Biblia Todo Logo
Bib sou entènèt

- Piblisite -




ଯିଶାଇୟ 49:20 - ପବିତ୍ର ବାଇବଲ

20 କିଛିଦିନ ପିଲାମାନେ ତୁମ୍ଭ ଚିନ୍ତା କଲେ, ତୁମ୍ଭେ ହରାଇଥିଲ ବୋଲି କହିବେ, ‘ମୋ’ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ। ମୋତେ ସ୍ଥାନ ଦିଅ, ମୁଁ ବାସ କରିବି।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ତୁମ୍ଭର ଅପହୃତ ସନ୍ତାନଗଣ ପୁନର୍ବାର ତୁମ୍ଭ କର୍ଣ୍ଣଗୋଚରରେ କହିବେ, ମୋʼ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ; ମୋତେ ସ୍ଥାନ ଦିଅ, ମୁଁ ବାସ କରିବି।

Gade chapit la Kopi

ଓଡିଆ ବାଇବେଲ

20 ତୁମ୍ଭର ଅପହୃତ ସନ୍ତାନଗଣ ପୁନର୍ବାର ତୁମ୍ଭ କର୍ଣ୍ଣଗୋଚରରେ କହିବେ, ମୋ’ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ; ମୋତେ ସ୍ଥାନ ଦିଅ, ମୁଁ ବାସ କରିବି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ତୁମ୍ଭର ଅପହୃତ ସନ୍ତାନଗଣ ପୁନର୍ବାର ତୁମ୍ଭ କର୍ଣ୍ଣଗୋଚରରେ କହିବେ, ‘ମୋʼ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ; ମୋତେ ସ୍ଥାନ ଦିଅ, ମୁଁ ବାସ କରିବି।’

Gade chapit la Kopi




ଯିଶାଇୟ 49:20
11 Referans Kwoze  

ତୁମ୍ଭେମାନେ ନିଜକୁ ଅବ୍ରହାମଙ୍କ ସନ୍ତାନ ବୋଲି କହିଦେଲେ ଯେ ଯଥେଷ୍ଟ ହୋଇଗଲା, ସେ କଥା କେବେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରି ପାରିବେ।


“ସମୁଦ୍ରର ବାଲୁକା ସଦୃଶ ଇସ୍ରାଏଲ ସନ୍ତାନଗଣର ସଂଖ୍ୟା ଭବିଷ୍ୟତରେ ବୃଦ୍ଧି ପାଇବ। ତୁମ୍ଭେ ସମୁଦ୍ରର ବାଲିକୁ ମାପି ପାରିବ ନାହିଁ କି ଗଣି ପାରିବ ନାହିଁ। ଯେଉଁ ସ୍ଥାନରେ ସେମାନଙ୍କୁ କୁହାଯାଇଥିଲା, ସେହି ସ୍ଥାନରେ ଏହା ଘଟିବ। ସେମାନଙ୍କୁ ମଧ୍ୟ କୁହାଯିବ, ‘ତୁମ୍ଭେମାନେ ମୋ’ ଲୋକ ନୁହଁ। ତୁମ୍ଭେ ଜୀବନ୍ତ ପରମେଶ୍ୱରଙ୍କର ସନ୍ତାନ ଅଟ।’


ତୁମ୍ଭେ ଚତୁର୍ଦ୍ଦିଗକୁ ଦେଖ, ସେମାନେ ସମସ୍ତେ ଏକତ୍ରିତ ହେଉଛନ୍ତି ଓ ତୁମ୍ଭ ନିକଟକୁ ଆସୁଛନ୍ତି। ତୁମ୍ଭର ପୁତ୍ରଗଣ ବହୁ ଦୂରରୁ ଆସିବେ ଓ କନ୍ୟାଗଣ ଧାଈମାନଙ୍କ କୋଳରୁ ଅଣାଯିବେ।


ସେହିପରି ସଦାପ୍ରଭୁ ସିୟୋନକୁ ଆଶୀର୍ବାଦ କରିବେ; ସେ ତାହାର ଉପଦ୍ରୁତ ସ୍ଥାନଗୁଡ଼ିକ ପାଇଁ ଦୁଃଖିତ ହେବେ। ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ୟ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ୟ କରିବେ। ତାହାର ଲୋକମାନେ ଆନନ୍ଦିତ ଓ ଉଲ୍ଲସିତ ହେବେ ଏବଂ ସଙ୍ଗୀତ ଧ୍ୱନି କରି ଧନ୍ୟବାଦ ଦେବେ।


ଅନନ୍ତର ଭବିଷ୍ୟ‌ଦ୍‌ବକ୍ତାଙ୍କ ସନ୍ତାନମାନେ ଇଲୀଶାୟଙ୍କୁ କହିଲେ, “ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ଯେଉଁ ସ୍ଥାନରେ ବାସ କରୁଛୁ, ତାହା ଆମ୍ଭମାନଙ୍କ ପାଇଁ ଅତ୍ୟନ୍ତ ସଂକୀର୍ଣ୍ଣ।


ସେମାନେ ଯେତେବେଳେ ମୋର ହସ୍ତକୃତ କର୍ମ ସ୍ୱରୂପ ତାହାର ସନ୍ତାନଗଣଙ୍କୁ ନିଜ ମଧ୍ୟରେ ଦେଖିବେ ସେତେବେଳେ ସେମାନେ ମୋର ନାମକୁ ପବିତ୍ର ବୋଲି ମାନିବେ। ଆଉ ମଧ୍ୟ ଯାକୁବର ଧର୍ମସ୍ୱରୂପକୁ ପବିତ୍ର ବୋଲି ମାନିବେ ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ମାନ ଓ ଭକ୍ତି କରିବେ।


ସେ ତାଙ୍କୁ କହିଲେ, “ଦୌଡ଼ିକରି ଯାଅ ଏବଂ ସେହି ଯୁବକଙ୍କୁ କୁହ! ‘ଯିରୁଶାଲମ ଏକ ପ୍ରାଚୀର ବିହୀନ ନଗରୀ ହେବ। କାରଣ ସେଠାରେ ବହୁ ସଂଖ୍ୟାରେ ଲୋକ ଓ ପଶୁମାନେ ମଧ୍ୟସ୍ଥାନରେ ବାସ କରିବେ।’


ଆମ୍ଭେ ସେମାନଙ୍କୁ ମିଶରରୁ ଫେରାଇ ଆଣିବା ଏବଂ ଅଶୂରରୁ ଏକତ୍ରିତ କରିବା। ଆମ୍ଭେ ସେମାନଙ୍କୁ ଗିଲିୟଦରୁ ଏବଂ ଲିବାନୋ‌ନ୍‌ରୁ ଫେରାଇ ଆଣିବା ଏବଂ ସେମାନଙ୍କ ପାଇଁ ଯଥେଷ୍ଟ ସ୍ଥାନ ନ ଥିବ।”


Swiv nou:

Piblisite


Piblisite