Biblia Todo Logo
Bib sou entènèt

- Piblisite -




ଯିଶାଇୟ 49:5 - ପବିତ୍ର ବାଇବଲ

5 ପୁଣି ମୋତେ ତାଙ୍କର ସେବକ ହେବା ପାଇଁ, ଯାକୁବଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ ଓ ଇସ୍ରାଏଲ ତାହାଙ୍କ ନିକଟରେ ପହଞ୍ଚିବା ପାଇଁ ସେ ମୋତେ ମାତୃଗର୍ଭରେ ସୃଷ୍ଟି କଲେ। ସେହି ସଦାପ୍ରଭୁ ମୋତେ ଏବେ କୁହନ୍ତି, “କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଆଦରଣୀୟ ଅଟେ ଓ ମୋର ପରମେଶ୍ୱର ମୋର ବଳସ୍ୱରୂପ ହୋଇଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ପୁଣି, ମୋତେ ତାହାଙ୍କର ସେବକ ହେବା ପାଇଁ ଓ ଯାକୁବକୁ ତାହାଙ୍କ ନିକଟକୁ ଆଣିବା ପାଇଁ ଓ ଇସ୍ରାଏଲ ତାହାଙ୍କ ନିକଟରେ ସଂଗୃହୀତ ହେବା ପାଇଁ ଯେ ମୋତେ ଗର୍ଭରୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ କହନ୍ତି; (କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଆଦରଣୀୟ ଅଟେ ଓ ମୋହର ପରମେଶ୍ଵର ମୋହର ବଳ ସ୍ଵରୂପ ହୋଇଅଛନ୍ତିନ୍ତ)

Gade chapit la Kopi

ଓଡିଆ ବାଇବେଲ

5 ପୁଣି, ମୋତେ ତାହାଙ୍କର ସେବକ ହେବା ପାଇଁ ଓ ଯାକୁବକୁ ତାହାଙ୍କ ନିକଟକୁ ଆଣିବା ପାଇଁ ଓ ଇସ୍ରାଏଲ ତାହାଙ୍କ ନିକଟରେ ସଂଗୃହୀତ ହେବା ପାଇଁ ଯେ ମୋତେ ଗର୍ଭରୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ କହନ୍ତି; (କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଆଦରଣୀୟ ଅଟେ ଓ ମୋହର ପରମେଶ୍ୱର ମୋହର ବଳ ସ୍ୱରୂପ ହୋଇଅଛନ୍ତି;)

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପୁଣି, ମୋତେ ତାହାଙ୍କର ସେବକ ହେବା ପାଇଁ ଓ ଯାକୁବକୁ ତାହାଙ୍କ ନିକଟକୁ ଆଣିବା ପାଇଁ ଓ ଇସ୍ରାଏଲ ତାହାଙ୍କ ନିକଟରେ ସଂଗୃହୀତ ହେବା ପାଇଁ ଯେ ମୋତେ ଗର୍ଭରୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ କହନ୍ତି; (କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଆଦରଣୀୟ ଅଟେ ଓ ମୋହର ପରମେଶ୍ୱର ମୋହର ବଳ ସ୍ୱରୂପ ହୋଇଅଛନ୍ତି);

Gade chapit la Kopi




ଯିଶାଇୟ 49:5
30 Referans Kwoze  

ପରମପିତା ପୁତ୍ରଙ୍କୁ ଭଲ ପାଆନ୍ତି। ସେ ତାହାଙ୍କୁ ସମସ୍ତ ବିଷୟର ଉପରେ କ୍ଷମତା ପ୍ରଦାନ କରିଛନ୍ତି।


ତେଣୁ ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଛି।


ପିତର ଏ କଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ୱଳ ମେଘଖଣ୍ଡ ଆସି ସେମାନଙ୍କୁ ଢାଙ୍କି ଦେଲା। ମେଘମଧ୍ୟରୁ ଆକାଶବାଣୀ ହେଲା, “ଏ ହେଉଛନ୍ତି ମୋର ପୁତ୍ର ଯାହାଙ୍କୁ ମୁଁ ପ୍ରେମ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।”


ଏବେ ଯୀଶୁ ସ୍ୱର୍ଗକୁ ଗଲେଣି। ସେ ପରମେଶ୍ୱରଙ୍କ ଡାହାଣରେ ବିରାଜମାନ। ସେ ସେଠାରେ ସ୍ୱର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି।


