Biblia Todo Logo
Bib sou entènèt

- Piblisite -




ଯିଶାଇୟ 45:23 - ପବିତ୍ର ବାଇବଲ

23 “ଆମ୍ଭେ ଆପଣା ନାମ ଦେଇ ଶପଥ କରିଅଛୁ ଓ ଯେଉଁ ଧର୍ମମୟବାଣୀ ଆମ୍ଭ ମୁଖରୁ ନିର୍ଗତ ହୋଇଛି, ତାହା ଅନ୍ୟଥା ହେବ ନାହିଁ। ଆମ୍ଭ ସମ୍ମୁଖରେ ପ୍ରତ୍ୟେକ ଜାନୁ ନତ ହେବେ ଓ ପ୍ରତ୍ୟେକ ଜିହ୍ୱା ଶପଥ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଆମ୍ଭେ ଆପଣା ନାମ ନେଇ ଶପଥ କରିଅଛୁ ଓ ଧର୍ମମୟ ବାକ୍ୟ ଆମ୍ଭ ମୁଖରୁ ନିର୍ଗତ ହୋଇଅଛି, ତାହା ଅନ୍ୟଥା ନୋହିବ, ଆମ୍ଭ ଛାମୁରେ ପ୍ରତ୍ୟେକ ଆଣ୍ଠୁ ନତ ହେବ, ପ୍ରତ୍ୟେକ ଜିହ୍ଵା ଶପଥ କରିବ।

Gade chapit la Kopi

ଓଡିଆ ବାଇବେଲ

23 ଆମ୍ଭେ ଆପଣା ନାମ ନେଇ ଶପଥ କରିଅଛୁ ଓ ଧର୍ମମୟ ବାକ୍ୟ ଆମ୍ଭ ମୁଖରୁ ନିର୍ଗତ ହୋଇଅଛି, ତାହା ଅନ୍ୟଥା ହେବ ନାହିଁ, ଆମ୍ଭ ଛାମୁରେ ପ୍ରତ୍ୟେକ ଆଣ୍ଠୁ ନତ ହେବ, ପ୍ରତ୍ୟେକ ଜିହ୍ୱା ଶପଥ କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଆମ୍ଭେ ଆପଣା ନାମ ନେଇ ଶପଥ କରିଅଛୁ ଓ ଧର୍ମମୟ ବାକ୍ୟ ଆମ୍ଭ ମୁଖରୁ ନିର୍ଗତ ହୋଇଅଛି, ତାହା ଅନ୍ୟଥା ହେବ ନାହିଁ, ‘ଆମ୍ଭ ଛାମୁରେ ପ୍ରତ୍ୟେକ ଆଣ୍ଠୁ ନତ ହେବ, ପ୍ରତ୍ୟେକ ଜିହ୍ୱା ଶପଥ କରିବ।’

Gade chapit la Kopi




ଯିଶାଇୟ 45:23
29 Referans Kwoze  

ଏପରି କରିବାର ଉଦ୍ଦେଶ୍ୟ ଥିଲା ଯେ ସ୍ୱର୍ଗର, ପୃଥିବୀର ଓ ପାତାଳର ପ୍ରତ୍ୟେକ ଲୋକ ଯେପରି ଯୀଶୁଙ୍କ ନାମ ଆଗରେ ମୁଣ୍ଡ ନୁଆଇଁବେ।


ସେହିପରି ଆମ୍ଭ ମୁଖ ନିଃସୃତ ବାକ୍ୟ ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ; ମାତ୍ର ଆମ୍ଭ ଇଚ୍ଛାନୁସାରେ ଆମ୍ଭ ବାକ୍ୟ ସିଦ୍ଧ ହେବ ଏବଂ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରିଅଛୁ, ତାହା ସଫଳ ହେବ।


“ଯେଉଁ ଲୋକ ପୃଥିବୀରେ ଆଶୀର୍ବାଦର ପାତ୍ର ହୁଏ, ସେ ପରମେଶ୍ୱରଙ୍କ ଦ୍ୱାରା ଆଶୀର୍ବାଦିତ ହେବ ଓ ଯେଉଁ ଲୋକ ପୃଥିବୀରେ ଶପଥ କରିବ ସେ ପରମେଶ୍ୱରଙ୍କ ନାମରେ ଶପଥ କରିବ। କାରଣ ଅତୀତର ସଙ୍କଟସବୁ ବିସ୍ମୃତ ହୋଇଅଛି ଓ ତାହା ସବୁ ଆମ୍ଭ ଦୃଷ୍ଟିରୁ ଗୁପ୍ତ ହୋଇଅଛି।”


ଆମ୍ଭେ ଗୋପନରେ କହି ନାହୁଁ କିମ୍ବା ଅନ୍ଧକାରମୟ ଦେଶର କୌଣସି ସ୍ଥାନରେ କହି ନାହୁଁ। ଏହା ଆମ୍ଭେ ଯାକୁବ ପରିବାରକୁ କହି ନାହୁଁ; ତୁମ୍ଭେ ମୋତେ ନଗଣ୍ୟ ଭାବରେ ଅନୁସରଣ କର। ମୁଁ ସଦାପ୍ରଭୁ, ମୁଁ ସତ୍ୟ କହେ, ମୁଁ ନ୍ୟାୟ କହେ ଏବଂ ସରଳ କଥା କହେ।”


ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବ ଓ ତୁମ୍ଭେ ତାଙ୍କର ସେବା କରିବ ଓ ତାହାଙ୍କ ନାମରେ ଶପଥ କରିବ।


ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନେଲେ, ଦାଉଦ ଯାକୁବର ଶକ୍ତିମାନ ପରମେଶ୍ୱରଙ୍କଠାରେ ଏକ ବିଶେଷ ପ୍ରତିଜ୍ଞା କଲେ।


କିନ୍ତୁ ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ। ଯେଉଁମାନେ ପରମେଶ୍ୱରଙ୍କ ନାମରେ ଶପଥ କରନ୍ତି, ସେମାନେ ଆନନ୍ଦିତ ହେବେ କାରଣ ମିଥ୍ୟାବାଦୀମାନଙ୍କର ମୁଖ ବନ୍ଦ ହୋଇଯିବ।


କିନ୍ତୁ ତାହାଙ୍କୁ ପରମେଶ୍ୱରଙ୍କର ଉତ୍ତର କ’ଣ ଥିଲା? “ବାଆଲ ଆଗରେ ଆଣ୍ଠୁମାଡ଼ି ନ ଥିବା ସାତହଜାର ଲୋକଙ୍କୁ ଏବେ ମଧ୍ୟ ମୁଁ ନିଜ ପାଇଁ ରଖିଛି।”


ପରମେଶ୍ୱର ମନୁଷ୍ୟ ନୁହନ୍ତି, ସେ ମିଥ୍ୟା କହିବେ ନାହିଁ। ସେ ମଧ୍ୟ ମନୁଷ୍ୟ ନୁହନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହେବ ନାହିଁ? ନା!


ଅବ୍ରହାମଙ୍କର ପରମେଶ୍ୱର, ନାହୋରର ପରମେଶ୍ୱର ଓ ସେମାନଙ୍କର ପୂର୍ବପୁରୁଷଙ୍କ ପରମେଶ୍ୱର ଆମ୍ଭ ଓ ତୁମ୍ଭ ମଧ୍ୟରେ ବିଗ୍ଭର କରିବେ।” ସେତେବେଳେ ଯାକୁବ ପରମେଶ୍ୱରଙ୍କଠାରେ ଶପଥ କଲେ ଯାହା ତାଙ୍କର ପିତା ଇ‌ସ୍‌ହାକଙ୍କର “ଭୟ ବୋଲି କହୁଥିଲେ”।


ଆଉ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଜ ନାମରେ ଶପଥ କରିଅଛୁ, ବସ୍ରା ଧ୍ୱଂସ ପାଇବ। ସେହି ନଗର ଏକ ପ୍ରସ୍ତର ଗଦାରେ ପରିଣତ ହେବ। ତାହା ଅନ୍ୟ ଦୃଷ୍ଟିରେ ବିସ୍ମୟ ଓ ନିନ୍ଦାର ପାତ୍ର ହେବ। ସେହି ନଗରଗୁଡ଼ିକ ଚିରକାଳ ଧ୍ୱଂସସ୍ଥାନ ହେବ।”


ମାତ୍ର ତୁମ୍ଭେ ଯଦି ଏହିସବୁ କଥା ଶୁଣିବ ନାହିଁ, ତେବେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ ଏହି ଗୃହ ଧ୍ୱଂସ ସ୍ତୁପରେ ପରିଣତ ହେବ।’”


ମୋର ପ୍ରଭୁ ସଦାପ୍ରଭୁ ନିଜର ପବିତ୍ର ନାମକୁ ବ୍ୟବହାର କଲେ ଓ ଶପଥ ନେଲେ। ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ଏହା ପ୍ରତିଜ୍ଞା କଲେ, “ଆମ୍ଭେ ଯାକୁବର ଗର୍ବକୁ ଘୃଣା କରୁ। ତା'ର ସୁଦୃଢ଼ ଅଟ୍ଟାଳିକାକୁ ମଧ୍ୟ ଘୃଣା କରୁ। ତେଣୁ ଆମ୍ଭେ ସେହି ନଗରକୁ ଓ ତା'ର ସମସ୍ତ ଜିନିଷକୁ ଶତ୍ରୁ ହସ୍ତରେ ଅର୍ପଣ କରିବା।”


ସଦାପ୍ରଭୁ କୁହନ୍ତି, “ହେ ଯାକୁବର ପରିବାର, ଯିହୁଦାର କଟିରୁ ଜନ୍ମ, ଇସ୍ରାଏଲ ପରି ଖ୍ୟାତ, ଦୟାକରି ମୋ’ କଥା ଶୁଣ। ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛ ଓ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା ଗାନ କରୁଅଛ। କିନ୍ତୁ ତୁମ୍ଭେମାନେ ଏହି କାର୍ଯ୍ୟ ସତ୍ୟ ଓ ଧାର୍ମିକତାରେ କରୁ ନାହିଁ।


