Biblia Todo Logo
Bib sou entènèt

- Piblisite -




ଯିଶାଇୟ 45:4 - ପବିତ୍ର ବାଇବଲ

4 ଆମ୍ଭେ ଆମ୍ଭର ଦାସ ଯାକୁବ ନିମନ୍ତେ ଓ ଆମ୍ଭ ମନୋନୀତ ଇସ୍ରାଏଲ ନିମନ୍ତେ ଏହିକାର୍ଯ୍ୟ କରୁଅଛୁ। ତେଣୁ ଆମ୍ଭେ କୋରସ୍ ନାମଧରି ଡାକୁଅଛୁ। ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ୟ ଆମ୍ଭେ ତୁମ୍ଭକୁ ସେହି ଉପାଧି ଦେଇଅଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆମ୍ଭ ଦାସ ଯାକୁବ ଓ ଆମ୍ଭ ମନୋନୀତ ଇସ୍ରାଏଲ ସକାଶେ ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଡାକିଅଛୁ; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭକୁ ଉପାଧି ଦେଇଅଛୁ।

Gade chapit la Kopi

ଓଡିଆ ବାଇବେଲ

4 ଆମ୍ଭ ଦାସ ଯାକୁବ ଓ ଆମ୍ଭ ମନୋନୀତ ଇସ୍ରାଏଲ ସକାଶେ ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଡାକିଅଛୁ; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭକୁ ଉପାଧି ଦେଇଅଛୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆମ୍ଭ ଦାସ ଯାକୁବ ଓ ଆମ୍ଭ ମନୋନୀତ ଇସ୍ରାଏଲ ସକାଶେ ଆମ୍ଭେ ତୁମ୍ଭର ନାମ ଧରି ତୁମ୍ଭକୁ ଡାକିଅଛୁ; ତୁମ୍ଭେ ଆମ୍ଭକୁ ନ ଜାଣିଲେ ହେଁ ଆମ୍ଭେ ତୁମ୍ଭକୁ ଉପାଧି ଦେଇଅଛୁ।

Gade chapit la Kopi




ଯିଶାଇୟ 45:4
18 Referans Kwoze  

ଇସ୍ରାଏଲର ଲୋକେ ଯାହା ପାଇଁ ପରମେଶ୍ୱରଙ୍କଠାରେ ଧାର୍ମିକ ହେବା ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହେଲେ ନାହିଁ। କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ବଛା ଯାଇଥିବା ଲୋକେ ଧାର୍ମିକ ହେଲେ। ଅନ୍ୟ ସମସ୍ତେ ଜଡ଼ ହୋଇ ପରମେଶ୍ୱରଙ୍କ କଥା ଶୁଣିବା ପାଇଁ ମନା କଲେ।


ମୁଁ ନଗରର ଗ୍ଭରିପାଖରେ ଭ୍ରମଣ କରି, ତୁମ୍ଭମାନଙ୍କର ପୂଜା କରୁଥିବା ବସ୍ତୁମାନ ଦେଖିଲି। ମୁଁ ଗୋଟିଏ ବେଦୀ ଦେଖିଲି ଯାହା ଉପରେ ଲେଖାଥିଲା, ‘ଏକ ଈଶ୍ୱର ଯାହାଙ୍କୁ ଆମ୍ଭେ ଜାଣି ନାହୁଁ।’ ତେଣୁ ତୁମ୍ଭେମାନେ ନ ଜାଣି ଯାହା ପୂଜା କରୁଛ, ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗରେ ପ୍ରଗ୍ଭର କରୁଛି।


“ହେ ଆମ୍ଭର ଦାସ ଯାକୁବ ଓ ଆମ୍ଭର ମନୋନୀତ ଇସ୍ରାଏଲ ଆମ୍ଭର ଯାହା କଥିତ ଶୁଣ।


ମୁଁ ଯିହୂଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ୱର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବୋଲି ନୁହେଁ, କାରଣ ଇସ୍ରାଏଲର କେବଳ ଅଳ୍ପ କିଛି ଲୋକ ହିଁ ପ୍ରକୃତରେ ପରମେଶ୍ୱରଙ୍କର ଲୋକ।


ସେହି ଭୟଙ୍କର ସମୟକୁ କମେଇ ଦେବା ପାଇଁ ପରମେଶ୍ୱର ସ୍ଥିର କରିଛନ୍ତି। ଯଦି ସେହି ସମୟ କମେଇ ଦିଆ ନ ଯିବ, ତେବେ କେହି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ୱର ଯେଉଁମାନଙ୍କୁ ବାଛିଛନ୍ତି, କେବଳ ସେହିମାନଙ୍କ ପାଇଁ ସେହି ସମୟ କମେଇ ଦେବେ।


“ପରମେଶ୍ୱର ଏହି ବିପଦପୂର୍ଣ୍ଣ ସମୟକୁ କମେଇ ଦେବାକୁ ସ୍ଥିର କରିଛନ୍ତି, ନ ହେଲେ କେହି ବଞ୍ଚି ରହି ପାରିବେ ନାହିଁ। କିନ୍ତୁ ପରମେଶ୍ୱର ଯେଉଁମାନଙ୍କୁ ବାଛିଛନ୍ତି, କେବଳ ସେହିମାନଙ୍କ ପାଇଁ ସେହି ସମୟକୁ କମେଇ ଦେଇଛନ୍ତି।


ଆମ୍ଭେ କୋରସ୍ ବିଷୟରେ କହୁ, “ତୁମ୍ଭେ ଆମ୍ଭ ମେଷପାଳକ, ତୁମ୍ଭେ ଆମ୍ଭର ମଙ୍ଗଳ କରିବ। ତୁମ୍ଭେ ଯିରୁଶାଲମ ‘ପୁନଃନିର୍ମିତ ହେବ ବୋଲି କହିବ।’ ପୁଣି ମନ୍ଦିରର ‘ମୂଳଦୁଆ ସ୍ଥାପିତ ହେବ ବୋଲି ତୁମ୍ଭେ କହିବ।’”


ତୁମ୍ଭମାନଙ୍କର ମୁକ୍ତିଦାତା, ଇସ୍ରାଏଲର ପବିତ୍ର ସ୍ୱରୂପ ସଦାପ୍ରଭୁ ଏହିକଥା କୁହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ପାଇଁ ବାବିଲକୁ ସୈନ୍ୟବାହିନୀ ପଠାଇଅଛୁ। ମୁଁ ସେହି ଫାଟକକୁ ଭାଙ୍ଗି ଦେବି। କ‌‌ଲ୍‌‌ଦୀୟମାନଙ୍କର ଚିତ୍କାର ଦୁଃଖରେ ପରିଣତ ହେବ।


ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନେ ନିଜ ଶରୀରର ଏପରି ବ୍ୟବହାର କରନ୍ତି।


ମନେରଖ, ତୁମ୍ଭେମାନେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭେମାନେ ଇସ୍ରାଏଲର ନାଗରିକ ନ ଥିଲ। ତେଣୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ଯୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହୋଇ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ।


ପରମେଶ୍ୱର ସେହି ଭୂମିକୁ ଇସ୍ରାଏଲଙ୍କୁ ଦାନ କଲେ। ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।


ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏହି କଥା କୁହନ୍ତି, “ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ୱାନ କରୁଅଛୁ, ତୁମ୍ଭେ ଆମ୍ଭର।


ତୁମ୍ଭେ ହେଉଛ ତାଙ୍କର ସେବକ, ଯାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ୟକ୍ତି।


Swiv nou:

Piblisite


Piblisite