Biblia Todo Logo
Bib sou entènèt

- Piblisite -




ଯିଶାଇୟ 49:18 - ପବିତ୍ର ବାଇବଲ

18 ତୁମ୍ଭର ଚକ୍ଷୁ ମେଲାଇ ଚତୁର୍ଦ୍ଦିଗକୁ ଦେଖ। ସେମାନେ ସମସ୍ତେ ଏକତ୍ରିତ ହୋଇ ତୁମ୍ଭ ଆଡ଼କୁ ଆସୁଛନ୍ତି।” ସଦାପ୍ରଭୁ କୁହନ୍ତି, “ମୋର ଜୀବନରେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରୁଛି, ତୁମ୍ଭେ ସମସ୍ତ ପରିଧାନ ଭୂଷଣ କରିବ। ପୁଣି ସମସ୍ତେ ଗୋଟିଏ କନ୍ୟା ପରି ପରିଧାନ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ତୁମ୍ଭେ ଚକ୍ଷୁ ମେଲାଇ ଚତୁର୍ଦ୍ଦିଗ ଦେଖ; ଏସମସ୍ତେ ଏକତ୍ରିତ ହୋଇ ତୁମ୍ଭ ନିକଟକୁ ଆସୁଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଭୂଷଣ ତୁଲ୍ୟ ଏହି ସମସ୍ତଙ୍କୁ ପରିଧାନ କରିବ, ପୁଣି କନ୍ୟାର କଟିଭୂଷଣ ତୁଲ୍ୟ ସେମାନଙ୍କୁ ଧାରଣ କରିବ।

Gade chapit la Kopi

ଓଡିଆ ବାଇବେଲ

18 ତୁମ୍ଭେ ଚକ୍ଷୁ ମେଲାଇ ଚତୁର୍ଦ୍ଦିଗ ଦେଖ; ଏସମସ୍ତେ ଏକତ୍ରିତ ହୋଇ ତୁମ୍ଭ ନିକଟକୁ ଆସୁଅଛନ୍ତି। ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଭୂଷଣ ତୁଲ୍ୟ ଏହି ସମସ୍ତଙ୍କୁ ପରିଧାନ କରିବ, ପୁଣି କନ୍ୟାର କଟିଭୂଷଣ ତୁଲ୍ୟ ସେମାନଙ୍କୁ ଧାରଣ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ତୁମ୍ଭେ ଚକ୍ଷୁ ମେଲାଇ ଚତୁର୍ଦ୍ଦିଗ ଦେଖ; ଏସମସ୍ତେ ଏକତ୍ରିତ ହୋଇ ତୁମ୍ଭ ନିକଟକୁ ଆସୁଅଛନ୍ତି। ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଭୂଷଣ ତୁଲ୍ୟ ଏହି ସମସ୍ତଙ୍କୁ ପରିଧାନ କରିବ, ପୁଣି କନ୍ୟାର କଟିଭୂଷଣ ତୁଲ୍ୟ ସେମାନଙ୍କୁ ଧାରଣ କରିବ।”

Gade chapit la Kopi




ଯିଶାଇୟ 49:18
26 Referans Kwoze  

“ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି, ମୋର ପ୍ରାଣ ମୋର ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ; କାରଣ ବର ଯେପରି ଭୂଷଣରେ ନିଜକୁ ଭୂଷିତ କରେ ଓ କନ୍ୟା ଯେପରି ନିଜକୁ ରତ୍ନରେ ଭୂଷିତା କରେ ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି ଓ ଧର୍ମରୂପକ ରାଜବସ୍ତ୍ରରେ ମୋତେ ଆବୃତ କରିଅଛନ୍ତି।


“କାରଣ ଏହା ଆମ୍ଭ ପ୍ରତି ନୋହଙ୍କ ସମୟର ଜଳ ସଦୃଶ ଅଟେ; ନୋହଙ୍କ ସମୟର ଜଳ ଆଉ ଯେପରି ପୃଥିବୀକୁ ପ୍ଳାବିତ କରିବ ନାହିଁ ବୋଲି ଆମ୍ଭେ ଶପଥ କରିଅଛୁ, ସେହିପରି ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ କିମ୍ବା ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।


ଜଣେ ଯୁବତୀ କ’ଣ ନିଜର ଅଳଙ୍କାରକୁ ଭୁଲିପାରେ? ଜଣେ କନ୍ୟା କ’ଣ ତା'ର ପୋଷାକକୁ ଭୁଲି ପାରିବ? କିନ୍ତୁ ମୋର ଲୋକମାନେ ମୋତେ ଅସଂଖ୍ୟ ଥର ପାଶୋରି ଅଛନ୍ତି।


