନଙ୍କୁ ନିୟନ୍ତ୍ରଣ କରି ବାହାରକୁ ନେଇଯାଏ। ଯେକେହି ସେଥିରେ ଭ୍ରାନ୍ତ ହୁଏ, ସେ ଜ୍ଞାନୀ ହୋଇ ପାରିବ ନାହିଁ।


ଯେଉଁମାନେ ଅତ୍ୟନ୍ତ ମଦ୍ୟପ ଏବଂ ସବୁ ସମୟ ମଦ୍ୟ ପାନରେ ଉପଯୋଗ କରନ୍ତି, ଏହା ଲୋକମାନଙ୍କ ପାଇଁ ବହୁ କ୍ଷତିକାରକ। ସେହିମାନଙ୍କର ବହୁତ ଝଗଡ଼ା ଓ ଯୁକ୍ତି ହୁଏ। ତାହାର ଆଖି ରକ୍ତବର୍ଣ୍ଣ ଦେଖାଯାଏ। ସେ ନିଜେ ନିଜେ ତା'ର କ୍ଷତବିକ୍ଷତ କରେ। ଏଥିରୁ କ୍ଷାନ୍ତ ହୁଅ।


ହେ ଲମୂୟେଲ, ରାଜାମାନଙ୍କର ଦ୍ରାକ୍ଷାରସ ପାନ କରିବା ଉଚିତ୍ ନୁହେଁ। ଦ୍ରାକ୍ଷାରସ ପାନ କରିବା ଶାସକମାନଙ୍କ ପାଇଁ ଏହା ଉଚିତ୍ ନୁହେଁ।


ମାତ୍ର ଦେଖ! ଲୋକମାନେ ଆମୋଦପ୍ରମୋଦ କରୁଛନ୍ତି। ସେମାନେ କହୁଛନ୍ତି: “ଗୋବଧ ଓ ମେଷମାନଙ୍କୁ କର୍ତ୍ତନ କର। ମାଂସ ଭୋଜନ ଓ ଦ୍ରାକ୍ଷାରସ ପାନ କର। ଆସ ଆମ୍ଭେମାନେ ଭୋଜନ ଓ ପାନ କରିବା କାରଣ କାଲି ଆମ୍ଭେମାନେ ମରିବା।”


ଲୋକମାନେ ସୁରାପାନ କଲାବେଳେ ଆଉ ଆନନ୍ଦ ସଙ୍ଗୀତ ଗାଉ ନାହାନ୍ତି। ସୁରାପାନ ସେମାନଙ୍କୁ ତିକ୍ତ ବୋଧ ହେଉଅଛି।


ମଧ୍ୟାହ୍ନରେ ଯେତେବେଳେ ରାଜା ବି‌ନ୍‌ହଦଦ୍ ଓ ବତିଶ୍ ଜଣ ଅନ୍ୟ ରାଜା ନିଜ ଶିବିରରେ ପାନ କରୁଥିଲେ ଓ ମତ୍ତ ହୋଇଥିଲେ, ସେହି ସମୟରେ ଆହାବ ଆକ୍ରମଣ ଆରମ୍ଭ କରିଦେଲେ।


ଯଦି ସେମାନେ ପାନ କରନ୍ତି, ସେମାନେ ସବୁ ନିୟମ ଭୁଲି ଯାଆନ୍ତି ଏବଂ ଗରିବ ଲୋକମାନଙ୍କ ବିପକ୍ଷରେ ନ୍ୟାୟ କରନ୍ତି।


Swiv nou:

Piblisite


Piblisite