ଏହି କର୍ମ ପରମେଶ୍ୱରଙ୍କୁ ମହିମା ପ୍ରଦାନ କରିବ। ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ୱର ଯିହୂଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୂଦୀମାନଙ୍କର ସେବକ ହେଲେ।


ଯୀଶୁ ଯିରୁଶାଲମକୁ କହିଲେ, “ତୁମ୍ଭକୁ କିପରି ଶାନ୍ତି ମିଳି ପାରିବ, ତାହା ତୁମ୍ଭେମାନେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭେମାନେ ଜାଣି ପାରିବ ନାହିଁ। କାରଣ ତାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି।


“ଯିରୁଶାଲମ, ରେ ଯିରୁଶାଲମ! ତୁ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନଙ୍କୁ ହତ୍ୟା କରିଛୁ। ପରମେଶ୍ୱର ଯେଉଁମାନଙ୍କୁ ତୋ’ ପାଖକୁ ପଠାଇଥିଲେ, ତୁ ସେମାନଙ୍କୁ ପଥର ଫୋପାଡ଼ି ହତ୍ୟା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାଯ୍ୟ କରିବାକୁ ଇଚ୍ଛା କରିଥିଲି। ଯେଭଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସେହିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନେକ ଥର ଗ୍ଭହିଁଥିଲି। କିନ୍ତୁ ତୁ ମୋତେ ତାହା କରେଇ ଦେଲୁ ନାହିଁ।


ଯୀଶୁ କହିଲେ, “ପରମେଶ୍ୱର ମୋତେ କେବଳ ଇସ୍ରାଏଲର ହଜିଯାଇଥିବା ଲୋକ (ଯିହୂଦୀ) ମାନଙ୍କ ପାଇଁ ପଠାଇଛନ୍ତି।”


“ମୋର ପରମପିତା ମୋତେ ସବୁକିଛ ଦେଇଛନ୍ତି। ପରମପିତାଙ୍କ ଛଡ଼ା ପୁତ୍ରଙ୍କୁ ଅନ୍ୟକେହି ଜାଣି ନାହାନ୍ତି। ପୁତ୍ରଙ୍କ ଛଡ଼ା କେହି ପରମପିତାଙ୍କୁ ପ୍ରକୃତରେ ଜାଣି ନାହାନ୍ତି। ଆଉ ପୁତ୍ର ଯେଉଁମାନଙ୍କୁ ମନୋନୀତ କରିବେ, ସେହିମାନେ କେବଳ ପରମପିତାଙ୍କ ନିକଟରେ ପ୍ରକାଶିତ ହେବେ।


ସେତେବେଳେ ଆକାଶରୁ ଏହି ବାଣୀ ହେଲା: “ଏ ମୋର ପ୍ରିୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ରେମ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।”


ସଦାପ୍ରଭୁ ମୋର ପ୍ରଭୁ ଏହିସବୁ କହିଛନ୍ତି, “ଆମ୍ଭେ ଇସ୍ରାଏଲର ଦୂରିକୃତ ଲୋକମାନଙ୍କୁ ସଂଗ୍ରହ କରିବୁ ଓ ସେମାନଙ୍କ ବ୍ୟତୀତ ତାହା ନିକଟରେ ଥିବା ଅନ୍ୟ ଲୋକମାନଙ୍କୁ ସଂଗ୍ରହ କରିବୁ।”


“ଆମ୍ଭର ଦାସକୁ ଦେଖ, ସେ ସୁବିବେଚନା ପୂର୍ବକ ବ୍ୟବହାର କରିବେ। ସେ ଉନ୍ନତ, ଉଚ୍ଚପଦ ପ୍ରାପ୍ତ ଓ ମହିମାନ୍ୱିତ ହେବେ।


ମୋର ପ୍ରଭୁ ସଦାପ୍ରଭୁ ମୋତେ ଶିକ୍ଷା ଦେଇଛନ୍ତି ମୁଁ ଯେପରି କ୍ଳାନ୍ତ ଦୁର୍ବଳମାନଙ୍କୁ ସୁସ୍ଥିର କରି ପାରିବି, ସେ ପ୍ରତି ପ୍ରଭାତରେ ମୋତେ ଜାଗ୍ରତ କରାନ୍ତି ଓ ବିଦ୍ୟାର୍ଥୀପରି ଶୁଣିବା ପାଇଁ ମୋର କର୍ଣ୍ଣକୁ ଜାଗ୍ରତ କରାନ୍ତି।