ତୁମ୍ଭର ଚକ୍ଷୁ ମେଲାଇ ଚତୁର୍ଦ୍ଦିଗକୁ ଦେଖ। ସେମାନେ ସମସ୍ତେ ଏକତ୍ରିତ ହୋଇ ତୁମ୍ଭ ଆଡ଼କୁ ଆସୁଛନ୍ତି।” ସଦାପ୍ରଭୁ କୁହନ୍ତି, “ମୋର ଜୀବନରେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରୁଛି, ତୁମ୍ଭେ ସମସ୍ତ ପରିଧାନ ଭୂଷଣ କରିବ। ପୁଣି ସମସ୍ତେ ଗୋଟିଏ କନ୍ୟା ପରି ପରିଧାନ କରିବେ।


ଯେଉଁମାନେ ତୁମ୍ଭକୁ କଷ୍ଟ ଦେଇଥିଲେ ସେମାନଙ୍କର ସନ୍ତାନଗଣ ତୁମ୍ଭ ନିକଟକୁ ଆସି ନତ ହେବେ ଓ ଯେଉଁମାନେ ତୁମ୍ଭକୁ ତୁଚ୍ଛ କରିଥିଲେ, ସେମାନେ ସମସ୍ତେ ତୁମ୍ଭ ପଦତଳେ ପ୍ରଣାମ କରିବେ। ଆଉ ସେମାନେ ତୁମ୍ଭକୁ ‘ସଦାପ୍ରଭୁଙ୍କର ନଗରୀ ଇସ୍ରାଏଲର ଧର୍ମସ୍ୱରୂପଙ୍କର ସିୟୋନ’ ବୋଲି ସମ୍ବୋଧନ କରିବେ।


କାରଣ ଭୂମି ଯେପରି ବୀଜକୁ ଅଙ୍କୁରିତ କରାଏ ଓ ଉଦ୍ୟାନରେ ବୁଣା ଯାଇଥିବା ମଞ୍ଜି ଯେପରି ଅଙ୍କୁରିତ ହୋଇ ବଢ଼େ, ସେହିପରି ସଦାପ୍ରଭୁ ସମଗ୍ର ଜାତିଗଣଙ୍କ ମଧ୍ୟରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ।”


ସଦାପ୍ରଭୁ ନିଜର ଦକ୍ଷିଣ ହସ୍ତ ଓ ବଳବାନ୍ ବାହୁଦ୍ୱାରା ଶପଥ କରିଛନ୍ତି, “ଆମ୍ଭେ ତୁମ୍ଭର ଶସ୍ୟ ତୁମ୍ଭର ଶତ୍ରୁଗଣଙ୍କୁ ଖାଦ୍ୟ ନିମନ୍ତେ ନିଶ୍ଚୟ ଦେବା ନାହିଁ ଓ ଯେଉଁ ଦ୍ରାକ୍ଷାରସ ପାଇଁ ତୁମ୍ଭେ ପରିଶ୍ରମ କରିଅଛ, ସେହି ନୂତନ ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।


ଯଦି ତୁମ୍ଭେ ସେହିସବୁ କରିବ, ତେବେ ତୁମ୍ଭକୁ ସଦାପ୍ରଭୁଙ୍କ ନାମରେ ଶପଥ କରି କହିବାକୁ ପଡ଼ିବ ଯେ ‘ସଦାପ୍ରଭୁ ଜୀବିତ।’ ଆଉ ତୁମ୍ଭେ ଏସବୁ ସତ୍ୟ, ନ୍ୟାୟ ଓ ଧାର୍ମିକତାରେ ସେ ସବୁ କହିବାକୁ କ୍ଷମ ହେବ। ତାହାଦ୍ୱାରା ନାନାଦେଶୀୟମାନେ ସଦାପ୍ରଭୁଙ୍କର ଆଶୀର୍ବାଦର ପାତ୍ର ହେବେ। ସେମାନେ ଗର୍ବର ସହିତ କହିବେ ସଦାପ୍ରଭୁ ତାହା କରିଛନ୍ତି।”


ସେହି ଦିନ ସଦାପ୍ରଭୁ ସମଗ୍ର ପୃଥିବୀ ଉପରେ ରାଜା ହେବେ। କେବଳ ସେଠାରେ ଜଣେ ସଦାପ୍ରଭୁ ଓ ତାଙ୍କର ଗୋଟିଏ ମାତ୍ର ନାମ ରହିବ।


ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି। ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି।


ସେହି ସମୟରେ କେଦରର ବୀରଗଣ ମଧ୍ୟରୁ ଅଳ୍ପ କେତେକ ଧନୁର୍ଦ୍ଧର ରକ୍ଷା ପାଇବେ।” କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହିଅଛନ୍ତି।


Swiv nou:

Piblisite


Piblisite