Biblia Todo Logo
Bib sou entènèt

- Piblisite -




ଯିଶାଇୟ 48:14 - ପବିତ୍ର ବାଇବଲ

14 “ତୁମ୍ଭେମାନେ ସମସ୍ତେ ଏକତ୍ରିତ ହୋଇ ଆମ୍ଭ କଥା ଶ୍ରବଣ କର; ସେମାନଙ୍କ ମଧ୍ୟରେ କିଏ ଏହିସବୁ କଥା କରିଅଛନ୍ତି?” ସଦାପ୍ରଭୁ ତାହାକୁ ପ୍ରେମ କରିଅଛନ୍ତି। ସେ ବାବିଲ ଉପରେ ତାଙ୍କର ଉଦ୍ଦେଶ୍ୟ ସଫଳ କରିବେ ଓ କ‌‌ଲ୍‌‌ଦୀୟମାନଙ୍କ ଉପରେ ତାଙ୍କର ବାହୁ ରହିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ତୁମ୍ଭେ ସମସ୍ତେ ଏକତ୍ର ହୋଇ ଶୁଣ; ସେମାନଙ୍କ ମଧ୍ୟରେ କିଏ ଏହିସବୁ ପ୍ରକାଶ କରିଅଛି? ସଦାପ୍ରଭୁ ତାହାକୁ ପ୍ରେମ କରିଅଛନ୍ତି; ସେ ବାବିଲ ଉପରେ ତାହାଙ୍କର ମନୋରଥ ସିଦ୍ଧ କରିବ ଓ କଲ୍ଦୀୟମାନଙ୍କ ଉପରେ ତାହାଙ୍କର ବାହୁ ରହିବ।

Gade chapit la Kopi

ଓଡିଆ ବାଇବେଲ

14 ତୁମ୍ଭେ ସମସ୍ତେ ଏକତ୍ର ହୋଇ ଶୁଣ; ସେମାନଙ୍କ ମଧ୍ୟରେ କିଏ ଏହିସବୁ ପ୍ରକାଶ କରିଅଛି ? ସଦାପ୍ରଭୁ ତାହାକୁ ପ୍ରେମ କରିଅଛନ୍ତି; ସେ ବାବିଲ ଉପରେ ତାହାଙ୍କର ମନସ୍କାମନା ସିଦ୍ଧ କରିବ ଓ କଲ୍‍ଦୀୟମାନଙ୍କ ଉପରେ ତାହାଙ୍କର ବାହୁ ରହିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 “ତୁମ୍ଭେ ସମସ୍ତେ ଏକତ୍ର ହୋଇ ଶୁଣ; ସେମାନଙ୍କ ମଧ୍ୟରେ କିଏ ଏହିସବୁ ପ୍ରକାଶ କରିଅଛି? ସଦାପ୍ରଭୁ ତାହାକୁ ପ୍ରେମ କରିଅଛନ୍ତି; ସେ ବାବିଲ ଉପରେ ତାହାଙ୍କର ମନସ୍କାମନା ସିଦ୍ଧ କରିବ ଓ କଲ୍‍ଦୀୟମାନଙ୍କ ଉପରେ ତାହାଙ୍କର ବାହୁ ରହିବ।

Gade chapit la Kopi




ଯିଶାଇୟ 48:14
17 Referans Kwoze  

ସବୁ ଦେଶର ଓ ସବୁ ଗୋଷ୍ଠୀର ଲୋକମାନେ ଏକତ୍ରିତ ହୁଅନ୍ତୁ। ସେମାନଙ୍କ ମଧ୍ୟରୁ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଦେଖାଇ ଦେଇପାରେ? ସେମାନେ ଦୋଷମୁକ୍ତ ହେବାକୁ ନିଜ ନିଜର ସାକ୍ଷୀ ଆଣନ୍ତୁ ଓ ସେମାନେ ପୁଣି ଏହା ସତ୍ୟ ବୋଲି କୁହନ୍ତୁ।”


ତୁମ୍ଭର ପ୍ରତିମାଗଣ ଆସନ୍ତୁ ଓ ଯାହା ଯାହା ଘଟୁଅଛି, ଆମ୍ଭ ନିକଟରେ ପ୍ରକାଶ କରନ୍ତୁ।” ଆଦ୍ୟରେ କ’ଣ ଘଟିଥିଲା ଓ ଭବିଷ୍ୟତରେ କ’ଣ ଘଟିବ, ଆମ୍ଭକୁ କୁହ। ତାହାହେଲେ ଶେଷଫଳ କ’ଣ ହେବ ଆମ୍ଭେ ବିବେଚନା କରିବା।


ଆମ୍ଭେ କୋରସ୍ ବିଷୟରେ କହୁ, “ତୁମ୍ଭେ ଆମ୍ଭ ମେଷପାଳକ, ତୁମ୍ଭେ ଆମ୍ଭର ମଙ୍ଗଳ କରିବ। ତୁମ୍ଭେ ଯିରୁଶାଲମ ‘ପୁନଃନିର୍ମିତ ହେବ ବୋଲି କହିବ।’ ପୁଣି ମନ୍ଦିରର ‘ମୂଳଦୁଆ ସ୍ଥାପିତ ହେବ ବୋଲି ତୁମ୍ଭେ କହିବ।’”


