Biblia Todo Logo
Bib sou entènèt

- Piblisite -




ଯିଶାଇୟ 49:16 - ପବିତ୍ର ବାଇବଲ

16 ଦେଖ, ଆମ୍ଭେ ତୁମ୍ଭର ନାମକୁ ଆମ୍ଭର ହସ୍ତ ଦ୍ୱୟର ପାପୁଲିରେ ଲେଖି ଅଛୁ। ତୁମ୍ଭର ଆକୃତି ସର୍ବଦା ଆମ୍ଭ ସମ୍ମୁଖରେ ଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଦେଖ, ଆମ୍ଭେ ଆପଣା ହସ୍ତଦ୍ଵୟର ପାପୁଲିରେ ତୁମ୍ଭର ଆକୃତି ଲେଖିଅଛୁ; ତୁମ୍ଭର ପ୍ରାଚୀର ସର୍ବଦା ଆମ୍ଭ ସମ୍ମୁଖରେ ଅଛି।

Gade chapit la Kopi

ଓଡିଆ ବାଇବେଲ

16 ଦେଖ, ଆମ୍ଭେ ଆପଣା ହସ୍ତଦ୍ୱୟର ପାପୁଲିରେ ତୁମ୍ଭର ଆକୃତି ଲେଖିଅଛୁ; ତୁମ୍ଭର ପ୍ରାଚୀର ସର୍ବଦା ଆମ୍ଭ ସମ୍ମୁଖରେ ଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଦେଖ, ଆମ୍ଭେ ଆପଣା ହସ୍ତଦ୍ୱୟର ପାପୁଲିରେ ତୁମ୍ଭର ଆକୃତି ଲେଖିଅଛୁ; ତୁମ୍ଭର ପ୍ରାଚୀର ସର୍ବଦା ଆମ୍ଭ ସମ୍ମୁଖରେ ଅଛି।

Gade chapit la Kopi




ଯିଶାଇୟ 49:16
12 Referans Kwoze  

ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହୁଛନ୍ତି। “ଶ‌‌ଲ୍‌‌ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲ, ତୁମ୍ଭେ ଆମ୍ଭର ଭୃତ୍ୟ। ଆମ୍ଭେ ତୁମ୍ଭକୁ ବାଛିଅଛୁ, ସେହି ସମୟରେ ଆମ୍ଭେ ତୁମ୍ଭକୁ ଏକ ମୋହର ଥିବା ମୁଦି କରିବା। ଆମ୍ଭେ ଏସବୁ କରିଛୁ ବୋଲି ତୁମ୍ଭେ ଏହାର ପ୍ରମାଣ ହେବ।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ ବାକ୍ୟ କହିଲେ।


“ହେ ଯିରୁଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପରେ ପ୍ରହରୀଗଣ ନିଯୁକ୍ତ କରିଅଛୁ; ସେମାନେ କି ଦିନ କି ରାତି ନୀରବ ରହିବେ ନାହିଁ।” ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବେ ଓ ତୁମ୍ଭେମାନେ ନିଶ୍ଚିତ ତାଙ୍କର ପ୍ରତିଜ୍ଞା ସ୍ମରଣ କରିବ।


ତୁମ୍ଭ ଦେଶରେ ଦୌରାତ୍ମ୍ୟର କଥା ଓ ତୁମ୍ଭର ସୀମା ମଧ୍ୟରେ ଧ୍ୱଂସ ଓ ବିନାଶର କଥା ଆଉ ଶୁଣାଯିବ ନାହିଁ। ତୁମ୍ଭେ ତୁମ୍ଭ ପ୍ରାଚୀର ସମୂହର ନାମ ‘ପରିତ୍ରାଣ’ ଓ ତୁମ୍ଭ ନଗରର ଦ୍ୱାର ସମୂହର ନାମ ‘ପ୍ରଶଂସା’ ରଖିବ।


ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ, ବାହୁଟି ତୁଲ୍ୟ ଆପଣା ବାହୁରେ ଧାରଣ କର। କାରଣ ପ୍ରେମ ମୃତ୍ୟୁ ପରି ଶକ୍ତିଶାଳୀ ଅଟେ। ହୃଦୟର ଦହନ କବର ପରି ଦୃଢ଼ ଅଟେ। ଏହାର ଶିଖା ଏକ ଜଳନ୍ତା ନିଆଁ ପରି ଏବଂ ଏହା ଏକ ବିରାଟ ନିଆଁରେ ପରିଣତ ହୋଇପାରେ।