ସଦାପ୍ରଭୁ କୁହନ୍ତି, ଇସ୍ରାଏଲର ଲୋକମାନେ ଯେପରି ପବିତ୍ର ପାତ୍ରରେ ସଦାପ୍ରଭୁଙ୍କ ମନ୍ଦିରକୁ ଉପହାର ଆଣନ୍ତି, ସେହିପରି ସେମାନେ ତୁମ୍ଭମାନଙ୍କର ଭ୍ରାତାମାନଙ୍କୁ ଅଶ୍ୱ ଉପରେ ରଥ ଆଣିବେ ଏବଂ ଦ୍ରୁତଗତି ପଶୁଗୁଡ଼ିକ ବିଭିନ୍ନ ଦେଶରୁ ଯିରୁଶାଲମକୁ ସଦାପ୍ରଭୁଙ୍କ ପ୍ରତି ଉପହାର ସ୍ୱରୂପ ଆସିବ।


“ଆମ୍ଭେ ଅଳ୍ପକ୍ଷଣ ପାଇଁ ତୁମ୍ଭକୁ ପରିତ୍ୟାଗ କରିଅଛୁ, ମାତ୍ର ମହାକରୁଣାରେ ତୁମ୍ଭକୁ ପୁନର୍ବାର ସଂଗ୍ରହ କରିବା।


“ଦେଖ, କେତେକ ଲୋକ ଦୂର ଦେଶରୁ ଆସିବେ, କେତେକ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ ଓ ଆଉ କେତେକ ସୀନୀମ ଦେଶରୁ ଆସିବେ।”


କିନ୍ତୁ କୁକୁରମାନେ, ମନ୍ଦ କୁହୁକ କରୁଥିବା ଲୋକମାନେ, ଯେଉଁମାନେ ଯୌନଗତ ପାପ କରନ୍ତି, ନରହନ୍ତାମାନେ, ପ୍ରତିମାପୂଜକଗଣ, ମିଥ୍ୟାପ୍ରିୟ ଓ ମିଥ୍ୟାବାଦୀମାନେ ନଗରର ବାହାରେ ରହିବେ।”


ତା'ପରେ ମୁଁ ପରମେଶ୍ୱରଙ୍କଠାରୁ ସ୍ୱର୍ଗରୁ ପବିତ୍ର ନଗରୀ ତଳକୁ ଆସିବାର ଦେଖିଲି। ଏହି ପବିତ୍ର ନଗରୀ ନୂତନ ଯିରୁଶାଲମ ଅଟେ। ବର ପାଇଁ କନ୍ୟା ଯେପରି ସୁସଜ୍ଜିତା ହୋଇଥାଏ, ଠିକ୍ ସେହିପରି ଏହା ପ୍ରସ୍ତୁତ ଥିଲା।


ଆଉ ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା। ପୁଣି ପୃଥିବୀର ପ୍ରାନ୍ତ ଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ, ଛୋଟା, ଗର୍ଭବତୀ ଓ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀଙ୍କୁ ଏକତ୍ର ସଂଗ୍ରହ କରିବା। ସେମାନେ ବହୁ ସଂଖ୍ୟାରେ ଜନଗହଳି ହୋଇ ଏ ସ୍ଥାନକୁ ଆସିବେ।


ହେ ସିୟୋନ, ଉଠ, ଜାଗ, ଆପଣା ବଳ ପରିଧାନ କର। ହେ ପବିତ୍ର ନଗରୀ, ଯିରୁଶାଲମ! ତୁମ୍ଭେ ତୁମ୍ଭର ସୁନ୍ଦର ବସ୍ତୁସବୁ ପରିଧାନ କର। କାରଣ ଏହି ସମୟ ମଧ୍ୟରେ ତୁମ୍ଭ ମଧ୍ୟକୁ ଅନୁନ୍ନତ ଓ ଅଶୁଚି ଲୋକ ଆସିବେ ନାହିଁ।


ସଦାପ୍ରଭୁ, ମୋର ପ୍ରଭୁ କୁହନ୍ତି, “ଦେଖ, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ପ୍ରତି ଆପଣା ହସ୍ତ ଉଠାଇବା ଓ ଗୋଷ୍ଠୀସମୂହର ପ୍ରତି ଆମ୍ଭର ଧ୍ୱଜା ଟେକିବା। ତାହାହେଲେ ସେମାନେ ତୁମ୍ଭର ପୁତ୍ରଗଣଙ୍କୁ କୋଳରେ ଆଣିବେ ଓ ତୁମ୍ଭର କନ୍ୟାଗଣ ସେମାନଙ୍କ ସ୍କନ୍ଧରେ ବୁହାଇବେ।