ଆମ୍ଭ ତୁଲ୍ୟ ଅନ୍ୟ ପରମେଶ୍ୱର ନାହାନ୍ତି। ଯଦି ଥା’ନ୍ତି ତେବେ ସେ ବର୍ତ୍ତମାନ ଆସି କୁହନ୍ତୁ। ସେ ଯଦି ଆମ୍ଭପରି, ତେବେ ଆସି ପ୍ରମାଣ କରନ୍ତୁ। ସେ ମଧ୍ୟ କୁହନ୍ତୁ ଆମ୍ଭେ ପୁରାତନ ଲୋକମାନଙ୍କୁ ସୃଷ୍ଟି କଲାବେଳେ କ’ଣ ସବୁ ଘଟିଥିଲା। ସେ ମଧ୍ୟ ଭବିଷ୍ୟତରେ କ’ଣ ଘଟିବ ତାହାର ସଙ୍କେତ ଦିଅନ୍ତୁ।


ଯୀଶୁ ତାହାଙ୍କୁ ଗ୍ଭହିଁଲେ ଓ ସ୍ନେହ କଲେ। ସେ ତାହାଙ୍କୁ କହିଲେ, “ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହାକିଛି ତୁମ୍ଭ ପାଖରେ ଅଛି ସେତକ ବିକି ଦେଇ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ୱର୍ଗରେ ତୁମ୍ଭକୁ ଧନ ମିଳିବ। ତା'ପରେ ଆସ ଓ ମୋର ଅନୁସରଣ କର।”


“ବାବିଲନୀୟମାନେ ତାଙ୍କ ଦେଶପାଇଁ ଗର୍ବିତ ହୁଅନ୍ତି। କାରଣ ତାଙ୍କର ରାଜ୍ୟ ସବୁ ରାଜ୍ୟମାନଙ୍କ ମଧ୍ୟରେ ଅଧିକ ସୌନ୍ଦର୍ଯ୍ୟଶାଳୀ।


ଆଉ ଦେଖ, ଏଠି ଏକଦଳ ଲୋକ ଓ ଅଶ୍ୱାରୋହୀ ସୈନ୍ୟ ଆସୁଛନ୍ତି।” ତା'ପରେ ଜଣେ ଦୂତ କହିଲା, “ବାବିଲ ପରାସ୍ତ ହୋଇଛି ଓ ବାବିଲର ପତନ ହୋଇଛି। ତା'ର ପ୍ରତିମାଗୁଡ଼ିକ ଭାଙ୍ଗି ଭୂମିସାତ୍ ହୋଇଛି।”


ଏହା ପରେ ଯାକୁବ ତାଙ୍କର ପୁତ୍ରମାନଙ୍କୁ ଆପଣା ନିକଟକୁ ଡକାଇଲେ। ସେ କହିଲେ, “ହେ ମୋର ପୁତ୍ରଗଣ, ମୋ’ ନିକଟକୁ ଆସ। ଭବିଷ୍ୟତ କଥା ମୁଁ ତୁମ୍ଭମାନଙ୍କୁ କହିବି।


“ହେ ଯାକୁବର ପୁତ୍ରଗଣ ଏକତ୍ର ହୋଇ ମୋ’ କଥା ଶୁଣ। ତୁମ୍ଭେମାନେ ତୁମ୍ଭର ପିତା, ଇସ୍ରାଏଲଙ୍କ କଥା ଶୁଣ।


ଆମ୍ଭେ ତାଙ୍କୁ ଭଲ କାର୍ଯ୍ୟ ଉଦ୍ଦେଶ୍ୟରେ ଜାଗରିତ କରୁ, ସେ ଆମ୍ଭର ନଗର ନିର୍ମାଣ କରିବ। ସେ ଆମ୍ଭର ନିର୍ବାସିତ ଲୋକମାନଙ୍କୁ ମୁକ୍ତ କରିବ। ସେଥିପାଇଁ ସେ କୌଣସି ମୂଲ୍ୟ ବା ପୁରସ୍କାର ଆମ୍ଭଠାରୁ ନେବ ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କୁହନ୍ତି।


ପୁଣି ସଦାପ୍ରଭୁ କହନ୍ତି, “ପୁଣି ଯର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାୟୀ ଗ୍ଭରଣଭୂମିରେ ଥିବା ସେହିମାନଙ୍କୁ ଭୟ ଦେବା ପାଇଁ ଆସିବା ପରି ଆମ୍ଭେ ସେମାନଙ୍କୁ ହଠାତ୍, ସେମାନଙ୍କ ଦେଶରୁ ତଡ଼ିଦେବା। କାହାକୁ ଆମ୍ଭେ ଏଠାରେ ନିଯୁକ୍ତ କରିବା, କାରଣ ମୋ’ ପରି କେହି ନୁହନ୍ତି? ସେଠାରେ ଆମ୍ଭକୁ ପ୍ରତିରୋଧ କରିବା ପାଇଁ କିଏ ଅଛନ୍ତି? ଆମ୍ଭ ସମ୍ମୁଖରେ ଠିଆ ହେଲାପରି ପାଳକ କିଏ ଅଛନ୍ତି?”


Swiv nou:

Piblisite


Piblisite