ହେ ଦ୍ୱୀପ ସମୂହର ଲୋକମାନେ, ମୋ’ କଥା ଶୁଣ। ହେ ଦୂରସ୍ଥ ଗୋଷ୍ଠୀ ସମୂହର ଲୋକମାନେ, ମୋ’ କଥାକୁ ଅବଧାନ କର। ମୁଁ ମାତୃ ଗର୍ଭରୁ ଭୂମିଷ୍ଠ ହେବା ପୂର୍ବରୁ ସଦାପ୍ରଭୁ ତାଙ୍କର ସେବା ପାଇଁ ମୋତେ ଆହ୍ୱାନ କରିଛନ୍ତି। ମୁଁ ମାତୃଗର୍ଭରେ ଥିବା କାଳରୁ ସେ ମୋର ନାମ ଉଲ୍ଲେଖ କରିଛନ୍ତି।


ତୁମ୍ଭେ ଆମ୍ଭପାଇଁ ଅତି ମୂଲ୍ୟବାନ୍, ତେଣୁ ଆମ୍ଭେ ତୁମ୍ଭକୁ ଅତି ସମ୍ମାନ ଦେଉଅଛୁ, ତୁମ୍ଭକୁ ପ୍ରେମ କରୁଛୁ ଏବଂ ତୁମ୍ଭ ପରିବର୍ତ୍ତନରେ ଲୋକମାନଙ୍କୁ ଓ ତୁମ୍ଭର ପ୍ରାଣର ବଦଳରେ ଗୋଷ୍ଠୀମାନଙ୍କୁ ଦେବା।


ପରମେଶ୍ୱର ମୋର ତ୍ରାଣକର୍ତ୍ତା। ମୁଁ ତାଙ୍କୁ ବିଶ୍ୱାସ କରେ। କିନ୍ତୁ ତାଙ୍କୁ ଭୟ କରେ ନାହିଁ। କାରଣ ସେ ମୋତେ ରକ୍ଷା କରନ୍ତି। ଯିହୋବାଃ ସଦାପ୍ରଭୁ ମୋର ବଳ ଓ ତ୍ରାଣକର୍ତ୍ତା। ତେଣୁ ତାଙ୍କର ପ୍ରଶଂସା ଗାନ କରିବି।”


ପରମେଶ୍ୱର ଏହି “ଧ୍ୱଜାକୁ’ ସମସ୍ତ ଜାତିଗଣମାନଙ୍କ ନିମନ୍ତେ ସଙ୍କେତ ସ୍ୱରୂପ ଉଠାଇବେ। ଇସ୍ରାଏଲ ଓ ଯିହୁଦାର ବିଚ୍ଛିନ୍ନ ହୋଇଥିବା ଲୋକମାନେ ଏକତ୍ର ହେବେ। ଯେଉଁମାନେ ପୃଥିବୀର ଲମ୍ବ ଏବଂ ପ୍ରସ୍ଥରେ ବିଚ୍ଛିନ୍ନ ହୋଇଯାଇଥିଲେ। କିନ୍ତୁ ପରମେଶ୍ୱର ସେ ସମସ୍ତଙ୍କୁ ଏକତ୍ରିତ କରିବେ।


ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ପାଖକୁ ତାହାଙ୍କ ସମାଗ୍ଭର ପଠାଇଥିଲେ। ସେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ତାହାଙ୍କର ଶାନ୍ତି ସୁସମାଗ୍ଭର ପଠାଇଛନ୍ତି। ସେ ସମସ୍ତଙ୍କର ପ୍ରଭୁ।


କିନ୍ତୁ ପରମେଶ୍ୱର ମୋ’ ଜନ୍ମ ପୂର୍ବରୁ ମୋତେ ଅନୁଗ୍ରହ କରି ବାଛି ନେଇଥିଲେ। ସେ ସ୍ଥିର କରିଥିଲେ ଯେ, ମୁଁ ଅଣଯିହୂଦୀମାନଙ୍କୁ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର କହିବି।


ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର। ମୁଁ ତୁମ୍ଭର ପ୍ରତିଷ୍ଠା କରିବି ଓ ତୁମ୍ଭ ନାମର ପ୍ରଶଂସା କରିବି। କାରଣ ତୁମ୍ଭେ ସବୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସମ୍ପାଦନ କରିଅଛ। ତୁମ୍ଭେ ପୁରାତନ କାଳରେ ଯାହା କହିଥିଲ, ତାହା ସମ୍ପୂର୍ଣ୍ଣ ସତ୍ୟରେ ପରିଣତ ହୋଇଛି। ତୁମ୍ଭେ ଯାହାସବୁ କହିଥିଲ, ତାହା ହିଁ ଘଟିଅଛି।


ସେଦିନ ସଦାପ୍ରଭୁ ଅନ୍ୟମାନଙ୍କଠାରୁ ତାଙ୍କର ଦାସମାନଙ୍କୁ ଅଲଗା କରିବେ। ଫରାତ୍ ନଦୀଠାରୁ ଆରମ୍ଭକରି ମିଶର ନଦୀ ପର୍ଯ୍ୟନ୍ତ ସେ ଲୋକମାନଙ୍କୁ ଏକତ୍ରିତ କରିବେ। ପୁଣି ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭେମାନେ ଗୋଟି ଗୋଟି ହୋଇ ସଂଗୃହୀତ ହେବ।


ଆମ୍ଭେ ସଦାପ୍ରଭୁ ଯେ କି ତୁମ୍ଭକୁ ଗଢ଼ିଲେ ମାତୃଗର୍ଭରୁ ତୁମ୍ଭକୁ ଯେ ନିର୍ମାଣ କଲେ। ଯିଏ ତୁମ୍ଭକୁ ସାହାଯ୍ୟ କଲେ, ସେହି ସଦାପ୍ରଭୁ କୁହନ୍ତି, ହେ ଆମ୍ଭର ଦାସ ଯାକୁବ, ହେ ଆମ୍ଭର ମନୋନୀତ ଶିଶୁଗଣ, ଭୟ କର ନାହିଁ।


“ମାତୃଗର୍ଭରେ ତୁମ୍ଭର ସୃଷ୍ଟି ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ। ଏପରିକି ତୁମ୍ଭେ ଜନ୍ମ ହେବା ପୂର୍ବରୁ ଆମ୍ଭେ ତୁମ୍ଭକୁ ଅଲଗା କଲୁ ଏବଂ ତୁମ୍ଭକୁ ଜାତିମାନଙ୍କର ଭବିଷ୍ୟ‌ଦ୍‌ବକ୍ତା ରୂପେ ନିଯୁକ୍ତ କଲୁ।”


ସେ ନିଶ୍ଚିତ ଭାବରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବେ ଓ ମହିମା ପ୍ରାପ୍ତ ହେବେ। ସେ ମଧ୍ୟ ଆପଣା ସିଂହାସନରେ ବସିବେ ଓ ରାଜତ୍ୱ କରିବେ। ଆଉ ମଧ୍ୟ ଜଣେ ଯାଜକ ତାଙ୍କ ସିଂହାସନରେ ବସି ଯାଜକ ହେବେ। ସେହି ଦୁଇଜଣ ମଧ୍ୟରେ ଶାନ୍ତିର ନେତୃତ୍ୱ ହେବ।’


ଆଉ ସେ ସେମାନଙ୍କୁ କହିଲେ, “ଘରକୁ ଯାଅ, ଚି‌କ୍‌କଣ ଦ୍ରବ୍ୟ ଭୋଜନ କର, ସୁମିଷ୍ଟ ଦ୍ରବ୍ୟ ପାନ କର ଓ ଯାହା ପାଇଁ ପ୍ରସ୍ତୁତି ହୋଇ ନାହିଁ, ତାହା ପାଇଁ କିଛି ପଠାଅ। କାରଣ ଆଜି ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ତୁମ୍ଭେମାନେ ଦୁଃଖିତ ହୁଅ ନାହିଁ। ଯେଣୁ ସଦାପ୍ରଭୁଙ୍କ ଆନନ୍ଦ ତୁମ୍ଭମାନଙ୍କର ବଳ ହେବ।”


Swiv nou:

Piblisite


Piblisite