“ଆମ୍ଭେ ଆପଣା ନାମ ଦେଇ ଶପଥ କରିଅଛୁ ଓ ଯେଉଁ ଧର୍ମମୟବାଣୀ ଆମ୍ଭ ମୁଖରୁ ନିର୍ଗତ ହୋଇଛି, ତାହା ଅନ୍ୟଥା ହେବ ନାହିଁ। ଆମ୍ଭ ସମ୍ମୁଖରେ ପ୍ରତ୍ୟେକ ଜାନୁ ନତ ହେବେ ଓ ପ୍ରତ୍ୟେକ ଜିହ୍ୱା ଶପଥ କରିବ।


ସନ୍ତାନଗଣର ସନ୍ତାନମାନେ ବୃଦ୍ଧ ଲୋକମାନଙ୍କର ମୁକୁଟ ସଦୃଶ। ପୁଣି ସନ୍ତାନମାନଙ୍କର ଗୌରବ ସେମାନଙ୍କ ପିତୃଗଣ।


ସଦାପ୍ରଭୁଙ୍କର ଦୂତ କହିଲେ, “ତୁମ୍ଭର ଏକମାତ୍ର ପୁତ୍ର ଆମ୍ଭକୁ ଦେବାକୁ ସମ୍ମତ ହେଲ, କାରଣ ମୋ’ ପାଇଁ ତୁମ୍ଭେ ଏପରି କଲ। ମୁଁ ତୁମ୍ଭକୁ ଏହି ପ୍ରତିଜ୍ଞା କରାଇଥିଲି। ମୁଁ ସେହି ସଦାପ୍ରଭୁ ପ୍ରତିଜ୍ଞା କରିଥିଲି ଯେ,


ଲୋଟ ଗଲାପରେ, ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭର ଚତୁର୍ପାର୍ଶ୍ୱକୁ ଦେଖ, ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ଦେଖ।


ତୁମ୍ଭେମାନେ ଯେତେବେଳେ କିଛି ରୋପଣ କର ସେତେବେଳେ ତୁମ୍ଭେ ସର୍ବଦା କୁହ, ‘ଶସ୍ୟ କଟା ହେବା ପାଇଁ ଆହୁରି ଗ୍ଭରି ମାସ ବାକି ଅଛି।’ କିନ୍ତୁ ମୁଁ ତୁମ୍ଭକୁ କହୁଛି, ତୁମ୍ଭମାନଙ୍କର ଆଖି ଖୋଲ। ଲୋକମାନଙ୍କୁ ଦେଖ। ସେମାନେ ଅମଳ ପାଇଁ ପ୍ରସ୍ତୁତ କ୍ଷେତ୍ରତୁଲ୍ୟ ଅଟନ୍ତି।


କିନ୍ତୁ ମୁଁ ପ୍ରତିଜ୍ଞା କରୁଅଛି ଯେ, ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ମହିମାରେ ପରିପୂର୍ଣ୍ଣ ହେବ।


ନବୂଖ‌ଦ୍‌ନିତ୍ସର ମିଶର ଦେଶସ୍ଥ ସମସ୍ତ ଦେବାଳୟରେ ଅଗ୍ନି ସଂଯୋଗ କରିବ। ସେ ସେଗୁଡ଼ିକୁ ପୋଡ଼ି ସମସ୍ତ ମୂର୍ତ୍ତି ବାବିଲକୁ ନେଇଯିବ। ପୁଣି ମେଷପାଳକ ଯେପରି ଆପଣା ବସ୍ତ୍ରକୁ ପରିଚ୍ଛନ୍ନ କରେ ସେହିପରି ସେ ମିଶରକୁ ନିର୍ମଳ କରିବ। ସେ ମିଶରରେ ଶାନ୍ତି ସ୍ଥାପନ କରି ପ୍ରସ୍ଥାନ କରିବ।


“ତେବେ ତୁମ୍ଭେ ସେମାନଙ୍କୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନାହିଁ। କିନ୍ତୁ ଦୁଷ୍ଟ ଯେପରି ନିଜ ପାପ ପଥରୁ ନିବୃତ୍ତ ହୋଇ ବଞ୍ଚେ, ସେଥିରେ ଆମ୍ଭେ ସନ୍ତୋଷ ଲାଭ କରୁ। ତେଣୁ ତୁମ୍ଭେମାନେ ନିଜ ନିଜ କୁପଥରୁ ଫେର ଓ ମୋର ନିକଟବର୍ତ୍ତୀ ହୁଅ। ହେ ଇସ୍ରାଏଲ ବଂଶ ତୁମ୍ଭେ କାହିଁକି ମରିବ?’


Swiv nou:

Piblisite


Piblisite