ସେଦିନ, ଯିହୁଦା ଦେଶରେ ଏହି ଗୀତ ଗାନ କରାଯିବ। ଆମ୍ଭମାନଙ୍କର ଏକ ସୁଦୃଢ଼ ନଗର ଅଛି। ସଦାପ୍ରଭୁ ଆମ୍ଭମାନଙ୍କର ମୁକ୍ତିଦାତା। ସଦାପ୍ରଭୁ ଆମ୍ଭମାନଙ୍କ ଏକ ବଡ଼, ଉଚ୍ଚ ପ୍ରାଚୀର ଓ ଗୋଟିଏ ଦୃଢ଼ ନଗର ତିଆରି କରିବେ।


“ଏହି ପବିତ୍ର ଦିନଟିକୁ ତୁମ୍ଭେମାନେ ମନେ ରଖିବ। ଏହା ଯେପରି ତୁମ୍ଭମାନଙ୍କ ପାଇଁ, ସଦାପ୍ରଭୁଙ୍କ ବ୍ୟବସ୍ଥା ଯେପରି ତୁମ୍ଭ ମୁଖରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ୱରୂପ ତୁମ୍ଭ ହସ୍ତରେ ଓ ସ୍ମରଣର ଉପାୟ ସ୍ୱରୂପ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ। ଯେହେତୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତଦ୍ୱାରା ମିଶରଠାରୁ ତୁମ୍ଭକୁ ବାହାର କରି ଆଣିଛନ୍ତି।


ଆମ୍ଭେ ପଦ୍ମରାଗ ମଣିରେ ତୁମ୍ଭ ସ୍ତମ୍ଭର ଚୂଡ଼ା, ସୂର୍ଯ୍ୟକାନ୍ତ ମଣିରେ ତୁମ୍ଭ ନଗରର ଦ୍ୱାର ସକଳ ଓ ମନୋରମ ପ୍ରସ୍ତରରେ ତୁମ୍ଭ ସମଗ୍ର ସୀମା ପ୍ରାଚୀର ନିର୍ମାଣ କରିବା।


ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହୋୟାକୀ‌‌‌ମ୍‌‌‌ର ପୁତ୍ର ଯିହୋୟାକୀନ୍ ଆମ୍ଭ ଦକ୍ଷିଣ ହସ୍ତର ମୋହର ତୁଲ୍ୟ ହେଲେ ହେଁ ଆମ୍ଭେ ତୁମ୍ଭକୁ ସେଠାରୁ କାଢ଼ି ପକାଇବା।


ହେ ସଦାପ୍ରଭୁଙ୍କ ସ୍ମରଣକାରୀ ଲୋକମାନେ, କ୍ଷାନ୍ତ ହୁଅ ନାହିଁ, ଯେପର୍ଯ୍ୟନ୍ତ ସଦାପ୍ରଭୁ ଶାନ୍ତି ପ୍ରତିଷ୍ଠା କରନ୍ତି ଏବଂ ଏହାର ପ୍ରଶଂସା ବିଗ୍ଭର ଚକ୍ଷୁରେ ଅନୁକୂଳ ସର୍ବୋଚ୍ଚ ସ୍ଥିତ ହେବା ପର୍ଯ୍ୟନ୍ତ ଯିରୁଶାଲମରେ ଆନନ୍ଦ ଉଠାଅ।


“ଯିହୁଦାର ପାପ ଏପରି ଏକ ସ୍ଥାନରେ ଲିଖିତ ହୋଇଅଛି, ଯାହାକୁ ସେମାନେ ଲିଭାଇ ପାରିବେ ନାହିଁ। ସେମାନଙ୍କର ପାପ ଲୌହ ଲେଖନୀ ଓ ହୀରକର କଣ୍ଟକ ଦ୍ୱାରା ପଥର ଫଳକରେ ଲିଖିତ ହୋଇଅଛି। ଯେଉଁଟା କି ସେମାନଙ୍କର ହୃଦୟ। ଆଉ ସେମାନଙ୍କର ଯଜ୍ଞବେଦିର ଶିଙ୍ଗରେ ତାହା ଖୋଦିତ ହୋଇଅଛି।


Swiv nou:

Piblisite


Piblisite